Categories
ଆଜିର ଖବର ରାଜ୍ୟ ଖବର

ଘରୋଇ କଳିର କରୁଣ ପରିଣତି: ପୁଅର ଛୁରାମାଡରେ ମା’ ମୃତ, ଭଉଣୀ, ଭାଣିଜୀ ଗୁରୁତର

ଫୁଲବାଣୀ: ସାମାନ୍ୟ ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଏଠି ତୁଚ୍ଛ ହୋଇଯାଇଛି । ଏଠି ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ଫିକା । ଏପରିକି ନିଜ ଜନ୍ମକଲା ମା’ର ଜୀବନ ନେବାକୁ ପଛାଉନାହିଁ ପୁଅ । ଘରୋଇ କଳିର କରୁଣ ପରିଣତି ସ୍ବରୂପ ମାଆକୁ ହତ୍ୟା କରିଛି ପୁଅ । ପୁଅର ଛୁରାମାଡରେ ମା’ ମୃତ, ଭଉଣୀ ଓ ତିନି ଭଣଜା ଭାଣିଜୀ ଗୁରୁତର ହୋଇଛନ୍ତି । ସଦର ଥାନା ବେହେରାପଦର ଗାଁରେ ବିଳମ୍ବିତ ରାତ୍ରିରେ ଜଣେ ପୁଅ ଏପରି ନୃଂଶସକାଣ୍ଡ ଘଟାଇଛି । ଜମିବାଡି ବିବାଦରୁ ଭଉଣୀର ପରିବାର ଓ ମାଆକୁ ଆକ୍ରମଣ ଅଭିଯୋଗ ହୋଇଛି। ସମସ୍ତ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମେଡ଼ିକାଲ ପକ୍ଷରୁ ଏନେଇ ଥାନାରେ ଏତଲା ଦାୟର ହୋଇଛି ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମାଆକୁ ପିଟି ପିଟି ହତ୍ୟା କଲା ପୁଅ

ରେଢାଖୋଲ : ଜଣେ ମା’ ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ ତାର ସନ୍ତାନକୁ। ହେଲେ ବଡ ହେଲା ପରେ ଜନ୍ମିତ ମାକୁ ତାର ସନ୍ତାନ ମାରିବା ଭଳି ଲୋମହର୍ଷଣକାରୀ ଘଟଣା ଶୁଣିଲେ ଦେହ ଟାଙ୍କୁରି ଉଠେ । ସେମିତି ଏକ ଘଟଣା ଘଟିଛି କିଶୋରନଗର ଅଂଚଳରେ । ନିଜର ଜନ୍ମିତ ମାକୁ ପିଟିପିଟି ହତ୍ୟା କରିବା ଭଳି ଘଟଣା ସମଗ୍ର କିଶୋର ନଗର ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ କିଶୋରନଗର ଥାନା ଉଷକାପାଲି ପଂଚାୟତର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ଏହି ଗ୍ରାମର ଜଣେ 70 ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କର ସାନ ପୁଅ ଠେଙ୍ଗାରେ ପିଟି ପିଟି ବୁଢୀ ମାଆକୁ ଜୀବନରୁ ମାରି ଦେଇଛି । ଘରୋଇ କଳିରୁ ମଦୁଆ ପୁଅ ଜଣକ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ବୋଲି ସୂଚନା ରହିଛି ।

ମୃତ ବୃଦ୍ଧାଙ୍କ ନାମ ଅନ୍ନପୂର୍ଣ୍ଣା ବେହେରା ହୋଇଥିବାବେଳେ ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ସାନ ପୁଅ ଆର୍ତ୍ତତ୍ରାଣ ବେହେରା । ଗତକାଲି ସଂଧ୍ୟାରେ ଅନ୍ନପୂର୍ଣାଙ୍କ ସାନପୁଅ ଆର୍ତତ୍ରାଣ ବେହେରା ଅତ୍ୟଧିକ ମଦ୍ୟପାନ କରି ଘରକୁ ସଂଧ୍ୟାରେ ଆସି କୌଣସି କଥାକୁ ନେଇ ବୁଢୀ ମାକୁ ଏକ ଠେଙ୍ଗାରେ ପିଟିପିଟି ରକ୍ତାକ୍ତ କରିଦେଇଥିଲା । ଗୁରୁତର ଅବସ୍ଥାରେ ବୁଢୀମାଆକୁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବୁଢୀ ମାଆର ମୃତ୍ୟୁ ହୋଇଛି ।  ତେବେ ଅଭିଯୁକ୍ତ ଜଣକ ଫେରାର୍‌ ରହିଥିବାବେଳେ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।