Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଡ଼ଗୋବିନ୍ଦପୁର ମହିଳା ହତ୍ୟା ଘଟଣା: ୧ ଗିରଫ, ଭଉଣୀର ନିରୁର୍ଦ୍ଦିିଷ୍ଟରେ ସାମିଲ ସଂଦେହ କରି ହତ୍ୟା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୧୪ ତାରିଖରେ କେ. ନୂଆଗାଁ ଥାନା ଅନ୍ତର୍ଗତ ଗଡ଼ଗୋବିନ୍ଦପୁର ଗ୍ରାମରେ ହତ୍ୟା ଏବଂ ଲୁଟ୍ ଘଟଣାରେ ପୋଲିସ୍ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାସ୍ କରିଛି। ଅଭିଯୁକ୍ତ ଜଣକ ହେଲା ଜରଡ଼ା ଥାନା ଅନ୍ତର୍ଗତ ତଣ୍ଡିପୁର ଗ୍ରାମର ହେମନ୍ତ କୁମାର ବେହେରା। ପୋଲି୍‌ସ୍ ତା ନିକଟରୁ ରକ୍ତଭିଜା ସାର୍ଟ, ସୁନା ନେକଲସ୍ ଜବତ କରିଛି।

ସୂଚନାଯୋଗ୍ୟ ୧୪ ତାରିଖ ମଧ୍ୟାହ୍ନରେ କେ. ନୂଆଗାଁ ଥାନା ଅନ୍ତର୍ଗତ କେ. ଗଡ଼ଗୋବିନ୍ଦପୁର ଗ୍ରାମର କେଦାର ବେହେରାଙ୍କ ସ୍ତ୍ରୀ ସୁଜାତା ବେହେରା(୨୨)ଙ୍କୁ କୌଣସି ଦୁବୃର୍ତ୍ତ ହତ୍ୟା କରିବା ସହ ଘରର ସେ ପିନ୍ଧିଥିବା ସୁନା ଅଳଙ୍କର ଲୁଟ୍ କରିନେଇଥିଲା। ଏନେଇ କେଦାର ଅଭିଯୋଗ କରିବା ପରେ କେ. ନୂଆଗାଁ ଥାନା ପୋଲିସ୍ ୨୮୦/୧୪.୧୨.୨୦ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା। ପ୍ରଥମେ ଏହା ଲୁଟ୍ ଏବଂ ହତ୍ୟା ମାମଲା ବୋଲି ପୋଲିସ୍ ସଂଦେହ କରୁଥିବାବେଳେ ପରେ ଏ ନେଇ ପୂର୍ବ ଶତ୍ରୁତା ମଧ୍ୟ ସାମ୍ନାକୁ ଆସିଥିଲା। ପୋଲିସ୍ ପାରିପାଶ୍ୱିର୍କ ସ୍ଥିତି ଶେଷ ଅବସ୍ଥିତିକୁ ବିଚାରକୁ ନେଇ ଅଭିଯୁକ୍ତକୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତ ବୟାନ ଅନୁସାରେ ମୃତ ସୁଜାତା ସହ ହେମନ୍ତଙ୍କ ଭଉଣୀଙ୍କ ସଂପର୍କ ଥିଲା। କିଛିଦିନ ପୂର୍ବେ ତାଙ୍କ ଭଉଣୀ କେଉଁଆଡେ ନିରୁଦ୍ଦିଷ୍ଟ ହୋଇଯାଇଥିବାବେଳେ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ତାର କୌଣସି ପତ୍ତା ମିଳିନଥିଲା। ଏନେଇ ସୁଜାତାକୁ ହେମନ୍ତ ସଂଦେହ କରି ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଘଟଣା ଦିନ ମଧ୍ୟ ହତ୍ୟା କରିବା ଯୋଜନା ପ୍ରସ୍ତୁତ କରି ଘର ଭିତରେ ପ୍ରବେଶ କରିଥିଲା ଏବଂ ହତ୍ୟା କରିବା ପରେ ଏହାକୁ ଲୁଟ୍‌ର ରୂପରେଖ ଦେଇଥିଲା। କେ. ନୂଆଗାଁ ପୋଲିସ୍ ଆଇପିସି ୪୫୦/୨୯୪/୩୦୨ରେ ଅଭିଯୁକ୍ତ ହେମନ୍ତକୁ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।