Categories
ଆଜିର ଖବର ରାଜ୍ୟ ଖବର

ସନ୍ଦେହ ଜନକ ଭାବେ ଯୁବତୀଙ୍କ ମୃତଦେହ ଉଦ୍ଧାର, ଯୁବକ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଅଟୋନଗର ନିକଟସ୍ଥ ନିର୍ମଳା ପ୍ଲାଜା ନାମକ ଏକ ହୋଟେଲରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଗୋଳନ୍ଥରା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଯୁବତୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ମୃତ ଯୁବତୀଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ହୋଇଥିବା ବେଳେ ଅଟକ ଯୁବକ ଜଣକ ସଙ୍କେତ ସେନାପତି ଓ ତାଙ୍କର ଘର ନୟାପଲ୍ଲୀ ଭୁବନେଶ୍ବର ବୋଲି ଜଣାପଡିଛି। ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥ ଗୋଳନ୍ଥରା ଥାନା ନିକଟରେ ଦୁର୍ଘଟଣା, ନାବାଳିକା ମୃତ, ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ନଂ ଟିଏନ୍୩୪ ଏବି ୩୮୧୧ ଆନ୍ଧ୍ର ପଟେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ସ୍କୁଟି ମୋଟରସାଇକେଲକୁ ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ସ୍କୁଟିରେ ବସିଥିବା ୧୫ ବର୍ଷିୟା ବାଳିକା ତଳେ ଛିଟିକି ପଡ଼ିଯାଇଥିଲା ଏବଂ ଉକ୍ତ ଟ୍ରକ୍ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ନାବାଳିକାର ମୃତ୍ୟୁ ଘଟିଥିଲା। ମୃତକ ନାବାଳିକାର ନାମ ଲିପା ପ୍ରଧାନ ବୋଲି ଜଣାପଡିଛି।

ତେବେ ଗାଡ଼ି ଚଳାଉଥିବା ଭିଣୋଇ ଟୁନା ପ୍ରଧାନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଟୁନାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ମୃତ ଲିପା ର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବଂ ପରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କୁ ପୋଲିସ ଜବତ କରିବା ସହ ଚାଳକକୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଜର ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଲାଉଡି ଗାଁ ଆଇଜଜର୍ ଶିକ୍ଷାନୁଷ୍ଠାନ ର ପ୍ରଥମ ବର୍ଷ ଛାତ୍ରର ମୃତ ଦେହ ବିଏଚ୍ ୧ ଛାତ୍ରାବାସର ୭ ମ ମହଲରୁ ଉଦ୍ଧାର ହୋଇଛି। ଉକ୍ତ ଛାତ୍ରର ନାମ ସମୟ ସତ୍ୟ ମକର ମୁର୍ମୁ ଓ ଏମ୍ ଏସ୍ ସି ଇଣ୍ଟିଗ୍ରେଟେଡ୍ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି।

ଏହି ମାତ୍ର ୨୦ ଦିନ ତଳେ ସେ ଉକ୍ତ ଛାତ୍ରାବାସରେ ରହୁଥିଲା। ତାର ଘର ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର କଲୋନୀ ଓ ତା’ର ବାପା ସେହି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର କର୍ମଚାରୀ ବୋଲି ଜଣାପଡିଛି। ତାର ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଛାତ୍ରାବାସର ଅନ୍ତେବାସୀମାନଙ୍କ ଠାରୁ ଖବର ପାଇ ଅନୁଷ୍ଠାନର କର୍ମଚାରୀ ମେଡିକାଲ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ତା’ର ବିୟୋଗ ଘଟିଛି। ଗୋଳନ୍ଥରା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ପ୍ରେସ୍ କ୍ଲବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ପ୍ରେସ୍ କ୍ଲବ ତରଫରୁ ଗୋଳନ୍ଥରା ନିକଟସ୍ଥ ଭାଲିଆଗଡ ପାନ୍ଥନିବାସ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନିଷି ତହସିଲଦାର ପ୍ରଳୟାନନ୍ଦ ସାମନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ବିଶ୍ଵଜିତ ରାୟ ଯୋଗ ଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। ଏତଦବ୍ୟତୀତ ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଇଞ୍ଜିନ ଅଏଲ କାରଖାନା ଉପରେ ଚଢ଼ାଉ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କିଛି ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ କାରବାର କୁ ନେଇ ଅଭିଯୋଗ ପାଇ ଗୋଳନ୍ଥରା ଥାନା ପୋଲିସ ଏକ ବ୍ୟବସାୟ ଅନୁଷ୍ଠାନ ଉପରେ ଚଢ଼ାଉ କରି ଦୁଇ ଜଣ ବ୍ୟବସାୟୀ କୁ ଆଣି ଥାନାରେ ଜେରା କରିଥିଲେ। ଯାହାଫଳରେ ସେମାନେ ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମ ରେ ପ୍ରସ୍ତୁତ ହେଉଥିବା ଏକ କାରଖାନା ବିଷୟରେ ସୁଚନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ବଡ଼ବଜାର ପୋଲିସ ଓ ଗୋଳନ୍ଥରା ପୋଲିସ ମିଳିତ ଭାବେ ସୁକୁଣ୍ଡା ସ୍ଥିତ ଉକ୍ତ ନକଲି ଇଞ୍ଜିନ ଅଏଲ କାରଖାନା ଉପରେ ଚଢ଼ାଉ କରି ଆଉ ଜଣେ ପ୍ରସ୍ତୁତକାରୀ ଧରି କାରଖାନା ଯାଞ୍ଚ କରିବା ବେଳେ ସେ ଭିତରେ ମହଜୁଦ ଥିବା ୨୦୦ ଲିଟର ଇଞ୍ଜିନ ଅଏଲ, ଏକ ହଜାରରୁ ଉର୍ଦ୍ଧ୍ବ ଖାଲି ଅଏଲ ଡବା, ନାମିଦାମୀ କମ୍ପାନୀ ର ଷ୍ଟିକର, କିଛି ରଙ୍ଗ ଓ କିଛି ରାସାୟନିକ ଦ୍ରବଣ ଜବତ କରିଛନ୍ତିି ଓ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପାଖରୁ ଗୋଳନ୍ଥରା ପୋଲିସ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ନିକଟ ରତକନ୍ନର ଗ୍ରାମର ଏମ୍ ତିରୁପତି ବୋଲି ଜଣାପଡିଛି। ସେ କନିଷିରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସୁଥିବା ବେଳେ ଉକ୍ତ ସ୍ଥାନରେ କୌଣସି ଅଜଣା ଗାଡ଼ି ଧକ୍କାରେ ଆହତ ହୋଇ ରାସ୍ତା କଡ଼ରେ ପଡି ପ୍ରାଣ ହରାଇଥିବା ଜଣାପଡ଼ିଛି।

ଖବର ପାଇ ପ୍ରବେସନାରୀ ଆଇ ପି ଏସ୍ ଅଧିକାରୀ ଅଙ୍କିତ୍ ବର୍ମା, ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟାନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଓ ଉଦ୍ଧାର ମୃତ ଦେହକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏଥି ସହିତ ନିକଟରେ ଥିବା ବିଭିନ୍ନ ଅନୁଷ୍ଠାନର ସିସିଟିଭି ଫୁଟେଜକୁ ନେଇ ପୋଲିସ ତଦନ୍ତ ଚଳାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ଦିନ ତଳେ ଗୋଳନ୍ଥରା ଥାନା ଅଞ୍ଚଳରୁ ଜନୈକା ନାବାଳିକାକୁ ଅପହରଣ କରାଯାଇଥିଲା। ନାବାଳିକାଙ୍କ ପିତାଙ୍କ ଠାରୁ ଏତଲା ଗ୍ରହଣ କରିବା ପରେ ଗୋଳନ୍ଥରା ପୋଲିସ ଛାନବିନ୍ ଚଳାଇଥିଲା। ଏହାପରେ ଦୁଇ ଯୁବକଙ୍କୁ ପୋଲିସ ଆଣି ଥାନାରେ ଜେରା କରିଥିଲା। ଫଳରେ ନିକଟସ୍ଥ ହରଡଙ୍ଗ ଗ୍ରାମର ଜେ ହରି ରେଡ୍ଡୀ ନାମକ ଜଣେ ଯୁବକ ଘରେ ଚଢ଼ାଉ କରି ନବମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାକୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ଆଉ ଜଣେ ଯୁବକ ସୋରଳ ଗ୍ରାମର ମୋହନ ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଉଦ୍ଧାର ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିତାତଳି ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ୩ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ଆହତ କାମେଶ୍ଵର ବର୍ତ୍ତମାନ ବିଶାଖାପାଟଣର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁର ଏସ୍ ପି ଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ୩ ଜଣ ଅଭିଯୁକ୍ତ ଯଥା କେ କୃଷ୍ଣ ମୁର୍ତ୍ତି, କେ ପାଲେୟା ଓ ଏସ୍ କାହ୍ନେୟାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗାଁ ରେ ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥି ସହିତ ଗାଁ ଛକରେ କିଛି ଉଠା ଦୋକାନୀମାନେ ଖୋଲାଖୋଲି ମଦ ବ୍ୟବସାୟ କରୁଥିବା ଖବର ପୋଲିସ ପ୍ରଶାସନର ହସ୍ତଗତ ପରେ ୪ ଟି କ୍ୟବିନ୍ କୁ ତହସିଲଦାର ତଥା ମାଜିଷ୍ଟ୍ରେଟ ବିଶ୍ବରଂଜନ କହଁରଙ୍କ ଉପସ୍ଥିତିରେ ଭାଙ୍ଗି ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜନୈତିକ ହିଂସାକାଣ୍ଡ ଯୋଗୁଁ ଅଶାନ୍ତ ପିତାତଳି ଗ୍ରାମ, ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍ ପି

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ପୁଣି ରାଜନୈତିକ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଯ’ଦ୍ଵାରା ସ୍ପଷ୍ଟ ଦିବାଲୋକରେ ସରପଞ୍ଚଙ୍କ ଜ୍ୱାଇଁ ଏସ୍ କାମେଶ୍ଵରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି। ଆହତ କାମେଶ୍ଵର ନିଜ ଘରକୁ ଫେରୁଥିବା ବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ଛକି ରହିଥିବା କିଛି ଯୁବକ ସଶସ୍ତ୍ର ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଗୋଡ, ହାତ ଓ ମୁଣ୍ଡରେ ଗଭୀର ଆଘାତ ହୋଇଛି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିଟି ଡ଼ାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅତ୍ୟଧିକ ଚିକିତ୍ସା ପାଇଁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ପକ୍ଷରେ କାମେଶ୍ଵରଙ୍କ ଏତଲା କ୍ରମେ ପୋଲିସ ୨୦ ଜଣଙ୍କ ନାମରେ ମକଦ୍ଦମା ରୁଜୁ କରିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ବ୍ରହ୍ମପୁର ଏସ୍ ପି ଡଃ ବିବେକ ଶ୍ରବଣ କୁମାର, ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର, ତାଲିମ ପ୍ରାପ୍ତ ଆଇ ପି ଏସ୍ ଅଧିକାରୀ ଅଙ୍କିତ ବର୍ମା ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରିବା ସହ ଅଭିଯୁକ୍ତ ଙ୍କ ଅନୁସନ୍ଧାନ ଚଳାଇଛନ୍ତି।

ପ୍ରକାଶ ଥାଉକି ଚିକିଟି ନିର୍ବାଚନ ମଣ୍ଡଳୀର ଏହି ଅଞ୍ଚଳରେ ପ୍ରାୟ ରାଜନୈତିକ ବିବାଦ ଉପୁଜି ହିଂସାକାଣ୍ଡ ସୃଷ୍ଟି ହେଉଛି। ଯ’ଦ୍ଵାରା ସାଧାରଣ ଲୋକ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏହି ଗ୍ରାମରେ ତୁରନ୍ତ ଏକ ପୋଲିସ ଫାଣ୍ଡିର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରୁ ପ୍ରକାଶ। କାରଣ ପୁର୍ବରୁ ଏହି ଭଳି ଅନେକ ଘଟଣା ଘଟିଛି ଓ ଏଥିରେ ବହୁ ବ୍ୟକ୍ତି ବିଶେଷ ଙ୍କର ଧନ ଜୀବନ ବିପନ୍ନ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ଼ରେ ଛିଡ଼ା ହୋଇଥିବା କାର୍ ରୁ ଅଢେଇ କିଲୋ ଗଞ୍ଜେଇ ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ନିକଟ ଜାତୀୟ ରାଜପଥ ରାସ୍ତା କଡ଼ରେ ପାର୍କିଂ ଅବସ୍ଥାରେ ଥିବା ଏକ ମୋଟର କାର୍ କୁ ସନ୍ଦେହ କରି ଜେରା କରିବା ବେଳେ ସେଥିରୁ ଅଢେଇ କିଲୋ ଗଞ୍ଜେଇ ପୋଲିସ ଜବତ କରିଛି। ଗଞ୍ଜେଇ ମହଜୁଦ ଥିବା କାର୍ ର ନଂ ଏମଏଚ ୦୪ ଇଏକ୍ସ ୩୮୮୭ ବୋଲି ଜଣାପଡିଛି। ଗାଡ଼ି ଚାଲକ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ଓ କାର୍ କୁ ଜବତ କରି ପୋଲିସ କେଶ୍ ନଂ ୩୦୮/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା: ଗୋଳନ୍ଥରା ପୋଲିସର ତଦନ୍ତ ଜାରି

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟ ରଙ୍ଗିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅରକ୍ଷିତ ନାହାକ ନାମକ ଜଣେ ବ୍ୟକ୍ତି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ମୃତ ଅରକ୍ଷିତ କୌଣସି କାରଣରୁ ମାନସିକ ଅବସାଦରେ ରହୁଥିଲେ। କିନ୍ତୁ ସେ ନିଜ ବିଲରେ ପକାଇବାକୁ ରଖିଥିବା କୀଟନାଶକ ଓାୖଷଧ ପିଇ ଦେଇଥିଲେ। ଯାହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କର ପୁଅ ରାଜେନ୍ଦ୍ର ନାହାକ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ ଏବଂ ଲୁଟ୍: ୪ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଗୁଣ୍ଡିଚା ନଗର ନିକଟରେ କୁନା ଡାକୁଆ ନାମକ ଜଣେ ଯୁବକକୁ ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ କରି ଲୁଟ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚଳାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ଵରେ ଏକ ଟିମ୍ ପୁରୀର ଏକ ହୋଟେଲ ଉପରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା ଏବଂ ପରେ କୋର୍ଟ ଚାଲାଣ କରିଥିଲା।

ଅଭିଯୁକ୍ତମାନେ ହେଲେ ପିଣ୍ଟୁ ନାହାକ, ରୁଦ୍ର ଡାକୁଆ, କାଳିଆ ସାହୁ ଓ ଅଜୟ ଲେଙ୍କା ବୋଲି ଜଣାପଡିଛି। ଏମାନଙ୍କ ଠାରୁ ପୋଲିସ ଦୁଇଟି ନମ୍ବର ବୀହିନ ମୋଟରସାଇକେଲ,‌ ଗୋଟିଏ ସ୍କୁଟି, ଦୁଇଟି ଖଣ୍ଡା, ୩ ଟି ବୋମା ଓ କିଛି ନଗଦ ଟଙ୍କା ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ପିଣ୍ଟୁ ନାହାକ ଓ କୁନା ଡାକୁଆ ମିଶି ପୁରୁଣା ଗାଡ଼ି ବ୍ୟବସାୟ କରୁଥିଲେ। ଦୁଇଙ୍କ ମଧ୍ୟରେ ବ୍ୟବସାୟିକ ଶତୃତା ଥିଲା ଓ କିଛି ଦିନ ତଳେ ଉଭୟେ ମୁହାଁମୁହିଁ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର କଲା ଗୋଳନ୍ଥରା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଗ୍ରାମ ମୁଖ୍ୟ ରାସ୍ତା ପୁରୁଣା ଆନ୍ତଃ ରାଜ୍ୟ ତନଖି ଫାଟକ ନିକଟ ଏକ ପରିତ୍ୟକ୍ତ ଘରୁ ଗୋଳନ୍ଥରା ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ନାମ  ଲିଙ୍ଗରାଜ ପାଣିଗ୍ରାହୀ (୭୦) ବୋଲି ଜଣାପଡିଛି।

ସୁଚନା ଯୋଗ୍ୟ ଯେ, ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଅଞ୍ଚଳରେ ମୃତ ଲିଙ୍ଗରାଜଙ୍କ ଘର। ସେ ଏଠି ଏଣେ ତେଣେ ବୁଲୁଥିଲେ ଓ ଉକ୍ତ ପରିତ୍ୟକ୍ତ ଘରେ ବିଶ୍ରାମ ନେବା ଅବସରରେ ତାଙ୍କର ବିୟୋଗ ଘଟିଛି। ଉକ୍ତ ପରିତ୍ୟକ୍ତ ଘରଟି ପୁର୍ବରୁ ଭାରୀ ଯାନ ଓଜନ ଯନ୍ତ୍ର କାର୍ଯ୍ୟାଳୟ ଚାଲୁଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ୨୪/୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରୋଇ ହିଂସା: ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ବାମୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥି ଗ୍ରାମର ସୁନୀତା ଜେନା ଗତ ଦୁଇ ବର୍ଷ ତଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଗ୍ରାମର ସନ୍ତୋଷ କୁମାର ସାମଲଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ରହି ଆସୁଥିଲେ। କିନ୍ତୁ କ’ଣ ହେଲା କିଛି ମାସ ତଳେ ସ୍ତ୍ରୀ ସୁନୀତାଙ୍କୁ ସ୍ବାମୀ ସନ୍ତୋଷ କୌଣସି କାରଣରୁ ମାରଧର କରିବାରୁ ସୁନୀତା ଦଶପଲ୍ଲା ଥାନାରେ ଅଭିଯୋଗ ଦାଖଲ କରି କନିଷି ହାଟରେ ରହୁଥିବା ଭଉଣୀ ଘରେ ଆସି ରହୁଥିଲେ।

ଗତକାଲି ଅଚାନକ ସନ୍ତୋଷ ଭଉଣୀ ଘରେ ପହଞ୍ଚି ଦଶପଲ୍ଲା ଥାନାରେ ଦେଇଥିବା ଏତଲାକୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ କହିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ। ସୁନୀତାଙ୍କ ବଡ ଭଉଣୀ ଛଡ଼ାଇବାକୁ ଆସିବାରୁ ତାକୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଥିଲେ ଓ ଉଭୟେ ଦୁଇ ଭଉଣୀ ମାଡ଼ ଖାଇ ଆହତ ଅବସ୍ଥାରେ ଥାନାକୁ ଯାଇ ଅଭିଯୋଗ କରିଥିଲେ।

ଗୋଳନ୍ଥରା ପୋଲିସ ଅଭିଯୋଗ ପାଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣ୍ଡାରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କନିଷି ହାଟ ଗୁଣ୍ଡିଚା ନଗର ନିକଟରେ କୁନା ଡାକୁଆ ନାମକ ଜଣେ ଯୁବକକୁ ତିନି ଜଣ ଯୁବକ ଆଖିରେ ଲଙ୍କାଗୁଣ୍ଡ ପକାଇ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। କୁନାର ହାତ ପାପୁଲିରେ ଗଭୀର ଆଘାତ ଲାଗି ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ମୁତାବକ, କୁନା ଜଣେ ଗ୍ୟାରେଜ ମାଲିକ ଓ ସେ ପୁରୁଣା ଗାଡ଼ି ବ୍ୟବସାୟ କରନ୍ତି। ଆଜି ଗ୍ୟାରେଜକୁ ଯାଇ ମାଁ ର ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ଯିବା ବେଳେ ହଠାତ୍ ତିନି ଜଣ ଯୁବକ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଆତର୍କିତ ଭାବେ ହାତକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ପାଖରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। କୁନାଙ୍କ ସମ୍ପର୍କୀୟ ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏତଲା ନଂ ୨୮୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ବାଣ ଦୋକାନରେ ଚଢାଉ: ବ୍ୟବସାୟୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଗ୍ରାମର ସି ଏଚ୍ ରାମୁ ରେଡ଼ି ନାମକ ଜଣେ ବ୍ୟକ୍ତିଙ୍କୁ ବାଣ ବିକ୍ରି କରୁଥିବା ଅଭିଯୋଗ ରେ ଗୋଳନ୍ଥରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସୁଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନିଜେ ଥାନା ଅଧିକାରୀ ମହନ୍ତ ଏକ ଟିମ୍ ଗଠନ କରି ରାମୁ ରେଡ଼ିଙ୍କ ଦୋକାନ ଉପରେ ଚଢ଼ାଉ କରି ପ୍ରାୟ ୬୦ ହଜାର ଟଙ୍କାର ବାଣ ଜବତ କରିଛନ୍ତି ଓ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ଗାଁ ଲୋକଙ୍କ ଆପତ୍ତି ସତ୍ତ୍ୱେ ଗତ କିଛି ବର୍ଷ ହେଲା ରାମୁ ବେଆଇନ ଭାବେ ବାଣ ବ୍ୟବସାୟ କରୁଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସୀମାନ୍ତରେ ଜୁଆ ଆଡ୍ଡା ଉପରେ ଚଢାଉ, ତିନି ଗିରଫ, ଲକ୍ଷାଧିକ ଟଙ୍କା ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟିପଦର ଗ୍ରାମର ଏକ କିଆଁ ବୁଦା ମଧ୍ୟରେ ଚାଲିଥିବା ଏକ ବିରାଟ ଜୁଆ ଆଡ୍ଡା ଉପରେ ଗୋଳନ୍ଥରା ପୋଲିସ ଚଢ଼ାଉ କରିଛି। ଯେଉଁଥିରେ ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଓ ୪ ଟି ମୋବାଇଲ ଫୋନ ଜବତ୍ କରିଛି। ଝାଟିପଦର ଗ୍ରାମର ପି ମୋହନ ରେଡି, ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ଥାନା ଅଞ୍ଚଳର ପି ପ୍ରସାଦ ରାଓ କେ ବିଘ୍ନେଶ୍ ରେଡ଼ିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଉକ୍ତ ଜୁଆ ଆଡ୍ଡା ଉପରେ ଚଢାଉ କରିବା ପୁର୍ବରୁ ଆଉ କିଛି ଜୁଆଡି ଆଡ୍ଡା ସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

ପ୍ରକାଶ ଥାଊକି ଝାଟିପଦର ଗ୍ରାମଟି ଆନ୍ଧ୍ର ଓ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ସ୍ଥାନରେ ବର୍ଷ ସାରା ଏହି ଭଳି ଜୁଆ ଖେଳ ଚାଲିଥିବା ଅଞ୍ଚଳ ବାସୀଙ୍କ ଠାରୁ ପ୍ରକାଶ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଚଢ଼ାଉ କରି ସଫଳତା ପାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡା ଗ୍ରାମର ଲଳିତା ମହାନ୍ତି ନାମକ ଜଣେ ଯୁବତୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ଯେ, ନିଜ ଘରେ ଖାଇପିଇ ରାତିରେ ଲଳିତା ଶୋଇଥିଲେ। କ’ଣ ହେଲା ହଠାତ୍ ରାତି ଅଧରେ ସେ ବାନ୍ତି କରିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଓ ଚିକିତ୍ସିତ ହେଉଥିବା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥ ପାର୍କିଂ ସ୍ଥାନରୁ ଟ୍ରକ୍ ଚୋରି ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଅଟୋନଗର୍ ନିକଟ ଜାତୀୟ ରାଜପଥ କଡ ଢାବା ନିକଟ ପାର୍କିଂ ସ୍ଥାନରୁ ଏକ ଟ୍ରକ ଚୋରି ଘଟଣାର ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଓଡି ୧୫ ଜି ୬୩୨୭ ନଂ ବିଶିଷ୍ଟ ଏକ ଟ୍ରକ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍ ର କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଗାଡ଼ି ମାଲିକ ଅଶୋକ କୁମାର ଦଳବେହେରା ଗୋଳନ୍ଥରା ଥାନା ରେ ଅଭିଯୋଗ କରିଛନ୍ତି। ଉକ୍ତ ଗାଡ଼ି ଗଲାପରେ ଖଲିକୋଟ ନିକଟ ଗୋରାପଲି ଟୋଲ୍ ଗେଟ୍ ରେ ଖଜଣା ପୈଠ କରିଥିବା ତଥ୍ୟ ଫାଷ୍ଟଟେଗ୍ ଜରିଆରେ ଜଣା ପଡ଼ିଛି ଓ ଜି ପି ଆର୍ ଏ ସ୍ ରେ ଉକ୍ତ ଗାଡି ଆନ୍ଧ୍ର ପ୍ରଦେଶରେ ଥିବା ଜଣାପଡିଛି। ଏତଲା ଗ୍ରହଣ କରି ପୋଲିସ ଅନୁସନ୍ଧାନ କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

“ମୁଁ ବହୁତ ଦୁଃଖିତ”, ଭାଇଙ୍କ ଫୋନକୁ ବାର୍ତ୍ତା ପଠାଇ ଆତ୍ମହତ୍ୟା କଲେ ଯୁବକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ କୃପାନିଧି ପେଣ୍ଠ ଗ୍ରାମର ରାଧାମୋହନ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚଣ୍ଡୀ ମନ୍ଦିର ସାହିରେ କିଛି ବଂଧୁ ମାନଙ୍କ ସହ ରହି ପାଠ ପଢ଼ିବା ସହ ଚାକିରି ପାଇଁ ଚେଷ୍ଟା କରୁଥିଲେ ଓ ବହୁ ପ୍ରତିଯୋଗିତା ମୁଳକ ପରୀକ୍ଷାର ସମ୍ମୁଖୀନ ମଧ୍ୟ ହୋଇଥିଲେ। କିନ୍ତୁ ବହୁବାର ବିଫଳ ହେବା ପରେ ମାନସିକ ଚାପରେ ରହି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି।

ଘଟଣାରୁ ପ୍ରକାଶ ଯେ, ରାଧାମୋହନ ଆତ୍ମହତ୍ୟାର କିଛି ସମୟ ପୁର୍ବରୁ ନିଜ ଭାଇ କୈଳାଶ ପାତ୍ରଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଜରିଆରେ ମୁଁ ବହୁତ ଦୁଃଖିତ ବୋଲି ଉଲ୍ଲେଖ କରିଥିଲେ। ଭାଇ ଉକ୍ତ ବାର୍ତ୍ତା ପଢି ଅନ୍ୟ ବନ୍ଧୁମାନଙ୍କୁ ପଚାରିଲା ବେଳେ ସେମାନେ ଅସହ୍ୟ ଗରମ ଛାତ ଉପରେ ଶୋଇଛନ୍ତି ଓ ରାଧାମୋହନ ଘରେ ଶୋଇଛି ବୋଲି କହିବା ସହ ବଂଧୁ ମାନେ ତଳକୁ ଆସି କବାଟ ବାଡ଼େଇବାପରେ ସେ ନଖୋଲିବାରୁ ସେମାନେ କୈଳାସକୁ ଜଣାଇଥିଲେ।

ଭାଇ କୈଳାଶ ଗାଁର କିଛି ସାଙ୍ଗମାନଙ୍କୁ ନେଇ ଉକ୍ତ ଘରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିଲା ବେଳକୁ ରାଧାମୋହନ ଏକ ଗାମୁଛା ବେକରେ ଗୁଡେଇ ଝୁଲୁଥିବା ଦେଖିଥିଲେ।

ଖବର ପାଇ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ୧୦/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ସିରିଜ୍ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତ କୋର୍ଟ ଚାଲାଣ

କୈଲାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବଡ଼ବଜାର ଥାନା, ନିମଖଣ୍ଡି ଥାନା ଓ ଗୋଳନ୍ଥରା ଥାନା ଅଞ୍ଚଳରେ ବିଗତ ଦିନରେ ଘଟିଥିବା ବିଭିନ୍ନ ଚୋରି ଘଟଣାରେ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ବ୍ରହ୍ମପୁର ପୋଲିସ ସଫଳତା ହାସଲ କରିଛି।

ସୂଚନାଯୋଗ୍ୟ ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଜନୈକ ବ୍ୟବସାୟୀଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ବଡ଼ବଜାର ଥାନାରେ ୧୭/୨୩ ଅନୁଯାୟୀ ମାମଲା ରୁଜୁ, ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗରରେ ଡଃ ଅମୁଲ୍ୟ ମିଶ୍ରଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ନିମଖଣ୍ଡି ଥାନାରେ ୩୭/୨୩ ଅନୁଯାୟୀ ମାମଲା, ଗୋଳନ୍ଥରା ଥାନା ଅନ୍ତର୍ଗତ ବେଲକୁଦି ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ୫୮/୨୩ ଓ ବାଲିଆ ସାହିର କେ ଦମୟନ୍ତୀଙ୍କ ଘରୁ ଚୋରି ଅଭିଯୋଗରେ ୮୦/୨୩ ଅନୁଯାୟୀ ମାମଲା ରୁଜୁ ହେବା ପରେ ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ନେତ୍ରୁତ୍ବରେ ବିଭିନ୍ନ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।

ଏହି ଟିମ୍ ସବୁ ଚୋରି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ସଦର ଥାନା ବାଲିପଡା ଗ୍ରାମର ଏସ୍ ସନ୍ତୋଷ, ଟି ଭଜନ ଓ ଟି ଦିଲିପକୁ ଉଠାଇ ଆଣି ବିଭିନ୍ନ ସ୍ଥାନରେ ରଖି ପଚରାଉଚରା କରିବା ବେଳେ ସେମାନଙ୍କ ଠାରୁ ଉକ୍ତ ୪ ଟି ଚୋରି ଘଟଣାରେ ଲୁଟ୍ ହୋଇଥିବା ସୁନା ଓ ରୂପା ଅଳଂକାର ଜବତ କରିଛନ୍ତିି ଓ ଜବତ୍ ଅଳଙ୍କାର ମଧ୍ୟରେ୨୬୫ ଗ୍ରାମ ସୁନା ଓ ୩୫୦ ଗ୍ରାମ ରୁପା ପୋଲିସ ର ହସ୍ତଗତ ହୋଇଛି।

ଉଦ୍ଧାର ହୋଇଥିବା ସବୁ ଅଳଙ୍କାର ଗୁଡ଼ିକ ପ୍ରକ୍ରୁତ ମାଲିକଙ୍କୁ ଫେରସ୍ତ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ଠାରୁ ପ୍ରକାଶ।