Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟଙ୍କ ବଡ ରାୟ: ରଦ୍ଦ ହେଲା PMLA ବିରୋଧରେ ଆବେଦନ, ଜାରି ରହିବ ଗିରଫ ପ୍ରକ୍ରିୟା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମନି ଲଣ୍ଡରିଂ ଆକ୍ଟ ମାମଲାରେ ସୁପ୍ରିମକୋର୍ଟ ଇଡିର କ୍ଷମତାକୁ ସବୁଜ ସଙ୍କେତ ଦେଇଛନ୍ତି। PMLA ଅଧୀନରେ ଗିରଫ ହେବାର ଅଧିକାରକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ ବୋଲି କୋର୍ଟ କହିଛନ୍ତି। ଅପରାଧ, ସନ୍ଧାନ ଏବଂ ଜବରଦଖଲ, ଗିରଫଦାରୀ, ସମ୍ପତ୍ତି ସଂଲଗ୍ନ ଏବଂ ଜାମିନର ଦ୍ୱିଗୁଣ ସର୍ତ୍ତ ଉପରେ ସୁପ୍ରିମକୋର୍ଟ PMLA ର କଠୋର ବ୍ୟବସ୍ଥାକୁ ସମର୍ଥନ କରିଥିଛନ୍ତି।

କାର୍ତ୍ତି ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ଆବେଦନ ସମେତ ମୋଟ ୨୪୨ ଟି ଆବେଦନ ଉପରେ ଏହି ନିଷ୍ପତ୍ତି ନିଆଯାଇଛି। କୋର୍ଟ କହିଛନ୍ତି ଯେ PMLA ଅଧୀନରେ ଗିରଫ ହେବାର ଇଡି ଅଧିକାର ଅକ୍ଷୁର୍ଣ୍ଣ ରହିବ। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ। ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ସିଟି ରବି କୁମାରଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ଏହି ରାୟ ଦେଇଛନ୍ତି।