Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଗୋଟିଏ ଜିଲ୍ଲାର ଜିଲ୍ଲାପାଳ, ବାହାରିଲା ବିଜ୍ଞପ୍ତି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଜିଲ୍ଲାପାଳ ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଗଜପତି ଜିଲ୍ଲାପାଳ ଭାବେ ସ୍ମୃତିରଂଜନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଅଛନ୍ତି।

ସେହିପରି ଗଜପତି ଜିଲ୍ଲାପାଳ ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କୁ ସମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ କରାଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।