Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୂରଦୃଷ୍ଟି ସମ୍ପନ୍ନ ଚକ୍ଷୁ ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଦୂରଦୃଷ୍ଟି ସମ୍ପନ୍ନ ଚକ୍ଷୁ ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଦୂରଦୃଷ୍ଟିସମ୍ପନ୍ନ, ଚକ୍ଷୁ ଚିକିତ୍ସା ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ଚକ୍ଷୁ ଯତ୍ନ ପାଇଁ ତାଙ୍କ ଅବଦାନ ଏବଂ ସମାଜ ପ୍ରତି ତାଙ୍କ ନିରନ୍ତର ସେବା ଏକ ଅଭୁଲା ସ୍ମୃତି ଛାଡ଼ିଛି। ତାଙ୍କ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇବ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା। ଓମ୍ ଶାନ୍ତି।’

Categories
ଆଜିର ଖବର ରାଜ୍ୟ ଖବର

ସଂଗ୍ରାମୀ ମକର ଚରଣ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାରେ ହେବ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ। ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ ଭାବରେ ସେ ସାମାଜିକ ବିକାଶରେ ମଧ୍ୟ ମହତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି। ତାଙ୍କର ତ୍ୟାଗପୂତ ସରଳ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି।

ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟମର୍ଯ୍ୟଦା ସହ ସମ୍ପର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।