Categories
ଆଜିର ଖବର ରାଜ୍ୟ ଖବର

ମାଲବାହୀ ଟ୍ରେନ ଧକ୍କାରେ, ୮ ଗାଈ ମୃତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନ ନିକଟ କେରାଣ୍ଡି ବ୍ରିଜ ଠାରେ ରବିବାର ଦିନ ସନ୍ଧ୍ୟା ସମୟରେ ମାଲବାହୀ ଟ୍ରେନ ଧକ୍କା ହେବା ଫଳରେ ୮ଟି ଗାଈ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ରେଳ ଷ୍ଟେସନ ନିକଟ କେରାଣ୍ଡି ବ୍ରିଜ ଠାରେ ରବିବାର ସନ୍ଧ୍ୟା ସମୟରେ ଗାଈ ପଲ ରେଳ ଧାରଣା ପାର ହେଉଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ ଆସି ଯାଇଥିଲା। ରେଳ ଧାରଣା ଉପରେ ଗାଈ ମାନଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗାଈ ଗୁଡ଼ିକ ଛିଟିକି ପଡିଥିଲେ। ଛିଟିକି ପଡ଼ି ଗାଈ ମାନେ ମୃତ୍ୟୁବରଣ କରିଥିଲେ।

ଏପରିକି ଜାତୀୟ ରାଜପଥ ଉପରେ ଗାଈମାନେ ମେଳି ବାନ୍ଧି ରାସ୍ତା ଅବରୋଧ କରି ରହିଥିବା ଦେଖିବାକୁ ମିଳୁଛି, ସେଥିପାଇଁ ରେଢ଼ାଖୋଲ ସହରରେ ବାରମ୍ବାର ଦୁର୍ଘଟଣା ଘଟି ଗୋରୁ ଗାଈ ମାନଙ୍କ ମୃତ୍ୟୁ ହେଉଛି। ବର୍ତ୍ତମାନ ଧାନ ଚାଷ ସମୟରେ ମାଲିକ ମାନେ ଗାଈଗୋରୁଙ୍କୁ ଏମିତି ବୁଲା ଛାଡୁଥିବାରୁ ଏପରି ଅଘଟଣ ଘଟୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜରେସିଙ୍ଗା ଗ୍ରାମରେ ଅଘଟଣ: ବଜ୍ରପାତରେ ୨୬ ଗାଈ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ କିସିଣ୍ଡା ଥାନା ଜରେସିଙ୍ଗା ଗ୍ରାମରେ ବଜ୍ରପାତରେ ୨୬ ପଟ ଗାଈ, ବଳଦ ଓ ବାଛୁରୀ ମୃତ୍ୟୁ ବରଣ କରିଥିବା ଖବର ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ପାଣିମୋରା ପଂଚାୟତର ଜରାସିଙ୍ଗା ଗ୍ରାମରେ ଅପରାହ୍ନ ୧.୩୦ରେ ବଜ୍ରପାତ ହୋଇଥିଲା। ଗ୍ରାମର ଗାଈ ଗୋଠରେ ୨୬ ପଟ ଗାଈ ,ବଳଦ ଓ ବାଛୁରୀ ଥିବା ବେଳେ ବଜ୍ରପାତ ହୋଇଥିଲା। ବଜ୍ର ପାତରେ୨୬ ପଟ ମୃତ୍ୟୁବରଣ କରିଥିଲେ।

ଗ୍ରାମର ଗଦାଧର ନାଏକଙ୍କ ୨ ପଟ ଗାଈ, ୩ ବାଛୁରୀ ଓ ୨ ବଳଦ , ମହେନ୍ଦ୍ର ମଲ୍ଲିକଙ୍କ ୩ ପଟ ବଳଦ, ୨ ପଟ ଗାଈ, ୨ ପଟ ବାଛୁରୀ, ଗୟା ଦେହୁରୀଙ୍କ ୧ ପଟ ବଳଦ, ୧ ପଟ ଗାଈ, ୧ ପଟ ବାଛୁରୀ ସନ୍ତୋଷ ନାଏକ ଙ୍କ ୩ ପଟ ବଳଦ, ୩ ପଟ ଗାଈ ଓ ୩ ପଟ ବାଛୁରୀ ବଜ୍ର ପାତର ମୃତ୍ୟୁ ବରଣ କରିଥିବା ଜଣା ପଡିଛି। କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି।