Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ: ଜବତ ହେଲା ୧୪୪୦ ଗ୍ରାମର ସୁନା ଅଳଙ୍କାର

ଭୁବନେଶ୍ୱର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଏକକାଳୀନ ୧୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ବିଧାୟକ ପ୍ରଦୀପଙ୍କ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଘରେ ପ୍ରାୟ ୨୩ ଘଣ୍ଟା ଧରି ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା ତେବେ ଏହି ଯାଞ୍ଚ ବେଳେ ବିଧାୟକଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି। ଏଥିସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନ ହାର ମଧ୍ୟ ଜବତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ: ୧୫ ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ମୋଟ ୧୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି କରିଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୩ ଜଣ ସହଯୋଗୀ ୧୦ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ ଆରମ୍ଭ କରିଦେଇଛି। ବ୍ରହ୍ମପୁରରେ କଟକ ଭିଜିଲାନ୍ସ ବିଭାଗ ଚଢାଉ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଥିବା ସୂଚନା ରହିଛି। ଭିଜିଲାନ୍ସ ଏସପିଙ୍କ ନେତୃତ୍ଵରେ ୨ ଜଣ ଅତିରିକ୍ତ ଏସପି ଏବଂ ୧୭ ଜଣ ଡିଏସପିଙ୍କ ସହଯୋଗରେ ଚଢାଉ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ଲୋକାୟୁକ୍ତଙ୍କ ବିରୋଧରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଲୋକାୟୁକ୍ତଙ୍କ ବିରୋଧରେ ସେ ଫୌଜଦାରୀ ମାମଲା ରୁଜୁ ପାଇଁ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ଲୋକାୟୁକ୍ତ ନକଲି କାଗଜପତ୍ର ଦେଇଥିବା ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ତେବେ ସୁପ୍ରିମକୋର୍ଟରେ ଗୋପାଳପୁର ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପୀତାମ୍ବର ଆଚାର୍ଯ୍ୟ କେସ ଲଢୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଠକେଇ ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପ୍ରଦୀପ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଳନ୍ଥରା ଥାନାରେ ହୋଇଥିବା ଠକେଇ ମାମଲାର ବିଚାରଣ ପାଇଁ ଆଜି ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ୍ ବ୍ରହ୍ମପୁର ଏସ୍‌ଡ଼ିଜିଏମ୍ କୋର୍ଟରେ ପୋଲିସ୍ ହାଜର କରିଛି। ଟାଟା କଂପାନୀରେ ଚାକିରି କରାଇଦେବା କହି ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ନେଇ ଗୋଳନ୍ଥରା ଥାନାରେ ତିନୋଟି ମାମଲା ରୁଜୁ ହୋଇଥିଲା। ତେଣୁ ପୋଲିସ୍ ଆଜି ପ୍ରଦୀପଙ୍କୁ ଝାରପଡ଼ା ଜେଲ୍‌ରୁ ଆଣି ବ୍ରହ୍ମପୁର ଏସ୍‌ଡ଼ିଜିଏମ୍ କୋର୍ଟରେ ହାଜର କରିଥିଲା।

ତେବେ ତାଙ୍କ ଓକିଲ ଦୀପକ ପଟ୍ଟନାୟକ ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଦର୍ଶାଇ ଚିକିତ୍ସା ପାଇଁ ପୁଣିଥରେ ଭୁବନେଶ୍ୱର ପଠାଇବାକୁ ନିବେଦନ କରିଥିଲେ। କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ ପୋଲିସ୍ ଜବରଦସ୍ତ ତାଙ୍କୁ ଆଣିଥିବା ଓକିଲ ଅଭିଯୋଗ କରିଥିଲେ। ଏହାସହ ତାଙ୍କ ସ୍ୱାମୀଙ୍କୁ ଜାଣିଶୁଣି ହଇରାଣ କରାଯାଉଥିବା ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ଅଭିଯୋଗ କରିଥିଲେ। ମିଥ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଫସାଯାଉଛି। ନ୍ୟାୟ ଉପରେ ତାଙ୍କର ଭରଷା ଅଛି। ତେଣୁ ସେ ଉଚିତ ନ୍ୟାୟ ପାଇବେ ବୋଲି କହିଥିଲେ।

ଆଜି କଡ଼ା ସୁରକ୍ଷା ମଧ୍ୟରେ ପ୍ରଦୀପଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସକାଳୁ ସକାଳୁ କୋର୍ଟ ପରିସରରେ ପୋଲିସ୍ ଛାଉଣିରେ ପରିଣତ ହୋଇଥିଲା। ଅନ୍ୟପ୪ରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କରିବା ସମୟରେ କିଛି ସମର୍ଥକ ନାରାବାଜି ମଧ୍ୟ କରିଥିଲେ। ଏଥିପାଇଁ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଜେଲ୍‌ରେ ବିଧାୟକ ପ୍ରଦୀପ ରହିବେ ବୋଲି ଜଣାପଡ଼ିଛି। ସେଠାରେ ତାଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ବିଶୃଙ୍ଖଳା ପାଇଁ ପ୍ରଦୀପ ଦାୟୀ: ରମେଶ ଜେନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଟିଏ ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିବାବେଳେ ପରେ ଆଜି କଂଗ୍ରେସ ପ୍ରେସ୍‌ମିଟ୍ ଆୟୋଜନ କରି ଗଂଜାମ ଜିଲ୍ଲାର ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି। ବିଜେପି ଯେଉଁଭଳି ଭାବେ ଚିରାଚରିତ ଢ଼ଂଗରେ ପ୍ରଦୀପ ପାଣିଗ୍ରାହୀଙ୍କ କଳାସାମ୍ରାଜ୍ୟର ଚିଠା ଲୋକଙ୍କ ମୁଖା ଖୋଲିଥିଲା ତାହାର ଆହୁରି ଗୋଟିଏ ପାଦ ଆଗକୁ ଯାଇ ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଛନ୍ତି।

ଆଜି କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନିତର ଚେହେରା ତଥା ଚେରକୁ ସାମ୍ନାକୁ ଆଣିଥିଲେ। ଶ୍ରୀ ଜେନା ଅଭିଯୋଗ କରିଥିଲେ ଯେ ଗତ ୧୬ ବର୍ଷ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାକୁ ଅପବ୍ୟବହାର କରି ବହୁ ଦୁର୍ନିତିରେ ଲିପ୍ତ ରହିଛନ୍ତିି। ସେ ନିରୀହ ଲୋକଙ୍କ ସ୍ୱାର୍ଥ ପାଇଁ କାମ ନକରି ମାଫିଆଙ୍କ ସ୍ୱାର୍ଥ ପାଇଁ କାମ କରୁଥିଲେ। ଜମି ହଡ଼ପଠାରୁ ଆରମ୍ଭ କରି ମୋରମ, ମଦ ଭାଟି, ବାଲି ଦୁର୍ନିତି ଏବଂ ଚୋରାଚାଲାଣ ପଛରେ ତାଙ୍କର ହାତ ରହିଛି। ଏହାର ତଦନ୍ତ କରିବା ସହ ଏହି ଦୁର୍ନୀତିରେ ଜିଲ୍ଲାର ଆହୁରି ବିଧାୟକ, ମନ୍ତ୍ରୀ ଏବଂ ମାଫିଆମାନେ ସଂପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଶ୍ରୀ ଜେନା।

ପ୍ରଦୀପଙ୍କ ପାଇଁ ଗଂଜାମରେ ରାଜନୈତିକ ବିଶୃଙ୍ଖଳା ସୃଷ୍ଟି ହୋଇଛି। ପ୍ରଦୀପ ତାଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କ ବିରୋଧରେ ୫୪ଟି ମିଛ କେସ୍ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେ ପ୍ରତ୍ୟେକ୍ଷ ଭାବେ ଗଂଜାମ ଜିଲ୍ଲାର ନେତୃବର୍ଗ ତଥା ବିଧାୟକଙ୍କ ନାମ ନେଇନଥିଲେ ମଧ୍ୟ ପ୍ରଦୀପଙ୍କ ଦୁର୍ନୀତିରେ ଆହୁରି ଅନେକ ମନ୍ତ୍ରୀ, ବିଧାୟକ ସାମିଲ ଥିବା ଜୋର୍ ଦେଇ କହିଥିଲେ। ତେଣୁ ନିରପେକ୍ଷ ତଥା ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରଦୀପ ଭଳି ଅନେକ ନେତୃବର୍ଗଙ୍କ ମୁଖା ଖୋଲିଯିବା ସହ ସରକାରଙ୍କ ଦୁର୍ନିତିମୁକ୍ତ ସମାଜର ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ଲୋକେ ବିଶ୍ୱାସ କରିବେ।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଦେଖିବାକୁ ମିଳିଲାଣି ଯେ ଗଂଜାମ ଜିଲ୍ଲାରେ ଗତ କିଛି ଦିନ ହେଲା ଦୁଇ ପ୍ରମୁଖ ବିରୋଧୀ ଦଳ ସକ୍ରିୟ ହୋଇପଡ଼ିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବିଜେପି ହେଉ ବା କଂଗ୍ରେସ ନିଜର ପତିଆରା ଦେଖାଇବା ପାଇଁ ଘନ ଘନ ପ୍ରେସ୍‌ମିଟ୍‌, ବିକ୍ଷୋଭ, ଅଭିଯୋଗ ପତ୍ର ପ୍ରଦାନ ଚାଲିଛି। ଫଳରେ ଗଂଜାମ ଜିଲ୍ଲାରେ ଏକପ୍ରକାର ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଉଠେଇନେଇଥିବା ଅଭିଯୋଗ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଉଠେଇନେଇଥିବାର ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପତ୍ନୀ ସୁଜାତାଙ୍କ ଅଭିଯୋଗ ଅନୁଯାୟୀ, ସନ୍ଧ୍ୟାରେ ଚାରୋଟି ଗାଡିରେ କିଛି ଲୋକ କ୍ରାମ ବ୍ରାଞ୍ଚର କର୍ମଚାରୀର ପରିଚୟ ଦେଇ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କୁ କିଛି ତଦନ୍ତ କରିବା ପାଇଁ ଇଓଡବ୍ଲୁ କାର୍ଯ୍ଯାଳୟକୁ ଆସିବା ପାଇଁ ନିବେଦନ କରିଥିଲେ।

ହେଲେ ତାଙ୍କ ଘରଠାରୁ ଇଓଡବ୍ଲୁ କାର୍ଯ୍ଯାଳୟ ମାତ୍ର ୮ ମିନିଟର ରାସ୍ତା। କିନ୍ତୁ ଘଣ୍ଟେ ବିତିଯାଇଥିଲେ ମଧ୍ୟ ପ୍ରଦୀପ ଏପର୍ଯ୍ଯନ୍ତ କାର୍ଯ୍ଯାଳୟରେ ପହଞ୍ଚି ନଥିବା ସୁଜାତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏନେଇ ସୁଜାତା ଦୁଃଖପ୍ରକାଶ କରିବା ସହିତ ତାଙ୍କ ସ୍ବାମୀଙ୍କର କିଛି କ୍ଷତି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୋ ସ୍ବାମୀଙ୍କ ବିରୋଧରେ ଥାନାରେ ଏଯାବତ କୌଣସି ଏତଲା ନଥିଲେ ମଧ୍ୟ ସେମାନେ କେଉଁ କରାଣରୁ ତାଙ୍କୁ ଉଠାଇନିଆଗଲା ସେ ପ୍ରଶ୍ନ କରିଛନ୍ତି।