Categories
ଆଜିର ଖବର ରାଜ୍ୟ ଖବର

ମିଶନ ଶକ୍ତିର ବିପିଏମଙ୍କୁ ବିଜେଡି ଯୁବ ସଭାପତିଙ୍କ ଦୁର୍ବ୍ୟବହାର, ଗିରଫ ଦାବୀରେ ଥାନା ଘେରାଉ କଲେ ମହିଳା

ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ଯୁବ ବିଜେଡି ସଭାପତି ମହିଳା ବିପିଏମ୍ ଙ୍କୁ ଅସଦାଚରଣ ସହ ଗାଳିଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଗିରଫ ଦାବୀ କରି ରେଢ଼ାଖୋଲ ଥାନା ଘେରାଉ କରିଥିଲେ ଶତାଧିକ ମହିଳା। ଅଭିଯୋଗରୁ ପ୍ରକାଶ ଯେ, ରେଢ଼ାଖୋଲ ବ୍ଲକ୍ କାର୍ଯ୍ୟାଳୟରେ ବିଜେଡି ର ଯୁବ ସଭାପତି ସୁର୍ଯ୍ୟକାନ୍ତ ପ୍ରଧାନ ବିପିଏମ୍ ସସ୍ମୀତା ଦାଶଙ୍କୁ ସର୍ବ ସମ୍ମୁଖରେ ଅସଭ୍ୟ ଭାଷା ସହ ଗାଳିଗୁଲଜ କରିଥିଲେ। କାର୍ଯ୍ୟଳୟରୁ ବାହାରିଲେ ଏସିଡି ପକେଇ ରାସ୍ତାରେ ଉଲଗ୍ନ କରି ଗୁଣ୍ଡା ଲଗାଇ ମାରିଦେବା ପାଇଁ ଧମକ ଚମକ ଦେଇଥିବା ନିଜେ ବିପିଏମ୍ ଅଭିଯୋଗ କରିଥିଲେ।

ସଂପୃକ୍ତ ଯୁବ ସଭାପତିକୁ ଗିରଫ ଦାବୀରେ ରେଢାଖୋଲ ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ମଧ୍ୟ ଦେଇଛନ୍ତି ଶତାଧିକ ମହିଳା। ଏପରିକି ଗିରଫ ଦାବୀରେ ରେଢାଖୋଲ ଥାନାକୁ ଘେରାଉ କରିଥିଲେ ଶତାଧିକ ମହିଳା। ଅଭିଯୋଗ କରିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରେଢ଼ାଖୋଲ ପୋଲିସ୍ ସଂପୃକ୍ତ ବିଜେଡି ସଭାପତିକୁ ଗିରଫ ନ କରିବାରୁ ମହିଳାମାନେ ଥାନା ଘେରାଉ କରିଥିଲେ।

ଏହି ଘଟଣାକୁ ନେଇ ତ୍ରିବଣପୁର ପଂଚାୟତର ସମସ୍ତ ମହିଳା ସଂଘର ସଭ୍ୟାମାନେ ରେଢ଼ାଖୋଲ ଥାନା ଘେରାଉ କରିଥିଲେ। ବିଜେଡି ନେତା ଗିରଫ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀ

ଭୁବନେଶ୍ୱର: ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗରିଫ ଦାବୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍‌.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ., ଟି.ୟୁ.ସି.ସି ଓ ସେୱା ପକ୍ଷରୁ ପ୍ରଦିବାଦ ବିକ୍ଷୋଭ କରାଯାଇଛି। ମୋଦୀ ସରକାର ମୁଦ୍ରୀକରଣ ଯୋଜନା ନାମରେ ଦେଶକୁ ବିକିବାର ଚେଷ୍ଟା କରୁଛନ୍ତି ତାହାକୁ ଶ୍ରମିକ ଶ୍ରେଣୀ ରକ୍ଷା କରିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଆସନ୍ତା ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ଆୟ କରିବା ଲାଗି ମୋଦୀ ସରକାର ଦେଶର ରେଳ, ବିମାନବନ୍ଦର, ବନ୍ଦର, କୋଇଲା ଖଣି, ବି.ଏସ୍‌.ଏନ୍‌.ଏଲ. ଓ ଏମ୍‌ଟିଏଲଏନ, ଦୁଇଟି ଖେଳ ଷ୍ଟାଡ଼ିୟମ୍‌., ଭାରତୀୟ ତୈଳ ନିଗମ କୁ ବିକ୍ରି କରିବା ମସୁଧାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି। ଏତଦ୍‌ବ୍ୟତିତ ମୋଦୀ ସରକାର କୃଷକ-ଶ୍ରମକ ମାନଙ୍କ ଉପରେ ଦମନ ନୀତି ବନ୍ଦ କରିବା ଓ ଉତର ପ୍ରଦେଶର ଲକ୍ଷ୍ମୀପୁରର ଖେରୀ ଠାରେ କୃଷକମାନଙ୍କୁ ହତ୍ୟା କରିଥିବା ବି.ଜେ.ପି. ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏହି ବିକ୍ଷୋଭରେ ଦାବୀ କରାଯାଇଅଛି।

ମୋଦୀ ସରକାର ଦେଶର ସାଧାରଣ ମଣିଷଙ୍କ ଟିକସ ପଇସାରେ ନିମିତ ହୋଇଥିବା ରାଷ୍ଟ୍ରୀୟ ସଂପତିକୁ ପୁଞ୍ଜିପତିଙ୍କ ହାତରେ ବିକିଦେବା ଏକ ଲଜ୍ୟାଜନକ। ଏହି ରାଷ୍ଟ୍ରୀୟ ସଂପତି ଦେଶର ସଂପତି ଭାବେ ରଖିବାକୁ ସମସ୍ତ ଶ୍ରମିକ ଶ୍ରେଣୀ ଆଗେଇ ଆସିବା ଉଚିତ୍ ବୋଲି କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତାମାନେ ଦୃଢ଼ ଦାବୀ କରିଛନ୍ତି।

ଏହି ପ୍ରତିବାଦ ବିକ୍ଷୋଭରେ ଆଇ.ଏନ୍‌.ଟି.ୟୁ.ସିର କିଶୋର ଜେନା, ଶ୍ୟାମ ସୁନ୍ଦର ମହାପାତ୍ର, ଏ.ଆଇ.ଟି.ୟୁ.ସିର ନେତା ରାମକୃଷ୍ଣ ପଣ୍ଡା, ସୁର ଜେନା, ବିଜୟ ଜେନା, ସି.ଆଇ.ଟି.ୟୁର ନେତା ରମେଶ ଜେନା ଓ ପୂର୍ଣ୍ଣ ପାଢ଼ୀ, ଏ.ଆଇ.ୟୁ.ଟି.ୟୁ.ସିର ନେତା ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁର ନେତା ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଟି.ୟୁ.ସି.ସିର ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ସେୱାର ନେତ୍ରୀ ପରିଲତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରଣତି ମିଶ୍ର, ସତ୍ୟବ୍ରତ ନାୟକ, ଧରଣୀଧର ସ୍ୱାଇ, ସିଲି ସେଠୀ, ଏ.ଆଇ.ସି.ସି.ଟି.ୟୁର ବଂଶିଧର ପରିଡ଼ା, ମାନସ ରଞ୍ଜନ ପ୍ରଧାନ, ସି.ଆଇ.ଟି.ୟୁର ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।