Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ବଡ ଧରଣର ଡକାୟତ ଯୋଜନା ପଣ୍ଡ: ୩ ଆଇଚର ଟ୍ରକ୍, ଗୋଟିଏ ହାଇଡ୍ରା ଜବତ, ୮ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀରେ ବଡ ଧରଣର ଡକାୟତ ଯୋଜନାକୁ ପୋଲିସ ପଣ୍ଡ କରିଛି। ବିଳମ୍ବିତ ରାତିରେ ଚଢାଉ କରି ଗୋଟିଏ ହାଇଡ୍ରା, ୩ ଆଇଚର ଟ୍ରକ୍ ଜବତ କରିବା ସହ ଚୋରୀ କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଟାଙ୍ଗୀ ପୋଲିସ୍ଅ ଟକ ରଖିଛି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ କେତେକ ସଶସ୍ତ୍ର ଡକାୟତ ୩ ଟି ଆଇଚର ଟ୍ରକ୍ ଏବଂ ଗୋଟିଏ ହାଇଡ୍ରା ସହାୟତାରେ ଟାଙ୍ଗୀ କଲେଜ୍ ପଡିଆରେ ରଖାଯାଇଥିବା ପାନୀୟ ଜଳ ପାଇପ୍ କୁ ଲୁଟ୍ କରିବାକୁ ଯୋଜନା କରୁଥିଲେ। ସୁରକ୍ଷା କର୍ମୀଙ୍କୁ ଧମକାଇ ପାଣି ପାଇପ ଲୁଟ୍ କରୁଥିବା ବେଳେ ସୁରକ୍ଷା କର୍ମୀ ଜଣକ ନିକଟସ୍ଥ ସାହିରେ ଯୁବକ ମାନଙ୍କୁ ଜଣାଇଥିଲେ। ଖବର ପାଇ ସାହିର ଯୁବକମାନେ ଏକାଠି ହୋଇ ପ୍ରତିରୋଧ କରିଥିଲେ।

ତେବେ ଡକାୟତ ମାନେ ସେମାନଙ୍କୁ ଧମକ ଚମକ ଦେବାରୁ ଯୁବକ ମାନେ ତୁରନ୍ତ ଟାଙ୍ଗୀ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ୩ ଟି ଆଇଚର ଟ୍ରକ୍, ଗୋଟିଏ ହାଇଡ୍ରା, ସହ ୮ ଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି।