Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଇ ନାବାଳିକା ଭଉଣୀକୁ ଗଣଦୁଷ୍କର୍ମ ହତ୍ୟା ମାମଲା: ୨୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ପୀଡିତା ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା, ଏକ ପକ୍କା ଘର ଏବଂ ଚାଷ ପାଇଁ ଜମି ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲା ଫାଷ୍ଟ ଟ୍ରାକ କୋର୍ଟରେ ଚାଲିବ ଏବଂ ଏକ ମାସ ମଧ୍ୟରେ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଉଦ୍ୟମ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଲାଖୀମପୁର ଖେରି ଜିଲ୍ଲାର ନିଘାସାନ ଅଞ୍ଚଳରେ ଏକ ଆଖୁ କ୍ଷେତରେ ଗଛରେ ଦୁଇ ଦଲିତ ଭଉଣୀଙ୍କୁ ଝୁଲୁଥିବା ଦେଖାଯାଇଥିଲା। ଉଭୟଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆଜି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ, ବର୍ତ୍ତମାନ ସେହି ଅଭିଯୁକ୍ତମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ୧୫ ଓ ୧୭ ବର୍ଷ ବୟସର ନାବାଳିକା ଦୁହିଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। ବୁଧବାର ଦିନ ଉଭୟଙ୍କ ମୃତଦେହ ସେମାନଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।