Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ପାଞ୍ଚ ଲଶ୍କର ଆତଙ୍କୀ ନିହତ

ନୂଆଦିଲ୍ଲୀ: ଗୁରୁବାର ଠାରୁ ଭାରତୀୟ ସେନା ଏବଂ କୁଲଗାମରେ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। କାଶ୍ମୀର ଆଇଜିପି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରେସନ୍ ବର୍ତ୍ତମାନ ସୁଦ୍ଧା ଶେଷ ପର୍ଯ୍ୟାୟରେ ଅଛି। ଗୁରୁବାର ଠାରୁ କୁଲଗାମରେ ସର୍ଚ୍ଚ ଅପରେସନ୍ ଚାଲିଛି। ନିହତ ସମସ୍ତ ଆତଙ୍କବାଦୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଅଟନ୍ତି। ଏହା ହେଉଛି ସେହି ଲଶ୍କର-ଏ-ତୋଇବା, ଯାହାର ମୁଖ୍ୟ ହେଉଛନ୍ତି ହାଫିଜ ସଇଦ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଡଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରରେ ବଡଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବଡଗାମ ଏସଏସପି କାର୍ଯ୍ୟାଳୟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ଦିଆଯାଇଥିଲା, ପରେ ଅପରେସନ ଆରମ୍ଭ ହୋଇଥିଲା।

ସୁରକ୍ଷା ବାହିନୀ ପ୍ରଥମେ ଉଭୟ ଆତଙ୍କବାଦୀଙ୍କୁ ଘେରି ରହିଥିଲା ​​ଏବଂ ପରେ ଅପରେସନ ଆରମ୍ଭ କରିଥିଲା। ଉଭୟ ଆତଙ୍କବାଦୀଙ୍କୁ ଗୁଳି କରି ମାରିଦିଆଯାଇଛି। ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ସୈନ୍ୟମାନେ ବଡଗାମରେ ଏକ ମୋବାଇଲ୍ ଗାଡି ଚେକ୍ ପୋଷ୍ଟ ସ୍ଥାପନ କରିଥିଲେ।

ଅଧିକାରୀ ଜଣକ କହିଛନ୍ତି ଯେ, ଯାଞ୍ଚ କରିବା ବେଳେ ଏକ କ୍ୟାବକୁ ରୋକିବା ପାଇଁ ସଙ୍କେତ ଦିଆଯାଇଥିଲା, କିନ୍ତୁ ଭିତରେ ଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏହି ଏନକାଉଣ୍ଟର ବେଳେ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାର ଅମିସିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ସୂଚନା ପାଇ ସୁରକ୍ଷା ବାହିନୀ କର୍ଡନ କରି ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବାରୁ ସର୍ଚ୍ଚ ଅପରେସନ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା ଏବଂ ସୈନିକମାନେ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲେ। ସୁରକ୍ଷା ବାହିନୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆତଙ୍କବାଦୀମାନେ ଲୁଚି ରହିଥିବା ଘରର ମାଲିକ ମଧ୍ୟ ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ନିହତ ଆତଙ୍କବାଦୀ ଏବଂ ସେମାନଙ୍କ ଗୋଷ୍ଠୀର ପରିଚୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚାଲିଛି। ଏହାପୂର୍ବରୁ ଶୋପିଆନ୍ ଜିଲ୍ଲାରେ ଫେବୃଆରୀ ୧୯ ତାରିଖରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ମଧ୍ୟ ସହିଦ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶୋପିଆନରେ ଗୁଳିବିନିମୟ: ଦୁଇ ଜବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଦକ୍ଷିଣ କାଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ସଂଘର୍ଷରେ ଦୁଇ ସୈନିକଙ୍କ ଶହୀଦ ହେବାର ଖବର ରହିଛି। ଏଥି ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଛତିଶଗଡର ପୁଟକେଲ ଜଙ୍ଗଲରେ ନକ୍ସଲମାନଙ୍କ ସହ ଗୁଳିବିନିମୟ, ସିଆରପିଏଫ ଯବାନ ଶହୀଦ

ରାୟପୁର: ଛତିଶଗଡର ପୁଟକେଲ ଜଙ୍ଗଲରେ ନକ୍ସଲଙ୍କ ସହ ଏନକାଉଣ୍ଟର ହେବାର ଖବର ରହିଛି। ଆଇଜି ବସ୍ତର ପି ସୁନ୍ଦରରାଜ କହିଛନ୍ତି ଯେ, ଏହି ଏନକାଉଣ୍ଟରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ୧୬୮ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି। ସେଠାରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଏହି ଘଟଣା ଜିଲ୍ଲାର ତିମ୍ମାପୁରରେ ଘଟିଥିଲା, ​​ଯେତେବେଳେ ସିରିପିଏଫର ୧୬୮ ତମ ବାଟାଲିୟନର ଏକ ପାଟ୍ରୋଲିଂ ପାର୍ଟି ରାସ୍ତା କ୍ଲିୟରାନ୍ସ ଏବଂ ସଫେଇ କାର୍ଯ୍ୟ ପାଇଁ ବାହାରକୁ ଆସିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଲୱାମା: ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ଦିନ ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଉପରେ ସୁରକ୍ଷା ବାହିନୀ ଏକ ଅପରେସନ୍ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ସୁରକ୍ଷା ବାହିନୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲା। ଯେଉଁଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି।

ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେ କେଉଁ ଆତଙ୍କବାଦୀ ସଂଗଠନର ସହ ଜଡିତ, ତାହାର ଅନୁସନ୍ଧାନ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଦୁଇ ଗୁରୁତର ଯବାନଙ୍କୁ ନିଜ ହେଲିକ୍ୟାପ୍ଟରରେ ଏୟାରଲିଫ୍ଟ କଲେ ଡିଜି

ଭୁବନେଶ୍ବର: ପୋଲିସ ଆଉ ମାଓବାଦୀଙ୍କ ମଧ୍ୟରେ ଫୁଲବାଣୀ-ବୌଦ୍ଧ ସୀମାରେ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ୮ ଘଣ୍ଟା ଧରି ଗୁଳିବିନିମୟ ଜାରି ରହିଛି। ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ଗୁରୁତର ଯବାନଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି।

କୋରାପୁଟ-ମାଲକାନଗିରି ଗସ୍ତରେ ଯାଇଥିବା ପୋଲିସ ଡିଜି ଗସ୍ତ ପରିବର୍ତ୍ତନ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନିଜ ହେଲିକ୍ୟାପ୍ଟରରେ ଆହାତ ଜବାନଙ୍କୁ ଡିଜି ଭୁବନଶ୍ଵର ଏୟାରଲିଫ୍ଟ କରିଛନ୍ତି। ବର୍ତ୍ତମାନ ସେମାନଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ଜଣେ ଯବାନ ସହିଦ, ୪ ଜଣ ଆତଙ୍କିକୁ କରାଗଲା ଘେରାବନ୍ଦୀ

ଶ୍ରୀନଗର: ଆଜି ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ଜଣେ ଭାରତୀୟ ଯବାନ ସହୀଦ ହୋଇଯାଇଥିବା ବେଳେ ୪ ଜଣ ଆତଙ୍କବାଦୀଙ୍କ ଘେରାବନ୍ଦୀ କରାଯାଇଛି।

ସୂଚନା ମୁତାବକ, ପୁଲୱାମା ଜିଲ୍ଲାର ରାଜପୋରା ଅନ୍ତର୍ଗତ ହଂଜିନ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ଥିବାର କୌଣସି ସୂତ୍ରରୁ ଖବର ପାଇଁ ଆଜି ସୁରକ୍ଷା ବାହିନୀ ତଦନ୍ତ ଅଭିଯାନ ଆରମ୍ଭ କରିଥିଲେ। ହଠାତ ଆତଙ୍କବଦୀମାନେ ସୁରକ୍ଷାବାହିନୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ଯବାନ ଆହତ ହୋଇଥିଲେ। ଫଳରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା।

ସେଠାରେ ୩ ରୁ ୪ ଜଣ ଆତଙ୍କି ମହଜୁଦ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଗୁଳିବିନିମୟ ଜାରି ରହିଥିବା ବେଳେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି। ଆହତ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ଜୀବନ ବଞ୍ଚିପାରିନହିଁ।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଲସ୍କର କମାଣ୍ଡର ସମେତ ଦୁଇ ଆତଙ୍କୀ

ଶ୍ରୀନଗର: ଗତକାଲି ଠାରୁ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଶ୍ରୀନଗରର ପାଂରୀପୋରାରେ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଏହି ଗୁଳିବିନିମୟରେ ଲସ୍କରର ଦୁଇ ଜଣ ଆତଙ୍କୀଙ୍କୁ ସୁରକ୍ଷା ବାହିନୀ ନିହତ କରିଛି। ନିହତ ଆତଙ୍କୀଙ୍କ ମଧ୍ୟରେ ଲସ୍କର କମାଣ୍ଡର ଅବରାର ମଧ୍ୟ ସାମିଲ ଅଛି। ଯେଉଁ ଘରେ ଆତଙ୍କବାଦୀମାନେ ଲୁଚି ରହିଥିଲେ ସେହି ଘରକୁ ସୁରକ୍ଷା ବାହିନୀମାନେ ଉଡାଇଦେଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ପାଖରୁ ଏକେ-୪୭ ରାଇଫଲ ଜବତ କରାଯାଇଛି। ସଂପୂର୍ଣ୍ଣ ଅଞ୍ଚଳରେ ତଦନ୍ତ ଅଭିଯାନ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସିନିୟର କ୍ୟାଡର ମାଓବାଦୀ ନିହତ: ହିଂସା ଛାଡିବାକୁ ପୋଲିସ ଡିଜି ଅଭୟଙ୍କ ଆହ୍ଵାନ

ଭୁବନେଶ୍ବର: ଆଜି ପୋଲିସ ଗୁଳିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି। ବରଗଡ ଜିଲ୍ଲା ଅନ୍ତର୍ଗତ ପଦମପୁରରେ ଏହି କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି। ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସରଂକ୍ଷିତ ଜଙ୍ଗଲରେ ମାଓବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯବାନଙ୍କ ସର୍ଚ୍ଚ ଅପରଶେନ ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଯାହା ଫଳରେ ଯବାନମାନେ ପାଲଟା ଆକ୍ରମଣ କରି ଏହି ସିନିୟର କ୍ୟାଡର ମାଓବାଦୀକୁ ନିହତ କରିଥିଲେ।

ଘଟଣାସ୍ଥଳରୁ ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ କରାଯାଇଛି। ନିହତ ମାଓବାଦୀର ପରିଚୟ ଏଯାଏଁ ସ୍ପଷ୍ଟ ହୋଇନି, ଜବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ମାଓବାଦୀମାନେ ହିଂସାର ମାର୍ଗ ଛାଡିବାକୁ ଡିଜି ଅଭୟ ଆହ୍ଵାନ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଟଳିଲେ ତିନି ମାଓବାଦୀ

ମାଲକାନଗିରି: ଆଜି ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ତିନି ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି। ମୃତକ ତିନି ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ରେଲଓ୍ୱେ ଲାଇନ୍‌ ମରାମତି କାମରେ ଏସଟିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଉକ୍ତ କାମ ଚାଲିଥିବା ବେଳେ ହଠାତ ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ। ଫଳରେ ଜବାନମାନଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା। ଜବାନମାନଙ୍କ ପାଲଟା ଆକ୍ରମଣରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୬ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟ ୫ ମାଓ ମୃତ: ୨ ଏସଓଜି ସହୀଦ ଯବାନଙ୍କୁ ଗାର୍ଡ ଅଫ ଅନର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲ ରେ ମାଓ ଅପରେସନ ଅପରେସନରେ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ୨ ଏସଓଜି ଯବାନ ସହୀଦ ହୋଇଥିବା ଜଣା ପଡ଼ିଛି। ତେବେ (ବୁଧବାର) ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା। ଅପରେସନରେ ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଏମାନଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଏହି ଅପରେସନ ସମୟରେ ଦୁଇ ଏସଓଜି ଯବାନ ମଧ୍ୟ ସହିଦ ହୋଇଥିବା ଜଣାପଡିଛି। ସହୀଦ ଯବାନ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ସାନ ଭାଡୁଆ ସୁଳିଆପଡା ଗ୍ରାମର ସହୀଦ ସୁଧୀର କୁମାର ଟୁଡୁ (ସି/୧୮୨୩) ପି-ସ୍ବର୍ଗତ କୁଣ୍ଡିଆ ଟୁଡୁ, ଏବଂ ଅନୁଗୁଳ ଜିଲ୍ଲା ଅଙ୍ଗପଡା ରାଜକିଶୋର ନଗର ଦେବାଶିଷ ସେଠି(C/୩୨୬) ପି-ସନାତନ ସେଠୀ।

ସହୀଦ ଜବାନ ମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆ ଠାରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ପୋଲିସ ଡିଜି ଅଭୟ, ଅପରେସନ ଆଇଜି ଅମିତାଭ ଠାକୁର, ରାଜ୍ୟ ଗୋଇନ୍ଦା ବିଭାଗ ନିର୍ଦେଶକ ଆର, କେ, ଶର୍ମା, ସ୍ୱତନ୍ତ୍ର ଗୋଇନ୍ଦା ଶାଖା ଡି ଆଇ ଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ସଫିନ ଅହେମ୍ମଦ ଖାଁ, CRPF କମାଣ୍ଡେଣ୍ଟ , କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଏସପି ବାତୁଲା ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହିଥିଲେ।

ସହୀଦ ମାନଙ୍କୁ ଗାର୍ଡ ଅଫ ଅନର ଦେବା ସହିତ ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ସହୀଦ ମାନଙ୍କୁ ନିଜ ଜନ୍ମ ମାଟିକୁ ପଠା ଯାଇଥିଲା। ସହିଦ ଙ୍କୁ ଶେଷ ସମ୍ମାନ ଦେବା ପରେ ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଗଣ ମାଧ୍ୟମରେ କୁ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ ଗତ ଦୁଇ ମାସରେ ୧୨ ଜଣ ମାଓ ମୃତ୍ୟୁ ବରଣ କରିଛନ୍ତି। ରାଜ୍ୟର ମାଓବାଦୀ ମାନଙ୍କୁ ହିଂସା ର ପଥ ଛାଡି ଜାତୀୟ ମହାସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସହୀଦ ମାନଙ୍କ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ସରକାରଙ୍କ ପକ୍ଷରୁ ତୁରନ୍ତ ୧୬ ଲକ୍ଷ ଟଙ୍କା ସହାୟତା ସହ ସମ୍ପୂର୍ଣ୍ଣ ମାସିକ ଦରମା ପ୍ରଦାନ, ଘରଡ଼ିହ ସହ ସମସ୍ତ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଛି।