Categories
ଆଜିର ଖବର ଜାତୀୟ ଖବର ଧର୍ମ

କାଶ୍ମୀରରେ ପାଳନ ହେଲା ଗଣେଶ ପୂଜା, ୧୯୮୯ ପରେ ପ୍ରଥମ ଥର ପାଇଁ ଝେଲମ ନଦୀରେ ହେଲା ମୂର୍ତ୍ତି ବିସର୍ଜନ

ଶ୍ରୀନଗର: ଗଣେଶ ଚତୁର୍ଥୀ ଉତ୍ସବ ମଙ୍ଗଳବାର ଦିନ କାଶ୍ମୀରରେ ମହାଧୂମଧାମରେ ପାଳନ କରାଯାଇଛି ଏବଂ ଉପତ୍ୟକାରେ ଆତଙ୍କବାଦ ବିସ୍ତାର ହେବା ପରେ ପ୍ରଥମ ଥର ପାଇଁ ପ୍ରଭୁଙ୍କ ମୂର୍ତ୍ତି ଝୋଲମ୍ ନଦୀରେ ବିସର୍ଜନ କରାଯାଇଛି। ସହରର ହବା କଦଲ ଅଞ୍ଚଳରେ ଅବସ୍ଥିତ ଗଣପତି ମନ୍ଦିରରେ ସବୁଠୁ ବଡ଼ ଉତ୍ସବ ଏବଂ ପୂଜା ଆୟୋଜିତ ହୋଇଥିଲା। କାଶ୍ମୀରୀ ପଣ୍ଡିତ ନେତା ସଞ୍ଜୟ ଟିକ୍କୁ କହିଛନ୍ତି ଯେ, ଭଗବାନ ଗଣେଶଙ୍କ ଜନ୍ମଦିନରେ ମନ୍ଦିରରେ ଯଜ୍ଞ ସହ ସ୍ୱତନ୍ତ୍ର ପୂଜା କରାଯାଇଥିଲା।

ଶ୍ରୀ ଟିକ୍କୁ କହିଛନ୍ତି ଯେ, “ଆଜି ବିନାୟକ ଚତୁର୍ଥୀ କାଶ୍ମୀରରେ ସେହିପରି ପାଳନ କରାଯାଇଥିଲା, ଯେପରି ମହାରାଷ୍ଟ୍ର ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଉଛି। ଏହି ଦିନ, ଆମେ ଏହି ସିଦ୍ଧବିନାୟକ ମନ୍ଦିରରେ ଏକ ଯଜ୍ଞ କରିଥିଲୁ, ଯାହା ପ୍ରାୟ ୧୨-୧୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।

ସ୍ଥାନୀୟ ଲୋକକହିଛନ୍ତି ଯେ, ଭଗବାନ ଗଣେଶଙ୍କ ପରିବେଶ ଅନୁକୂଳ ମୂର୍ତ୍ତି ସନ୍ଧ୍ୟାରେ ଝେଲମ୍ ନଦୀରେ ବିସର୍ଜନ କରା ଯାଇଥିଲେ। ୧୯୮୯ ରେ ଉପତ୍ୟକାରେ ଆତଙ୍କବାଦ ବିସ୍ତାର ପରେ ଏହା ପ୍ରଥମ ଥର ପାଇଁ କରାଯାଇଥିଲା।

ଏହି ପ୍ରତିମୂର୍ତ୍ତିକୁ ବିସର୍ଜନ ପାଇଁ ବହୁ ଭକ୍ତଙ୍କ ସହିତ ମହାଧୂମଧାମରେ ଶୋଭାଯାତ୍ରା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଗଣେଶ ପୂଜା ଅବସରରେ ଆଜି ସାରା ଦେଶ ଉତ୍ସବମୁଖର

ଭୁବନେଶ୍ବର: ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ। କେବଳ ଆମ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ଗଣେଶଙ୍କୁ ପୂଜା କରାଯାଏ।

ଜୈନ ଓ ବୌଦ୍ଧଧର୍ମରେ ମଧ୍ୟ ଗଣପତିଙ୍କୁ ସ୍ୱୀକାର କରାଯାଏ। ଏହା ୫ମ ଶତାବ୍ଦୀରୁ ଶେଷ ଭାଗରେ ଆରମ୍ଭ ହୋଇଥିବାର ଜଣାଯାଏ। ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହା ପାଳନ କରାଯାଏ। ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା। ଏହା ଏକ ସାର୍ବଜନୀନ ପୂଜା।

ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ ପାଳନ କରାଯାଉଛି। ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଅନ୍ୟନାମ ବିଘ୍ନେଶ । ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ।

ଆଜି ଗଣେଶ ପୂଜା ଅବସରରେ ସାରା ଦେଶ ଉତ୍ସବମୁଖର। ଆଜିର ଏହି ପବିତ୍ର ତିଥିରେ ସମସ୍ତଙ୍କୁ ଗଣେଶ ପୂଜାର ହାର୍ଦ୍ଧିକ ଅଭିନଦନ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଗୀତ ରିଲିଜ୍, ଗଣେଶ ପୂଜାରେ ମୁକ୍ତିଲାଭ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଡି. ଏନ୍. ରେଗାଲିଆ ମଲ୍ ଠାରେ ବହୁ ପ୍ରତିକ୍ଷୀତ ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଗୀତ ରିଲିଜ୍ ହୋଇଯାଇଛି। ସେଇ ଅବସରରେ ମଲ୍ ରେ ବହୁ ସିନେ ପ୍ରେମୀ ଉପସ୍ଥିତ ଥିଲେ। ତା ସହିତ ସିନେମା ର ନିର୍ଦ୍ଦେଶକ କେ ମୁରଲୀକ୍ରିଷ୍ଣା, ସହ- ପ୍ରଯୋଜକ ସଞ୍ଜୟ କୁମାର ପଟେଲ, ନାୟକ ସ୍ୱରାଜ, ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବଲିଉଡ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ନାଭ୍ୟା, ଅଭିନେତା ଡିସ୍କୋ ରେଡ୍ଡୀ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଏବଂ ଏସ ଏସ କେବୁଲ ର ମୁଖ୍ୟ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆର.ଜେ ଗୁଡ୍ଡୀ ଏବଂ କମେଡିଆନ ପୁଷ୍ପକ ଙ୍କ ଯୁଗଳବନ୍ଦୀ ରେ ଗୀତ ରିଲିଜ୍ ପର୍ବ ବେଶ ସୁନ୍ଦର ଭାବରେ ସଂଯୋଜନା ହୋଇଥିଲା।

ଅନେକ ବର୍ଷ ବ୍ୟବଧାନ ରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟ ର ଆକ୍ସନ ଫିଲ୍ମର ଟ୍ରେଲର ଆଗରୁ ଦେଖି ଯେତିକି ଉତ୍ସାହିତ ହେଇଥିଲେ ଦର୍ଶକ ଗୀତ ରିଲିଜ୍ ଉତ୍ସବ ରେ ମଧ୍ୟ ବେଶ ଉତ୍ସାହିତ ଥିଲେ। ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀ ରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକ ଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ। ତେବେ ଆଜି ଡି ଏନ୍ ରେଗାଲିଆ ମଲ୍ ରେ ପ୍ରଥା ଚଳଚ୍ଚିତ୍ର ର ଗୀତ ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ର ର ନିର୍ମାଣ ଶୈଳୀ କେତେ ଉଚ୍ଚ କୋଟିର ଉପସ୍ଥିତ ଦର୍ଶକ ମାନେ ନିଜ ନିଜ ବକ୍ତବ୍ୟ ରେ ବଖାଣି ଥିଲେ। ଶିଶୁ କଳାକାର ରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକ ଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା। ଓଲିଉଡ଼ ଅଭିନେତ୍ରୀ ଶୀତଲ ଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକ ଙ୍କୁ, ହେଲେ ମୁମ୍ବାଇ ର ଅଭିନେତ୍ରୀ ସିମ୍ରନ୍ କୌର ଙ୍କ ଉପରେ ଦର୍ଶକ ଙ୍କ ନଜର ଜୋର ଥିଲା। ନିର୍ଦ୍ଦେଶକ କେ ମୁରଳୀକ୍ରିଷ୍ଣା ଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲ ରେ ଗୁଣୁଗୁଣୁ ଶୁଭୁଥିଲା।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି। ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।
ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ।  ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି।

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି। ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକ ଙ୍କ ମନରେ ଉତ୍କଣ୍ଠା ରହିଛି। ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି

ଭୁବନେଶ୍ଵର: ବହୁ ପ୍ରତିକ୍ଷୀତ “ପ୍ରଥା” ର ଟ୍ରେଲର ଆଜି ବହୁ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ପ୍ରଦର୍ଶନ ହୋଇଯାଇଛି। ଅନେକ ବର୍ଷ ବ୍ୟବଧାନରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟର ଆକ୍ସନ ଫିଲ୍ମର ଟ୍ରେଲର ଦେଖି ଉପସ୍ଥିତ ସମସ୍ତ ଦର୍ଶକ ବେଶ ଉତ୍ସାହିତ ଥିଲେ।

ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ। ତେବେ ଆଜି ସିନେପଲିସ ପ୍ରେକ୍ଷାଳୟରେ ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ ଶୈଳୀ କେତେ ଉଚ୍ଚରେ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବଖାଣି ଥିଲେ।

ଶିଶୁ କଳାକାରରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା। ଓଲିଉଡ଼ ଅଭିନେତ୍ରୀ ଶୀତଲଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକଙ୍କୁ, ହେଲେ ମୁମ୍ବାଇର ଅଭିନେତ୍ରୀ ସିମ୍ରନ୍ କୌରଙ୍କ ଉପରେ ଦର୍ଶକଙ୍କ ନଜର ଜୋର ଥିଲା।

ନିର୍ଦ୍ଦେଶକ କେ ମୁରଳୀକ୍ରିଷ୍ଣାଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲରେ ଗୁଣୁଗୁଣୁ ଶୁଭୁଥିଲା।  ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନରେ ଅତିଥି ଭାବେ ବରିଷ୍ଠ ଅଭିନେତ୍ରୀ ତନ୍ଦ୍ରା ରାୟ, କୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି l ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।
ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ଅଗଷ୍ଟ ୨୧ ତାରିଖ ରେ ପ୍ରଥା ର ପ୍ରଥମ ଗ୍ଲିମ୍ପସେସ୍ ରିଲିଜ ହେଇଯାଇଛି ଏବଂ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି।

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି। ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକଙ୍କ ମନରେ ଉତ୍କଣ୍ଠା ରହିଛି। ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରେ ଶ୍ରୀଗଣେଶଙ୍କୁ ଆରତୀ କଲେ ପ୍ରଧାନମନ୍ତ୍ରୀ, ପତିଆରା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି ଥିଲା ଗଣେଶ ଚତୁର୍ଥୀ। ଏହି ଉପଲକ୍ଷେ ଚାରିଆଡେ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା। କିଏ ପେଣ୍ଡାଲରେ କିଏ ଘରେ ପ୍ରଭୃ ଗଣେଶଙ୍କୁ ଆବହନ କରିଥିଲେ। ହେଲେ ଏହି ଗଣେଶ ପୂଜାଟି ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ପାଇଁ ଥିଲା ସଂପୂର୍ଣ୍ଣ ସ୍ବତନ୍ତ୍ର। କାରଣ ତାଙ୍କ ଘର ଗଣେଶ ପୂଜାର ବିଶେଷ ଅତିଥୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗତକାଲି ଗଣେଷ ପୂଜା ଦିନ ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରକୁ ପ୍ରଧାନମନ୍ତ୍ରୀ ଯାଇ ଶ୍ରୀଗଣେଷଙ୍କୁ ଆରତୀ ପ୍ରଦାନ କରିଥିଲେ। ସେ ହିନ୍ଦୁ ଧର୍ମର ପାରଂପାରିକ ପୋଷାକ ପରିଧାନ କରିଥିଲେ। ଏକ ଧଳା ଧୋତି ସହ ହାଲକା କମଳା ରଂଗର ପଂଜାବୀ ପିନ୍ଧିଥିଲେ। ଏଥସହିତ ସେ କାନ୍ଧରେ ଏକ ଗାଢ କମଳା ରଂଗର ଉତ୍ତରୀୟ ପକାଇଥିଲେ।

ମୋଦୀ, ଗୋଏଲଙ୍କ ଘରକୁ ପ୍ରବେଶ ପୂର୍ବରୁ ତାଙ୍କ ଘର ଆଗରେ ଛିଡା ହୋଇଥିବା ଲୋକମାନଙ୍କୁ ସେ ଗଣେଶ ପୂଜା ଅଭିନନ୍ଦନ ଜଣାଇଥିଲେ। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମସର ରିପୋର୍ଟ ଅନୁସାରେ ସେଦିନ ପୀୟୁଶ ଗୋଏଲଙ୍କ ଘରେ ଅନ୍ୟତମ ଅତିଥୀ ଭାବେ ଯୋଗଦେଇଥିଲେ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି, ଶିଳ୍ପପତି ସୁନୀଲ ଭାରତୀ ମିତ୍ତଲ।

ତେବେ ଏହାକୁ ନେଇ ଜାତୀୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। କାରଣ ବର୍ତ୍ତମାନ ମୋଦୀ ସରକାରରେ ଅମିତ ସାହା ହେଉଛନ୍ତି ସବୁଠୁ ପାୱାରଫୁଲ। ସେହି ସ୍ତରରେ ରାଜନାଥ ସିଂ ଏବଂ ନୀତିନ ଗଡକରୀ ଯିବେ। ଏହା ପରେ ଯୁବମନ୍ତ୍ରୀଙ୍କ ଭିତରେ କିଏ ସେ ଅଧିକ ପାୱାର ଫୁଲ ସେ ନେଇ ଚାଲିଛି କସରତ।

ଏପରି ପରିସ୍ଥିତିରେ ପୀୟୁଶ ଗୋଏଲଙ୍କ ଘରେ ତାଙ୍କର ପାରିବାରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ  ଯୋଗ ଦେବା ତାଙ୍କର ପତିଆରାକୁ ପ୍ରତିପାଦନ କରିଛି। ଫଳରେ ବର୍ତ୍ତମାନ ଯୁବମନ୍ତ୍ରୀଙ୍କ ମଧ୍ୟରେ ପୀୟୁଶ ଗୋଏଲଙ୍କ ପତିଆରା ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏହାକୁ ନେଇ ଗତକାଲି ଦିନତମାମ ଦିଲ୍ଲୀ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଗଣେଶ ପୂଜା ଅବସରରେ ଆଜି ସାରା ଦେଶ ଉତ୍ସବମୁଖର

ଭୁବନେଶ୍ବର: ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ। କେବଳ ଆମ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ଗଣେଶଙ୍କୁ ପୂଜା କରାଯାଏ।

ଜୈନ ଓ ବୌଦ୍ଧଧର୍ମରେ ମଧ୍ୟ ଗଣପତିଙ୍କୁ ସ୍ୱୀକାର କରାଯାଏ। ଏହା ୫ମ ଶତାବ୍ଦୀରୁ ଶେଷ ଭାଗରେ ଆରମ୍ଭ ହୋଇଥିବାର ଜଣାଯାଏ। ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହା ପାଳନ କରାଯାଏ। ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା। ଏହା ଏକ ସାର୍ବଜନୀନ ପୂଜା।

ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ ପାଳନ କରାଯାଉଛି। ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଅନ୍ୟନାମ ବିଘ୍ନେଶ । ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ।

ଆଜି ଗଣେଶ ପୂଜା ଅବସରରେ ସାରା ଦେଶ ଉତ୍ସବମୁଖର। ଆଜିର ଏହି ପବିତ୍ର ତିଥିରେ ସମସ୍ତଙ୍କୁ ଗଣେଶ ପୂଜାର ହାର୍ଦ୍ଧିକ ଅଭିନଦନ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଗଣେଶ ଚତୁର୍ଥୀ କେବେ? ଜାଣନ୍ତୁ ଗଣେଶ ପୂଜାରେ କେଉଁ ଗ୍ରହ ହୁଅନ୍ତି ଶାନ୍ତ ହୋଇଛି

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ପର୍ବ ଦେଶରେ ବିଶେଷ ଭାବରେ ମହାରାଷ୍ଟ୍ରରେ ପାଳନ କରାଯାଏ। ଲୋକମାନେ ଏହି ପର୍ବକୁ ଗଣେଶଙ୍କ ଜନ୍ମୋତ୍ସବ ଭାବରେ ପାଳନ କରନ୍ତି। ଗଣେଶ ଚତୁର୍ଥୀ ପର୍ବ ପ୍ରତିବର୍ଷ ଭଦ୍ରବ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଥାଏ। ଯାହା ଚତୁର୍ଦ୍ଦଶୀ ଦିନ ଶେଷ ହୁଏ। ଏଥର ଗଣେଶ ଚତୁର୍ଥୀ ଅଗଷ୍ଟରେ ୩୧ ତାରିଖରେ ପାଳନ କରାଯିବ। ଏହି ୧୦ ଦିନ ମଧ୍ୟରେ ଭଗବାନ ଗଣେଶଙ୍କୁ ଉପଯୁକ୍ତ ଉପାସନା କରାଯାଏ। ଭଗବାନ ଗଣେଶଙ୍କ ପୂଜା କଲେ ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ। ଏହା ବ୍ୟତୀତ, ରାଶିଫଳର କେତେକ ଗ୍ରହ ମଧ୍ୟ ଶାନ୍ତ ହୋଇ ଶୁଭ ଫଳାଫଳ ପ୍ରଦାନ କରନ୍ତି।

ଗଣେଶ ପୂଜା ଦ୍ୱାରା ଏହି ଗ୍ରହମାନେ ଶାନ୍ତ ହୁଅନ୍ତି:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମୁଖ୍ଯତଃ ଦୁଇଟି ଗ୍ରହ ବୁଧ ଏବଂ କେତୁ ଗଣେଶ ପୂଜାରୁ ଶୁଭ ଫଳାଫଳ ପ୍ରଦାନ କରନ୍ତି। ସେଥିପାଇଁ ଗଣେଶ ଚତୁର୍ଥୀ ଉପରେ ଗଣେଶ ଜୀଙ୍କୁ ବିଧିବିଧାନ ଅନୁଯାୟୀ ପୂଜା କରାଯିବା ଉଚିତ୍। ଏହା ଦ୍ଵାରା ବୁଧ ଏବଂ କେତୁ ଗ୍ରହ ଶାନ୍ତ ହୁଅନ୍ତି।

ବୁଧ ଗ୍ରହ: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହ ଏକ ଶୁଭ ଗ୍ରହ ଭାବରେ ପରିଗଣିତ ହୁଏ। ମିଥୁନ ଏବଂ କନ୍ୟା ରାଶିର ସ୍ଵାମୀ ଗ୍ରହ। କନ୍ୟାକୁ ବୁଧର ଉଚ୍ଚ ରାଶି ଭାବରେ ବିବେଚନା କରାଯାଏ ଏବଂ ବୁଧର ନିମ୍ନ ରାଶି ଭାବରେ ମୀନ ରାଶିକୁ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବକ୍ତବ୍ୟ, ଶିକ୍ଷା, ଗଣିତ, ଲେଖା, ମନୋରଞ୍ଜନ, ଯୁକ୍ତି, ପ୍ରକାଶନ, ବ୍ୟବସାୟ, ବନ୍ଧୁ, ଗଳା, ନାକ ଇତ୍ୟାଦିର ଗ୍ରହ ବୋଲି ବିବେଚନା କରାଯାଏ। ରାଶିଫଳରେ ତାଙ୍କର ଶୁଭ ହେତୁ ବୁଦ୍ଧି, ବକ୍ତବ୍ୟ, ଶିକ୍ଷା, ଗଣିତ, ବ୍ୟବସାୟ ଇତ୍ୟାଦି କ୍ଷେତ୍ରରେ ବୃଦ୍ଧି ଘଟେ।

କେତୁ ଗ୍ରହ: ଜ୍ୟୋତିଷ ଶାସ୍ତ୍ରରେ, କେତୁକୁ ପାପ ଗ୍ରହ ବର୍ଗରେ ରଖାଯାଇଛି। ଏହାକୁ ଛାୟା ଗ୍ରହ ମଧ୍ୟ କୁହାଯାଏ। ତାଙ୍କୁ ତର୍କ, ବୁଦ୍ଧି, ଜ୍ଞାନ, ବିଚ୍ଛିନ୍ନତା, କଳ୍ପନା ଏବଂ ମାନସିକ ଗୁଣର କାରଣକାରୀ ଗ୍ରହ ଭାବରେ ବିବେଚନା କରାଯାଏ। କେତୁ ଗ୍ରହ ଲୋକଙ୍କୁ କାମ କରିବାକୁ ବାଧ୍ୟ କରିଥାଏ।

ଗଣେଶ ପୂଜାର ଉପକାର: ଭଗବାନ ଗଣେଶଙ୍କୁ ପୂଜା କରିବା ବୁଧ ଗ୍ରହ ସହ ଜଡିତ ସମସ୍ୟା ଦୂର କରିଥାଏ। ଏଥି ସହିତ, କେତୁଙ୍କ ଅଶୁଭ ଦୋଷ ମଧ୍ୟ ହଟିଥାଏ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଟ୍ରେଣ୍ଡ୍‌ସ ପକ୍ଷରୁ ଗଣେଶ ପୂଜା ସ୍ୱତନ୍ତ୍ର ଅଫର ଓ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ଘୋଷଣା

ଭୁବନେଶ୍ୱର: ଉତ୍ସବ ଋୁତୁ ପାଖେଇ ଆସିଥିବା ବେଳେ ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍‌ର ଟ୍ରେଣ୍ଡ୍‌ସ ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଗଣେଶ ପୂଜା ଉପଲକ୍ଷେ ସ୍ୱତନ୍ତ୍ର ଅଫର ଓ ଟ୍ରେଣ୍ଡସ୍ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ବିଷୟରେ ଘୋଷଣା କରାଯାଇଛି।

ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ସପିଙ୍ଗ୍ ଉପରେ ଉନ୍ନତ ଅନୁଭୂତି ଦେବା ଲାଗି ସ୍ୱତନ୍ତ୍ର ଅଫର ଅଧିନରେ ଗ୍ରାହକମାନେ ୩୪୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ କଲେ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ଓ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ପାଇପାରିବେ।

ଏହି ସ୍ୱତନ୍ତ୍ର ଅଫର ସହିତ ଟ୍ରେଣ୍ଡ୍‌ସ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ମଧ୍ୟ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ପ୍ରଭୁ ଗଣେଶଙ୍କ ଏକ ଛବି ଅଙ୍କନ କରି ତାହାକୁ ଆମ ସହିତ ସେୟାର କରିପାରିବେ କିମ୍ବା ପ୍ରଭୁ ଗଣେଶଙ୍କ ସହ ସେଲ୍‌ଫି ନେଇ ତାହା ଆମ ପାଖକୁ ପଠାଇପାରିବେ। ଗ୍ରାହକମାନେ ୮୯୦୮୦୨୦୧୦୪ ହ୍ୱାଟସ୍‌ଆପ୍ ନମ୍ବର ଜରିଆରେ ମଧ୍ୟ ସେମାନଙ୍କ ଏଂଟ୍ରି ପଠାଇପାରିବେ କିମ୍ବା www.trendsswagatamshriganesha.comରେ ସେମାନଙ୍କ ଅଙ୍କିତ ଛବି କିମ୍ବା ସେଲ୍‌ଫିକୁ ଅପ୍‌ଲୋଡ କରିପାରିବେ଼ ଏବଂ ଅଧିକ ବିବରଣୀ ମଧ୍ୟ ପାଇପାରିବେ। ଗ୍ରାହକମାନେ ଅଙ୍କନ କରିଥିବା ଗଣେଶଙ୍କ ଛବି କିମ୍ବା ସେଲ୍‌ଫିକୁ ନିଜ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଂଟ୍‌ରେ #trendsswagatamshriganesha ରେ ଟ୍ୟାଗ୍ କରି ପୋଷ୍ଟ କରିପାରିବେ।

ଟ୍ରେଣ୍ଡ୍‌ସ ଭାରତରେ ବାସ୍ତବରେ ଫ୍ୟାସନକୁ ସବୁ ଲୋକଙ୍କ ପାଖରେ ପହଂଚାଇ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟିୟର୧ ଓ ୨ ସହର ଓ ତା’ଠାରୁ ଆଗକୁ ବଢ଼ି ଭାରତର ଗ୍ରାହକମାନଙ୍କ ପଖରେ ପହଂଚିଛି ଓ ନିଜକୁୁ ଭାରତର ପସନ୍ଦର ସପିଙ୍ଗ ସ୍ଥଳରେ ପରିଣତ କରିଛି।

ଟ୍ରେଣ୍ଡ୍‌ସ ଷ୍ଟୋର ଦେଖିବାକୁ ବେଶ ଆଧୁନିକ ଓ ଆକର୍ଷଣୀୟ ଓ ଗୁଣାତ୍ମକ ମାନର ଫ୍ୟାସନ ସାମଗ୍ରୀ ସେଥିରେ ରହିଛି ଯାହା ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ଲାଗି ବେଶ ପ୍ରାସଙ୍ଗିକ ଓ ତାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି।

ଗ୍ରାହକମାନେ ଟ୍ରେଣ୍ଡ୍‌ସ ଷ୍ଟୋର୍‌ରେ ଟ୍ରେଣ୍ଡି ଓମେନ୍‌ସ ଓୟାର, ମେନ୍‌ସ ଓୟାର, କିଡ୍‌ସ ଓୟାର ଓ ଫ୍ୟାସନ୍ ଆସୋସୋରିଜ୍ ଆଦି ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଗଣେଶ ପୂଜା ପାଇଁ ନୂତନ କରୋନା ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଗଣେଶ ପୂଜା ପାଳନ କରାଯିବ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ମଧ୍ୟ ପୂଜା ପାଇଁ କଟକଣା ଲାଗିଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଆବଶ୍ୟକ।

ମଣ୍ଡପରେ ପୂଜା ପାଳନ ବେଳେ ତିନି ପାର୍ଶ୍ଵ ବନ୍ଦ ରହିବ। ଚତୁର୍ଥ ପାର୍ଶ୍ଵକୁ ଆବରଣ କରାଯିବ। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ରହିବ ନାହିଁ। ପୂଜା ସମୟରେ ପୂଜକଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଅନୁମତି ମିଳିବ। କେବଳ ଦ୍ଵିତୀୟ ଡୋଜ ଟୀକା ଦେଇଥିବା ଲୋକଙ୍କୁ ଅନୁମତି ମିଳିବ। ପୂଜା ସମୟରେ ଉପସ୍ଥିତ ତ୍ବା ଲୋକଙ୍କୁ କରୋନା ନିୟମ ମାନିବା ବାଧ୍ୟତାମୂଳକ।

ସେହିଭଳି ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣ ପିଲାଙ୍କୁ ନେଇ ପୂଜା ଆୟୋଜନ କରାଯିବ। ପୂଜା ସମୟରେ କୌଣସି ପ୍ରକାର ପ୍ରାସାଦ ସେବନ ପାଇଁ ଅନୁମତି ନାହିଁ।

ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ନାହିଁ। କୁତ୍ରିମ ପୁଷ୍କରଣୀରେ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯିବ। ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ସାର୍ବଜନୀନ ସ୍ଥାନରେ ହେବ ନାହିଁ ଗଣେଶ ପୂଜା : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା : ସାର୍ବଜନନୀ ସ୍ଥାନରେ ଗଣେଶ ପୂଜା ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଏନେଇ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଥିବାବେଳେ ଏନେଇ ପ୍ରଶାସନ କଟକଣାକୁ ଅଧିକ କଡାକଡି କରୁଛନ୍ତି ।

ସେହିପରି ଟ୍ବିନ୍ ସିଟିରେ ଗଣେଶପୂଜା ଉପରେ କଟକଣା ଜାରି କରାଯାଇଛି।ଅପରପକ୍ଷରେ ଗଣେଶ ପୂଜାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ,  ପୂଜା ସମ୍ପର୍କରେ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବେ । ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ପ୍ରଶାସନ ଅଧିକାରୀ ଏନେଇ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସୂଚନା ଦେଇଛନ୍ତି ।  ଟୁଇନ୍‌ ସିଟିରେ କରୋନା ମାମଲା ବୃଦ୍ଧି ହୋଇଥିବା ଦେଖି ଗଣେଶ ପୂଜା ଉପରେ କଟକଣା ଲଗାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଗଣେଶ ପୂଜା ବନ୍ଦ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାରେ ଚଳିତ ଥର ଗଣେଶ ପୂଜା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି । ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍‌ ଯାଞ୍ଚ କରାଯିବ । ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବନି ବୋଲି ସୂଚନା ଦେଇଛନ୍ତି । କୋଭିଡ୍‌ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ । ଦରକାର ପଡିଲେ ସଟ୍‌ଡାଉନ୍‌ ପରି କଠୋର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗଣେଶ ଉତ୍ସବ ଅନୁଷ୍ଠିତ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଜାରି କରିଛନ୍ତି । ଗଣେଶ ପୂଜା ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟକରି ସୂଚନା ଦେଲେ ଗଂଜାମ ଜିଲ୍ଳପାଳ ବିଜୟ ଅମୃତା କୁଲାଙ୍ଗେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କୁ ଏନେଇ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଏବର୍ଷ ତାଳଚେରରେ ହେବ ନାହିଁ ପ୍ରସିଦ୍ଧ ଗଣେଶ ପୂଜା

ତାଳଚେର : କରୋନା ପାଇଁ ସବୁ ପୂଜା ପର୍ବାଣୀ ଉପରେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ କିନ୍ତୁ ରୋକ୍ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି ।

ଚଳିତ ବର୍ଷ ତାଳଚେରରେ କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ଗତକାଲି କମିସନ୍‌ରେଟ ପୁଲିସ ଟୁଇନ୍‌ ସିଟିରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । କୌଣସି ମଣ୍ଡପରେ ଚଳିତ ଥର ଗଣେଶ ପୂଜା ହୋଇପାରିବନି ବୋଲି ନିର୍ଦ୍ଦେଶ ରହିଛି ।