Categories
ଅପରାଧ ଆଜିର ଖବର ଜାତୀୟ ଖବର

ସିଡିଏସ ଜେନେରାଲ ବିପିନ ରାୱତଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ, ଗିରଫ ହେଲା ଅଭିଯୁକ୍ତ

ଅହମ୍ମଦାବାଦ: ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଗୁଜୁରାଟରେ ୪୪ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏଭଳି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଜଣଙ୍କ ଫେସବୁକରେ ଏହି ମନ୍ତବ୍ୟ ଦେଇଛନ୍ତି, ଏହା ପରେ ଅହମ୍ମଦାବାଦ ସାଇବର କ୍ରାଇମ ସେଲ ଗୁରୁବାର ତାଙ୍କୁ ଗିରଫ କରିଛି। ତେବେ ପୁରୁଣା ପୋଷ୍ଟ ଯୋଗୁଁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। କିନ୍ତୁ ତାଙ୍କର ନୂତନ ମନ୍ତବ୍ୟ ଦେବା ପରେ ଏହା ସାମ୍ନାକୁ ଆସିଛି।

ସାଇବର କ୍ରାଇମ ସେଲରୁ ପ୍ରକାଶ ଯେ, ଅଭିଯୁକ୍ତଜଣଙ୍କ ଗୁଜୁରାଟର ଅମ୍ରେଲି ଜିଲ୍ଲାର ରାଜୁଲା ତାଲୁକର ଭେରାଇ ଗାଁର ବାସିନ୍ଦା ଶିବଭାଇ ରାମ ବୋଲି ଜଣାଯାଇଛି। ପ୍ରକାଶ ଥାଉକି, ଜେନେରାଲ ରାୱତଙ୍କ ବିରୋଧରେ ହୋଇଥିବା ମନ୍ତବ୍ୟ ଉପରେ କିଛି ଉଲ୍ଲେଖ କରାଯାଇ ନାହିଁ।