Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନିର୍ମାଣ ଶ୍ରମିକ ପଞ୍ଜିକରଣ ଶିବିର ଆୟୋଜିତ, ୪୦ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ ପରିଚୟ ପତ୍ର ପ୍ରଦାନ

ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ସୁନ୍ଦରପଦାର କୁଚିଲାପୁଟସ୍ଥିତ ଟାଟା-ୱାଟ୍‌କୋ ପ୍ରୋଜେକଫ ପରିସରରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଶିବିର ଆଜି ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛିି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ୪୦ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଯେ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟସ୍ଥଳୀରେ ପଞ୍ଜିକରଣ ପ୍ରକ୍ରିୟା ଏକ ଯୁଗାନ୍ତକାରୀ ପଦକ୍ଷେପ । ଆମ ରାଜ୍ୟ ତଥା ଦେଶର ପ୍ରଗତିରେ ଶ୍ରମିକମାନେ ନିରବଚ୍ଛିିନ୍ନ ଭାବେ ଗୁରୁିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି ।

ରାଜ୍ୟ ସରକାର ଶ୍ରମିକମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ଉପରେ ଗୁରୁିତ୍ୱ ପ୍ରଦାନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପ ସଂସ୍ଥା ତଥା ବାଣିଜ୍ୟ ପ୍ରତିଷ୍ଠାନର କାର୍ଯ୍ୟରତ ଶ୍ରମିକ ଏବଂ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଓଡିିଶା ଅଣସଂଗଠିତ ଶ୍ରମିକ ସାମାଜିକ ବୋର୍ଡ ମାଧ୍ୟମରେ ଯୋଗ୍ୟ ଅଣସଂଗଠିତ ଶ୍ରମିକମାନଙ୍କର ପଞ୍ଜୀକରଣ ତଥା ସହାୟତା ପାଇଁ ଏକ ଅନଲାଇନ ପୋର୍ଟାଲ, ବିଭାଗର ପରିଶ୍ରମ ପୋର୍ଟାଲରେ ଅନଲାଇନ ସେବା ଏବଂ ଓଡିିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ଅନଲାଇନ ସେସ ଆଦାୟ ମଡ୍ୟìଲ ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା କି ଶ୍ରମିକମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ଓ ସେବା ସହଜରେ ଉପଲବ୍ଧ ହୋଇପାରିବ।

ଏଥି ସହିତ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଅଣସଂଗଠିତ ଶ୍ରମିକଙ୍କ ସହାୟତା ପାଇଁ ଚିକିତ୍ସା ସହାୟତା ଯୋଗାଇ ଦେବାଠାରୁ ଆରମ୍ଭ କରି ଦୁର୍ଘଟଣାଜନିତ ଅକ୍ଷମତା ପାଇଁ ସହାୟତା ଏବଂ ମୃତୁ୍ୟକାଳୀନ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡକୁ ବାର୍ଷିକ ଅଂଶଦାନକାରୀ କର୍ମଚାରୀଙ୍କର ପିଲାମାନେ ନିର୍ଦ୍ଧାରିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ, ସେମାନଙ୍କୁ ମେଧାବୀ ଛାତ୍ରବୃତ୍ତି ବାବଦରେ ଏକ ଲକ୍ଷ ଟଙ୍କା ବୃତ୍ତି ପ୍ରଦାନର ବ୍ୟବସ୍ଥା ମଧ୍ୟ ରାଜ୍ୟ ସରକାର କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂଖଣ୍ଟିଆ ମତବ୍ୟକ୍ତ କରିଛନ୍ତି ।

ଓଡିିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ଆଇନଗତ ଅଧିକାରର ସୁରକ୍ଷା ନିମନ୍ତେ ଆଦାୟ କରାଯାଉଥିବା ସେସ ସେମାନଙ୍କର ସହାୟତା ପାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି ଅନଲାଇନ ପୋର୍ଟାଲ ଦ୍ୱାରା ଜନ ସେବା କେନ୍ଦ୍ରରେ ଶ୍ରମିକ ଭାଇ ଓ ଭଉଣୀମାନେ ସେମାନଙ୍କର ପଞ୍ଜୀକରଣ ଓ ବିଭିନ୍ନ ସହାୟତା ଯଥା: ଶିକ୍ଷାବୃତ୍ତିି ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁୁ କାଳୀନ ସହାୟତା ଏବଂ ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ସହାୟତା ଏବଂ କାର୍ଯ୍ୟ କ୍ଷେତ୍ରରେ ଦୁର୍ଘଟଣାଜନିତ ମୃତ୍ୟୁୁକାଳୀନ ସହାୟତା ନିମନ୍ତେ ଆବେଦନ କରିପାରିବେ ।

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଉପଲବ୍ଧ ଥିବା ସମସ୍ତ ସେବାଗୁଡ଼ିକର ଲାଭ ପାଇବା ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ www.nirmanshramik.odisha.gov.in ପୋର୍ଟାଲରେ ସିଧାସଳଖ ଲଗ୍‌ ଇନ୍‌ କରି ଦରଖାସ୍ତ କରିପାରିବେ ଏବଂ ଉକ୍ତ ସେବା ଥିବା ସମସ୍ତ ‘ଜନସେବା କେନ୍ଦ୍ର’ମାନଙ୍କରେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଉଲ୍ଲେଖ କରିଥିଲେ ।

ପ୍ରକୃତ ନିର୍ମାଣ ଶ୍ରମିକମାନଙ୍କୁ ଚିହ୍ନଟ କରି ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜିକୃତ କରି ସେଠାରେ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଓଡିଶାର ସମସ୍ତ ଜିଲ୍ଲା ଶ୍ରମ ଅଧିକାରୀ ମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରକାର ସହାୟତା ରାଶି ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାକୁ ତ୍ୱରାନ୍ୱିିତ କରିବା ନିମନ୍ତେ ମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍‌, ଶ୍ରମ ଆୟୁକ୍ତ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ନିଜର ବକ୍ତବ୍ୟ ରଖିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଏକ ଗଛରେ କାହିଁକି ରାକ୍ଷୀ ବାନ୍ଧିଲେ ଜଙ୍ଗଲମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ

ଭୁବନେଶ୍ୱର: ମାନବ ସମାଜର ସୁରକ୍ଷା ପାଇଁ ପରିବେଶର ସୁରକ୍ଷା ନିତାନ୍ତ ଆବଶ୍ୟକ ଓ ପରିବେଶର ସନ୍ତୁଳନ ରକ୍ଷା କରିବା ନିମନ୍ତେ ବୃକ୍ଷରାଜି ଏବଂ ଜଙ୍ଗଲର ସୁରକ୍ଷା ଜରୁରୀ। ବୃକ୍ଷର ସୁରକ୍ଷା ନିମନ୍ତେ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହେବା ଜରୁରୀ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆହ୍ୱାନ ଦେଇଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ନଗର ବନଖଣ୍ଡ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜି ଆନନ୍ଦ ବନ ପରିସରରେ ଆୟୋଜିତ ରକ୍ଷା ବନ୍ଧନ-୨୦୨୪ ଅବସରରେ ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଙ୍କ ଦ୍ୱାରା ଏକ ନିଆରା କାର୍ଯ୍ୟକ୍ରମ-‘ଗଛ ପାଇଁ ରାକ୍ଷୀଟିଏ’ ଉଦ୍‌ଘାଟିତ ହୋଇଯାଇଛି।

ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ବୃକ୍ଷ ଓ ମଣିଷର ସମ୍ପର୍କ ବହୁ ପୁରାତନ ଓ ନିବିଡ । ପ୍ରଦୂଷଣରୁ ସୁରକ୍ଷା ଦେଉଥିବା ବୃକ୍ଷରେ ଆଜି ଆମେ ରାକ୍ଷୀ ବାନ୍ଧିଛେ। ବୃକ୍ଷ ଯେପରି ଆମକୁ ଆଜୀବନ ସୁରକ୍ଷା ପ୍ରଦାନ କରୁଛି, ଠିକ୍‌ ସେମିତି ଆମେ ସମସ୍ତେ ମଧ୍ୟ ଜଙ୍ଗଲ ଏବଂ ବୃକ୍ଷର ସୁରକ୍ଷା ପାଇଁ ଆଜୀବନ ସଙ୍କଳ୍ପବଦ୍ଧ ହେବା ଉଚିତ। ତେଣୁ ମାନବ ସମାଜ ଓ ପରିବେଶର ସୁରକ୍ଷା ନିମନ୍ତେ ଆମକୁ ଜଣେ ଦାୟିତ୍ୱବାନ ଭାଇର ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି।

ବୃକ୍ଷଲତା ମାନବ ସମାଜର ପରମ ମିତ୍ର। ପ୍ରାଗୈତିହାସିକ ଯୁଗରୁ ମନୁଷ୍ୟ ବୃକ୍ଷଲତା ଉପରେ ନିର୍ଭର କରିଆସୁଛି। ସଭ୍ୟତା ଓ ସଂସ୍କୃତିର ବିକାଶ ନିମିତ୍ତ ବୃକ୍ଷଲତାର ଦାନ ଅତୁଳନୀୟ। ବନଭୂମିରୁ ହିଁ ସଭ୍ୟତାର ପ୍ରଥମ ସୂର୍ଯେ୍ୟାଦୟ ହୋଇଥିଲା। କିନ୍ତୁ କାଳକ୍ରମେ ଯାନ୍ତ୍ରିକ ସଭ୍ୟତାର କୁଚକ୍ର ତଳେ ପେଷି ହୋଇଗଲା ସେହି ନୈସର୍ଗିକ ବନଭୂମି।

ବନଧ୍ୱଂସର କୁପରିଣାମ ପଡ଼ିଲା ମାନବ ସମାଜ ଉପରେ। ଏହାର ପ୍ରଭାବରେ ବିଶ୍ୱ ପରିବେଶ କଳୁଷିତ ହେବାରେ ଲାଗିଲା। ସଂପ୍ରତି କେବଳ ଆମ ରାଜ୍ୟରୁ ୩୧୧ ମେଟି୍ରକ୍‌ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି। ଏହି ଅଙ୍ଗାରକାମ୍ଳ ନିର୍ଗମନ ଯୋଗୁଁ ସୃଷ୍ଟି ହେଉଥିବା ଅସନ୍ତୁଳନକୁ ପ୍ରତିହତ କରିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ ଓ ବୃକ୍ଷରାଜିର ସୁରକ୍ଷା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି।

ଭାରତୀୟ ଚେତନାରେ ବୃକ୍ଷକୁ ଦେବତା ରୂପେ ମାନ୍ୟତା ଦିଆଯାଇଛି। ସୁତରାଂ ଆଜିର ଉତ୍ସବ ହେଉଛି ଆମ ସଂସ୍କୃତିରେ କାହିଁ କେଉଁ ଅନାଦିକାଳରୁ ବୃକ୍ଷ ପ୍ରତି ଥିବା ଆମର ଶ୍ରଦ୍ଧାକୁ ମନେ ପକାଇବାର ଅବକାଶ। ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ଆମେ ସମସ୍ତେ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇ ଅଧିକରୁ ଅଧିକ ଚାରାରୋପଣ କରିବା ସହ ବୃକ୍ଷରାଜିକୁ ସୁରକ୍ଷା ଦେବା ଏବଂ ଆମ ରାଜ୍ୟକୁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବା ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମତବ୍ୟକ୍ତ କରିଥିଲେ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚାଧିକାରୀମାନେ ବୃକ୍ଷରାଜିରେ ରାକ୍ଷୀ ବାନ୍ଧିଥିଲେ ଓ ଆନନ୍ଦ ବନ ଏବଂ ଓଡିଶାର ଜୈବ ବିବିଧତା ଉପରେ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରାମାଣିକ ବୃତ୍ତଚିତ୍ର ଦେଖିଥିଲେ।