Categories
ଆଞ୍ଚଳିକ

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଣପୁର ହବ୍ ରେ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ

ବାଣପୁର: +୨ ବିଜ୍ଞାନ ବିଭାଗର ପ୍ରଥମ ଦିନର ଓଡ଼ିଆ ଭାଷା ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଅଧ୍ୟକ୍ଷ ତଥା ହବ୍ ପରିଚାଳକ ବିନାୟକ ହୋତାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଯାଇଛି। ଏହି ହବ୍ ଅଧୀନରେ ଥିବା ୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ବିଜ୍ଞାନ ବିଭାଗ ଥିବା ତିନୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରଶ୍ନପତ୍ର ସକାଳ ୭ ଘଟିକା ୩୦ ମିନିଟ୍ ରେ ପଠାଯାଇଥିଲା।

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସୂଚନାଯୋଗ୍ୟ ଯେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଚନ୍ଦନ ଲଗାଇ ସ୍ବାଗତ କରାଯାଇଥିଲା।

Categories
ଆଞ୍ଚଳିକ

ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ନାଚୁଣୀ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା

ବାଣପୁର (ସୀତାରାମ ଅଗ୍ରୱାଲ): ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ଯୁବକ ଯୁବତୀ ମାନଙ୍କର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ଲକ୍ଷରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସରକାର ଆୟୋଜନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ଓ ଏନଏସିର ମିଳିତ ଆନୁକୂଲ୍ୟରେ ନାଚୁଣୀ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ୫ ଦିନିଆ କ୍ରୀଡା ପ୍ରତିଯୋଗିତାର ଉଦଘାଟନ ହୋଇଯାଇଛି।

ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ବାଣପୁର ତହସିଲଦାର ଟି.ପଦ୍ମନାଭ ଡୋରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ନାଚୁଣୀ ସରପଞ୍ଚ ପୁଷ୍ପାଞ୍ଜଳି ପଲେଇ, ତୋରସିଂ ସରପଞ୍ଚ ଆକାଶ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଉଦଘାଟନ ଦିବସରେ ନନ୍ଦପୁର ଓ ତୋରସିଂ ଗ୍ରାମପଂଚାୟତର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ କ୍ରିକେଟ ଓ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉକ୍ତ କ୍ରୀଡା ପ୍ରତିଯୋଗିତା ଆଜି ଠାରୁ ୫ଦିନ ଧରି ଚାଲିବାକୁ ଥିବାବେଳେ କୃତକାର୍ଯ୍ୟ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ଆସନ୍ତା ୬ ତାରିଖରେ ହେବାକୁ ଥିବା ଉଦଯାପନ ଉତ୍ସବରେ ସମ୍ମାନିତ କରାଯିବ ବୋଲି ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ଏହି କ୍ରୀଡା ପ୍ରତିଯୋଗିତାକୁ ବାଣପୁର ବ୍ଲକ ବିପିଏମ ଶିବ ପ୍ରସାଦ ଜାଲି,ନାଚୁଣୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ଖଟେଇ, ସିପି ସନ୍ଦୀପ ପାଇକରାୟ ସୁଚାରୁ ରୂପେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଦିନ ୧୧.୦୦ ଘଟିକାରେ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଏଥିରେ ସଭପତିତ୍ଵ କରିଥିଲେ।

ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଶାସନିକ ଅଧିକାରୀ ଡ ଶୂରପ୍ରତାପ ନରେନ୍ଦ୍ର ସି°ବର୍ମା, ପ°ଚାନନ ମହାରଣା, ପ୍ରଦୀପ୍ତ କୁମାର ଦାସ, ଜୟନ୍ତ କୁମାର ବିହାରୀ, ଅର୍ଚ୍ଚନା ତ୍ରିପାଠୀ ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇ କ୍ୟାରିଅର କାଉନସେଲିଂ, ଉପସ୍ଥାନ, ମେଧାବୃତ୍ତି ଓ ଅନ୍ୟାନ୍ୟ ଅନେକ ବିଷୟରେ ଆଲୋଚନା କରିଥିଲେ।

ଅନେକ ଅଭିଭାବକ ପିଲାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇବା ସହ ବିଦ୍ୟାଳୟ ପରିସରରେ ମୋବାଇଲ ଫୋନ୍ ବ୍ୟାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅଧ୍ୟକ୍ଷ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଅଭିଭାବକମାନଙ୍କର ସହଯୋଗ କାମନା କରିଥିଲେ। ପରିଶେଷରେ ଅଧ୍ୟାପକ ଗୋଲକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଗତ ୧୮ ତାରିଖ ଦିନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବନମାଳୀ ବେହେରା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର, ମହାବିଦ୍ୟାଳୟର ପ୍ରସାଶନିକ ଅଧିକାରୀ ଡଃ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ଓ ସଂଯୋଜିକା ଇତିଶ୍ରୀ ଦାସ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଏହାର ସୁଯୋଗ ନେବା ପାଇଁ ଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।

ମହାବିଦ୍ୟାଳୟର ଦୁଇ ପ୍ରଶିକ୍ଷିକା କଳ୍ପଶ୍ରୀ ପ୍ରଧାନ ଓ ଅର୍ଚ୍ଚନା ବେହେରା ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳଗୁଡ଼ିକର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଆଜିର ଉଦଯାପନୀ ଦିବସରେ ଅଧ୍ୟକ୍ଷ ବନମାଳୀ ବେହେରା, ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଡଃ ବର୍ମା ଓ ଅଧ୍ୟାପିକା ଇତିଶ୍ରୀ ଦାସ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣର ପ୍ରମାଣ ପତ୍ର ପ୍ରଦାନ କରିଥିଲେ।