Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ସଂସଦର କେନ୍ଦ୍ରୀୟ କକ୍ଷରେ ପାଳିତ ହେବ ସମ୍ବିଧାନ ଦିବସ

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଭାରତର ସ୍ୱାଧୀନତା ଦିବସର ୭୫ତମ ବାର୍ଷିକୀ ତଥା ଏହାର ଗୌରବମୟ ପରମ୍ପରା ଓ ଐତିହ୍ୟ ପାଳନ ପାଇଁ ଏକ ପଦକ୍ଷେପ। ଏହି ମହୋତ୍ସବର ଅଂଶ ବିଶେଷଭାବେ ଭାରତ ଆସନ୍ତାକାଲି (୨୬.୧୧.୨୧) ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ବିପୁଳ ହର୍ଷୋଲ୍ଲାସ ମଧ୍ୟରେ ପାଳନ କରୁଛି।

ସଂସଦ ଭବନର କେନ୍ଦ୍ରୀୟ କକ୍ଷରୁ ମାନନୀୟ ରାଷ୍ଟ୍ରପତି ଦିନ ଏଗାରଟାଠାରୁ ସମ୍ବିଧାନ ଦିବସ ପାଳନର ନେତୃତ୍ୱ ନେବେ।

ଏଥିରେ ମାନନୀୟ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଗଣ, ସଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥି ମଧ୍ୟ ଅଂଶଗ୍ରହଣ କରିବେ।

ଏହି ସମାରୋହ ସିଧାସଳଖ ସଂସଦ ଟିଭି/ଦୂରଦର୍ଶନ ଓ ଅନଲାଇନ ପୋର୍ଟାଲରୁ ସିଧାସଳଖ ପ୍ରସାରିତ ହେବ।

ମହାମାନ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ତାଙ୍କ ସହ ସମଗ୍ର ଦେଶବାସୀଙ୍କୁ  ସମ୍ବିଧାନର ପ୍ରସ୍ତାବନା(preamble) ପାଠ ପାଇଁ ଆମନ୍ତ୍ରଣ କରାଯିବ। ସେ ମଧ୍ୟ ସାମ୍ବିଧାନିକ ଗଣତନ୍ତ୍ରର ଅନଲାଇନ କୁଇଜକୁ (mpa.gov.in/constitution-day)ଶୁଭ ଉଦ୍‌ଘାଟନ କରିବେ। ସମ୍ବିଧାନର ପ୍ରସ୍ତାବନା ପାଠ ନିମନ୍ତେ ୨୩ଟି ଭାଷା(୨୨ଟି ସରକାରୀ ଓ ଇଂରାଜୀ) ପୋର୍ଟାଲ ଆଜି ମଧ୍ୟରାତ୍ରୀରୁ କାର୍ଯ୍ୟକ୍ଷମ ହେବ। ପ୍ରମାଣପତ୍ର (mpa.gov.in/constitution-day)ୱେବସାଇଟ୍‌ରୁ ଡାଉନଲୋଡ କରି ହେବ।