Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନର ଶିକ୍ଷା ମନ୍ତ୍ରୀଙ୍କ ଅଜବ ବୟାନ: ଅଧିକ ମହିଳା କର୍ମଚାରୀ ଯୋଗୁଁ ବିଦ୍ୟାଳୟରେ ଝଗଡା ବଢେ

ନୂଆଦିଲ୍ଲୀ: ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଏକ ବିବାଦିତ ବୟାନ ଦେଇଛନ୍ତି। ଯେଉଁ ବିଦ୍ୟାଳୟରେ ମହିଳା କର୍ମଚାରୀ ଅଧିକ ଥାଆନ୍ତି, ସେଠାରେ ଅଧିକ ଝଗଡା ହୁଏ ବୋଲି ସେ କହିଛନ୍ତି। ଯାହା ଫଳରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ‘ସରିଡନ୍’ (ମୁଣ୍ଡବିନ୍ଧାର ଔଷଧ) ଲଗାଇବାକୁ ପଡୁଛି। ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଏକ ଅଜବ ବୟାନ ଦେଇଛନ୍ତି ଶିକ୍ଷାମନ୍ତ୍ରୀ।

ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ହେବା ସହ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଗୋବିନ୍ଦ ସିଂ ଦାୟିତ୍ୱ ତୁଲାଉଛନ୍ତି। ଦୋତସାରାରେ ସେ କହିଛନ୍ତି ଯେ, ରାଜସ୍ଥାନ ସରକାର ସର୍ବଦା ମହିଳାଙ୍କ ସୁରକ୍ଷା ଏବଂ ଆରାମର ଯତ୍ନ ନେଉଛନ୍ତି। କିନ୍ତୁ ମହିଳା କର୍ମଚାରୀଙ୍କ ପରସ୍ପର ମଧ୍ୟରେ ଝଗଡା ହେବାର କିଛି ଅଭିଯୋଗ ଆସୁଛି। ଯଦି ଆପଣମାନେ ଏହି ଛୋଟ ଛୋଟ ଜିନିଷଗୁଡ଼ିକୁ ଠିକ୍ କରିପାରିବେ, ତେବେ ଆପଣମାନେ ସବୁବେଳେ ପୁରୁଷଙ୍କଠାରୁ ଆଗରେ ରହିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।