Categories
ଆଜିର ଖବର ଜାତୀୟ ଖବର

ଗୁମଡା ଏବଂ ଜିମିଡିପେଟାରେ ରହଣି କରିବ ରାୟଗଡା-ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ

ନୂଆଦିଲ୍ଲୀ: ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍ ପାର୍ବତୀପୁରମ୍ ଟାଉନ୍ ଏବଂ ଗଜପତିନଗରମ୍ ମଧ୍ୟରେ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ।

ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ରାୟଗଡା-ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସକୁ ଗୁମଡା ଏବଂ ଜିମିଡିପେଟା ଷ୍ଟେସନ ଠାରେ ରହଣି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିବାବେଳେ ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସର ସମୟ ସାରଣୀକୁ ପାର୍ବତୀପୁରମ୍ ଟାଉନ୍ ଏବଂ ଗଜପତିନଗରମ୍ ମଧ୍ୟରେ ସଂଶୋଧିତ କରିଅଛି।

୧୭୨୪୩/୧୭୨୪୪ ଗୁଣ୍ଟୁର-ରୟାଗଡା-ଗୁଣ୍ଟୁର ଏକ୍ସପ୍ରେସ ଗୁଣ୍ଟୁରରୁ ଡିସେମ୍ବର ମାସ ପହିଲା ଠାରୁ ଏବଂ ରାୟଗଡ଼ାରୁ ଡିସେମ୍ବର ମାସ ୨ ତାରିଖ ଠାରୁ ଉଭୟ ପାର୍ଶ୍ୱରୁ ଉପରୋକ୍ତ ଷ୍ଟେସନଗୁଡିକରେ ରହଣି କରିବ। ୧୭୨୪୩ ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଗୁମଡାରେ ଅପରାହ୍ନ ୧୨ଘ.୫୮ମି.ରେ ପହଞ୍ଚି ୧ ଘଟିକାରେ ରେ ଛାଡିବ। ସେହିଭଳି, ଏହା ଜିମିଡିପେଟାରେ ଅପରାହ୍ନ ୧ଘ.୧୫ମି.ରେ ପହଞ୍ଚି ଅପରାହ୍ନ ୧ଘ.୧୭ମି.ରେ ରାୟାଗଡା ଅଭିମୁଖେ ଯିବ। ଫେରିବା ମାର୍ଗରେ ୧୭୨୪୪ ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ ଜିମିଡିପେଟାରେ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚି ଏବଂ ଅପରାହ୍ନ ୩ଘ.୪୭ମି.ରେ ଛାଡିବ। ସେହିଭଳି, ଏହା ଗୁମଡାରେ ଅପରାହ୍ନ ୪ଘ.୦୧ମି.ରେ ପହଞ୍ଚି ଏବଂ ଅପରାହ୍ନ ୪ଘ.୦୩ମି.ରେ ଗୁଣ୍ଟୁର ଅଭିମୁଖେ ଯାତ୍ରା କରିବ।

ଏହା ବ୍ୟତୀତ, ୧୭୨୪୪ ରାୟାଗଡା-ଗୁଣ୍ଟୁର ଏକ୍ସପ୍ରେସ ପାର୍ବତୀପୁରମ ଟାଉନ ଠାରୁ ଗଜପତିନଗରମ ଷ୍ଟେସନ ମଧ୍ୟରେ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ।  ଯାତ୍ରୀମାନଙ୍କୁ ଉପରୋକ୍ତ ଟ୍ରେନର ଆଗମନ ଏବଂ ପ୍ରସ୍ଥାନ ବିଷୟରେ ଅବଗତ ହେବାପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି।