Categories
ବିଶେଷ ଖବର ରାଜ୍ୟ ଖବର

ଆର.ଡି ବିଭାଗର କାମ ଧାର୍ଯ୍ୟ ସମୟରେ ଶେଷ କରିବାକୁ କଡା ନିର୍ଦ୍ଦେଶ ଦେଲେ ସଂଜୟ ସିଂହ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପ ଗୂଡିକ ଧାର୍ଯ୍ୟ ସମୟ ସୀମା ଏବଂ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ବାନ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧ୍ୟକ୍ଷତା କରିବା ସହିତ କହିଲେ ଯେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁ ଦାୟିତ୍ବ। ପ୍ରକଳ୍ପ ସମ୍ପୁର୍ଣ୍ଣ ପାଇଁ ଡିଭିଜନ ମାନେ ବିଭାଗକୁ ଦେଉଥିବା ସମୟ ସୀମା ଉପରେ ଧ୍ୟାନ ଦେବା ଜରୁରୀ।

ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧିୟ ସମସ୍ତ ଅଭିଯୋଗ ଗୁଡିକର ତ୍ବରିତ ସମାଧାନ ପୂର୍ବକ ଏହାର ରିପୋର୍ଟ ବିଭାଗରେ ପହଞ୍ଚିବା ଆବଶ୍ୟକ। ଏଣିକି ଏ ଦିଗରେ ବିଭାଗୀୟ ଯନ୍ତ୍ରୀମାନେ ସମସ୍ତ ଡିଭିଜନ ମୁଖ୍ୟଙ୍କୁ ଫୋନ କରି ସମାଧାନ ଦିଗରେ ଯତ୍ନବାନ ହେବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ।

ରାସ୍ତା ଓ ସେତୁ ଯୋଜନା ଅଧିନରେ ସ୍ତଗିତ ଥିବା ପ୍ରକଳ୍ପ ଗୁଡିକର ଡିପିଆର ୭ ଦିନ ଭିତରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନୁମୋଦିତ ହୋଇଥିବା ପ୍ରକଳ୍ପର ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରି ଆସନ୍ତା ୩ ଦିନ ମଧ୍ୟରେ ବିଭାଗକୁ ପଠାଇବାକୁ ଶ୍ରୀ ସିଂହ ମୁଖ୍ୟଯନ୍ତ୍ରୀ ମାନଙ୍କୁ କହିଥିଲେ।

ବର୍ତ୍ତମାନ ସୁଧା ବିଭାଗର ପ୍ରକଳ୍ପ ଜନିତ ବ୍ୟୟ ୪୩ ପ୍ରତିଶତରୁ ଉର୍ଦ୍ଧ ଯାହା ସନ୍ତୋଷଜନକ ଅଟେ। ଆସନ୍ତା ସେପ୍ଟେମ୍ବର ଶେଷ ସୁଧା ସମସ୍ତ ଡିଭିଜନ ଅନ୍ୟୁନ ୪୫ ପ୍ରତିଶତ ଅନୁଦାନ ଖର୍ଚ୍ଚ କରିବା ସହ ସମସ୍ତ ଡିଭଜନ ସର୍ବନିମ୍ନ ୧୦ କୋଟି ଟଙ୍କା ଖର୍ଚ୍ଚ କରି ରିର୍ପୋଟ ପ୍ରଦାନ କରିବାକୁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ କହିଥିଲେ। ସେହିପରି ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପ ଗୂଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଯେଉଁ ଡିଭିଜନ ମାନଙ୍କରେ ଆପ୍ରୋଚ ରୋଡ ବାକି ରହିଛି ସେ ସବୁକୁ ଆସନ୍ତା ଅକ୍ଚୋବର ଶେଷ ସୁଧା ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲ।

୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ୧୩ ଗୋଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ୧୫ ସେପ୍ଟେମ୍ବର ସୁଧା ସାରିବାକୁ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା ସେହିପରି ବିଭାଗର ସମସ୍ତ ସିସିଇଙ୍କ ନେତୃତ୍ବରେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପ ଗୁଡିକର ଡିପିଆର ଫାଇନାଲ କରି ସେପ୍ଟମ୍ବର ୧୫ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସାରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ।

ବିଜୁ ସେତୁ ଯୋଜନା ଅଧିନରେ ଥିବା ଅସମ୍ପୁର୍ଣ୍ଣ କାମ ଆସନ୍ତା ସେପ୍ଟେମ୍ବରଶେଷ ସୁଧା ସାରିବାକୁ ବୈଠକରେ ଗୁରୁତ୍ବ ଦିଆ ଯାଇଥିଲା। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକୁ ଅଗ୍ରାଧୀକିର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଅସମ୍ପୁର୍ଣ୍ଣ ଥିବା ୧୫ ଗୋଟି ପ୍ରକଳ୍ପକୁ ସମ୍ପୁକ୍ତ ମୁଖ୍ୟଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ବିଭାଗକୁ ରିର୍ପୋଟ ପ୍ରଦାନ କରିବେ ଏବଂ ଆସନ୍ତା ଡିସେମ୍ବର ସୁଧା ଏହି ପ୍ରକଳ୍ପ ଗୁଡିକ ସମ୍ପୁର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ କହିଥିଲେ।

ଏଥି ସହିତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚୁଡାନ୍ତ କରିବାକୁ କହିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ସମ୍ପର୍କରେ ଆଲୋଚନା କରା ଯାଇଥିଲା।

ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର‌୍ୟ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ଶ୍ରୀ ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ଡିଭିଜନରେ ୩୦ ପ୍ରତିଶତ ଖର୍ଚ୍ଚ କରିବାକୁ ଆରଡି ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:  ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ। ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧ୍ୟକ୍ଷତା କରି କହିଲେ ଯେ ଗ୍ରାମାଞ୍ଚଳର ସଫଳତା ଏହାର ଭିତ୍ତିଭୂମୀ ବିକାଶ ଉପରେ ପର୍ଯ୍ୟବେଶିତ।

ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁ ଦାୟିତ୍ୱ। ପ୍ରକଳ୍ପ ସମ୍ପୁର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟ ସୀମା ଉପରେ ଧ୍ୟାନ ଦେବା ଜରୁରୀ। ଏଣୁ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆ ଯାଇଥିବା ଅନୁଦାନ ରାଶି ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ ହେବା ଜରୁରୀ। ବିଭାଗ ଦ୍ୱାରା ପ୍ରଥମ ତ୍ରୈମାସିକରେ ୩୦% ଓ ଦ୍ୱିତୀୟ ତ୍ରୈମାସିକ ପାଇଁ ୨୦% ବଜେଟ ଅନୁଦାନ ଡିଭିଜନମାନଙ୍କୁ ପ୍ରଦାନ କରାଯାଇଛି।

ବରଗଡ, କୋରାପୁଟ, ଜଗତସିଂପୁର ଓ ବାଲେଶ୍ୱର ଭଳି ଡିଭିଜନମାନଙ୍କରେ ତ୍ରୈମାସିକ ବ୍ୟୟ ଖୁବ ସନ୍ତୋଷଜନକ ଥିବାବେଳେ କେତେକ ଡିଭିଜନରେ ପ୍ରକଳ୍ପ ପାଇଁ ଦିଆଯାଇ ଥିବା ଅର୍ଥ ବିନିଯୋଗ ସନ୍ତୋଷଜନକ ହୋଇ ନ ଥିବାରୁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ଡିଭିଜନ ଅନ୍ୟୁନ ୩୦ ପ୍ରତିଶତ ଅନୁଦାନ ଖର୍ଚ୍ଚ କରିବା ସହ ଅଗଷ୍ଟ ମାସରେ ସମସ୍ତ ଡିଭଜନ ସର୍ବନିମ୍ନ ୮ କୋଟି ଟଙ୍କା ଖର୍ଚ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରଖିବାକୁ ସେ କହିଥିଲେ।

ବିଜୁ ସେତୁ ଯୋଜନା ଅଧୀନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ୨୦୨୧-୨୨ ଆର୍ଥିକ ବର୍ଷରୁ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ପୂର୍ଣ୍ଣାଙ୍ଗ ରିପୋର୍ଟ ବିଭାଗକୁ ଅବଗତ କରାଇବା ସହିତ ଅସଂପୂର୍ଣ୍ଣ କାମଗୁଡିକ ଆସନ୍ତା ଅକେଫାବର ଶେଷ ସୁଦ୍ଧା ସାରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବାକି ଥିବା ୧୩ ଗୋଟି ସର୍ବେକ୍ଷଣ ଅନୁସନ୍ଧାନ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଦାଖଲ ପାଇଁ କ୍ଷେତ୍ରାଧିକାରୀମାନଙ୍କୁ କହିବା ସହ ୩୨୦ଟି ଟେଣ୍ଡରରୁ ଅନ୍ୟୁନ ୩୦୦ଟି ଚୂଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜି.ଏ.ଡି ଓ ପ୍ରଶାସନିକ ଅନୁମୋଦନକୁ ମଧ୍ୟ ଏଥି ସହିତ ସାମିଲ ହେବା ଦରକାର ବୋଲି କହିଥିଲେ।

୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷାପୂର୍ବକ ଏହିସବୁ ପ୍ରକଳ୍ପଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୁର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନେ ଯନିବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧୀନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ସମୀକ୍ଷା କରିବା ସହ ବର୍ଷା ଦିନେ ଯେପରି ରାସ୍ତା କାମ ପ୍ରଭାବିତ ନ ହୁଏ ସେଥିପାଇଁ କୋଲï ବିଟୁମେନ ପଦ୍ଧତିରେ ପିଚୁ ସଡକ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ।

ବିଭିନ୍ନ ସମସ୍ୟା ଯୋଗୁ ଅଟକି ରହିଥିବା କାମଗୁଡିକ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଯୋଗାଯୋଗ କରି ସମାଧାନର ରାସ୍ତା ବାହାର କରିବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ମନ୍ଥର ଗତିରେ ଚାଲୁଥିବା ଏବଂ ସ୍ଥଗିତ ଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ମୁଖ୍ୟଯନ୍ତ୍ରୀମାନେ ଏଥିପ୍ରତି ଯନିବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରାଇବେ।

ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଗତ ବର୍ଷରେ ଆରମ୍ଭ କରା ଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ମୋ ସରକାର ଅଧିନରେ ଆସୁଥିବା ଅଭିଯୋଗ ତଥା ଏହାର ଗୁରୁତ୍ୱକୁ ଉପଲବ୍ଧି କରି ତ୍ୱରାନ୍ୱିତ ପ୍ରକ୍ରିୟାରେ ଏହାର ସମାଧାନ ଦିଗର ଯନିବାନ ହେବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟର ସମସ୍ତ ୬୦ ଗୋଟି ଡିଭିଜନ ଏବଂ ୧୩ ଟି ଇଞ୍ଜିନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ଶ୍ରୀ ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗରେ ୬ ଆଇଏଏସ୍‌ ଙ୍କୁ ପ୍ରଶିକ୍ଷଣ ଦେଲେ ପ୍ରମୁଖ ଶାସନ ସଚିବ ସଂଜୟ ସିଂହ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା କ୍ୟାଡର ୨୦୨୧ ବ୍ୟାଚ୍‌ର ୬ ଜଣ ଆଇଏଏସ୍‌ ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ବିସ୍ତୃତ ତାଲିମ ନେଇଛନ୍ତି।

ଏହି ଉପଲକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ସମସ୍ତ ଆଇଏଏସ୍‌ ପ୍ରଶିକ୍ଷାର୍ଥିଙ୍କୁ ସ୍ୱାଗତ କରିବା ସହ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଛି ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ।

ବିଭାଗର କାର୍ଯ୍ୟଧାରା ଜାଣିବା ଦ୍ୱାରା ସେମାନେ ରାଜ୍ୟ ପ୍ରଶାସନକୁ ବିସ୍ତୃତ ଭାବେ ବୁଝିବାରେ ସହାୟକ ହେବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାରେ ତତ୍ପର ହେବେ। ନିଜ ନିଜ କ୍ୟାଡର ଏବଂ ସେବାରେ ଯୋଗଦେବା ପୂର୍ବରୁ କଠିନ ପରିସ୍ଥିତିରେ ଫଳପ୍ରଦ ଭାବେ କାର୍ଯ୍ୟ କରିବା ଏବଂ ସେଥି ପାଇଁ ପ୍ରସ୍ତୁତ ରହିବା ହିଁ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପର୍କରେ ବିସ୍ତୃତ ସୂଚନା ଦେବାକୁ ଯାଇ ଶ୍ରୀ ସିଂହ କହିଲେ ଯେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ବିଭାଗ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥାଏ। ସେଥି ମଧ୍ୟରୁ ରାସ୍ତା, ଗୃହ ନିର୍ମାଣ ଓ ସେତୁ ନିର୍ମାଣ ଆଦି ବିଭାଗର ପ୍ରମୁଖ କାର୍ଯ୍ୟ ଥିବାବେଳେ ଅନ୍ୟ ବିଭାଗ ଓ ସଂସ୍ଥା ସହାୟତାରେ ଅନେକ କାର୍ଯ୍ୟ ହାତକୁ ନେଇଥାଏ।

ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ବିଜୁ ସେତୁ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଉପରେ ପିପିଟି ମାଧ୍ୟମରେ ପ୍ରଶିକ୍ଷାର୍ଥିଙ୍କ ସୂଚନା ଦିଆଯାଇଥିଲା। ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ପର୍ଯ୍ୟାପ୍ତ ସୂଚନା ପ୍ରଦାନ କରାଯାଇଥିଲା।

ରାସ୍ତା ଓ ସେତୁ ନିର୍ମାଣ ସମୟରେ ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ଯଥା: ଭୂମି ଅଧିଗ୍ରହଣ, ଜବରଦଖଲ, ଜଙ୍ଗଲ ଜମି ହସ୍ତାନ୍ତରଣ ଆଦି ସମସ୍ୟାଗୁଡ଼ିକୁ କିଭଳି ସୁଚିନ୍ତିତ ଓ ତ୍ୱରାନ୍ୱିତ ପ୍ରକି୍ରୟାରେ ସମାଧାନ କରାଯାଇପାରିବ ସେ ବିଷୟରେ ଶ୍ରୀ ସିଂହ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ।

ପରେ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ସିଂହ ଅଧିକାରୀମାନଙ୍କ ବିଭାଗ ସଂପର୍କୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ନୂଆ ନୂଆ ଜ୍ଞାନକୌଶଳରେ ନିର୍ମିତ ରାସ୍ତା ଓ ସେତୁ ନିର୍ମାଣର ଭିଡ଼ିଓ ଚିତ୍ର ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ପ୍ରଧାନ ଓ ଇଂ ପ୍ରଦୀପ କୁମାର ସାମଲ, ମୁଖ୍ୟଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ, ଇଂ ରମେଶ ଚନ୍ଦ୍ର ବେହେରା, ଇଂ ସଂଜୀବ କୁମାର ମହାନ୍ତି, ବିତ୍ତ ଅଧିକାରୀ ଶ୍ରୀମତୀ ସ୍ମିତା ପାଣି ଏବଂ ସ୍ୱତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷ ପର୍ଯ୍ୟାୟରେ ଧବଳେଶ୍ଵର ସେତୁର ନିର୍ମାଣ, ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା  ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ। ଏହାର ପୂର୍ଣ୍ଣାଙ୍ଗ ସ୍ଥିତି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ପରଖିଛନ୍ତି। ଏଣିକି ସ୍ଥଳପଥ ଦେଇ ଧବଳେଶ୍ଵର ପୀଠରେ ପହଞ୍ଚି ପାରିବେ ଭକ୍ତ। ସୁଗମ ହେବ ଭକ୍ତଙ୍କ ଯାତ୍ରା।

ଏହାଫଳରେ ଧବଳେଶ୍ଵର ପୀଠକୁ ଆଶାତୀତ ଭାବେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ସେତୁ ନିର୍ମାଣସ୍ଥଳ ପରିଦର୍ଶନ ଓ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ଧବଳେଶ୍ଵର ପୀଠର ଭୌଗୋଳିକ ଅବସ୍ଥିତି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ବୈଭବକୁ ମଣ୍ଡନ କରେ। ଏହିସ୍ଥାନକୁ ସୁରକ୍ଷିତ ଯୋଗାଯୋଗ ସୁନିଶ୍ଚିତ ହୋଇଯିବା ପରେ ଏହା ପର୍ଯ୍ୟଟକମାନଙ୍କୁ ବହୁଳ ଭାବରେ ଆକୃଷ୍ଟ କରିବ ବୋଲି ଆଶା କରାଯାଉଥିବା ଶ୍ରୀ ସିଂହ ମତବ୍ୟକ୍ତ କରିଛନ୍ତି।

ବିଜୁ ସେତୁ ଯୋଜନା ଅନ୍ତର୍ଗତ ମଞ୍ଚେଶ୍ଵର ଗ୍ରାମ ଠାରୁ ଧବଳେଶ୍ଵର ପୀଠ ପର୍ଯ୍ୟନ୍ତ ଏହି ବିସ୍ତୃତ ସେତୁ ପ୍ରାୟ ୨୨କୋଟି୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହାର ଦୈର୍ଘ୍ୟ ୨୭୬ମିଟର ରହିଥିବା ବେଳେ ଏହାର ପ୍ରସ୍ଥ ୬.୨ମିଟର ରହିଛି। ଏହାର ଉଭୟ ପାର୍ଶ୍ଵରେ ୩୬୦ମିଟର ସଂଯୋଗକାରୀ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି।

ପ୍ରକାଶଥାଉ କି ଧବଳେଶ୍ଵର ପୀଠକୁ ଏଥିପୂର୍ବରୁ କୌଣସି ସ୍ଥାୟୀ ସେତୁ ସଂଯୋଗ କରୁନଥିଲା। ଯାହାଫଳରେ ଶ୍ରଦ୍ଧାଳୁ, ଭକ୍ତ ଓ ଦର୍ଶନାର୍ଥୀମାନଙ୍କୁ ଝୁଲାପୋଲ ଉପରେ ନିର୍ଭର କରିବାକୁ ପଡୁଥିଲା। ଏଥିସହ ଦର୍ଶନାର୍ଥୀମାନେ ଶ୍ରାବଣମାସ, ବଡଓଷା ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। କେବଳ ଦର୍ଶନାର୍ଥୀ ନୁହଁନ୍ତି ପୂଜକମାନେ ମଧ୍ୟ ବାବା ଧବଳେଶ୍ଵରଙ୍କ ରୀତିନୀତି ସମ୍ପନ୍ନ ନିମନ୍ତେ ଆବଶ୍ୟକ ସାମଗ୍ରୀ ପରିବହନ ଓ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମୁଖ୍ୟ  ଶ୍ରୀ ପ୍ରଦୀପ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ (ସେତୁ ଓ କୋଠାବାଡି) ଶ୍ରୀ ରମେଶ ଚନ୍ଦ୍ର ବେହେରା , ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ସୋମନାଥ ପରିଡା, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ସାହୁ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,କଟକ  ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଏହି ସେତୁର ଲୋକାର୍ପଣ କାର୍ଯ୍ୟକ୍ରମ କରାଯିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବର୍ଷା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇ। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଘଡେଇ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ।

ବିଭାଗୀୟ ଯନ୍ତ୍ରୀମାନେ ଏଥିପାଇଁ ଉତ୍ତରଦାୟୀ ରହିବା ନିହାତି ଆବଶ୍ୟକ। ଯେଉଁ ଠିକାଦାର ଅଥବା ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି ବା ମାନ ଅନୁସାରେ କାମ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ରାଜିନାମା ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ସତର୍କ କରାଇଦେଇଛନ୍ତି।

ବିଜୁ ସେତୁ ଯୋଜନା ଅଧିନରେ ଅସମ୍ପୁର୍ଣ୍ଣ କାର୍ଯ୍ୟଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ସେହିପରି ଚାଲୁ ରହିଥିବା ସମସ୍ତ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରି ବିଭାଗରେ ଦାଖଲ କରିବା ସହିତ ପ୍ରକଳ୍ପଗୁଡିକର ନିୟମିତ ତଦାରଖ ପାଇଁ ମୁଖ୍ୟଯନ୍ତ୍ରୀ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାସ୍ତା, ସେତୁ ନିର୍ମାଣରେ ରହିଥିବା ସମସ୍ୟା ଏବଂ ସେସବୁର ସମାଧାନ ସମ୍ପର୍କରେ ଆଲୋଚନା ହେବା ସହିତ କଂକ୍ରିଟ ରାସ୍ତାର ଗୁଣବତ୍ତା ବୃଦ୍ଧି ସହ ସଠିକ୍‌ ସମୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ନୂତନ ଜ୍ଞାନକୌଶଳ ଅବଲମ୍ବନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବିଜୁ ସେତୁ ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, କୋଠାବାଠି ନିର୍ମାଣ ଆଦି କାର୍ଯ୍ୟର ଅଗ୍ରଗତି ଏବଂ ଏସବୁ ସମୟସୀମା ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦିଆ ଯାଇଥିଲା।

ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଲେ ଯେ ଗତ ବର୍ଷ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସମସ୍ତ ଯୋଜନା ସମ୍ପୁର୍ଣ୍ଣ ହୋଇ ୮୦ ପ୍ରତିଶତ ବଜେଟ ବ୍ୟୟ ହୋଇପାରିଛି। ଏହା ଅନ୍ୟ ବର୍ଷ ତୁଳନାରେ ଅଧିକ ଓ ଉତ୍ସାହଜନକ।

ଚଳିତ ଆର୍ଥିକ ବର୍ଷରେ ଯେପରି ବଜେଟର ୧୦୦ ପ୍ରତିଶତ ବ୍ୟୟ ହୋଇପାରିବ ଏବଂ ପ୍ରକଳ୍ପର ମାନ ଯାଞ୍ଚପୂର୍ବକ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ଯନ୍ତ୍ରୀଙ୍କୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ଗୁଣବତ୍ତା ବଜାୟ ରଖିବା ଦିଗରେ ମଧ୍ୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଗୁରୁତ୍ୱାରୋପ କରିବା ସହ ରାସ୍ତା ଓ ବିଜୁ ସେତୁ ନିର୍ମାଣ ପାଇଁ ସ୍ଥିର କରା ଯାଇଥିବା ତ୍ରୈମାସିକ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତେ ଯନିବାନ ହେବାକୁ କହିଥିଲେ।

ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଡିଭିଜନ ଇଞ୍ଜିନିୟିର, ସର୍କଲ ଇଞ୍ଜିନିୟର, ମୁଖ୍ୟଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗ୍ରାମ୍ୟ ଉନ୍ନୟନ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁ୍‌ତ୍ୱ ପ୍ରଦାନ କରାଯାଇଛି।

ସର୍ଭେରେ କୁହାଯାଇଛି ଯେ ଦେଶର ୬୫% ଜନସାଧାରଣ (୨୦୨୧ତଥ୍ୟ) ଗ୍ରାମାଞ୍ଚଳରେ ବସବାସ କରନ୍ତି। ଏହାଛଡା କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ୪୭ଶତାଂଶ। ତେଣୁ ଗ୍ରାମାଞ୍ଚଳ ଲୋକଙ୍କ  ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳ ଜନତାଙ୍କ ଜୀବନଧାରଣର  ମାନରେ ଉନ୍ନତି ଆଣିବା ସହିତ ସମତାଭିତ୍ତିକ ଓ ସମାବେଶୀ ବିକାଶ ହାସଲ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି। ସେଥିପାଇଁ ଗ୍ରାମୀଣ ଅର୍ଥନୀତିରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତକ୍ଷେପ କରି ସରକାର ଲୋକଙ୍କ ଜୀବନ ଓ ଜୀବିକାରେ ଗଠନମୂଳକ ତଥା ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ପ୍ରୟାସୀ। ସେଥିପାଇଁ ବିଭିନ୍ନ ସାମାଜିକ-ଅର୍ଥନୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ସମାବେଶୀ କରି ସଶକ୍ତ ଏବଂ ସମର୍ଥ କରିବାକୁ ଉଦ୍ୟମ ଚାଲିଛି। ମୋଟାମୋଟି ଗ୍ରାମୀଣ ଭାରତକୁ ଅଧିକ ସଶକ୍ତ ଏବଂ ସମୃଦ୍ଧ କିରବାକୁ ସରକାର କାମ କରୁଥିବା ଏହି ରିପୋର୍ଟରେ କୁହାଯାଇଛି।

ସର୍ଭେରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଡାଟା ୨୦୧୯-୨୧ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହାକୁ ୨୦୧୫-୧୬ବର୍ଷର ଡାଟା ସହିତ ତୁଳନା କରି କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ଏବଂ ଏହାର ଉତ୍ତମ ପ୍ରଭାବ ଗ୍ରାମ୍ୟ ଗ୍ରାମ୍ୟ ଜୀବନ ତଥା ଜୀବିକା ଉପରେ ପଡିଛି। ଫଳରେ ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ପରିଲକ୍ଷିତ ହୋଇଛି। ବିଜୁଳି ଓ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଫଳରେ ଲୋକଙ୍କ ଜୀବନ ଧାରଣର ମାନ ଉପରେ ଭଲ ପ୍ରଭାବ ପଡିଛି। ମହିଳା ସଶକ୍ତିକରଣ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଏହା ଫଳରେ  ପାରିବାରିକ ନିଷ୍ପତ୍ତିରେ ମହିଳାଙ୍କ ଅଂଶଗ୍ରହଣ ବଢିଛି। ସେମାନଙ୍କ ନାମରେ ଅଧିକରୁ ଅଧିକ ବ୍ୟାଙ୍କ ଖାତା ଖୋଲା ଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ସେହିଭଳି ଗ୍ରାମାଞ୍ଚଳ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ସୂଚକାଙ୍କର ଉନ୍ନତି ପରିଲକ୍ଷିତ ହୋଇଛି। ଏସବୁ ପ୍ରଗତି ଓ ରଚନାତ୍ମକ ପରିବର୍ତ୍ତନ ନିଃସନ୍ଦେହରେ ଗ୍ରାମାଞ୍ଚଳ ଲୋକଙ୍କ ସ୍ଥିତି ଓ ଜୀବନଧାରଣ ମାନରେ ଉନ୍ନତିର ପ୍ରମାଣ ବହନ କରୁଛି। ଏହା ଆହୁରି ମଧ୍ୟ ପ୍ରମାଣିତ କରୁଛି ଯେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଣ ଉପରେ ଗୁରୁତ୍ୱ ଏବଂ ଯୋଜନାର ଦକ୍ଷ ପରିଚାଳନା ଏବଂ ସଫଳ କାର୍ଯ୍ୟକାରିତା ଏହି ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି।

ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଯାହା ଗ୍ରାମାଞ୍ଚଳ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି ସେଥିମଧ୍ୟରେ ରହିଛି ସମସ୍ତଙ୍କ ପାଇଁ ଘର, ଉତ୍ତମ ମାନର ସହଜଲବ୍ଧ ସ୍ୱାସ୍ଥ୍ୟସେବା, ସବୁଦିନିଆ ସଡକ, ଉତ୍ତମ ଶିକ୍ଷା ବ୍ୟବସ୍ଥା ସହ ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି, ସାମାଜିକ ନିରାପତ୍ତା, ଜୀବିକା ନିରାପତ୍ତା, ସ୍ୱଚ୍ଛ ଇନ୍ଧନ ଗ୍ୟାସ ଯୋଗାଣ,  କୌଶଳ ବିକାଶ, ସ୍ୱଚ୍ଛତା ଓ ପାନୀୟ ଜଳଯୋଗାଣ, ବିଜୁଳି ଶକ୍ତି ଇତ୍ୟାଦି।

ମୋଟ ୨୨କୋଟି ହିତାଧିକାରୀଙ୍କୁ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ  ୩୦କୋଟି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେହିଭଳି ୪୯ଲକ୍ଷ ଲୋକ ପିଏମ୍‌-ଏସ୍‌ୱାଇଏସ୍‌ର ଲାଭ ପାଇଛନ୍ତି। ୨୦୨୩ ଆର୍ଥିକ ବର୍ଷରେ ୬.୫ କୋଟି ପରିବାରକୁ ଏମ୍‌ଜିନରେଗାର ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୧୧କୋଟି ପରିବାର ଇନ୍ଧନ ଗ୍ୟାସ ସଂଯୋଗ ପାଇଛନ୍ତି। ଏହାଛଡା ୧୧କୋଟି ଘରକୁ ଗ୍ରାମୀଣ ଜଳଜୀବନ ମିଶନରେ ଟ୍ୟାପ ଜଳ ଯୋଗାଇ ଦିଆଯାଇଛି। ସୌଭାଗ୍ୟ ଯୋଜନାରେ ୨.୯କୋଟି ଗ୍ରାମୀଣ ଘରକୁ ବିଜୁଳି ସଂଯୋଗ ଦିଆଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଦେଶରେ ୨.୧କୋଟି ଘର ନିର୍ମାଣ କରାଯାଇଛି। ଏହା ବ୍ୟତୀତ ୨୦୦୦ ମସିହାରୁ ପିଏମ୍‌ଜିକେଏସ୍‌ୱାଇ ଯୋଜନାରେ ୭.୨ଲକ୍ଷ କି.ମି. ସଡକ ସରକାର ତିଆରି କରିଛନ୍ତି । ନୂତନ ଶିକ୍ଷାନୀତି ଅଧୀନରେ ଦେଶରେ ୧୪,୫୦୦ ପି.ଏମ୍‌-ଶ୍ରୀ ସ୍କୁଲ ତିଆରି କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଏବଂ ଲୋକଙ୍କ ଜୀବନ ଧାରଣରର ମାନରେ ଉନ୍ନତି ଆଣିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବନ ମିଶନ, ଏମ୍‌ଜିନରେଗା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ମହିଳା ସଶକ୍ତିକରଣ, ସମସ୍ତଙ୍କ ପାଇଁ ଆବାସ, ଜଳ ଜୀବନ ମିଶନ, ମିଶନ ଅମୃତ ସରୋବର, ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ (ପର୍ଯ୍ୟାୟ-୨), ଧୂମମୁକ୍ତ ଗ୍ରାମାଞ୍ଚଳ ଘର, ଗ୍ରାମ୍ୟ ଭିତ୍ତିଭୂମି ନିର୍ମାଣ, ଗ୍ରାମ ସଡକ ଯୋଜନା ଓ ସୌଭାଗ୍ୟ ଯୋଜନା ଆଦି ଅନ୍ୟତମ। (ପିଆଇବି)

Categories
ଆଜିର ଖବର ରାଜ୍ୟ ଖବର

ମୋ’ସରକାରରେ ସାମିଲ୍‌ ହେବ ଗ୍ରାମ୍ୟ ଉନ୍ନୟନ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 1/1: ମୋ’ ସରକାରରେ ସାମିଲ୍‌ ହେବ ଗ୍ରାମୀଣ ବିକାଶ ବିଭାଗ। ଶିକ୍ଷା କୃଷି ପରେ ଏବେ ମୋ ସରକାର ଅଧିନକୁ ଯିବ ଗ୍ରାମୀଣ ବିକାଶ ବିଭାଗ। ଫେବ୍ରୁଆରୀ ପହିଲାରୁ ଗ୍ରାମୀଣ ବିକାଶ ବିଭାଗ ମୋ ସରକାରରେ ସାମିଲ ହେବ । ଏନେଇ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଯେଉଁ ଗାଁକୁ ରାସ୍ତା ନଥିବା, ରାସ୍ତା ସଂଯୋଗୀକରଣ କରାଯିବ। କିଛି ରାସ୍ତା ପ୍ଲାନର ପୁଣି ସଂଶୋଧନ କରାଯିବ। ବର୍ତ୍ତମାନ ସୁଦ୍ଧା ୪୩୦୦ ଅଧିକ ଗାଁକୁ ରାସ୍ତା ନାହିଁ। ତେବେ ରାସ୍ତା ନଥିବା ଗ୍ରାମର ସଂଖ୍ୟା ଅଧିକ ହୋଇପାରେ, ଏନେଇ ସମୀକ୍ଷା ଚାଲିଛି।  ଜିଲ୍ଲା ସଂଯୋଗୀକରଣ ପ୍ଲାନ ୨୦୦୩କୁ ସଂଶୋଧନ କରି ୧୦୦ରୁ ଅଧିକ ଲୋକସଂଖ୍ୟା ଥାଇ ରାସ୍ତା ନଥିଲେ, ନୂଆ ପ୍ଲାନରେ ସାମିଲ କରି ସଂଯୋଗ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା କହିଛନ୍ତି ।