Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବଜାର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ରହିଛି: କେନ୍ଦ୍ର

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ସମୀକ୍ଷା ପାଇଁ ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଗହମର ମହଜୁଦ ସ୍ଥିତି ଏବଂ ମୂଲ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆରଏମଏସ (ରବି ବିପଣନ ଋତୁ) ୨୦୨୩ରେ ୨୬୨ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ଗହମ କ୍ରୟ ହୋଇଥିବା ବେଳେ ଆରଏମଏସ ୨୦୨୪ରେ ୧୮.୦୬.୨୦୨୪ ସୁଦ୍ଧା ପ୍ରାୟ ୨୬୬ ଏଲଏମଟି ଗହମ କ୍ରୟ କରାଯାଇଛି। ପିଡିଏସ୍ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା, ଯାହା ପାଖାପାଖି ୧୮୪ ଏଲଏମଟି , ତାହାକୁ ପୂରଣ କରିବା ପରେ ଆବଶ୍ୟକ ସ୍ଥଳେ ବଜାରର ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ରହିଛି।

ଗହମର ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ଦେଶର ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ସ୍ଥିରତା ସୁନିଶ୍ଚିତ କରିବା ନିମନ୍ତେ ଉପଯୁକ୍ତ ନୀତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।