Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ଥିରତାକୁ ପ୍ରାଥମିକତା ଦେବା: ନିର୍ମଳ, ସବୁଜ ଉତ୍ସବ ପାଳନ କରିବା

ଭୁବନେଶ୍ଵର: ପୁଣି ଥରେ ପାର୍ବଣ ଋତୁ ଆସିଛି ଯାହାକି ପରିବେଶକୁ ଉତ୍ସବମୟ କରିଛି! ଗଣେଶ ଚତୁର୍ଥୀ ଠାରୁ ଦଶହରା, ଦୀପାବଳି ଠାରୁ ଛଟ୍ ପୂଜା ପର୍ଯ୍ୟନ୍ତ ଏହି ପର୍ବଗୁଡ଼ିକ ପ୍ରତ୍ୟେକ ଭାରତୀୟ ପରିବାରରେ ମହତ୍ତ୍ବପୂର୍ଣ୍ଣ ଅଟେ। ସ୍ବଚ୍ଛତାର ଧାରଣା ସହିତ, ଆଚରଣଗତ ପରିବର୍ତ୍ତନ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବାରେ ପର୍ବଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଭାରତ ମଧ୍ୟ ଅନେକ ଉତ୍ସବର ଆୟୋଜନ କରିଥାଏ ଯାହା ପରିବେଶ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ନିରନ୍ତର ଅଭ୍ୟାସ ପାଇଁ ପ୍ରୋତ୍ସାହିତ କରିଥାଏ। ଏହା ପରିବେଶ ଉପଯୋଗୀ ପ୍ରତିମା ବ୍ୟବହାର କିମ୍ବା ବାଉଁଶ ପେଣ୍ଡାଲ ନିର୍ମାଣ ଦ୍ୱାରା ହେଉ, ସହରଗୁଡ଼ିକ ଆରଆରଆର – ରିଡ୍ୟୁସ (ହ୍ରାସ), ରିୟୁଜ୍ (ପୁନଃ ବ୍ୟବହାର) ଏବଂ ରିସାଇକେଲ୍ (ପୁନଃଚକ୍ରଣ) ବ୍ୟବହାରର ନୀତି ଗ୍ରହଣ କରିବାକୁ ଅତିରିକ୍ତ ପ୍ରୟାସ କରୁଛନ୍ତି। ଶୂନ-ଆବର୍ଜନା ସହିତ ଉତ୍ସବର ଆୟୋଜନ ଏବଂ ପ୍ଲାଷ୍ଟିକମୁକ୍ତ ଉତ୍ସବକୁ ପ୍ରୋତ୍ସାହିତ କରି, ଏହି ପଦକ୍ଷେପଗୁଡ଼ିକ ସ୍ଥାୟୀ ଅଭ୍ୟାସ ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରେ। ପରିଷ୍କାର ସବୁଜ ପର୍ବଗୁଡ଼ିକ ପରିବେଶ ସ୍ଥିରତା ଏବଂ ଦାୟିତ୍ବକୁ ପ୍ରାଧାନ୍ୟ ଦେଇଥାଏ।

ଏହି ପର୍ବଗୁଡ଼ିକ ସେମାନଙ୍କର ଅଙ୍ଗାରକାମ୍ଳ ପରିମାଣକୁ କମ୍ କରିବା ଏବଂ କମ୍ପୋଷ୍ଟିଂ, ପୁନଃବ୍ୟବହାର ଏବଂ ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାର କରି ପରିବେଶ ଅନୁକୂଳ ଅଭ୍ୟାସ ପ୍ରୟୋଗ କରି ବର୍ଜ୍ୟବସ୍ତୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ଏହା ସହିତ, ସେମାନେ କର୍ମଶାଳା, ପ୍ରଦର୍ଶନୀ ଏବଂ ପାରସ୍ପରିକ କାର୍ଯ୍ୟକଳାପ ମାଧ୍ୟମରେ ପରିବେଶ ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରନ୍ତି। ସ୍ଥିରତାକୁ ପ୍ରାଧାନ୍ୟ ଦେଇ, କ୍ଲିନ୍ ଗ୍ରୀନ୍ ଉତ୍ସବ ତଥା ପର୍ବପର୍ବାଣୀ ଅନ୍ୟ ଇଭେଣ୍ଟ ଗୁଡିକ ପାଇଁ ଏକ ମଡେଲ୍ ଭାବରେ କାର୍ଯ୍ୟ କରେ।

ଦେଶ ଦଶହରା ଏବଂ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ କେବଳ ପଶ୍ଚିମବଙ୍ଗରେ ନୁହେଁ ଦେଶର ଅନ୍ୟ ଭାଗରେ ସବୁଜ ରଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲେଜର ଶୋ ସହିତ ଏକ ଡିଜିଟାଲ୍ ରୂପାନ୍ତରଣ ଦେଖୁଛନ୍ତି କିମ୍ବା ପୁନଃ ବ୍ୟବହାର ଯୋଗ୍ୟ କାଗଜ କିମ୍ବା ପ୍ଲାଷ୍ଟିକରେ ନିର୍ମିତ ପୁତ୍ତଳିକା ନିର୍ମାଣ କରାଯାଉଛି। ଥର୍ମୋକଲ ଏବଂ ପ୍ଲାଷ୍ଟିକ ଉତ୍ପାଦର ବ୍ୟବହାର ପରିବର୍ତ୍ତେ ପେଣ୍ଡାଲକୁ ସଜାଇବା ପାଇଁ, ଆୟୋଜକମାନେ ବର୍ତ୍ତମାନ ବାଉଁଶ, କାଠ ପଟା, ନଡିଆ ଖୋଳ, କପଡା, ଝୋଟ କିମ୍ବା ଝୋଟର ଦଉଡି, ଘାସ / ନଡ଼ା, ବାଡ଼ି କିମ୍ବା କାଗଜ ଏବଂ ପୁନଃଚକ୍ରଣଯୋଗ୍ୟ ମାଟି ଦୁର୍ଗା ପ୍ରତିମା ଭଳି ବିକଳ୍ପ ବ୍ୟବହାର କରୁଛନ୍ତି। କାର୍ଯ୍ୟକ୍ରମ ଗୁଡିକୁ ଅଳିଆ ଏବଂ ଏସୟୁପି ମୁକ୍ତ କରିବା ପାଇଁ, ଅଧିକ ଜନ ଗହଳିପୂର୍ଣ୍ଣ ସ୍ଥାନରେ ନୀଳ ଏବଂ ସବୁଜ ଡଷ୍ଟବିନଗୁଡିକ ରଖାଯାଉଛି, ରାତିର ସ୍ୱଚ୍ଛତା ଡ୍ରାଇଭ୍ ନିୟମିତ ଭାବରେ ପରିଚାଳିତ ହେଉଛି ଏବଂ ପ୍ଲାଷ୍ଟିକ୍ ନଥିବା ଜିନିଷଗୁଡ଼ିକରେ ବ୍ୟାନର ଏବଂ ଅନ୍ୟାନ୍ୟ ସାଜସଜ୍ଜା କରାଯାଉଛି।

ଦିଲ୍ଲୀର କିଛି ପେଣ୍ଡାଲ କେବଳ କେବଳ ବାଉଁଶ ଏବଂ କଟନର ବ୍ୟବହାର କରି ପେଣ୍ଡାଲ୍ ପ୍ରସ୍ତୁତ କରୁଛନ୍ତି। ଅଧିକାଂଶ ବିସର୍ଜନ କରିବା  ସ୍ଥାନରେ ପୂର୍ବରୁ ମନୁଷ୍ୟକୃତ ଟ୍ୟାଙ୍କ ଏବଂ ପୋଖରୀର ବ୍ୟବସ୍ଥା କରାଯାଇ ସାରିଛି। ପୂଜାପାଠରୁ ସଂଗୃହିତ ଫୁଲ ଏବଂ ଅନ୍ୟାନ୍ୟ ଜୈବ ପଦାର୍ଥ ପରି ବଳକା ସାମଗ୍ରୀ ବଗିଚା ପାଇଁ କମ୍ପୋଷ୍ଟ ଉତ୍ପାଦନ ପାଇଁ ବ୍ୟବହାର କରାଯିବ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ପୁନଃବ୍ୟବହାର କରାଯିବ। ପ୍ରସାଦ ତଥା ଖାଦ୍ୟ ଷ୍ଟଲରେ ଅନ୍ୟାନ୍ୟ ଖାଦ୍ୟକୁ ପରିବେଷଣ କରିବା ପାଇଁ କାଗଜ ପ୍ଲେଟ, କଦଳୀ ପତ୍ର, ସେଲ ପତ୍ର କିମ୍ବା ମାଟି ପ୍ଲେଟର ବ୍ୟବହାର ବ୍ୟବସ୍ଥା କରାଯାଇଛି। ନବରାତ୍ରି ସମୟରେ ଉତ୍ତରପ୍ରଦେଶ ବଜାର ସଙ୍ଗଠନ, ମୂର୍ତ୍ତି ନିର୍ମାଣକାରୀ, ସ୍ଥାନୀୟ ବିକ୍ରେତା, ମନ୍ଦିର ସଙ୍ଗଠନ / ଧାର୍ମିକ ନେତା ଏବଂ ସମ୍ପ୍ରଦାୟ ଗୋଷ୍ଠୀ ସହିତ ମାଟିରୁ ପ୍ରତିମା ପ୍ରସ୍ତୁତ କରିବାକୁ କିମ୍ବା କୌଣସି ପରିବେଶ ଉପଯୋଗୀ ସାମଗ୍ରୀ ଯାହା ଜଳରେ ସହଜରେ କ୍ଷୟ ହୋଇପାରେ ଓ ଯାହାକି ଶୂନ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି କରେ, ସ୍ବଚ୍ଛୋତ୍ସବ ସମୟରେ ଏହାର ବ୍ୟବହାର କରିବାକୁ ସୁନିଶ୍ଚିତ କରିବାକୁ ଯୋଜନା କରିଛି। ନବରାତ୍ରିର ଅଷ୍ଟମ କିମ୍ବା ନବମ ଦିନ ପାଇଁ, ଉତ୍ତର ପ୍ରଦେଶ ମୂର୍ତ୍ତିଗୁଡ଼ିକ ପାଇଁ ଅର୍ପଣ ସ୍ଥଳ ଏବଂ ନୈବେଦ୍ୟ ସଂଗ୍ରହ କରିବା ପାଇଁ ଘାଟଗୁଡିକରେ ଅର୍ପଣ କଳଶ ସ୍ଥାପନ କରିବାକୁ ଯୋଜନା କରିଛି।

ଚଳିତ ବର୍ଷ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଉତ୍ସବକୁ ସ୍ଥାୟୀ ବିକଳ୍ପ ଆଡକୁ ପରିବର୍ତ୍ତନ ହୋଇଥିବା ଦେଖା ଯାଇଥିଲା। ଏଥିରେ ପେଣ୍ଡାଲ ପାଇଁ ବାଉଁଶର ବ୍ୟବହାର, ପରିବେଶ ଅନୁକୂଳ ମାଟି କିମ୍ବା ଗଣେଶ ପାଇଁ ଉଦ୍ଭିଦ ମୂର୍ତ୍ତି, ଫୁଲ ରଙ୍ଗୋଲି ଏବଂ ପରବେଶ ଉପଯୋଗୀ ବିସର୍ଜନ ପାଇଁ ମନୁଷ୍ୟକୃତ ବିସର୍ଜନ କରିବା ସ୍ଥାନ ସୃଷ୍ଟି କରାଯାଇଥିଲା। ନିକଟରେ ସମାପ୍ତ ହୋଇଥିବା ସ୍ବଚ୍ଛତା ପଖୱାଡା- ସ୍ବଛତା ହିଁ ସେବା 2023 ର ଏକ ଅଂଶ ଭାବରେ, ଇକୋ-ଫ୍ରେଣ୍ଡଲି ଗଣପତି ମୂର୍ତ୍ତି ନିର୍ମାଣ ଏବଂ ବର୍ଜ୍ୟବସ୍ତୁରୁ ଗଣପତି ନିର୍ମାଣ ପାଇଁ ଥାନେରେ ଏକ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ 22,000 ରୁ ଅଧିକ ଛାତ୍ର ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ, ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରି ଗଣେଷ ପ୍ରତିମା ପ୍ରସ୍ତୁତ କରିଥିଲେ ଏବଂ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ‘ସବୁଜ ଗଣେଶ ଚତୁର୍ଥୀ’କୁ ସମର୍ଥନ କରିବା ପାଇଁ ଅନେକ ସେଲିବ୍ରିଟି ଏବଂ ଲୋକପ୍ରିୟ ତାରକା ମଧ୍ୟ ଘରେ ମାଟି ଗଣେଶ ମୂର୍ତ୍ତି ତିଆରି କରିଥିଲେ।

96 ଗଣେଶ ପ୍ରତିମା ଦାନ ସ୍ଥଳ ଯୋଗାଇବା ପାଇଁ ପନଭେଲ ର ଏମସିଙ୍କ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ଏହି କେନ୍ଦ୍ରଗୁଡିକ ବାସିନ୍ଦାମାନଙ୍କୁ ସେମାନଙ୍କର ଗଣେଶ ପ୍ରତିମାଗୁଡ଼ିକୁ ପରିବେଶ-ସଚେତନ ବିସର୍ଜନ କରିବାରେ ସକ୍ଷମ କରିଥିଲେ। ଏହା ଫଳରେ ପୁନଃବ୍ୟବହାର ଏବଂ ପରିବେଶ ଉପଯୋଗୀ ଅଭ୍ୟାସଗୁଡ଼ିକର ଧାରଣାକୁ ଦୃଢ଼ କରାଯାଇ ପାରିଛି। 56 ଟି ପ୍ରାକୃତିକ ପୋଖରୀରେ ସ୍ବତନ୍ତ୍ର ଡିଜାଇନ୍ ହୋଇଥିବା ପଣ୍ଟୁନ୍ ଡଙ୍ଗା (ତରଫା) ନିୟୋଜନ କରିବାରେ ପିଏମସିର ଅଭିନବ ଉପାୟ ପ୍ରଦର୍ଶିତ କରାଯାଇଥିଲା, ଯଦ୍ବାରା ବିସର୍ଜନ ପ୍ରକ୍ରିୟା ଯଥା ସମ୍ଭବ ପରିବେଶ ଅନୁକୂଳ ହୋଇପାରିବ।

ଗଣେଶ ବିସର୍ଜନ ସମାରୋହ ସମାପ୍ତ ହେବା ପରେ ମୁମ୍ବାଇର ବାସିନ୍ଦାମାନେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଡ୍ରାଇଭ୍ ଆୟୋଜନ କରିବା ପାଇଁ ଏକତ୍ରିତ ହୋଇଥିଲେ। ବଲିଉଡର ସେଲିବ୍ରେଟି, କଲେଜ ଛାତ୍ର ଏବଂ ଉତ୍ସର୍ଗୀକୃତ ସ୍ୱେଚ୍ଛାସେବୀମାନେ ଜୁହୁ ବେଳାଭୂମିରେ ମୂର୍ତ୍ତି ବିସର୍ଜନ କରିବା ଦ୍ବାରା ଆବର୍ଜନା ଏବଂ ପ୍ରଦୂଷଣକୁ ହଟାଇବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମୁମ୍ବାଇର ବିଭିନ୍ନ ବିଦ୍ୟାଳୟର 500 ରୁ ଅଧିକ ଛାତ୍ରଙ୍କ ସମେତ 900 ରୁ ଅଧିକ ସ୍ବେଚ୍ଛାସେବୀ ଭର୍ସୋଭା ବେଳାଭୂମି ଦାୟିତ୍ବ ଗ୍ରହଣ କରିଥିଲେ ଏବଂ 80,000 କିଲୋଗ୍ରାମ ବର୍ଜ୍ୟବସ୍ତୁକୁ ସଫଳତାର ସହ ସଫା କରିଥିଲେ। ଅତିରିକ୍ତ ଭାବରେ, ସେମାନେ ପ୍ଲାଷ୍ଟର ଅଫ୍ ପ୍ୟାରିସରୁ ନିର୍ମିତ ପ୍ରାୟ 7,400 ଗଣେଶ ପ୍ରତିମା ସଂଗ୍ରହ କରିଥିଲେ, ଯାହା ସମୁଦ୍ର କୂଳ ପରିବେଶକୁ ଦୂଷିତ କରିବାର ସମ୍ଭାବନା ରହିଛି।

ଏହି ଉତ୍ସବରେ ପ୍ଲାଷ୍ଟିକର ପରିବେଶ ପ୍ରଭାବରୁ ଦୂରେଇ ରହିବା ପାଇଁ ଅନେକ ରାଜ୍ୟ ବର୍ତ୍ତମାନ ସ୍ଥାୟୀ ସମାଧାନ ଗ୍ରହଣ କରୁଛନ୍ତି। ଏହି ପରିବେଶ-ସଚେତନ ଆଭିମୁଖ୍ୟ ସହିତ ସମାନ୍ତରାଳ ଭାବେ ଆସାମ ଉଭୟ ପରମ୍ପରା ତଥା ପରିବେଶ ଦାୟିତ୍ବ ପ୍ରତି ଏକ ପ୍ରତିବଦ୍ଧତା ପ୍ରଦର୍ଶନ କରି ବାଉଁଶରେ ନିର୍ମିତ ପେଣ୍ଡାଲ ସହିତ ଗଣେଶ ପୂଜା ପାଳନ କରିବାକୁ ସ୍ଥିର କରିଛନ୍ତି। ଦିଗବୋଇ ମ୍ୟୁନିସିପାଲିଟି ବୋର୍ଡ ପ୍ଲାଷ୍ଟିକ ମୁକ୍ତ ଗଣେଶ ପୂଜାର ଏକ ଉଲ୍ଲେଖନୀୟ ଉତ୍ସବ ଆୟୋଜନ କରିଥିଲା।

ଏହି କାର୍ଯ୍ୟକ୍ରମରେ ବାଉଁଶ ମୂର୍ତ୍ତି ତିଆରି, ପ୍ରବେଶ ଦ୍ବାର ନିର୍ମାଣ ଏବଂ ଚିତ୍ରକଳା ଜାପି ହେଡଗିୟର ଏବଂ ଖୋରାହି ବାସ୍କେଟ ପରି ବିସ୍ତୃତ ପାରମ୍ପାରିକ ସାଜସଜ୍ଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବାଉଁଶର ଏହି ଉତ୍କୃଷ୍ଟ ବ୍ୟବହାର ପରିବେଶ ଉପଯୋଗୀ କାର୍ଯ୍ୟର ଉତ୍ସାହକୁ ପରିପ୍ରକାଶ କରିଛି। ଦିଲ୍ଲୀର ଗଣେଶ ଚତୁର୍ଥୀ ଉତ୍ସବରେ, ପରିବେଶ ଅନୁକୂଳ ଗଣେଶ ବଣ୍ଟନ କରାଯାଇଥିଲା। ମୂର୍ତ୍ତିଗୁଡ଼ିକ ସେମାନଙ୍କ ମଧ୍ୟରେ ଉଦ୍ଭିଦ ବିହନ ବହନ କରିଥିଲେ। ନଡ଼ିଆ ଗଛ ଏବଂ ମାଟିରୁ ନିର୍ମିତ ଏହି ମୂର୍ତ୍ତି ଗୁଡ଼ିକ ମାଟିରେ ପଡ଼ିବା ପରେ, ଧୀରେ ଧୀରେ ଏହି ମଞ୍ଜି ସମୟ ସହିତ ଏକ ଉଦ୍ଭିଦରେ ପରିଣତ ହୋଇଥାଏ।

ଛଟ୍ ପୂଜା ସମୟରେ ପାଟନା ମ୍ୟୁନିସିପାଲିଟି କର୍ପୋରେସନ୍ ଏହାର ପ୍ରତ୍ୟେକ ଛଟ୍ ଘାଟରେ ଶୂନ୍ୟ ବର୍ଜ୍ୟବସ୍ତୁ ଛଟ୍ ପୂଜା ଆୟୋଜନ କରିଥାଏ। ଘାଟରୁ ପବିତ୍ର ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ପୃଥକ ଡଷ୍ଟବିନ ସ୍ଥାପିତ ହୋଇଛି ଓ ଏହା ସହିତ ଭିନ୍ନ ଯାନଗୁଡିକ ନିର୍ମିତ ହୋଇଛି।  ସଂଗୃହିତ ଓଦା ଆବର୍ଜନାକୁ ଜୈବ କମ୍ପୋଷ୍ଟରେ ପରିଣତ କରାଯାଏ। ପ୍ଲାଷ୍ଟିକ୍ ନିଷେଧ କରିବା ସୁନିଶ୍ଚିତ କରାଯାଇଛି ଏବଂ ଶୂନ୍ୟ ବର୍ଜ୍ୟବସ୍ତୁ ବ୍ରାଣ୍ଡିଂ ବ୍ୟାପକ ଭାବରେ କରାଯାଇଛି। ପୂଜା ଉତ୍ସବ ପର୍ଯ୍ୟନ୍ତ ସମଗ୍ର ମାସ ପାଇଁ ଏକ ବିସ୍ତୃତ ସୂଚନା, ଶିକ୍ଷା, ଏବଂ ଯୋଗାଯୋଗ (ଆଇଇସି) ଅଭିଯାନ ଅନୁଷ୍ଠିତ ହୋଇଛି, ଏହି ଶୁଭ ଅବସରରେ ଏକ ପରିଷ୍କାର ଏବଂ ଅଧିକ ପରିଷ୍କାର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି।

ସହରୀ ଭାରତ ଏକ ସ୍ଥାୟୀ ଭବିଷ୍ୟତ ଆଡକୁ ଗତି କରିବା ସହିତ ପରିବେଶ ଅନୁକୂଳ ପର୍ବଗୁଡ଼ିକ ଏକ ନିରାପଦ ଏବଂ ସ୍ବଚ୍ଛ  ପରିବେଶ ପାଇଁ ଏକ ପଦକ୍ଷେପ ଭାବରେ କାର୍ଯ୍ୟ କରେ। ଉତ୍ସବଗୁଡ଼ିକ କେବଳ ଆଚରଣଗତ ପରିବର୍ତ୍ତନ ପ୍ରଦର୍ଶନ କରେ ନାହିଁ, ବରଂ ପରିବେଶ ଅନୁକୂଳ, ଅଳିଆ ମୁକ୍ତ, ଏକକ ପ୍ଲାଷ୍ଟିକ୍ ବ୍ୟବହାର ମୁକ୍ତ ଇଭେଣ୍ଟ ଏବଂ ଉତ୍ସବକୁ ପ୍ରୋତ୍ସାହିତ କରେ। ସ୍ବଚ୍ଛତାର ପର୍ବ ପାଳନ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ!

Categories
ବିଶେଷ ଖବର

ସଂସଦର ସ୍ଵତନ୍ତ୍ର ଅଧିବେଶନ: କେନ୍ଦ୍ରୀୟ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୯-୨୦୨୩) ସ୍ବତନ୍ତ୍ର ଅଧିବେଶନ ଅବସରରେ କେନ୍ଦ୍ରୀୟ କକ୍ଷରେ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି।

ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସଂସଦର ନୂତନ ଭବନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ନେଇ ସେ ଅବତାରଣା କରିଥିଲେ। “ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସଂସଦ ଭବନ ଓ କେନ୍ଦ୍ରୀୟ କକ୍ଷ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଏକ ପ୍ରେରଣାଦାୟୀ କାହାଣୀ ରହିଛି। ପ୍ରଥମେ ପ୍ରଥମେ ସଂସଦ ଭବନର ଏହି ଅଂଶ କିପରି ଗ୍ରନ୍ଥାଳୟ ଭାବେ ବ୍ୟବହୃତ ହେଉଥିଲା ତାହାର ସେ ସ୍ମୃତିଚାରଣ କରିଥିଲେ। ଏହି ଅଂଶରେ ହିଁ ଆମର ସମ୍ବିଧାନ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା ଓ ସ୍ବାଧୀନତା ପରେ କ୍ଷମତା ହସ୍ତାନ୍ତର ମଧ୍ୟ ହୋଇଥିଲା।

ଏହି କେନ୍ଦ୍ରୀୟ କକ୍ଷରେ ହିଁ ଆମର ଜାତୀୟ ପତାକା ଓ ଜାତୀୟ ସଂଗୀତ ଗୃହୀତ ହୋଇଥିଲା। ବିଶ୍ବର ୪୧ଟି ଦେଶର ରାଷ୍ଟ୍ର ଓ ସରକାର ମୁଖ୍ୟ ଭାରତୀୟ ସଂସଦରେ ସେମାନଙ୍କର ଅଭିଭାଷଣ ରଖିଥିଲେ। ୮୬ ଥର ବିଭିନ୍ନ ରାଷ୍ଟ୍ରପତିଗଣ କେନ୍ଦ୍ରୀୟ କକ୍ଷରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଗତ ସାତ ଦଶନ୍ଧି ମଧ୍ୟରେ ଲୋକସଭା ଓ ରାଜ୍ୟସଭା ପ୍ରାୟ ଚାରି ହଜାର ଆଇନ ସଂସଦର ଯୁଗ୍ମ ଅଧିବେଶନ ଜରିଆରେ ପାସ କରାଇଛନ୍ତି। ଯୌତୁକ ନିରୋଧୀ ଆଇନ, ବ୍ୟାଙ୍କିଂ ସେବା ଆୟୋଗ ବିଲ୍ ଓ ଆତଙ୍କବାଦ ବିରୁଦ୍ଧ ସଂଗ୍ରାମ ପାଇଁ ଆଇନ ମଧ୍ୟ ପାସ୍ ହୋଇଛି। ସେ ମଧ୍ୟ ତିନି ତଲାକ୍ ଉଚ୍ଛେଦ ଆଇନ ସହ ଟ୍ରାନ୍ସଜେଣ୍ଡର ଓ ଦିବ୍ୟାଙ୍ଗଙ୍କ ପାଇଁ ଆଇନ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଧାରା ୩୭୦ ଉଚ୍ଛେଦର ଜନ ପ୍ରତିନିଧିମାନଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ପୂର୍ବ ପୁରୁଷଗଣ ଆମକୁ ଦେଇଥିବା ସମ୍ବିଧାନ ବର୍ତ୍ତମାନ ଜମ୍ମୁ ଓ କଶ୍ମୀରରେ ତ୍ବରାନ୍ବିତ ହେଉଛି। “ଆଜି ଜମ୍ମୁ ଓ କଶ୍ମୀର ବିକାଶ ପଥରେ ଅଗ୍ରଗତି କରୁଛି ଓ ଏହାର ଜନସାଧାରଣ ଏହି ସୁଯୋଗ ସେମାନଙ୍କ ହାତରୁ ଆଉ ଖସିଯିବାକୁ ଚାହୁଁନାହାନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ।

୨୦୨୩ ସ୍ବାଧୀନତା ଦିବସରେ ଲାଲକିଲାର ପ୍ରାଚୀର ଉପରୁ ଦେଇଥିବା ସମ୍ବୋଧନର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ହିଁ ଠିକ୍ ସମୟ ଓ ଏକ ପୁନଃ ଜାଗରିତ ଚେତନା ସହ ଭାରତ ପୁଣି ମୁଣ୍ଡ ଟେକୁଛି। “ଭାରତ ଏକ ଶକ୍ତିରେ ଭରପୂର”, ଶ୍ରୀ ମୋଦୀ ଏହି ଜାଗରିତ ଚେତନା ଉପରେ କହି ପ୍ରତ୍ୟେକ ନାଗରିକ ଏହାକୁ ଭିତ୍ତିକରି କଠିନ ପରିଶ୍ରମ ଓ ଉତ୍ସର୍ଗ ସହ ସେମାନଙ୍କ ସ୍ବପ୍ନକୁ ସାକାର କରିବାରେ ସମର୍ଥ ହେବେ ବୋଲି କହିଥିଲେ। ଭାରତ ନିଶ୍ଚିତ ଭାବେ ଏହି ବାଛିଥିବା ପଥରେ ପହଂଚିବ। “ଦ୍ରୁତ ଫଳାଫଳ ଦ୍ରୁତ ପ୍ରଗତି ଦ୍ବାରା ହିଁ ହାସଲ କରିହେବ” ବୋଲି ସେ କହିଥିଲେ। ପଞ୍ଚମ ଅର୍ଥ ବ୍ୟବସ୍ଥା ସମ୍ପନ୍ନ ରାଷ୍ଟ୍ରକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପଞ୍ଚମ ସ୍ଥାନକୁ ଉଠିଥିଲେ ମଧ୍ୟ ଏବେ ଶ୍ରେଷ୍ଠ ତିନି ସ୍ଥାନକୁ ଉନ୍ନୀତ ହେବା ନେଇ ସେ ନିଶ୍ଚିତ। ସେ ଭାରତୀୟ ବ୍ୟାଙ୍କିଂ କ୍ଷେତ୍ରର ଶକ୍ତି ନେଇ କହିଥିଲେ। ସମଗ୍ର ବିଶ୍ବ ଭାରତର ଡିଜିଟାଲ ଭିତ୍ତିଭୂମି, ୟୁପିଆଇ ଓ ଡିଜିଟାଲ ଉଚ୍ଚତା ନେଇ ଜାଣିବାକୁ ଉତ୍ସୁକ। ହଜାର ବର୍ଷ ମଧ୍ୟରେ ଭାରତର ଆକାଂକ୍ଷା ସବୁଠାରୁ ଉଚ୍ଚରେ ଥିବାରୁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସମୟର ଗୁରୁତ୍ବ ଉପରେ ଅବତାରଣା କରିଥିଲେ। ହଜାର ହଜାର ବର୍ଷ ଭାରତର ଆଶା ଆକାଂକ୍ଷା ଶୃଙ୍ଖଳ ଦ୍ବାରା ବନ୍ଧା ହୋଇଥିଲେ ମଧ୍ୟ ଏବେ ଆମ ଦେଶ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ନୁହଁ। ନୂତନ ଆକାଂକ୍ଷା ନୂତନ ଆଇନ ତିଆରି ସହ ଯୁଗ ସହ ଖାପ ଖୁଆଇବାକୁ ଅନୁପଯୁକ୍ତ ଆଇନଗୁଡ଼ିକ ପରିହାର କରିବା ବର୍ତ୍ତମାନ ସାଂସଦମାନଙ୍କ ଗୁରୁଦାୟିତ୍ବ ବୋଲି ସେ କହିଥିଲେ।

ପ୍ରତ୍ୟେକ ଭାରତୀୟର ଆଶା ଓ ପ୍ରତ୍ୟେକ ସାଂସଦଙ୍କ ବିଶ୍ବାସ ଯେ ପାସ୍ ହେଉଥିବା ସମସ୍ତ ଆଇନ, ଆଲୋଚନା ଓ ସମ୍ବାଦ ଦ୍ବାରା ସଂସଦରୁ ପ୍ରଚାର ହେଉଛି ତାହା ଭାରତୀୟମାନଙ୍କ ଆକାଂକ୍ଷାକୁ ପୂରଣ କରିବ। “ସଂସଦରେ ପ୍ରବର୍ତ୍ତିତ ହେଉଥିବା ପ୍ରତ୍ୟେକ ସଂସ୍କାର ନିମନ୍ତେ ଭାରତ ଆକାଂକ୍ଷାର ମୂଳ ପ୍ରତିଫଳିତ ହେବା ଆବଶ୍ୟକ” ବୋଲି ସେ ଗୁରୁତ୍ବର ସହ କହିଥିଲେ।

ଗୋଟିଏ ବଡ଼ ଚିତ୍ର କ’ଣ ଛୋଟ କାନଭାସରେ ଅଙ୍କାଯାଇ ପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ। ଆମ କଳ୍ପନାର କାନଭାସକୁ ସମ୍ପ୍ରସାରିତ ନ କରି ଆମେ ସ୍ବପ୍ନର ଭବ୍ୟ ଭାରତ ଗଠନ କରିପାରିବା ନାହିଁ। ଭାରତର ଭବ୍ୟ ଐତିହ୍ୟର ଅବତାରଣା କରି ସେ କହିଥିଲେ, ଯଦି ଆମ ଚିନ୍ତାଧାରା ଆମର ମହାନ ଐତିହ୍ୟ ସହ ସଂଯୋଗ ହୁଏ, ତେବେ ଏକ ଭବ୍ୟ ଭାରତର ଚିତ୍ର ଆଙ୍କିପାରିବା। “ଭାରତକୁ ଏକ ବଡ଼ କାନଭାସରେ କାର୍ଯ୍ୟ କରିବାକୁ ହେବ। ଏକ ଛୋଟ ପରିସର ମଧ୍ୟରେ ଗୋଳେଇ ଘାଣ୍ଟି ହେବାର ସମୟ ଅତିକ୍ରାନ୍ତ ହୋଇଛି” ବୋଲି ଶ୍ରୀ ମୋଦୀ କହିଥିଲେ।

ଏକ ଆତ୍ମନିର୍ଭର ଭାରତ ସୃଷ୍ଟିର ପ୍ରାଥମିକତା ଉପରେ ସେ କହିଥିଲେ, ପୁରୁଣା ଆଶଙ୍କାର ପ୍ରତ୍ୟାଖାନ କରି ସାରା ବିଶ୍ବ ଏବେ ଭାରତର ଆତ୍ମନିର୍ଭର ମଡେଲ କଥା ଆଲୋଚନା କରୁଛି। ପ୍ରତିରକ୍ଷା, ନିର୍ମାଣ, ଶକ୍ତି ଓ ଖାଇବା ତେଲ କ୍ଷେତ୍ରରେ କିଏ ବା ଆତ୍ମନିର୍ଭର ହେବାକୁ ନ ଚାହିଁବ ବୋଲି କହି ଏଥିପାଇଁ ରାଜନୀତି ଏକ ପ୍ରତିବନ୍ଧକ ହେବା ଅନୁଚିତ୍ ବୋଲି ସେ କହିଥିଲେ। ନିର୍ମାଣ କ୍ଷେତ୍ରରେ ଭାରତ ନୂତନ ଶିଖର ପହଂଚିବା ଉପରେ ଗୁରୁତ୍ବ ଆରୋପ କରି ପ୍ରଧାନମନ୍ତ୍ରୀ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ର ମଡେଲ ଉପରେ ଆଲୋକପାତ କରିଥିଲେ। ଯେତେବେଳେ ଭାରତୀୟ ସାମଗ୍ରୀ ତ୍ରୁଟିଯୁକ୍ତ ନ ହେବ ଓ ନିର୍ମାଣ ପଦ୍ଧତିର ମଧ୍ୟ ପରିବେଶ ଉପରେ ଶୂନ୍ୟ ପ୍ରତିକ୍ରିୟା ଦେଖାଦେବ ତେବେ ଯାଇ ଏହା ଗ୍ରହଣଯୋଗ୍ୟ ହେବ। ଦେଶର ନିର୍ମାଣ କ୍ଷେତ୍ର ଯଥା କୃଷି ସାମଗ୍ରୀ, ପରିପାଟୀ ବିକାଶ, ସଫ୍ଟଓ୍ବର, ହସ୍ତକଳା ଇତ୍ୟାଦି କ୍ଷେତ୍ରରେ ଏକ ନୂତନ ବୈଶ୍ବିକ ବେଞ୍ଚମାର୍କ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଚାଲିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ‘ଦେଶକୁ ନିଶ୍ଚିତ ହେବାକୁ ପଡ଼ିବ ଯେ ଆମର ସାମଗ୍ରୀ କେବଳ ଆମ ଗ୍ରାମ, ସହର, ଜିଲ୍ଲା ଓ ରାଜ୍ୟରେ ସର୍ବଶ୍ରେଷ୍ଠ ହେବ ନାହିଁ ଏହା ବିଶ୍ବରେ ସର୍ବଶ୍ରେଷ୍ଠ ହେବ”।

ପ୍ରଧାନମନ୍ତ୍ରୀ ନୂତନ ଶିକ୍ଷା ନୀତିର ମୁକ୍ତ ପଦ୍ଧତି ଉପରେ ଆଲୋକପାତ କରି ଏହା ସର୍ବଜନାଦୃତ ବୋଲି କହିଥିଲେ। ନାଳନ୍ଦା ବିଶ୍ବବିଦ୍ୟାଳୟର ଚିତ୍ର ଜି-୨୦ ଶିଖର ବୈଠକରେ ଦେଖି ବିଦେଶରୁ ଆସିଥିବା ଗଣ୍ୟମାନ୍ୟ ଅତିଥିଗଣ ଭାରତରେ ଏଭଳି ଅନୁଷ୍ଠାନ ୧୫ ଶହ ବର୍ଷ ପୂର୍ବରୁ ଥିଲା ବୋଲି ବିଶ୍ବାସ କରିପାରି ନ ଥିଲେ। “ଆମକୁ ଲକ୍ଷ୍ୟ ହାସଲ ନିମନ୍ତେ ଏଥିରୁ ପ୍ରେରଣା ନେବାକୁ ପଡ଼ିବ” ବୋଲି ଶ୍ରୀ ମୋଦୀ କହିଥିଲେ।

ଦେଶରେ ବୃଦ୍ଧି ପାଉଥିବା କ୍ରୀଡ଼ା କ୍ଷେତ୍ରର ସଫଳତା ନେଇ ଦେଶରେ ଟୁ ଓ ଥ୍ରୀ ଟାୟାର ସହରରେ ଏହା ଲୋକପ୍ରିୟତା ହାସଲ କରୁଛି। “ଦେଶର ଏହା ସଂକଳ୍ପ ହେବା ଉଚିତ ଯେ ପ୍ରତ୍ୟେକ କ୍ରୀଡ଼ା ମଞ୍ଚରେ ଭାରତୀୟ ତ୍ରିରଙ୍ଗା ଶୋଭା ପାଇବା ଦରକାର” ବୋଲି ଶ୍ରୀ ମୋଦୀ କହିଥିଲେ। ସାଧାରଣ ନାଗରିକଙ୍କ ଉନ୍ନତ ଜୀବନମାନ ଆକାଂକ୍ଷା ପାଇଁ ଗୁଣାତ୍ମକ ଦିଗ ଉପରେ ଧ୍ୟାନ ଦେବାକୁ ହେବ।

ଗୋଟିଏ ଦେଶର ଜନସଂଖ୍ୟାରେ ଯୁବକ-ଯୁବତୀଙ୍କ ବହୁଳତାର ଗୁରୁତ୍ବ ରହିଛି। ଯେପରି ଅଗ୍ରଭାଗରେ ଭାରତୀୟ ଯୁବାଗୋଷ୍ଠୀ ସବୁବେଳେ ରହିବେ, ସେଥିପାଇଁ ଆମକୁ ଏକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ। ବିଶ୍ବସ୍ତରରେ କୌଶଳ ବିକାଶକୁ ଆଖି ଆଗରେ ରଖି ଭାରତ ଏହାର ଯୁବପିଢ଼ିକୁ କୁଶଳୀ କରୁଛି, ନିକଟରେ ୧୫୦ଟି ସେବିକା ମହାବିଦ୍ୟାଳୟ ଦେଶରେ ଯୁବିପିଢ଼ିକୁ ପେଶାଦାର ସ୍ବାସ୍ଥ୍ୟ ସେବକ-ସେବିକା କରି ଗଢ଼ି ତୋଳିବା ପାଇଁ ପ୍ରତିଷ୍ଠା ହୋଇଛି। ସମୟାନୁସାରେ ସଠିକ୍ ନିଷ୍ପତ୍ତି ଉପରେ ଶ୍ରୀ ମୋଦୀ କହିଥିଲେ ଯେ “ନିଷ୍ପତ୍ତି ଗ୍ରହଣ କଦାପି ବିଳମ୍ବିତ ହେବା ଅନୁଚିତ” ଓ ଲୋକ ପ୍ରତିନିଧିଗଣ ରାଜନୀତିକ ଲାଭ ବା କ୍ଷତିରେ ବନ୍ଧା ନୁହନ୍ତି। ଦେଶର ସୌର ଶକ୍ତିକୁ ନେଇ ସେ କହିଥିଲେ ଯେ, ଏହା ବର୍ତ୍ତମାନ ଦେଶର ଶକ୍ତି ସଙ୍କଟ ନ ହେବା ଉପରେ ଗ୍ୟାରେଣ୍ଟି ଦେଉଛି। ସେ ମଧ୍ୟ ଦେଶର ଉଦଜାନ ମିଶନ, ସେମି କଣ୍ଡକ୍ଟର ମିଶନ ଓ ଜଳ ଜୀବନ ମିଶନ ଉପରେ ଆଲୋକପାତ କରି ଏହା ଉନ୍ନତ ଭବିଷ୍ୟତ ପାଇଁ ବାଟ କଢ଼ାଉଛି ବୋଲି କହିଛନ୍ତି। ଭାରତୀୟ ସାମଗ୍ରୀ ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ପହଂଚିବାକୁ ପ୍ରଧାନମନ୍ତ୍ରୀ ଦେଶର ରଣନୀତିକ କ୍ଷେତ୍ରର ବିକାଶ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା ସହ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଏହା ଉପଲବ୍ଧ ହେବ ବୋଲି କହିଥିଲେ। ଜ୍ଞାନ ଓ ନବୋନ୍ମେଷ ଉପରେ ପ୍ରଧାନମନ୍ତ୍ରୀ ନିକଟରେ ପାସ୍ ହୋଇଥିବା ଗବେଷଣା ଓ ନବୋନ୍ମେଷ ଆଇନର ଉଦାହରଣ ଦେଇଥିଲେ। ଚନ୍ଦ୍ରଯାନର ସଫଳତା ନେଇ ଦେଶରେ ଯେଉଁ ଉତ୍ସାହର ଗତି ବୃଦ୍ଧି ପାଇଛି ତାହା ବେକାର ଯିବା ଅନୁଚିତ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସାମାଜିକ ନ୍ୟାୟ ହେଉଛି ଆମର ପ୍ରାଥମିକତା” ଓ ସାମାଜିକ ନ୍ୟାୟ ଉପରେ ଆଲୋଚନା ଖୁବ୍ ସୀମିତ ହୋଇଥିବାରୁ ଏହା ଆହୁରି ବ୍ୟାପକ ହେବା ଆବଶ୍ୟକ। ସାମାଜିକ ନ୍ୟାୟ ମଧ୍ୟରେ ଅବହେଳିତ ଗୋଷ୍ଠୀଙ୍କୁ ସଂଯୋଗୀକରଣ ଜରିଆରେ ସଶକ୍ତ କରିବା, ସ୍ବଚ୍ଛ ଜଳ, ବିଦ୍ୟୁତ, ଡାକ୍ତରୀ ଚିକିତ୍ସା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଉପଲବ୍ଧ କରାଇବା ଦରକାର। ବିକାଶରେ ଅସାମାଞ୍ଜସ୍ୟତା ମଧ୍ୟ ସାମାଜିକ ନ୍ୟାୟର ବିରୁଦ୍ଧାଚରଣ କରୁଥିବାରୁ ସେ ଏହି ପରିପ୍ରେକ୍ଷୀରେ ଦେଶର ପୂର୍ବାଞ୍ଚଳର ଅନଗ୍ରସରତା ଉପରେ ଦର୍ଶାଇଥିଲେ। “ଆମକୁ ପୂର୍ବାଞ୍ଚଳକୁ ମଜଭୁତ କରି ସେଠାରେ ସାମାଜିକ ନ୍ୟାୟର ଶକ୍ତି ପ୍ରଦର୍ଶନ କରିବା ଦରକାର” ବୋଲି ଶ୍ରୀ ମୋଦୀ କହିଥିଲେ। ଆକାଂକ୍ଷିତ ଜିଲ୍ଲା ଯୋଜନା ଏକ ସନ୍ତୁଳିତ ବିକାଶକୁ ଜୀବନ ଦେଇଛି ବୋଲି କହିବା ସହ ଏହା ଦେଶର ୫୦୦ ବ୍ଲକକୁ ସମ୍ପ୍ରସାରିତ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।

“ସମଗ୍ର ପୃଥିବୀ ଭାରତକୁ ଦେଖୁଛି” ବୋଲି କହି ସେ କହିଥିଲେ ଯେ ଭାରତ ଶୀତଳ ଯୁଦ୍ଧ ଯୁଗରେ ଏକ ନିରପେକ୍ଷ ଦେଶ ଭାବେ ବିବେଚନା କରାଯାଉଥିଲା। ମାତ୍ର ଭାରତ ଆଜି ‘ବିଶ୍ବମିତ୍ର’ ଭାବେ ପରିଚିତି ଲାଭ କରିଛି ଓ ଭାରତ ଅନ୍ୟ ଦେଶଗୁଡ଼ିକ ସହ ମିତ୍ରତା ସ୍ଥାପନ କରୁଥିବା ବେଳେ ସେମାନେ ମଧ୍ୟ ଭାରତକୁ ବନ୍ଧୁ ରାଷ୍ଟ୍ର ଭାବେ ବିବେଚନା କରୁଛନ୍ତି। ଭାରତ ଏପରି ବୈଦେଶିକ ନୀତିରୁ ଯଥେଷ୍ଟ ଲାଭ ଉଠାଇ ବିଶ୍ବରେ ସ୍ଥିର ଉତ୍ପାଦନ ଓ ବଣ୍ଟନର ଏକ ଉଦାହରଣ ସାଜିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି-୨୦ ଶିଖର ସମ୍ମିଳନୀ ଗ୍ଲୋବଲ ସାଉଥ୍ ଆବଶ୍ୟକତା ପୂରଣ ଦିଗରେ ଏକ ମାଧ୍ୟମ ପାଲଟିଛି ଓ ଭବିଷ୍ୟତ ପିଢ଼ି ଏହି ଗୁରୁତ୍ବପୂର୍ଣ୍ଣ ସଫଳତା ନିମନ୍ତେ ଖୁବ୍ ଗର୍ବିତ ହେବ। “ଜି-୨୦ ଶିଖର ସମ୍ମିଳନୀ ବପନ କରିଥିବା ବୀଜ ବିଶ୍ବ ପାଇଁ ଏକ ବିଶାଳ ବଟବୃକ୍ଷର ଆସ୍ଥା ଭଳି ହେବ” ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଜି-୨୦ ଶିଖର ସମ୍ମିଳନୀରେ ଜୈବ ଇନ୍ଧନ ଆନ୍ଦୋଳନ ଭାରତ ନେତୃତ୍ବରେ ବୈଶ୍ବିକ ସ୍ତରରେ ସ୍ଥାନ ନେଉଛି ବୋଲି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ନୂତନ ସଂସଦ ଭବନର ଗୌରବ ଓ ମର୍ଯ୍ୟାଦା ସୁରକ୍ଷିତ ରଖି ଏହାର ସ୍ଥିତି ଯେପରି ପୁରୁଣା ସଂସଦ ଭବନ ଭଳି ନ ହେବ ସେଥିପାଇଁ ଅନୁରୋଧ କରିଥିଲେ। ଏହି ଭବନର ନାମ ସମ୍ବିଧାନ ସଦନ ହେବ। “ସମ୍ବିଧାନ ସଦନକୁ ପୁରୁଣା ଭବନ ମାର୍ଗଦର୍ଶନ ଦେବ ଓ କିପରି ମହାନ ବ୍ୟକ୍ତିତ୍ବଗଣ ଆମ ସାମ୍ବିଧାନିକ ସଭାରେ ଅଂଶବିଶେଷ ଥିଲେ, ତାହା ମନେ ପକାଇ ଦେଉଥିବ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ଅନ୍ତ ଘଟାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗଣେଶ ଚତୁର୍ଥୀରେ ସମସ୍ତଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୌଭାଗ୍ୟ, ସଫଳତା ଓ ସମୃଦ୍ଧି ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ‘‘ଦେଶସାରା ମୋ ପରିବାରଜନଙ୍କୁ ଗଣେଶ ଚତୁର୍ଥୀର ମଙ୍ଗଳକାମନା। ବିଘ୍ନବିନାଶନ-ବିନାୟକଙ୍କ ଉପାସନା ସହ ଜଡ଼ିତ ଏହି ପାର୍ବଣ ଉତ୍ସବ ଆପଣଙ୍କ ସମସ୍ତଙ୍କ ଜୀବନରେ ସୌଭାଗ୍ୟ, ସଫଳତା ଓ ସମ୍ପୂର୍ଣ୍ଣତା ଭରିଦେଉ । ଗଣପତି ବପ୍ପା ମୋରେୟା!’’

‘‘ସର୍ବ ଦେଶବାସୀୟାଂନା ଗଣେଶ ଚତୁର୍ଥୀଚ୍ୟା ହାର୍ଦ୍ଦିକ ଶୁଭେଚ୍ଛା। ଗଣପତି ବପ୍ପା ମୋରେୟା!’’

Categories
ଆଜିର ଖବର ଜାତୀୟ ଖବର ଧର୍ମ

ପ୍ରଭୃ ଶ୍ରୀଗଣେଷଙ୍କୁ କେଉଁ ଭୋଗ ଅର୍ପଣ କଲେ ସେ ହୋଇଥାଆନ୍ତି ପ୍ରସନ୍ନ, କରନ୍ତି ଆଶୀର୍ବାଦ

ଭୁବନେଶ୍ବର: ଗଣେଶ ଚତୁର୍ଥୀଠାରୁ ଭଗବାନ ଶ୍ରୀଗଣେଶଙ୍କୁ ୧୦ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିସର୍ଜନ କରାଯାଇଥାଏ। ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଅର୍ଥାତ୍ ଅନନ୍ତ ଚତୁର୍ଦଶୀ ବା ଅନନ୍ତ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।

ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା।

୧- ମୋଦକ ଲଡୁ: ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ। ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ।

୨- ବୁନ୍ଦି ଲଡୁ: ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି।

୩- ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ। ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।

୪- ଖୁଆ ପେଡା: ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ। ଏହାର ଆକାର ଗୋଲାକାର।

୫- ପଞ୍ଚାମୃତ: ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।

୬- ରସାବଳି: ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।

୭- ପାଏସ ବା ଖିରୀ: ଏହି ଭୋଗ ମଧ୍ୟ ଗଣେଷଙ୍କର ପ୍ରିୟ। ଏହାକୁ ମଧ୍ୟ ସମସ୍ତେ ଘରେ ପ୍ରସ୍ତୁତ କରିଥାନ୍ତି। ହେଲେ ଏହା ଭୋଜି ଖିରୀ ପରି କରାଯିବ ନାହିଁ। ଏହାକୁ ମୁଗ ଖିରୀ ବୋଲି କୁହାଯାଏ। ଅର୍ଥାତ ଏହାକୁ ମୁଗ, ଖିରୀ ଚାଉଳ, ଖିର ଏବଂ ମିଠା ଦ୍ବାରା ପ୍ରସ୍ତୁତ ହୋଇଥାଏ।

୮- ନଡିଆ: ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଗଣେଶ ଚତୁର୍ଥୀ କେବେ?: ଜାଣନ୍ତୁ ପ୍ରଭୁ ଗଜାନନଙ୍କ ମୂର୍ତ୍ତି ସ୍ଥାପନ ସମୟ, ଧ୍ୟାନ ଦିଅନ୍ତୁ ସଠିକ୍ ମୂହୁର୍ତ୍ତ ଏବଂ ତାରିଖ

ଭୁବନେଶ୍ଵର: ଗଣେଶ ଚତୁର୍ଥୀ ପର୍ବ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ଵ ରହିଛି। ଏହି ଦିନ ଭଗବାନ ଗଣେଶଙ୍କ ପୁନର୍ଜନ୍ମ ପାଳନ କରାଯାଏ। ଗଣେଶ ଜୀଙ୍କୁ ସମୃଦ୍ଧି ଏବଂ ଜ୍ଞାନର ଦେବତା ମଧ୍ୟ ବିବେଚନା କରାଯାଏ। ଗଣେଶ ଚତୁର୍ଥୀ ପର୍ବ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସର ଚତୁର୍ଥୀ ତିଥିରେ ପାଳନ କରାଯାଏ। ଯାହା ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ୧୯ ସେପ୍ଟେମ୍ବର ୨୦୨୩ରେ ପାଳନ କରାଯିବ। ଗଣେଶ ଚତୁର୍ଥୀ ଉତ୍ସବ ଏବଂ ଏଠାରେ ଜଡିତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣନ୍ତୁ –

ଗଣେଶ ଚତୁର୍ଥୀ କେବେ?: ସେପ୍ଟେମ୍ବର ୧୯ ତାରିଖ ୨୦୨୩

ଗଣେଶ ଚତୁର୍ଥୀ କେଉଁ ବାର?: ମଙ୍ଗଳବାର

ଚତୁର୍ଥୀ ତିଥି ଆରମ୍ଭ ସମୟ: ସେପ୍ଟେମ୍ବର ୧୮ ତାରିଖ ୨୦୨୩, ଅପରାହ୍ନ ୧୨.୩୯

ଚତୁର୍ଥୀ ତିଥି ସମାପ୍ତ: ସେପ୍ଟେମ୍ବର ୧୯ ତାରିଖ ୨୦୨୩, ଅପରାହ୍ନ ୧.୪୩

ଗଣେଶ ପୂଜା ମୂହୁର୍ତ୍ତ: ସେପ୍ଟେମ୍ବର ୧୯ ତାରିଖ ୨୦୨୩, ପୂର୍ବାହ୍ନ ୧୧.୦୦ ରୁ ଅପରାହ୍ନ ୧.୨୬

ଗଣେଶ ଚତୁର୍ଥୀ ଶୁଭ ମୂହୁର୍ତ୍ତ:

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୮ ତାରିଖ ୨୦୨୩ ରେ ଅପରାହ୍ନ ୧୨.୩୯ ରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୯ ତାରିଖ ୨୦୨୩ ରାତି ୮.୪୩ ରେ ଶେଷ ହେବ।

ଗଣେଶ ଚତୁର୍ଥୀ ମହତ୍ତ୍ଵ:

ପୌରାଣିକ ବିଶ୍ଵାସ ଅନୁଯାୟୀ ଗଣେଶଙ୍କୁ ପ୍ରଥମ ଦେବତା ଭାବରେ ବିବେଚନା କରାଯାଏ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ, ଏହି ଦିନ ଭଗବାନ ଗଣେଶ ପୁନର୍ବାର ଜନ୍ମ ହୋଇଥିଲେ। ସେବେଠାରୁ ଏହା ଗଣେଶ ଉତ୍ସବ ଭାବରେ ପାଳନ କରାଯାଏ। ଯେତେବେଳେ କି ଲୋକମାନ୍ୟ ତିଲକ ସାମାଜିକ ଭିନ୍ନତାକୁ ଦୂର କରିବା ପାଇଁ ଏହି ପର୍ବକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ଧର୍ମ

ଗଣପତି ପ୍ରତିଷ୍ଠା କରିବାରୁ ମିଳିଲା ମୃତ୍ୟୁ ଧମକ, ବେଜେପି ନେତ୍ରୀ ରୁବି ଖାନ ଦେଲେ ଏଭଳି ଉତ୍ତର

ଆଲିଗଡ: ଆଲିଗଡରେ ଗଣେଶ ଚତୁର୍ଥୀ ଅବସରରେ ବିଜେପି ନେତ୍ରୀ ରୁବି ଆସିଫ ଖାନ ତାଙ୍କ ଘରେ ଗଣେଶ ମୂର୍ତ୍ତି ସ୍ଥାପନ କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି। ଗୃହରେ ଗଣପତି ପ୍ରତିଷ୍ଠାକୁ ମୌଲାନା ବିରୋଧ କରିଛନ୍ତି। ଏହାର ଉତ୍ତରରେ ରୁବି କହିଛନ୍ତି ଯେ, ମୌଲାନା ଅତୀତରେ ତାଙ୍କ ବିରୋଧରେ ପୋଷ୍ଟର ଲଗାଇଥିଲେ ଏବଂ ତଥାପି ଏବେ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ସେ ସେମାନଙ୍କୁ ଭୟ କରିବେ ନାହିଁ। ସେ କହିଥିଲେ ଯେ, ଭଗବାନ-ଇଶ୍ଵର ଏକ। ରୁବି ଆସିଫ ଖାନ ହେଉଛନ୍ତି ଆଲିଗଡ ବିଜେପି ମହିଲା ମୋର୍ଚ୍ଚା ଜୟଗଞ୍ଜର ମଣ୍ଡଳ ଉପାଧ୍ୟକ୍ଷ।

ରୁବି ଖାନଙ୍କ ପାଇଁ ମୃତ୍ୟୁ ଧମକ:

ରୁବି ଖାନ ଶାହଜମାଲଙ୍କ ମାବୁଦ ନଗରରେ ରୁହନ୍ତି। ସେ କହିଥିଲେ ଯେ ‘ଅଗଷ୍ଟ ୩୧ ତାରିଖରେ ଗଣେଶ ଚତୁର୍ଥୀ ଅବସରରେ ମୁଁ ମୋ ଘରେ ଭଗବାନ ଗଣେଶଙ୍କୁ ୭ ଦିନ ପ୍ରତିଷ୍ଠା କରିଥିଲି। ପୂର୍ଣ୍ଣ ରୀତିନୀତି ସହିତ ୭ ଦିନ ପରେ ମୁଁ ଗଣେଶ ଜୀଙ୍କୁ ବିସର୍ଜନ କରିବା ପାଇଁ ନେବି। ମୁଁ ପୂର୍ବରୁ ମୋ ଘରେ ପ୍ରଭୁ ଶ୍ରୀ ରାମଙ୍କୁ ପୂଜା କରିଥିଲି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମ ମନ୍ଦିରର ମୂଳଦୁଆ ପକାଇଥିଲେ। ସେତେବେଳେ ମଧ୍ୟ କଟ୍ଟରପନ୍ଥୀ ଲୋକମାନେ ଏହାକୁ ବିରୋଧ କରି ଇସଲାମ ଧର୍ମକୁ ପ୍ରତ୍ୟାଖ୍ୟାନ କରି ଫତୱା ଜାରି କରିଥିଲେ। ପୋଷ୍ଟର ଲଗାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି କଟ୍ଟରପନ୍ଥୀମାନେ ପୂର୍ବ ପରି ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମୋତେ ମୃତ୍ୟୁ ଧମକ ମିଳିଛି। ହେଲେ ମୁଁ ଭୟ କରିବି ନାହିଁ।

ରୁବି ଖାନ କହିଛନ୍ତି ଯେ, “ମୁଁ ଭଗବାନ ଗଣେଶଙ୍କୁ ସମ୍ପୂର୍ଣ୍ଣ ରୀତିନୀତିରେ ବିସର୍ଜନ କରିବି। ମୋର ପୁରା ପରିବାର ଏବଂ ମୋ ସ୍ୱାମୀ ମୋ ସାଥିରେ ଅଛନ୍ତି। ମୋ ଆଖପାଖର ଲୋକମାନେ ମଧ୍ୟ ମୋ ସାଥିରେ ଅଛନ୍ତି। କିନ୍ତୁ ଆଗକୁ ବଢୁଥିବା ସମସ୍ତ କଟ୍ଟରପନ୍ଥୀ ମୁସଲମାନ ଯେଉଁମାନେ ମୋ ବିରୁଦ୍ଧରେ ଠିଆ ହୋଇଛନ୍ତି, ହେଲେ ମୁଁ ସେମାନଙ୍କର ବିରୋଧକୁ ଭୟ କରେ ନାହିଁ। “

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।”

ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ପ୍ରଭୁ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶନ ଓ ମଙ୍ଗଳ ମୂର୍ତ୍ତି ଭାବେ ବିବେଚନା କରାଯାଏ। ଏହି ଅବସରରେର ଶାନ୍ତି ଓ ସୌହାର୍ଦ୍ଦ୍ୟ ନିମନ୍ତେ ଆସନ୍ତୁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା। ବିଶ୍ୱ ଶାନ୍ତି ଓ ଖୁସି ପାଇଁ ଆମେ ପ୍ରାର୍ଥନା କରିବା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଗଣେଷ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭ କାମନା

ଭୁବନେଶ୍ବର: ଆଜି ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ ସାରା ଓଡିଶା ଉତ୍ସବ ମୁଖର ହୋଇ ଉଠିଛି। କାରଣ ଦୁଇବର୍ଷ ଧରି କରୋନା ପାଇଁ ପୂଜା ଠିକରେ ହୋଇପାରି ନ ଥିବା ବେଳେ ଏଥର ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶ କରିବେ। ଏହି ପବିତ୍ର ଦିନ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।

ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।’

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ବାସ୍ତୁ ଶାସ୍ତ୍ରର ଏହି ନିୟମ ନ ଜାଣି କାହାକୁ ବି ଦିଅନ୍ତୁ ନାହିଁ ଗଣପତି ମୂର୍ତ୍ତି ଉପହାର

ବାସ୍ତୁଶାସ୍ତ୍ର: ଗଣେଶ ଚତୁର୍ଥୀକୁ ବର୍ତ୍ତମାନ ଗଣେଶୋତ୍ସବ ଭାବରେ ପାଳନ କରାଯାଉଛି। ଗଣେଶ ମୂର୍ତ୍ତିର ବିସର୍ଜ୍ଜନ ଅନନ୍ତ ଚତୁର୍ଦ୍ଦଶୀ ରୀତିନୀତିରେ କରାଯିବ। କିଛି ଲୋକ ଗଣେଶ ମୂର୍ତ୍ତିଙ୍କୁ ଏପରି ସମୟରେ ନିଜ ଘରକୁ ଆଣିଥା’ନ୍ତି କିମ୍ବା ସେମାନଙ୍କୁ ନିଜ ସମ୍ପର୍କୀୟଙ୍କୁ ଉପହାର ଦିଅନ୍ତି। ଘରେ ଶ୍ରୀ ଗଣେଶ ଜୀ ପ୍ରତିମା ଆଣିବା କିମ୍ବା ଉପହାର ଦେବା ପୂର୍ବରୁ ନିଶ୍ଚିତ ଭାବରେ ଏହି ବାସ୍ତୁ ଶାସ୍ତ୍ର ନିୟମ ଜାଣନ୍ତୁ।

ଘରେ ଗଣେଶ ପ୍ରତିମା ରଖିବାର ନିୟମ:

ଶୟନ କକ୍ଷରେ ଶ୍ରୀ ଗଣେଶ ପ୍ରଭୁଙ୍କର ମୂର୍ତ୍ତି ରଖନ୍ତୁ ନାହିଁ: ବାସ୍ତୁ ଶାସ୍ତ୍ରୀଙ୍କ ନିୟମ ଅନୁଯାୟୀ ଭଗବାନ ଶ୍ରୀ ଗଣେଶଙ୍କର ପ୍ରତିମାକୁ ଶୋଇବା ଘରେ ରଖନ୍ତୁ ନାହିଁ। କୁହାଯାଏ ଯେ, ଭଗବାନ ଶ୍ରୀ ଗଣେଶ ପ୍ରତିମାଙ୍କୁ ଶୋଇବା ଘରେ ରଖିବା କିମ୍ବା ବାଥରୁମ କାନ୍ଥରେ ଟାଙ୍ଗିବା ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ସୃଷ୍ଟି କରିଥାଏ।

ଭଗବାନ ଶ୍ରୀ ଗଣେଶଙ୍କର ନୃତ୍ୟ ପ୍ରତିମା: ଭଗବାନ ଗଣେଶଙ୍କର ଏକ ନୃତ୍ୟ ପ୍ରତିମା କିଣିବା ଉଚିତ୍ ନୁହେଁ କିମ୍ବା ଏହାକୁ କାହାଠାରୁ ଉପହାର ସ୍ୱରୂପ ଦେବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ, ଏହା ଜୀବନରେ ମତଭେଦ ସୃଷ୍ଟି କରିପାରେ।

ଝିଅର ବିବାହରେ ଗଣେଶ ପ୍ରତିମା ଉପହାର ଦିଅନ୍ତୁ ନାହିଁ: ବିଶ୍ୱାସ କରାଯାଏ ଯେ, ଯଦି କେହି ତାଙ୍କ ଝିଅର ବିବାହରେ ଭଗବାନ ଶ୍ରୀ ଗଣେଶଙ୍କ ପ୍ରତିମାଙ୍କୁ ଉପହାର ଦିଅନ୍ତି, ତେବେ ମାତା ଲକ୍ଷ୍ମୀ ମଧ୍ୟ ଭଗବାନ ଗଣେଶଙ୍କ ସହିତ ଯାଆନ୍ତି। ଏପରି ପରିସ୍ଥିତିରେ ଝିଅର ବିବାହ ପରେ ଉଭୟ ସୁଖ ଏବଂ ଖ୍ୟାତି ଘରୁ ବାହାରିଯାଏ।

ଦକ୍ଷିଣ ମୁଖୀ ଗଣପତିଙ୍କ ପ୍ରତିମା କିଣନ୍ତୁ ନାହିଁ: ଭଗବାନ ଗଣେଶଙ୍କର ପ୍ରତିମା କିଣିବାବେଳେ ଏହାକୁ ମନେ ରଖିବାକୁ ହେବ ଯେ, ତାଙ୍କ ଶୁଣ୍ଢ ବାମ ଆଡକୁ ଅଛି କି ନାହିଁ। କାରଣ ଦକ୍ଷିଣ ମୁଖୀ ଗଣପତିଙ୍କ ପୂଜାରେ ବିଶେଷ ନିୟମ ପାଳନ କରିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଏହି ୬ ଟି ଜିନିଷ ବିନା ଅସମ୍ପୂର୍ଣ୍ଣ ରହିଥାଏ ଗଣେଶ ଚତୁର୍ଥୀ ପୂଜା ଆଜି ଏହାର କରିନିଅନ୍ତୁ ଯୋଗାଡ

ନୂଆଦିଲ୍ଲୀ: ହିନ୍ଦୀ ପଞ୍ଚଙ୍ଗ ଅନୁଯାୟୀ ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରେ ଗଣେଶଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ମଧ୍ୟାହ୍ନରେ ଭଗବାନ ଗଣେଶ ଏହି ଚତୁର୍ଥୀରେ ଜନ୍ମ ହୋଇଥିଲେ। ଏହି ତାରିଖକୁ ଗଣେଶ ଚତୁର୍ଥୀ କୁହାଯାଏ। ଗଣେଶ ଚତୁର୍ଥୀ ଶୁକ୍ଳ ଶତୁର୍ଥୀ ତିଥିରୁ ଆରମ୍ଭ ହୋଇ ଚତୁର୍ଦ୍ଦଶୀ ତିଥିରେ ଶେଷ ହୁଏ। ଏଥର ଏହି ଗଣେଶ ଚତୁର୍ଥୀ ଉପବାସ ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ ତାରିଖରେ ଶେଷ ହେବ।

ଗଣେଶ ପୂଜାରେ ଏହି ଜିନିଷଗୁଡିକ ଅନ୍ତର୍ଭୂକ୍ତ କରନ୍ତୁ:

ଗଣେଶ ଚତୁର୍ଥୀ ଦିନ ଲୋକମାନେ ଗଣପତି ଜୀଙ୍କର ମୂର୍ତ୍ତି ନିଜ ଘରେ ସ୍ଥାପନ କରି ରୀତିନୀତି ଅନୁଯାୟୀ ପୂଜା କରନ୍ତି। ଭଗବାନ ଶ୍ରୀ ଗଣେଶ ଜୀଙ୍କର ପୂଜା ସମୟରେ ତାଙ୍କର ପ୍ରିୟ ଜିନିଷ ତାଙ୍କୁ ଅର୍ପଣ କରାଯାଏ। ଗଣେଶଙ୍କର ପୂଜା କିଛି ଜିନିଷ ବିନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଏପରି ପରିସ୍ଥିତିରେ ଗଣେଶ ଜୀ ଙ୍କ ପୂଜାରେ ଏହି ୬ ଟି ଜିନିଷ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ, ନଚେତ୍ ପୂଜା ଅସମ୍ପୂର୍ଣ୍ଣ ବୋଲି ଧରାଯିବ ଏବଂ ଏହାର ସମ୍ପୂର୍ଣ୍ଣ ଫଳ ଉପଲବ୍ଧ ହେବ ନାହିଁ।

ଦୂବ: ଭଗବାନ ଗଣେଶଙ୍କ ପାଇଁ ଦୂବ ଅତ୍ୟନ୍ତ ପ୍ରିୟ। ତେଣୁ ପ୍ରଭୁଙ୍କର ପୂଜାପାଠ ସମୟରେ, ୩ କିମ୍ବା ୪ ଦୂବ ଅର୍ପଣ କରାଯିବା ଆବଶ୍ୟକ। ଭଗବାନ ଗଣେଶ ଏଥିରେ ଅତ୍ୟନ୍ତ ସନ୍ତୁଷ୍ଟ ଏବଂ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି।

ମୋଦକ୍: ମିଠା ରେ ମୋଦକ୍ ଭଗବାନ ଗଣପତିଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ତେଣୁ ଭଗବାନ ଗଣେଶଙ୍କ ପୂଜା ସମୟରେ ତାଙ୍କର ପ୍ରିୟ ଭୋଗକୁ ମୋଦକ୍ ଅର୍ପଣ କରାଯିବା ଆବଶ୍ୟକ।

ସିନ୍ଦୂର: ହିନ୍ଦୁ ଧର୍ମରେ ଗଣେଶ ପୂଜା ସମୟରେ ସିନ୍ଦୁର ତିଲକ ପ୍ରୟୋଗ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପୂଜା କରିବା ସମୟରେ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ତାଙ୍କ କପାଳରେ ତିଲକ ଲଗାନ୍ତୁ। ଏହା ପରେ ନିଜେ ସିନ୍ଦୁର ତିଲାକ ପ୍ରୟୋଗ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଜୀବନରେ ସୁଖ ଏବଂ ଶୁଭଫଳ ପାଇବେ।

କଦଳୀ: ଫଳ ମଧ୍ୟରେ କଦଳୀ ଭଗବାନ ଗଣେଶଙ୍କ ପାଇଁ ପ୍ରିୟ ଅଟେ। ତେଣୁ ଗଣେଶ ଚତୁର୍ଥୀ ଉପାସନା ସମୟରେ କଦଳୀ ଅର୍ପଣ କରନ୍ତୁ।

ଲାଲ୍ ଫୁଲ: ଭଗବାନ ଗଣପତିଙ୍କ ପୂଜାରେ ଲାଲ୍ ଫୁଲ ଅର୍ପଣ କରାଯିବା ଆବଶ୍ୟକ।

ଆଖୁ: ଗଣେଶ ଚତୁର୍ଥୀ ପୂଜା ସମୟରେ ଶ୍ରୀ ଗଣେଶ ଜୀଙ୍କୁ ଆଖୁ ଅର୍ପଣ କରନ୍ତୁ। କୁହାଯାଏ ଯେ ଏହା କରିବା ଦ୍ୱାରା ମଧୁରତା ମଧ୍ୟ ଜୀବନରେ ଆସିଥାଏ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଗଣେଶ ଚତୁର୍ଥୀ କେବେ? ଜାଣନ୍ତୁ ଗଣେଶ ପୂଜାରେ କେଉଁ ଗ୍ରହ ହୁଅନ୍ତି ଶାନ୍ତ ହୋଇଛି

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ପର୍ବ ଦେଶରେ ବିଶେଷ ଭାବରେ ମହାରାଷ୍ଟ୍ରରେ ପାଳନ କରାଯାଏ। ଲୋକମାନେ ଏହି ପର୍ବକୁ ଗଣେଶଙ୍କ ଜନ୍ମୋତ୍ସବ ଭାବରେ ପାଳନ କରନ୍ତି। ଗଣେଶ ଚତୁର୍ଥୀ ପର୍ବ ପ୍ରତିବର୍ଷ ଭଦ୍ରବ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଥାଏ। ଯାହା ଚତୁର୍ଦ୍ଦଶୀ ଦିନ ଶେଷ ହୁଏ। ଏଥର ଗଣେଶ ଚତୁର୍ଥୀ ଅଗଷ୍ଟରେ ୩୧ ତାରିଖରେ ପାଳନ କରାଯିବ। ଏହି ୧୦ ଦିନ ମଧ୍ୟରେ ଭଗବାନ ଗଣେଶଙ୍କୁ ଉପଯୁକ୍ତ ଉପାସନା କରାଯାଏ। ଭଗବାନ ଗଣେଶଙ୍କ ପୂଜା କଲେ ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ। ଏହା ବ୍ୟତୀତ, ରାଶିଫଳର କେତେକ ଗ୍ରହ ମଧ୍ୟ ଶାନ୍ତ ହୋଇ ଶୁଭ ଫଳାଫଳ ପ୍ରଦାନ କରନ୍ତି।

ଗଣେଶ ପୂଜା ଦ୍ୱାରା ଏହି ଗ୍ରହମାନେ ଶାନ୍ତ ହୁଅନ୍ତି:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମୁଖ୍ଯତଃ ଦୁଇଟି ଗ୍ରହ ବୁଧ ଏବଂ କେତୁ ଗଣେଶ ପୂଜାରୁ ଶୁଭ ଫଳାଫଳ ପ୍ରଦାନ କରନ୍ତି। ସେଥିପାଇଁ ଗଣେଶ ଚତୁର୍ଥୀ ଉପରେ ଗଣେଶ ଜୀଙ୍କୁ ବିଧିବିଧାନ ଅନୁଯାୟୀ ପୂଜା କରାଯିବା ଉଚିତ୍। ଏହା ଦ୍ଵାରା ବୁଧ ଏବଂ କେତୁ ଗ୍ରହ ଶାନ୍ତ ହୁଅନ୍ତି।

ବୁଧ ଗ୍ରହ: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହ ଏକ ଶୁଭ ଗ୍ରହ ଭାବରେ ପରିଗଣିତ ହୁଏ। ମିଥୁନ ଏବଂ କନ୍ୟା ରାଶିର ସ୍ଵାମୀ ଗ୍ରହ। କନ୍ୟାକୁ ବୁଧର ଉଚ୍ଚ ରାଶି ଭାବରେ ବିବେଚନା କରାଯାଏ ଏବଂ ବୁଧର ନିମ୍ନ ରାଶି ଭାବରେ ମୀନ ରାଶିକୁ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବକ୍ତବ୍ୟ, ଶିକ୍ଷା, ଗଣିତ, ଲେଖା, ମନୋରଞ୍ଜନ, ଯୁକ୍ତି, ପ୍ରକାଶନ, ବ୍ୟବସାୟ, ବନ୍ଧୁ, ଗଳା, ନାକ ଇତ୍ୟାଦିର ଗ୍ରହ ବୋଲି ବିବେଚନା କରାଯାଏ। ରାଶିଫଳରେ ତାଙ୍କର ଶୁଭ ହେତୁ ବୁଦ୍ଧି, ବକ୍ତବ୍ୟ, ଶିକ୍ଷା, ଗଣିତ, ବ୍ୟବସାୟ ଇତ୍ୟାଦି କ୍ଷେତ୍ରରେ ବୃଦ୍ଧି ଘଟେ।

କେତୁ ଗ୍ରହ: ଜ୍ୟୋତିଷ ଶାସ୍ତ୍ରରେ, କେତୁକୁ ପାପ ଗ୍ରହ ବର୍ଗରେ ରଖାଯାଇଛି। ଏହାକୁ ଛାୟା ଗ୍ରହ ମଧ୍ୟ କୁହାଯାଏ। ତାଙ୍କୁ ତର୍କ, ବୁଦ୍ଧି, ଜ୍ଞାନ, ବିଚ୍ଛିନ୍ନତା, କଳ୍ପନା ଏବଂ ମାନସିକ ଗୁଣର କାରଣକାରୀ ଗ୍ରହ ଭାବରେ ବିବେଚନା କରାଯାଏ। କେତୁ ଗ୍ରହ ଲୋକଙ୍କୁ କାମ କରିବାକୁ ବାଧ୍ୟ କରିଥାଏ।

ଗଣେଶ ପୂଜାର ଉପକାର: ଭଗବାନ ଗଣେଶଙ୍କୁ ପୂଜା କରିବା ବୁଧ ଗ୍ରହ ସହ ଜଡିତ ସମସ୍ୟା ଦୂର କରିଥାଏ। ଏଥି ସହିତ, କେତୁଙ୍କ ଅଶୁଭ ଦୋଷ ମଧ୍ୟ ହଟିଥାଏ।

Categories
ଆଜିର ଖବର ଧର୍ମ

ବାସ୍ତୁ ଶାସ୍ତ୍ରର ଏହି ନିୟମ ନ ଜାଣି କାହାକୁ ବି ଦିଅନ୍ତୁ ନାହିଁ ଗଣପତି ମୂର୍ତ୍ତି ଉପହାର

ବାସ୍ତୁଶାସ୍ତ୍ର: କିଛି ଲୋକ ଗଣେଶ ମୂର୍ତ୍ତିଙ୍କୁ ନିଜ ଘରକୁ ଆଣିଥା’ନ୍ତି କିମ୍ବା ସେମାନଙ୍କୁ ନିଜ ସମ୍ପର୍କୀୟଙ୍କୁ ଉପହାର ଦିଅନ୍ତି। ଘରେ ଶ୍ରୀ ଗଣେଶ ଜୀ ପ୍ରତିମା ଆଣିବା କିମ୍ବା ଉପହାର ଦେବା ପୂର୍ବରୁ ନିଶ୍ଚିତ ଭାବରେ ଏହି ବାସ୍ତୁ ଶାସ୍ତ୍ରୀ ନିୟମ ଜାଣନ୍ତୁ।

ଘରେ ଗଣେଶ ପ୍ରତିମା ରଖିବାର ନିୟମ:

ଶୟନ କକ୍ଷରେ ଶ୍ରୀ ଗଣେଶ ପ୍ରଭୁଙ୍କର ମୂର୍ତ୍ତି ରଖନ୍ତୁ ନାହିଁ: ବାସ୍ତୁ ଶାସ୍ତ୍ରୀଙ୍କ ନିୟମ ଅନୁଯାୟୀ ଭଗବାନ ଶ୍ରୀ ଗଣେଶଙ୍କର ପ୍ରତିମାକୁ ଶୋଇବା ଘରେ ରଖନ୍ତୁ ନାହିଁ। କୁହାଯାଏ ଯେ, ଭଗବାନ ଶ୍ରୀ ଗଣେଶ ପ୍ରତିମାଙ୍କୁ ଶୋଇବା ଘରେ ରଖିବା କିମ୍ବା ବାଥରୁମ କାନ୍ଥରେ ଟାଙ୍ଗିବା ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ସୃଷ୍ଟି କରିଥାଏ।

ଭଗବାନ ଶ୍ରୀ ଗଣେଶଙ୍କର ନୃତ୍ୟ ପ୍ରତିମା: ଭଗବାନ ଗଣେଶଙ୍କର ଏକ ନୃତ୍ୟ ପ୍ରତିମା କିଣିବା ଉଚିତ୍ ନୁହେଁ କିମ୍ବା ଏହାକୁ କାହାଠାରୁ ଉପହାର ସ୍ୱରୂପ ଦେବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ, ଏହା ଜୀବନରେ ମତଭେଦ ସୃଷ୍ଟି କରିପାରେ।

ଝିଅର ବିବାହରେ ଗଣେଶ ପ୍ରତିମା ଉପହାର ଦିଅନ୍ତୁ ନାହିଁ: ବିଶ୍ୱାସ କରାଯାଏ ଯେ, ଯଦି କେହି ତାଙ୍କ ଝିଅର ବିବାହରେ ଭଗବାନ ଶ୍ରୀ ଗଣେଶଙ୍କ ପ୍ରତିମାଙ୍କୁ ଉପହାର ଦିଅନ୍ତି, ତେବେ ମାତା ଲକ୍ଷ୍ମୀ ମଧ୍ୟ ଭଗବାନ ଗଣେଶଙ୍କ ସହିତ ଯାଆନ୍ତି। ଏପରି ପରିସ୍ଥିତିରେ ଝିଅର ବିବାହ ପରେ ଉଭୟ ସୁଖ ଏବଂ ଖ୍ୟାତି ଘରୁ ବାହାରିଯାଏ।

ଦକ୍ଷିଣ ମୁଖୀ ଗଣପତିଙ୍କ ପ୍ରତିମା କିଣନ୍ତୁ ନାହିଁ: ଭଗବାନ ଗଣେଶଙ୍କର ପ୍ରତିମା କିଣିବାବେଳେ ଏହାକୁ ମନେ ରଖିବାକୁ ହେବ ଯେ, ତାଙ୍କ ଶୁଣ୍ଢ ବାମ ଆଡକୁ ଅଛି କି ନାହିଁ। କାରଣ ଦକ୍ଷିଣ ମୁଖୀ ଗଣପତିଙ୍କ ପୂଜାରେ ବିଶେଷ ନିୟମ ପାଳନ କରିବାକୁ ପଡିବ।