Categories
ଆଜିର ଖବର ଜାତୀୟ ଖବର

“ଏକାଠି ଏକ ତାରିଖ ଏକ ଘଣ୍ଟା” ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୯ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଫଳରେ ସ୍ୱଚ୍ଛତା ଏକ ଜାତୀୟ ଆଚରଣରେ ପରିଣତ ହେଲା ଏବଂ ସ୍ୱଚ୍ଛ ଭାରତ ମିଶନ ଘରେ ଘରେ ପରିଚିତ ହେଲା।

ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିଆରା ଆହ୍ୱାନ ଦେଇଛନ୍ତି। ‘ମନ୍ କି ବାତ୍’ର ୧୦୫ତମ ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଯେ ଅକ୍ଟୋବର ୧ ତାରିଖ ସକାଳ ୧୦ଟାରେ ସମସ୍ତ ନାଗରିକ ମିଳିତ ଭାବେ ବାପୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପାଇଁ ‘ସ୍ୱଚ୍ଛାଞ୍ଜଳି’ ଭାବେ ପାଳନ କରିବେ। ସ୍ୱଚ୍ଛତା ହିଁ ସେବା ଅଭିଯାନ ସମ୍ପର୍କରେ ସେ କହିଛନ୍ତି, ଅକ୍ଟୋବର ପହିଲା ଅର୍ଥାତ୍ ରବିବାର ସକାଳ ୧୦ଟାରେ ସ୍ୱଚ୍ଛତା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଆପଣମାନେ ମଧ୍ୟ ସ୍ୱଚ୍ଛତା ସମ୍ବନ୍ଧୀୟ ଏହି ଅଭିଯାନରେ ସମୟ ବାହାର କରି ସାହାଯ୍ୟ କରିବା ଉଚିତ୍। ଆପଣ ନିଜ ରାସ୍ତା କିମ୍ବା ଆଖପାଖ ଅଞ୍ଚଳରେ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇପାରିବେ… କିମ୍ବା କୌଣସି ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ।

ଏହି ବୃହତ ସ୍ୱଚ୍ଛତା ଅଭିଯାନରେ ବଜାର ଅଞ୍ଚଳ, ରେଳଧାରଣା, ଜଳାଶୟ, ଧାର୍ମିକ ସ୍ଥଳ ଆଦି ସର୍ବସାଧାରଣ ସ୍ଥାନର ବାସ୍ତବ କାର୍ଯ୍ୟକଳାପରେ ସାମିଲ ହେବାକୁ ସବୁ ବର୍ଗର ନାଗରିକଙ୍କୁ ଆହ୍ୱାନ ଦିଆଯାଇଛି। ପ୍ରତ୍ୟେକ ସହର, ଗ୍ରାମ ପଞ୍ଚାୟତ, ସରକାରଙ୍କ ସମସ୍ତ କ୍ଷେତ୍ର ଯଥା ବେସାମରିକ ବିମାନ ଚଳାଚଳ, ରେଳବାଇ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି, ସରକାରୀ ଅନୁଷ୍ଠାନଗୁଡ଼ିକ ନାଗରିକମାନଙ୍କ ନେତୃତ୍ୱରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ସୁଗମ କରିବେ।

ସଫେଇ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଗ୍ରହୀ ଏନଜିଓ/ ଆରଡବ୍ଲୁଏ/ ପ୍ରାଇଭେଟ୍ ସଂସ୍ଥା ଇତ୍ୟାଦି ପୌରାଞ୍ଚଳ/ ଜିଲ୍ଲା ପ୍ରଶାସନ ର ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ। ସ୍ୱଚ୍ଛତା କାର୍ଯ୍ୟକ୍ରମଗୁଡିକ ସ୍ୱତନ୍ତ୍ର ଭାବରେ ନିର୍ମିତ ଆଇଟି ପ୍ଲାଟଫର୍ମ ସ୍ୱଚ୍ଛତା ହିଁ ସେବା – ନାଗରିକ ପୋର୍ଟାଲ https://swachhatahiseva.com/ ଜନସାଧାରଣଙ୍କ ସୂଚନା ପାଇଁ ଉପଲବ୍ଧ ହେବ। ସ୍ୱଚ୍ଛତା ସ୍ଥାନରେ ନାଗରିକମାନେ ଫଟୋ ଉଠାଇ ପୋର୍ଟାଲରେ ଅପଲୋଡ ମଧ୍ୟ କରିପାରିବେ। ଏହି ପୋର୍ଟାଲରେ ନାଗରିକ, ପ୍ରଭାବଶାଳୀ ମାନଙ୍କୁ ଆନ୍ଦୋଳନରେ ଯୋଗ ଦେବା ଏବଂ ସ୍ୱଚ୍ଛତା ଆମ୍ବାସାଡର ହୋଇ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆମନ୍ତ୍ରଣ କରାଯାଇଛି।

ଏହି ବୃହତ୍‍ ସ୍ୱଚ୍ଛତା ଅଭିଯାନ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ସ୍ୱଚ୍ଛତା ହିଁ ସେବା ୨୦୨୩ର ଏକ ଅଂଶ। ନାଗରିକମାନେ ପୁରୁଣା କୋଠାଗୁଡ଼ିକର ପୁନରୁଦ୍ଧାର, ଜଳାଶୟ ସଫେଇ, ଘାଟ, କାନ୍ଥ ରଙ୍ଗ କରିବା, ପଥପାର୍ଶ୍ବ ନାଟକ, ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ ଭଳି ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ପକ୍ଷ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚ କୋଟିରୁ ଅଧିକ ନାଗରିକ ପକ୍ଷରେ ସାମିଲ ହୋଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଗାନ୍ଧି ଜୟନ୍ତୀରେ ଗାନ୍ଧିବାଦ ଅଧ୍ୟୟନ ପୁସ୍ତକ ଉନ୍ମୋଚିତ

ବାଲୁଗାଁ: ଆଜି ପବିତ୍ର ଗାନ୍ଧି ଜୟନ୍ତୀରେ ବାଲୁଗାଁ ଗାନ୍ଧି ଛକ ସ୍ଥିତ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ଡକ୍ଟର କେ ଓମ ନାରାୟଣଙ୍କ ରଚିତ ପାଠ୍ୟପୁସ୍ତକ “ଗାନ୍ଧିବାଦ ଅଧ୍ୟୟନ”କୁ ଛାତ୍ରଛାତ୍ରୀମାନଙ୍କ ମହତ୍ତର ଉଦ୍ଦେଶ୍ୟରେ ଉନ୍ମୋଚିତ କରାଯାଇଛି। ଏହାକୁ ଉନ୍ମୋଚିତ କରିଥିଲେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା, ପ୍ରାଧ୍ୟାପିକା ବିନତି ମଞ୍ଜରୀ ରାଉତ ଓ ବିଶିଷ୍ଟ ଗବେଷକ ଡକ୍ଟର ସତ୍ୟ ଷଡ଼ଙ୍ଗୀ।

ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ରୋଟାରୀଆନ ଗଜେନ୍ଦ୍ର ସେଠୀଙ୍କ ସମେତ ଏନ ସି ସି, ଏନ ଏସ ଏସ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ପାଠକାର୍ପଣ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

କଲ୍ୟାଣୀ ପବ୍ଲିସର୍ସ, ନୂଆଦିଲ୍ଲୀଙ୍କ ଦ୍ୱାରା ପ୍ରକାଶିତ ଏହି ପାଠ୍ୟ ପୁସ୍ତକଟି ଓଡ଼ିଶାର ଦର୍ଶନ ସ୍ନାତକ ଛାତ୍ର ଛାତ୍ରୀ ତଥା ସମସ୍ତ ବର୍ଗର ପାଠକ ମାନଙ୍କ ପାଇଁ ଖୁବ ଉପାଦେୟ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାରିପଦାରେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେଲା ରକ୍ତଦାନ ଶିବିର, ଯୋଗଦେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ବାରିପଦା: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳ ତରଫରୁ ଜାରି ରହିବ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦା ସହର ରେ ବିଜୁ ଯୁବ ଛାତ୍ର ଜନତା ଦଳ ଦ୍ବାରା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।
ଏହି ଶିବିରରେ ମୁଖ୍ୟ ଅତିଥି ଭାଭେ ବିଜୁ ଜନତା ଦଳ ର ରାଜ୍ୟ ସାଂଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିର ରେ ୧୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।