Categories
ଆଞ୍ଚଳିକ

ରାଜ୍ୟପାଳଙ୍କ ଦ୍ୱାରା ‘ଗାନ୍ଧୀ ଆସିଥିଲେ ଉତ୍କଳ ବୁଲି’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ବରିଷ୍ଠ ଲେଖକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ପ୍ରଧାନଙ୍କ ତିନୋଟି ପୁସ୍ତକ  ‘ଗାନ୍ଧୀ ଆସିଥିଲେ ଉତ୍କଳ ବୁଲି’ , ‘କର୍ମଯୋଗୀର କରୁଣ କାହାଣୀ’  ଓ ‘ପିଲାଙ୍କ ହିତ କଥାମାଳା-୨’ ଲୋକାର୍ପିତ ହୋଇଯାଇଛି ।

ଉତ୍ସବରେ ରମାଶଙ୍କର ପଟ୍ଟନାୟକ , ସୁବ୍ରତ ଚୌଧୁରୀ, ଚିନ୍ତାମଣି ମିଶ୍ର, ସଞୟ ପାତ୍ର ଓ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ବିଶିଷ୍ଟକବି ରକ୍ଷକ ନାୟକ ଉପସ୍ଥିତ ଥିଲେ । ପ୍ରକଶଥାଉକି ଲେଖକଙ୍କ ଏଯାବତ୍‍ ଶତାଧିକ ପୁସ୍ତକ ପ୍ରକାଶିତ ହୋଇଛି ।