Categories
ଆଜିର ଖବର ଜାତୀୟ ଖବର ସିନେମା

ପ୍ରଖ୍ୟାତ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ସେ ଟ୍ୱିଟ୍ କରି ଲେଖିଛନ୍ତି, କିମ୍ବଦନ୍ତୀ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଜୀଙ୍କ ବିୟୋଗ ଖବର ଶୁଣି ଦୁଃଖିତ। ସେ ସିନେମାର ଜଣେ ପ୍ରକୃତ ଆଇକନ୍ ଭାବେ ପରିଚିତ ଅନେକ ଚଳଚ୍ଚିତ୍ରରେ ନିଜର ବହୁମୁଖୀ ଅଭିନୟ କରି ରୂପେଲି ପରଦାକୁ ଆସିଥିଲେ। ତାଙ୍କର ବିବିଧ ଭୂମିକା ଏବଂ ଉଲ୍ଲେଖନୀୟ ପ୍ରତିଭା ସର୍ବଦା ସ୍ମରଣୀୟ ଏବଂ ପ୍ରଶଂସିତ ହେବ। ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ରହିଛି। ଓମ୍ ଶାନ୍ତି।

Categories
ବିଶେଷ ଖବର

ସୋରୋ ବସ୍ ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର: ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍  ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ ବସ୍ ଟି ଉଦଳାରୁ ଭୁବନେଶ୍ୱର ଆସୁଥିବା ବେଳେ ସୋରୋ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।