Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜିଠୁ ଜୀ-ସାର୍ଥକରେ ଆରମ୍ଭ ହେଉଛି ‘ସାରେଗାମାପା ଲିଟିଲ ଚାମ୍ପ’ର ମେଗା ଅଡିସନ୍ ଏବଂ ଗାଲା ରାଉଣ୍ଡ

ଭୁବନେଶ୍ବର: ଜୀ-ସାର୍ଥକରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠାରୁ ବଡ ସିଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’। ଅଡିସନ୍ ରାଉଣ୍ଡ ପରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମେଗା ଅଡିସନ ଏବଂ ଗାଲା ରାଉଣ୍ଡ। ପ୍ରତିଭାର ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୁନି କଳାକାରମାନଙ୍କ ମଧ୍ୟରୁ ସେମାନଙ୍କ ଦକ୍ଷତା ଅନୁଯାୟୀ ଜୁରୀ ବା ବିଚାରକ ମାନେ ମେଗା ଅଡିସନ୍ ପାଇଁ ଚୟନ କରିଛନ୍ତି।

“ମେଗା ଅଡିସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ଗାଲା ରାଉଣ୍ଡକୁ ଯିବେ ପୁଣି ସେମାନଙ୍କ ମଧ୍ୟରୁ ସର୍ବୋଚ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ମାନେ ଫାଇନାଲ ରାଉଣ୍ଡ କୁ ଯିବେ। ତେଣୁ ଏହି ମେଗା ଅଡିସନ୍ ଓ ଗାଲା ରାଉଣ୍ଡ କେବଳ ପ୍ରତିଯୋଗୀମାନଙ୍କ ପାଇଁ ନୁହେଁ ବିଚାରକ ମାନଙ୍କୁ ଚୟନ କରିବା ବି ସହଜ ହେବ ନାହିଁ କାରଣ ସମସ୍ତ ପ୍ରତିଯୋଗୀଙ୍କ ପ୍ରଦର୍ଶନ ବହୁତ ଉଚ୍ଚକୋଟିର, ସେଥିପାଇଁ ପ୍ରତିଯୋଗିତା ଅତ୍ୟନ୍ତ ମନମୁଗ୍ଧକର ହେବ। ମେଗା ଅଡିସନରୁ ଗାଲା ରାଉଣ୍ଡକୁ କେବଳ ୧୬ ଜଣ ପ୍ରତିଯୋଗୀଙ୍କୁ ମନୋନୀତ ହେବାର ନିୟମ ଅଛି, ହେଲେ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନ ନିଶ୍ଚିତ ଭାବରେ ବିଚାରକ ମାନଙ୍କୁ ଅସୁବିଧାରେ ପକାଇବ ଓ ସେମାନେ ୧୬ ଜଣ ପ୍ରତିଯୋଗୀ କି ଅଧିକ ବାଛିବେ ତାହା ବିଚାରକମଣ୍ଡଳୀ ପାଇଁ ଏକ ଚିନ୍ତାର ବିଷୟ। ତେଣୁ ଏହାର ପ୍ରତ୍ୟେକ ଏପିସୋଡ୍ ବହୁତ ଦର୍ଶନୀୟ ହେବ, ତେଣୁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ” କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

ଜୀ-ସାର୍ଥକରେ ସାରେଗାମାପା ଲିଟିଲ ଚାମ୍ପ ଜୁଲାଇ ୨୨ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ ଉତ୍କଣ୍ଠା ବଢାଇଛି। ଏଥର ଗାଲା ରାଉଣ୍ଡ ପ୍ରତିଯୋଗୀ ମାନଙ୍କ ପାଇଁ ଅଛନ୍ତି ଦୁଇଜଣ ମେଣ୍ଟର, ସାରେଗାମାପା ଲିଟିଲ ଚାମ୍ପ୍ ୨୦୨୧ର ବିଜେତା ଦେବାଂଶୀ ଦାସ ଓ ସାରେଗାମାପା ଲିଟିଲ ଚାମ୍ପ୍ ୨୦୧୬ର ବିଜେତା ପ୍ରଭୁପାଦ ମହାନ୍ତି। ଏହି ଦୁଇ ଜଣଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗୀ ମାନେ ଗାଲା ଓ ଫାଇନାଲ ରାଉଣ୍ଡ ପାଇଁ ସଙ୍ଗୀତ ଅଭ୍ଯାସ କରିବେ।

ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପୁର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି।

ଏଥର ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିଛନ୍ତି ସାରା ଭାରତର ଲୋକପ୍ରିୟ ଗାୟକ କ୍ରୀଷ୍ଣା ବେଉରା। ତାଙ୍କ ସହ ଅଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯିଏ ନିଜ ସଙ୍ଗୀତ ମାଧ୍ୟମରେ ଓଡ଼ିଶା ସମସ୍ତ ଯୁବବର୍ଗଙ୍କୁ ନିଜ ଗୀତର ତାଳେ ତାଳେ ନଚାଇବାରେ ସକ୍ଷମ ହୋଇଛନ୍ତି ପୁଣି ତାଙ୍କ ସାଙ୍ଗରେ ଅଛନ୍ତି ଓଡ଼ିଆ ଦର୍ଶକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁନ୍ ୧୧ରୁ ଜୀ ସାର୍ଥକର ‘‘ରଜ କୁଇନ୍’’ ଗାଲା ରାଉଣ୍ଡ 

ଭୁବନେଶ୍ବର: ଜୀ ସାର୍ଥକର ‘‘ରଜ କୁଇନ୍’’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । “ରଜ କୁଇନ୍ ଗାଲା ରାଉଣ୍ଡ” ଆସନ୍ତା ଜୁନ୍ ୧୧ ରାତି ୯ଟା ୩୦ରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେବ। ‘‘ରଜ କୁଇନ୍’’ ଅଡିସନ ରାଉଣ୍ଡରେ ଓଡ଼ିଶାର ବିଭିନ୍ନ ସହରରୁ ବଛାଯାଇଥିବା ପ୍ରତିଯୋଗୀ ଗାଲା ରାଉଣ୍ଡକୁ ଆସିଛନ୍ତି। ପ୍ରତ୍ୟେକ ପ୍ରତିଯୋଗୀ ସେମାନଙ୍କର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ରଜ କୁଇନରେ ଜୀ ସାର୍ଥକ ଖୋଜିଥାଏ ଓଡ଼ିଶାର ପୁରପଲ୍ଲୀରେ ଲୁଚି ରହିଥିବା ଟ୍ୟାଲେଣ୍ଟ ମାନଙ୍କୁ। ସବୁବେଳେ ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜୀ ସାର୍ଥକ ବିଭିନ୍ନ ସୋ ମାଧ୍ୟମରେ ପ୍ରୟାସ କରି ଦର୍ଶକମାନଙ୍କ ଦ୍ବାରା ଭୂୟସୀ ପ୍ରଶଂସା ପାଇଛି। ଏହି ଗାଲା ରାଉଣ୍ଡରୁ ବଛା ହେବେ ରଜ କୁଇନ୍-୨୦୨୨।

ପ୍ରଥମେ ଅଡିସନ ବିଭିନ୍ନ ସହରରେ ହେବା ପରେ ବଛାଯାଇଥିଲେ ଶ୍ରେଷ୍ଠ ପ୍ରତିଯୋଗୀ। ଅଡିସନ ରାଉଣ୍ଡରେ ବିଭିନ୍ନ ଟ୍ୟାଲେଣ୍ଟ ଦେଖାଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଲା ପରେ ପ୍ରର୍ଯ୍ୟାୟକ୍ରମେ ପ୍ରତିଯୋଗୀମାନେ ଗାଲା ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ଗାଲା ରାଉଣ୍ଡକୁ ଉନ୍ନିତ ହେଇଛନ୍ତି ୧୨ ଜଣ ସିନିଅର ଓ ୧୨ ଜଣ ଜୁନିଅର ପ୍ରତିଯୋଗୀ।। ଏହି ରାଉଣ୍ଡରେ ହିଁ ଶ୍ରେଷ୍ଟ ପ୍ରଦର୍ଶନ କରି ସେମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ପିନ୍ଧିବେ ଏବର୍ଷର ରଜ କୁଇନ୍ ମୁକୁଟ।

‘ରଜ କୁଇନ୍-୨୦୨୨’- ଉତ୍ସବ ଦଶ ବର୍ଷର ରଜ କୁଇନ୍ ଅଡିସନ୍ ରାଉଣ୍ଡରେ ପ୍ରତିଯୋଗୀଙ୍କ ପ୍ରତିଭା, ବ୍ୟକ୍ତିତ୍ବ, ଦୂରଦୃଷ୍ଟି ଓ ସ୍ମାର୍ଟନେସ୍ ଉପରେ ଗୁରୁତ୍ବ ପ୍ରଦାନ କରାଯାଇ ଗାଲା ରାଉଣ୍ଡକୁ ବଛାଯାଇଛି। ଗାଲା ରାଉଣ୍ଡରେ ଅଭିନେତ୍ରୀ ତମନ୍ନା, ଦିବ୍ୟା, ସୂର୍ଯ୍ୟମୟୀ, ଅଭିନେତା ଶ୍ରୀତମ ଦାସ, ରାକେଶ, ରିଷି ଓ ହରିହର ପ୍ରମୁଖ ଲୋକପ୍ରିୟ କଳାକାରମାନେ ବିଚାରକ ଭାବେରେ କାର୍ଯ୍ୟ କରୁଛନ୍ତି।