Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକାମ୍ର ନିର୍ବାଚନ ମଣ୍ଡଳୀର ପଦଯାତ୍ରା

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ମହାବୀର ନଗରରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନେତା ତଥା କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନିର୍ଦ୍ଧାରିତ “ଘରେ ଘରେ କଂଗ୍ରେସ- ଘରେ ଘରେ ହାତ” କାର୍ଯ୍ୟକ୍ରମ  ପଦଯାତ୍ରା ଆରମ୍ଭ କରାଯାଇଛି।

କଂଗ୍ରେସ ନେତୃବର୍ଗ ଏବଂ କର୍ମୀମାନେ ଘରକୁ ଘର ଯାଇ ସେ ଅଂଚଳର ଜନସାଧାରଣଙ୍କୁ ୨୩ ବର୍ଷର ବିଜେଡ଼ି ସରକାରର ପ୍ରତିଶ୍ରୁତି ଓ ପ୍ରତାରଣା ଏବଂ କେନ୍ଦ୍ରର ୧୦ ବର୍ଷର ସରକାରର ତୁହାକୁ ତୁହା ମିଛି ପ୍ରତିଶ୍ରୁତି ଛଡ଼ା ରାଜ୍ୟ ଓ ଦେଶରେ ଜନସାଧାରଣଙ୍କ ମଙ୍ଗଳ ପାଇଁ କିଛି ଗୋଟିଏ ବୋଲି କାମ କରିନାହାନ୍ତି। ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ଆଜି ସୃଷ୍ଟି ହୋଇଛି। ଲୋକଙ୍କ ଦ୍ୱାରା ନିର୍ବାଚିତ ବିଜୁଜନତା ଦଳର ସାଂସଦ, ବିଧାୟକ ଓ ବରିଷ୍ଠ ନେତୃଗଣଙ୍କର କୌଣସି କ୍ଷମତା ନାହିଁ।

ଏମାନେ ସମସ୍ତେ ନିର୍ଦ୍ଧିଷ୍ଟ ଗୋଟିଏ ସରକାରୀ କର୍ମଚାରୀ ଦ୍ୱାରା ପରିଚାଳିତ। ଯେତେ ସବୁ ପ୍ରତିଶ୍ରୁତି ବିଜେଡ଼ି ସରକାର ଦୀର୍ଘ ୨୩ ବର୍ଷ ଭିତରେ ଜନସାଧାରଣଙ୍କୁ ଦେଇଥିଲେ ସେସବୁ ଗୁଡ଼ିକ ମିଛ ପ୍ରତିଶ୍ରୁତି ଥିଲା ବୋଲି ଜନସାଧାରଣଙ୍କୁ ବୁଝାଇଥିଲେ। ଘରକୁ ଘର ଯାଇ କଂଗ୍ରେସର ପ୍ରଚାରପତ୍ର ଦେଇଥିଲେ। କଂଗ୍ରେସ ସରକାର ଆସିଲେ ସେ ଅଂଚଳର ନିଶ୍ଚିତ ବିକାଶ ଘଟିବ ବୋଲି ସ୍ଥିର ପ୍ରତିଶ୍ରୁତି ଦେଇଥିଲେ। ପଦଯାତ୍ରା ଶିଶୁପାଳଗଡ଼ ପଂଚାୟତ ପାଖରେ ସମାପ୍ତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ଦେବରାଜ ମିଶ୍ର, ଅଶୋକ ଦାସ, ଇନ୍ଦ୍ରଜିତ ପରିଡ଼ା, ପ୍ରଶନ୍ନ ନାୟକ, ଦେବୀପ୍ରସାଦ ସ୍ୱାଇଁ, ସୌମେନ୍ଦ୍ର ମହାନ୍ତି, ବିପିନ ବିହାରି ରାଉତ, ପ୍ରଭାତ ପ୍ରତାପ ସିଂ, ମନୋରଞ୍ଜନ ବଟୁ, ଶ୍ରୀୟାସ୍ମିତା ପଣ୍ଡା, ଜୟଶ୍ରୀ ପାତ୍ର, ପୁଷ୍ପିତା ଦାସ, ରଶ୍ମି ମହାପାତ୍ର,ରିନା ସାହୁ, ସଂକୁନା କହଁର, ସେକ ତାକୱିନ, କ୍ଷୀରୋଦ ବେହେରା, ମହମ୍ମଦ ସାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ପ୍ରଶନ୍ନ ପାଇକରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

 ‘ଘରେ ଘରେ କଂଗ୍ରେସ’ ନାରା ନେଇ ଆଜିଠାରୁ ସାରା ଓଡ଼ିଶାରେ ଦଳ କରିବ ପଦଯାତ୍ରା

ଭୁବନେଶ୍ୱର: ଆଜିଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ପଦଯାତ୍ରା କରିବ। ଘରେଘରେ କଂଗ୍ରେସ ନାରା ନେଇ ଏହି ପଦଯାତ୍ରା କରାଯିବ। ଏଥିରେ କର୍ମିମାନେ ଘରକୁ ଘରୁ ପହଂଚି ୨୪ ବର୍ଷର ନବୀନ ସରକାର ଏବଂ କେନ୍ଦ୍ରରେ ୯ ବର୍ଷରୁ ଅଧିକ ସମୟ ଧରି ରହିଥିବା ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ବୋଲି ଏହାର ଏକ ପ୍ରଚାର ପତ୍ର ପ୍ରଦାନ କରାଯିବ।

ଏ ସଂପର୍କରେ କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ୍ କାନୁନ୍‌ଗୋ କହିଲେ ଯେ, ଆମେ ଯେଉଁ ପ୍ରଚାର ପତ୍ର ଲେଖିଛୁ ତାହାକୁ ଜନସାଧାରଣଙ୍କ ପାଖରେ ପହଂଚାଇବୁ। ଯଦି ଏଥିରେ ଗୋଟିଏ ବି ମିଛ ଅଛି ଉଭୟ ଦଳ ଏହାକୁ ଖଣ୍ଡନ କରିବାର ସତ୍‌ସାହସ କରନ୍ତୁ।