Categories
ଆଜିର ଖବର ଜାତୀୟ ଖବର ସିନେମା

ରିଚା ଚଡ୍ଡାଙ୍କ ବିଷୟରେ ପରେଶ ରାୱଲଙ୍କ ଟ୍ୱିଟ ଭାଇରାଲ: ଭାରତୀୟ ସେନାକୁ ନେଇ କହିଲେ ଏହି ବଡ କଥା

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ଦ୍ୱାରା ଗଲଭନ୍ ମାମଲାରେ ବିବାଦୀୟ ଟ୍ୱିଟ୍ ହେବା ପରେ ମାହୋଲ ଗରମ ରହିଛି। ରିଚା ଚଡ୍ଡାଙ୍କୁ ସବୁ ସ୍ଥାନରେ ସମାଲୋଚନା କରାଯାଉଛି ଏବଂ ସମସ୍ତ ଚଳଚ୍ଚିତ୍ର ତାରକା ଅଭିନେତ୍ରୀଙ୍କ ବିବୃତ୍ତିକୁ ଦୃଢ ନିନ୍ଦା କରି ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏଭଳି ପରିସ୍ଥିତିରେ ରିଚା ଚଡ୍ଡାଙ୍କ ଗଲଭାନ ମାମଲାରେ ବିବାଦୀୟ ଟ୍ୱିଟ ମଧ୍ୟରେ ହିନ୍ଦୀ ସିନେମା ଅଭିନେତା ପରେଶ ରାୱଲଙ୍କ ଟ୍ୱିଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଟ୍ୱିଟରେ ପରେଶ ଭାରତୀୟ ସେନା ବିଷୟରେ କହୁଛନ୍ତି।

ସୋସିଆଲ ମିଡିଆରେ ରିଚା ଚଡ୍ଡା ଭାରତୀୟ ସେନାର ଶହୀଦମାନଙ୍କ ବଳିଦାନକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ପରେଶ ରାୱଲ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଇଣ୍ଡିଆନ ଆର୍ମି ସମ୍ପର୍କରେ ଏକ ଟ୍ୱିଟ କରିଛନ୍ତି। ଏହି ଟୁଇଟରେ ପରେଶ ରାୱଲ ଲେଖିଛନ୍ତି ଯେ, ‘ଭାରତୀୟ ସଶସ୍ତ୍ର ବାହିନୀ, ଯଦି ଆପଣ ଅଛନ୍ତି, ତେବେ ଆମେ ଅଛୁ’। ଏହି ଟ୍ୱିଟ୍ ମାଧ୍ୟମରେ ପରେଶ ରାୱଲ ଭାରତୀୟ ସେନାକୁ ପ୍ରଶଂସା କରୁଛନ୍ତି। ଏହା କୁହାଯାଇପାରେ ଯେ, କେବଳ କିଛି ଅଙ୍ଗଭଙ୍ଗୀରେ ପରେଶ ରାୱଲ ତାଙ୍କ ନାମ ନ ନେଇ ରିଚା ଚଡ୍ଡାଙ୍କୁ ଦେଶପ୍ରେମର ଶିକ୍ଷା ଦେଇଛନ୍ତି।

ପର୍ଶ ରାୱଲଙ୍କ ପୂର୍ବରୁ ରିଚା ପ୍ରସଙ୍ଗରେ ଅକ୍ଷୟ କୁମାର, କେ.କେ ମେନନ୍ ଏବଂ ଅନୁପମ ଖେରଙ୍କ ଭଳି ସୁପରଷ୍ଟାରମାନେ ଭାରତୀୟ ସେନାର ଗୁରୁତ୍ୱ ତଥା ଦେଶର ସୁରକ୍ଷା କ୍ଷେତ୍ରରେ ଏହାର ମହତ୍ତ୍ଵପୂର୍ଣ୍ଣ ଅବଦାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ, ପରେଶ ରାୱଲ ଭାରତୀୟ ସେନା ପାଇଁ କିଛି କହିଛନ୍ତି, ଏହାପୂର୍ବରୁ ମଧ୍ୟ ପରେଶ ଅନେକ ଥର ଭାରତୀୟ ସେନା ପ୍ରତି ସମ୍ମାନ ଜଣାଇଛନ୍ତି।