Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

୫୭ ଯୁବ ଜଣ ନୃତ୍ୟଶିଳ୍ପୀଙ୍କୁ ନେଇ ଶ୍ରୀଜନ ଅନୁଷ୍ଠାନର ଓଡିଶୀ ସଂଧ୍ୟା ‘ଉପସରଣମ୍’

ଭୁବନେଶ୍ୱର: ଲୋକପ୍ରିୟ ଓଡିଶୀ ନୃତ୍ୟ ଅନୁଷ୍ଠାନ, ଶ୍ରୀଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ) ପକ୍ଷରୁ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପଠାରେ ଉପସରଣମ୍‌ର ୪ର୍ଥ ସଂସ୍କରଣ ଆୟୋଜନ କରାଯାଇଛି। ଯେଉଁଥିରେ ୫୭ ଜଣ ଯୁବ ନୃତ୍ୟଶିଳ୍ପୀଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କୋରିଓଗ୍ରାଫ୍ ହୋଇଥିବା ବିଷ୍ଣୁ ବନ୍ଦନା ସହିତ ଆରମ୍ଭ ହୋଇଥିଲା ଏବଂ ଏହାକୁ ଐଶ୍ୱର୍ଯ୍ୟା ସିଂହଦେବଙ୍କ ଦ୍ୱାରା ଏକ ସମୂହ ସଂରଚନାରେ ଉପସ୍ଥାପନ କରାଯାଇଥିଲା । ନୃତ୍ୟଶିଳ୍ପୀମାନେ ଲୋକପ୍ର୍ରିୟ ଶ୍ଳୋକ ‘ଶାନ୍ତାକାରମ୍ ଭୁଜଗଶୟନମ୍‌’ ସହିତ ନିଜ କଳାର ପ୍ରଦର୍ଶନ କରିଥିଲେ ।

ଗୁରୁ ବନ୍ଦନାକୁ ମଧ୍ୟ ଗୁରୁ ରତିକାନ୍ତ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ ଯାହାକୁ ଜି ସଞ୍ଜଙ୍କ ତତ୍ୱାବଧାନରେ ଶ୍ରୀଜନର ଯୁବ ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ । ନୃତ୍ୟଶିଳ୍ପୀମାନେ ସୁନ୍ଦର ସମୂହ ସଂଗଠନର ଚିତ୍ରଣ କରିଥିଲେ ଯାହା ସେମାନଙ୍କର ସମର୍ପଣଭାବ ଓ ପ୍ରତିଭାକୁ ଆଲୋକିତ କରୁଥିଲା ।

ଏକ ପ୍ରତିଭାଶାଳୀ ନୃତ୍ୟଶିଳ୍ପୀ ସମୂହ ଦ୍ୱାରା ବାଟୁର ଉପସ୍ଥାପନା କରାଯାଇଥିଲା ଯେଉଁଥିରେ ଚିନ୍ମୟୀ, ଅର୍ଚିସା, ସାନ୍‌ଭି, ଦୀପର୍ଣ୍ଣିତା, ପ୍ରତ୍ୟାଶା, ତ୍ରିଷ୍ଣା, ଶୁଭଲକ୍ଷ୍ମୀ, ଗାୟତ୍ରୀ, ପ୍ରୀତିଶ୍ରୀ, ସତାକ୍ଷୀ, ଦୀପିକା, ରୋଶ୍‌ନି ଓ ସାଇ ପ୍ରସାଦ ଆଦି ସାମିଲ ଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କ ଅଣନାତୁଣୀ ପ୍ରୀତିଶା ମହାପାତ୍ରଙ୍କ ମାର୍ଗଦର୍ଶନରେ ଏହି ସମୂହ ମୂର୍ତି ଭଳି ଅଙ୍ଗଭଙ୍ଗୀ ଓ ମଂଚରେ ଚମତ୍କାର ବିରଚନ ସହିତ ପ୍ରଶଂସନୀୟ ପ୍ରଦର୍ଶନ ପ୍ରଦାନ କରିଛନ୍ତି ।

ଗୁରୁ କେଳୁଚରଣ ମହାପାତ୍ରଙ୍କ ଏକ କାଳଜୟୀ ସଂରଚନା ଆରଭି ପଲ୍ଲବୀକୁ ସୁଜାତା ପ୍ରଧାନଙ୍କ ଦ୍ୱାରା ଗଠିତ ଏକ ପ୍ରତିଷ୍ଠିତ ସମୂହରେ ଉପସ୍ଥାପନ କରାଯାଇଥିଲା । ନୃତ୍ୟଶିଳ୍ପୀମାନେ ବିଭିନ୍ନ ଅଙ୍ଗଭଙ୍ଗୀ ଓ ଦ୍ରୁତ ପାଦଚାଳନା ମାଧ୍ୟମରେ ଓଡିଶୀ ନୃତ୍ୟର ଅନୁଗ୍ରହକୁ ପ୍ରଦର୍ଶିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗୁରୁ ମୀରା ଦାସ, ବରିଷ୍ଠ ଓଡିଶୀ ବ୍ୟାଖ୍ୟାକାର ଓ ଗୁରୁ ଡଃ ସଙ୍ଗୀତା ଗୋସାଇଁ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଂଟର୍ (ଜିକେସିଏମ୍ ଓଆର୍‌ସି)ର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ପ୍ରଖ୍ୟାତ ଗାୟକ ଗୁରୁ ଧନେଶ୍ୱର ସ୍ୱାଇଁ, ପ୍ରତିଷ୍ଠିତ ବରିଷ୍ଠ ମାର୍ଦଳା ବ୍ୟାଖ୍ୟାକାର ଓ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି (ଓଏଲ୍‌ଏଲ୍‌ସି)ର ଯୁଗ୍ମ ନିର୍ଦ୍ଦେଶକ , ଓଏଏସ୍ (ଏସ୍‌), ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଆରମ୍ଭ ହୋଇଥିଲା ଏବଂ ପରେ ଗୁରୁ ରତିକାନ୍ତ ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ଶ୍ରୀଜନର ଯୁବ ଓ ନୂଆ ନୃତ୍ୟଶିଳ୍ପୀମାନେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ନୂତନ-ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ସାମକଳାର ପ୍ରଦର୍ଶନ କରିଥିଲେ । ନୃତ୍ୟଶିଳ୍ପୀ ପ୍ରାଚୀ, ଶୃତି ଜ୍ୟୋତ୍ସ୍ନା, ନିଶିତା, ଅଭିଶିକ୍ତା, ଦୀପ୍ରନ୍ୱିତା, ଆଞ୍ଜେଲିନା , ଅମ୍ରିତା ଓ ପ୍ରୀତି ପ୍ରଜ୍ଞା ଆତ୍ମବିଶ୍ୱାସ ଓ ଉତ୍ସାହ ସହିତ ସୁନ୍ଦର ଗତିବିଧି ଓ ରିଦିମିକ୍ ଶୈଳୀର ପରିବେଷଣ କରିଥିଲେ । ଶ୍ରୀଜନର ମୁଖ୍ୟ ଅଧ୍ୟାପିକା ଓ ଲୋକପ୍ରିୟ ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତି ରାଜଶ୍ରୀ ପ୍ରହରାଜଙ୍କ ମାର୍ଗଦର୍ଶନରେ ସେମାନଙ୍କର ପ୍ରଶିକ୍ଷଣ ଏହି ପ୍ରଦର୍ଶନରେ ଦେଖିବାକୁ ମିଳିଥିଲା ।

ଶ୍ରୀଜନର ଇନ୍‌ଷ୍ଟ୍ରୁମେଂଟାଲ ପ୍ରୋଗ୍ରାମ ଏଗ୍‌ଜିକ୍ୟୁଟିଭ୍ ଓ ଲାଇଟ୍ ଡିଜାଇନର୍ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଚମତ୍କାର ଲାଇଟ୍ ପ୍ରଦର୍ଶନଗୁଡିକୁ ଆହୁରି ଆକର୍ଷଣୀୟ କରିଥିଲା । ଶନିବାର ସନ୍ଧ୍ୟାର କାର୍ଯ୍ୟକ୍ରମ ଥିଲା ଉପସରଣମ୍‌, ଓଡିଶୀ ନୃତ୍ୟ କ୍ଷେତ୍ରରେ ଯୁବ ପ୍ରତିଭାମାନଙ୍କର ଏକ ବାର୍ଷିକ ପ୍ରଦର୍ଶନ ଯାହାକୁ ଶ୍ରୀଜନର ନିର୍ଦ୍ଦେଶକ ଏବଂ ଶ୍ରୀ ଶ୍ରୀ ୟୁନିଭର୍ସିଟିରେ ଫ୍ୟାକ୍‌ଲ୍ଟି ଅଫ୍ ଆର୍ଟସ୍ କମ୍ୟୁନିକେଶନ୍ସ ଆଣ୍ଡ ଇଣ୍ଡିକ୍ ଷ୍ଟଡିଜ୍‌ର ଡିନ୍ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ୪ର୍ଥ ସଂଧ୍ୟାରେ କର୍ଣ୍ଣାଟକୀ କଣ୍ଠ ସଙ୍ଗୀତ ସହ କଥକ ନୃତ୍ୟ

ଭୁବନେଶ୍ୱର:  ରବିନ୍ଦ୍ର ମଣ୍ଡପରେ ଚାଲିଥିବା ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା ବେଶ ଆକର୍ଷଣୀୟ ଥିଲା।  ବହୁମୁଖୀ ତଥା ପ୍ରତିଭାଶାଳୀ କର୍ଣ୍ଣାଟକୀ କଣ୍ଠ ସଙ୍ଗୀତଜ୍ଞ ଗାୟକ ସିକ୍କିଲ ଗୁରୁଚରଣଙ୍କ କର୍ଣ୍ଣାଟକୀ ସଙ୍ଗୀତରୁ ଏହି ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ମାଳେଶ୍ୱରସ ପରେ ପରେ ରାଗ ଗଙ୍ଗାଭୁଶଣ ସଂଗୀତ ପରିବେଷଣ କରିଥିଲେ। ତାଙ୍କ ସହ ବେହେଲାରେ ଶ୍ରୀଭିସଞ୍ଜୀବ ଏବଂ ମୃଦଙ୍ଗମରେ ଶ୍ରୀ ଏନ ସି ଭରଦ୍ୱାଜ ସହଯୋଗ କରିଥିଲେ। ଏକକ ସଂଗୀତକାର ତଥା ସାଥୀ କଳାକାର ଭାବରେ ସେମାନଙ୍କର ସମୃଦ୍ଧ ଅଭିଜ୍ଞତା ସିକ୍କିଲ ଗୁରୁଚରଣଙ୍କ ସଂଗୀତ ପ୍ରଦର୍ଶନରେ ସୁମଧୁର ବାତାବରଣ ସୃଷ୍ଟି କରିଥିଲା।

ଏହାପରେ ପଶ୍ଚିମବଙ୍ଗରୁ ଆସିଥିବା ବିଦୁଷୀ ପରମିତା ମିତ୍ର ଏବଂ ତାଙ୍କ ଅନୁଷ୍ଠାନ ନୃତ୍ୟାଙ୍ଗନମାନେ କଥକ ନୃତ୍ୟ ପରିବେଶଣ କରିଥିଲେ। ସେମାନେ ପ୍ରଥମେ ଅଭିନୟ ଶ୍ରୀମନ୍ଦିରାୟଣ ଯାହା ମହାମୃତ୍ୟୁଞ୍ଜୟ ମନ୍ତ୍ରରୁ ଉଦ୍ଧୃତ ତଥା ତିନି ଆଖି ଭଗବାନ ଶିବ କିମ୍ବା ରୁଦ୍ରଙ୍କୁ ସମ୍ବୋଧିତ କରିଥିଲା। ବ୍ୟକ୍ତିର ଭାବ ପ୍ରବଣ ତଥା ଶାରୀରିକ ସୁସ୍ଥତା ପାଇଁ ଜୀବନ ପ୍ରଦାନ କରୁଥିବା ଅମୃତଭଣ୍ଡାର ପ୍ରତୀକ ଏବଂ ଦୀର୍ଘାୟୁ ହେବାର କାରଣ ଏହି ମନ୍ତ୍ର କଥକ ନୃତ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଶ୍ରୀମନ୍ଦିରାୟଣଙ୍କୁ ସ୍ୱର୍ଗତ ଶ୍ରୀ ଦେବାଶିଷ ସାର୍କ ଗାଇଥିଲେ। ଶ୍ରୀ ବିଶ୍ୱଜିତ ପାଲ ଏବଂ ଶ୍ରୀଚନ୍ଦ୍ରଚୁର ଭଟ୍ଟାଚାର୍ଜ୍ୟ ଯଥାକ୍ରମେ ତବଲା ଓ ସୀତାରରେ ସହଯୋଗ ପ୍ରଦାନ କରିଥିଲେ। ନୃତ୍ୟ ସଂରଚନା ପରମିତାମିତ୍ର ଏବଂ ଅଭିନୟ କରୁଥିବା ଶିଳ୍ପୀମାନେ ହେଲେ ଶ୍ରୀତମାବାନାର୍ଜୀ, ରେଶମୀମିତ୍ର, ନିଲୋପାମିତ୍ର, ସତବଡିମାଜି, ସୁଜନ୍ତ ଘୋଷ, ଶୁଭ୍ରଦୀପ ଖାଁ, ବିଶାଲ ଦତ୍ତା ଏବଂ ନୀଲମରାଜରୟ। ନୃତ୍ୟାଙ୍ଗନ୍‍ କଥକ କେନ୍ଦ୍ରର ପରବର୍ତ୍ତୀ ଉପସ୍ଥାପନା ଥିଲା ଧାମର ଯାହା ୧୪ଟି ମାତ୍ରା ଚକ୍ରରେ କଥକ ନୃତ୍ୟର ଅଭିନ୍ନ ଦିଗଗୁଡିକ ପ୍ରଦର୍ଶନ କରୁଥିଲା।

ତା’ପରେ ସେମାନେ ଏକ ଅଭିନୟ ବା ଭାବପ୍ରବଣ ନୃତ୍ୟାଂଶ ଉପସ୍ଥାପନ କରିଥିଲେ। ସେମାନଙ୍କର ଅନ୍ତିମ ଉପସ୍ଥାପନା ଥିଲା ବାଦ୍ୟଚିତ୍ରାଏକ ମ୍ୟୁଜିକାଲ୍‌ ଡ୍ରମ୍ ଦ୍ୱାରା ଅଙ୍କିତ ଘୁଙ୍ଗୁର ଚିତ୍ରକୁ ଚିତ୍ରଣ କରିଥିଲା। ବାଦ୍ୟଚିତ୍ରା ୪ଟି ବାଦ୍ୟଯନ୍ତ୍ର ଯଥା ପଖୋଜ, ଖୋଳ, ତବଲା ଏବଂ ଢୋଲକୁ ସୁନ୍ଦର ଭାବରେ କଥକ ମାଧ୍ୟମରେ ଶିଳ୍ପିମାନେ ଉପସ୍ଥାପିତ କରିଥିଲେ।

ଆଜି ସନ୍ଧ୍ୟାର ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‍ ତଥା ସମାଜ ସେବିକା ଶ୍ରୀମତୀ ପ୍ରୀତିରାୟ ଚାନ୍ଦ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଡ. ରାମହରୀ ଦାସ, କଳା ସମୀକ୍ଷକ ଶ୍ରୀମତୀ ତପତୀ ଚୌଧୁରୀ ଓ ଲେଖକ ତଥା କଳା ସମୀକ୍ଷକ ଶ୍ରୀ କେଦାର ମିଶ୍ର ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୭ ରେ ସୃଜନ ୨୮ ତମ ଓ.ଏମ୍‌.ସି. ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୨ ର ତୃତୀୟ ସନ୍ଧ୍ୟା ଆୟୋଜନ କରିଥିଲେ। ତୃତୀୟ ସନ୍ଧ୍ୟା ଦର୍ଶକଙ୍କ ପାଇଁ  ଯନ୍ତ୍ର ସଂଗୀତର ପରିବେଷଣ ହୋଇଥିଲା। ଯାହାକୁ ଶିବାଗ୍ନି ଅନୁଷ୍ଠାନର ପ୍ରଖ୍ୟାତ ସଙ୍ଗୀତଜ୍ଞମାନେ ପରିବେଶଣ କରିଥଲେ।

ସୃଜନ ଅନୁଷ୍ଠାନର ଫେସବୁକ୍‌ ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି । ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଡଃ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ।