Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ

ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ୱାଧୀନତା ଦିବସ ୨୦୨୨ ଉପଲକ୍ଷେ ୫୫ ଜଣ ପୁଲିସ କର୍ମୀଙ୍କୁ ଅଗ୍ନିଶମ ସେବା ପଦକରେ ସମ୍ମାନିତ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୧ ଜଣ କର୍ମୀଙ୍କୁ ସେମାନଙ୍କର ସାହସିକତା ଏବଂ ବୀରତାପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଓଡ଼ିଶାରୁ ୨ ଜଣ ଅଗ୍ନିଶମ ସେବା କର୍ମୀ ବିଜୟ ଚନ୍ଦ୍ର ପାତ୍ର ଏବଂ ସର୍ବେଶ୍ବର ମିଶ୍ରଙ୍କ ନାମ ଏହି ପଦକ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ଅଗ୍ନିଶମ ସେବା ପଦକ ଛଅଜଣ କର୍ମୀଙ୍କୁ ପ୍ରଦାନ କରିବା ଲାଗି ଘୋଷଣା କରାଯାଇଛି। ୩୮ ଜଣ କର୍ମୀଙ୍କୁ ବିଶିଷ୍ଟ ଏବଂ ପ୍ରଶଂସନୀୟ ସେବା ପାଇଁ ଉତ୍କୃଷ୍ଟ ରେକର୍ଡ ଲାଗି ପ୍ରଶଂସନୀୟ ସେବାର ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ରୋହିତ ସାହୁ ଏବଂ ବିନୋଦ କୁମାର ପାଢ଼ୀ ରହିଛନ୍ତି।

ଏହା ବ୍ୟତୀତ, ସ୍ୱାଧୀନତା ଦିବସ ୨୦୨୨ ଅବସରରେ ୪୬ ଜଣ କର୍ମୀଙ୍କୁ ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକରେ ସମ୍ମାନିତ କରାଯିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ କର୍ମୀଙ୍କୁ ସାହସିକତା ଏବଂ ବୀରତାପୂର୍ଣ୍ଣ କାର୍ଯ୍ୟ ପାଇଁ ସାହସିକତା ନିମନ୍ତେ ଗୃହରକ୍ଷୀ ଓ ନାଗରିକ ସୁରକ୍ଷା ପଦକରେ ସମ୍ମାନିତ କରାଯାଇଛି।

ଓଡ଼ିଶାରୁ ତିନି ଜଣ ଜ୍ଞାନେନ୍ଦ୍ର ମଲ୍ଲିଆ, ଏସ. ପର୍ଶୁରାମ ରେଡ୍ଡୀ ଏବଂ ପ୍ରଦୀପ କୁମାର ଶତପଥୀ ଗୃହ ରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକ ସମ୍ମାନ ପାଇଛନ୍ତି।

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକ ତଥା ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକ ଯଥାକ୍ରମେ ୭ ଜଣ କର୍ମୀ ଏବଂ ୩୭ ଜଣ କର୍ମୀଙ୍କୁ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ଡିୟୁଟି କଲ୍ ଅପ୍ ଭତ୍ତା ମାସିକ ୧୨,୨୮୦ ଟଙ୍କାକୁ ବୃଦ୍ଧି କଲେ ନବୀନ

ଭୁବନେଶ୍ବର: ଗୃହରକ୍ଷୀମାନଙ୍କ Duty Call Up Allowance ରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।

ପୂର୍ବରୁ ଗୃହରକ୍ଷୀ ମାନଙ୍କୁ Duty Call up allowance ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ବାରା ସେମାନଙ୍କ call up allowance ଭାବରେ ମାସିକ ୧୨,୨୮୦ ଟଙ୍କା ପାଇବେ। ଏତଦ୍‌ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବପରି ସେମାନଙ୍କୁ ମିଳିବ।

Categories
ବିଶେଷ ଖବର

ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା (ସିଡି) କର୍ମଚାରୀମାନଙ୍କ ପାଇଁ ରାଷ୍ଟ୍ରପତି ପଦକ ଘୋଷଣା

ନୂଆଦିଲ୍ଲୀ: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଉପଲକ୍ଷେ ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ରର କର୍ମଚାରୀମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥାଏ। ଏମାନଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ, ସାହସିକତା ପଦକ, ପ୍ରଶଂସନୀୟ ସେବା ପଦକ ଆଦି ବର୍ଗରେ ସମ୍ମାନିତ କରାଯାଏ।

ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ, ୪୨ ଜଣ କର୍ମଚାରୀଙ୍କୁ ଅଗ୍ନିଶମ ସେବା ପଦକରେ ସମ୍ମାନିତ କରାଯିବାକୁ ଘୋଷଣା କରାଯାଇଛି।

ଏମାନଙ୍କ ମଧ୍ୟରୁ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ବୀରତା ଓ ସାହସିକତା ପାଇଁ ୨ ଜଣଙ୍କୁ ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଦିଆଯିବ।

ଅନୁରୂପ ଭାବେ ୯ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଦିଆଯିବାକୁ ଘୋଷଣା କରାଯାଇଛି। ପ୍ରଶଂସନୀୟ ସେବା ପାଇଁ ୩୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରାଯିବ।

ଏହାବ୍ୟତୀତ ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ ୨୫ ଜଣ କର୍ମୀ/ସ୍ବେଚ୍ଛାସେବୀଙ୍କୁ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ପଦକରେ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପଦକ ମିଳିବ। ଅନ୍ୟ ୨୩ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ର ପଦକ ମିଳିବ।

ଅଗ୍ନିଶମ ସେବା ପଦକ, ଗୃହରକ୍ଷୀ ଓ ବେସାମରିକ ସେବା ପଦକ ବିଜେତାଙ୍କ ନାମ ନିମ୍ନରେ ଦିଆଗଲା।

ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ସେବା ପଦକ ପାଇବାକୁ ଓଡ଼ିଶାର ୫ ଜଣ କର୍ମଚାରୀ ମନୋନିତ ହୋଇଛନ୍ତିସେମାନେ ହେଲେ :

ଜୟନ୍ତ କୁମାର ପଟେଲ, ଗୃହରକ୍ଷୀ କମ୍ପାନୀ କମାଣ୍ଡର

ରବିନ୍ଦ୍ର କୁମାର ମଲ୍ଲିକ, ଗୃହରକ୍ଷୀ

ମାୟାଧର ସୂତାର, ଗୃହରକ୍ଷୀ

ବି. ରାଜ କିଶୋର ସିଂ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ

ସୁରଜ ହେମ୍ରମ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ

Categories
ଆଜିର ଖବର ଜାତୀୟ ଖବର

ଲକ୍ଷାଧିକ ଟଙ୍କାର ଲାଞ୍ଚକୁ ପ୍ରତ୍ୟାଖାନ କରି ଗୃହରକ୍ଷୀ ଜବତ କଲେ ୧୨ କୋଟିର ନିଶାଦ୍ରବ୍ୟ: ମୁଖ୍ୟମନ୍ତ୍ରୀ ଦେଲେ ଏଭଳି ପୁରଷ୍କାର

ଗୌହାଟି: ଜଣେ ଗୃହରକ୍ଷୀ (ହୋମ ଗାର୍ଡ଼) ନିଜର ସଚ୍ଚୋଟତା ଏବଂ ସାହାସର ଉଦାହରଣ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି। ଡ୍ରଗ କାରୋବର ମାମଲାରେ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଲାଞ୍ଚକୁ ସେ ପ୍ରତ୍ୟାଖାନ କରିବା ସହ ୧୨ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିଛନ୍ତି। ଏଭଳି ସାହସିକତା ଏବଂ ସଚ୍ଚୋଟତା ଯୋଗୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଏକ ବଡ ପୁରଷ୍କାର ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଆସାମର କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାରେ ଜୁନ ୨୧ ତାରିଖ ଦିନ କର୍ତ୍ତବ୍ୟରତ ବୋରସିଂ ବେ ନାମକ ଗୃହ ରକ୍ଷୀଙ୍କୁ ନିଶା ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କାର ଲାଞ୍ଚ ଦେଇଥିଲେ। କିନ୍ତୁ ବୋରସିଂ ଏତେ ମୋଟା ଅଙ୍କର ଲାଞ୍ଚକୁ ପ୍ରତ୍ୟାଖାନ କରିବା ସହ ୧୨ କୋଟି ଟଙ୍କାର ନିଶା ଦ୍ରବ୍ୟକୁ ଜବତ କରିଥିଲେ।

ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ତାଙ୍କ ଉପରେ ଖୁସି ହୋଇ ପୁରଷ୍କାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟ ପୋଲିସ ସେବାରେ ନିଯୁକ୍ତି ଦେଇଛନ୍ତି। ଗୃହରକ୍ଷୀ ମୁଖ୍ୟତଃ ପୋଲିସକୁ ସହାୟତା କରିବା ପାଇଁ ଏକ ପଦବୀ ଅଟେ। ହେଲେ ଏହି ସାହାସିକତା ପାଇଁ ତାଙ୍କୁ ପୋଲିସ କନଷ୍ଟେବଳ ପଦବୀରେ ନିଯୁକ୍ତି ଦେବା ପାଇଁ ଆସାମ ସରକାର ନିଷ୍ପତ୍ତି ନେଇଛି।