Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରପୋଡି ଓ ଡକାୟତି ଅଭିଯୋଗରେ ଥାନାରେ ମାମଲା ଥିବା ଫେରାର୍ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପୋଲିସ୍ ଘରପୋଡି ଓ ଡକାୟତି ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମର ରବି ସେଠ୍ (୪୫)ପୂର୍ବରୁ ବହୁ ଅପରାଧିକ କାମରେ ସଂପୃକ୍ତି ଥିବା ନେଇ ନାକଟିଦେଉଳ ଥାନାରେ ଅଭିଯୋଗ ହୋଇଥିଲା। ୨୦୧୦ ରୁ ସେ ତାମିଲନାଡୁକୁ କାମ କରିବାକୁ ପଳାଇ ଯାଇଥିଲା। ପ୍ରତିବର୍ଷ ସେ ରାକ୍ଷୀ ବନ୍ଧନ ସମୟରେ ଆସୁଥିବା ପୋଲିସକୁ ସୂଚନା ମିଳିଥିଲା। ଗତକାଲି ସଂଧ୍ୟାରେ ବାଟଗାଁ କୁ ମଦ ପିଇବାକୁ ଯାଇଥିବା ବେଳେ ପୋଲିସ୍ କୈାଣସି ସୂତ୍ରରୁ ଖବର ପାଇ ଚତୁରତାର ସହ ତାକୁ ଧରିବାରେ ସଫଳ ହୋଇଥିଲା। ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ୨୦୦୭ ରେ କେଲୋବେନୀ ଗ୍ରାମରେ ଘରପୋଡି , ୨୦୨୦ ରେ ସାହେବୀ ରେ ଛେଳିଚୋରୀ ଘଟାଣାରେ ଗିରଫ କରାଯାଇଛି। ତେବେ ପୂର୍ବରୁ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳାରେ ଗୋଟିଏ ସ୍ଥାନରେ ଡକାୟତି ଓ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ୩ଟି ସ୍ଥାନରୁ ଡକାୟତି ଓ ନାଲ୍‌କୋ ବଳରାମପ୍ରସାଦରେ ୨ଟି ସ୍ଥାନରେ ଡକାୟତି ରେ ସଂପୃକ୍ତି ଥିବା ଜଣା ପଡିଛି। ଏପରିକି ପୂର୍ବରୁ କୁଣ୍ଡେଇଗୋଳା ଥାନାଧିକାରୀକୁ ମାଡ ମାରିଥିବା ଜଣା ପଡିଛି। ବହୁତ ଦିନ ରୁ ସେ ଫେରାର୍ ଥିଲା।