Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ : 15 ଆହତ

ଅନୁଗୁଳ: ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍‌ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 15ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ 15ଜଣ ଶ୍ରମିକ ଆହତ ହୋଇଥିଲେ। 4ଆହତ ଶ୍ରମିକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ  11 ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ କେନ୍ଦୁଝର ପୁରୁଣାକୋଟକୁ ପଠାଇଛନ୍ତି।

ସୂଚନା ଅନୁସାରେ, ଏହି ଶ୍ରମିକମାନେ ଆନ୍ଧ୍ର ପ୍ରଦେଶ ପଲାସାରେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ପାଇଁ ସେଠାରେ ଫସି ରହିଥିଲେ। ଗତକାଲି କୌଣସି ପ୍ରକାରରେ ଏହି ଶ୍ରମିକମାନେ ବୌଦ୍ଧରେ ପହଞ୍ଚିଥିଲେ। ଏହାପରେ ବୌଦ୍ଧରୁ ଏକ ଭ୍ୟାନ୍‌ ଭଡ଼ା କରି କେନ୍ଦୁଝର ଅଭିମୁଖେ ଯାତ୍ରା କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।