Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଘରୋଇ ବଜାରରେ ଦର ବୃଦ୍ଧିକୁ ରୋକିଲା ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ଉପରେ କେନ୍ଦ୍ରର ହସ୍ତକ୍ଷେପ

ନୂଆଦିଲ୍ଲୀ: ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାରରେ ଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ରୁ ୩୧ ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍‍ ପ୍ରତି ୮୦୦ ଆମେରିକୀୟ ଡଲାର ଲାଗୁ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ ସଂଶୋଧନର ତୁରନ୍ତ ପ୍ରଭାବ ଦେଖାଇଛି, ଯେଉଁଠାରେ ମୂଲ୍ୟ ଗତ ସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୫% ରୁ ୯% ହ୍ରାସ ପାଇଛି । ମହାରାଷ୍ଟ୍ରରେ ସମସ୍ତ ବଜାରରେ ପିଆଜର ହାରାହାରି ମୂଲ୍ୟ ୪.୫% ହ୍ରାସ ପାଇଛି ଏବଂ ବିକ୍ରୟ କେନ୍ଦ୍ରରେ ମଧ୍ୟ ସମାନ ହ୍ରାସ ପରିଲକ୍ଷିତ ହୋଇଛି ।

ଖାଉଟି ବ୍ୟାପାର ବିଭାଗ ପିଆଜ ରପ୍ତାନି ଏବଂ ଦର ଉପରେ ପ୍ରତିଦିନ ନଜର ରଖିଛି ଯାହା ଦ୍ୱାରା ଘରୋଇ ମୂଲ୍ୟରେ ସ୍ଥିରତା ଏବଂ ଉପଭୋକ୍ତାଙ୍କୁ ଉପଲବ୍ଧତା ସୁନିଶ୍ଚିତ ହେବ । ନଭେମ୍ବର ମାସରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପିଆଜ ବଫର ଷ୍ଟକକୁ ଉଭୟ ମଣ୍ଡି ବିକ୍ରି ଓ ରିହାତି ବିକ୍ରୟ ମାଧ୍ୟମରେ ଖୁଚୁରା ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟରେ ବଜାରକୁ ଛାଡିବା ଆରମ୍ଭ କରିଛି । ଏଥିରେ ୧୭୦ରୁ ଅଧିକ ସହରକୁ ଅନ୍ତର୍ଭୁକ୍ତ କରି ୬୮୫ଟି ଭ୍ରାମ୍ୟମାଣ ଖୁଚୁରା ବିକ୍ରୟକେନ୍ଦ୍ର ମାଧ୍ୟମରେ ବିକ୍ରି କରାଯାଉଛି । ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ କୁ ସୁରକ୍ଷିତ ରଖିବା ପାଇଁ ନାଫେଡ୍ ଏବଂ ଏନସିସିଏଫ ମଧ୍ୟ ଖରିଫ ଅମଳର ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ୍‍ ପିଆଜ କିଣିବା ଆରମ୍ଭ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଘରୋଇ ବଜାରରେ ଯଥେଷ୍ଟ ଚାଉଳ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ

ନୂଆଦିଲ୍ଲୀ: ଘରୋଇ ବଜାରରେ ଯଥେଷ୍ଟ ଚାଉଳ ଉପଲବ୍ଧ କରାଇବା ସହିତ ଏହାର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଭାରତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ କେବଳ ଏକ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ଅଧିକ ଦାମ୍ରେ ବାସୁମତୀ ଚାଉଳ ରପ୍ତାନୀ ପାଇଁ ଅନୁମତି ଦେବାକୁ ବିଚାର କରାଯାଉଛି। ଆହୁରି ମଧ୍ୟ ବାସୁମତୀ ଚାଉଳ ରପ୍ତାନୀ କ୍ଷେତ୍ରରେ ପ୍ରଚଳିତ ନୀତିର ସମୀକ୍ଷା କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ବର୍ତ୍ତମାନର ନୀତି ଅନୁସାରେ ଆପେଡା ଦ୍ୱାରା ଚାଉଳ ରପ୍ତାନୀ ନିମନ୍ତେ ଅନୁମତି ଓ ପଞ୍ଜୀକରଣ କ୍ଷେତ୍ରରେ ଫ୍ରି ଅନ୍ ବୋର୍ଡ ଓ ଆରସିଏସି ବ୍ୟବସ୍ଥା ଥିଲା।

ତେବେ ବସୁମତୀ ଚାଉଳ କ୍ଷେତ୍ରରେ ଏହି ଫ୍ରି ଅନ୍ ବୋର୍ଡ ଓ ଆଇସିଏସି (ରେଜିଷ୍ଟ୍ରେସନ କମ୍ ଆଲୋକେସନ ସାର୍ଟିଫିକେଟ ) ନୀତିରେ ପରିବର୍ତନ ହୋଇପାରେ। ଏବେ ଯେଉଁ ବସୁମତୀ ଚାଉଳ ରପ୍ତାନୀ ହେଉଛି ତା’ର ମେଟ୍ରିକ ଟନ୍ ପିଛା ମୂଲ୍ୟ ଯଦି ୧୨୦୦ ଆମେରିକୀୟ ଡଲାରରୁ ଅଧିକ ହୋଇଥାଏ ତା’ହେଲେ ସେଥି ପାଇଁ ଫ୍ରି ଅନ୍ ବୋର୍ଡ ଓ ଆରସିଏସି ଲାଗୁ ହେଉ ନ ଥିଲା। ସରକାର ଏହାକୁ ପରିବର୍ତନ କରି ଏହି ଚାଉଳ ରପ୍ତାନୀ କ୍ଷେତ୍ରରେ ଏଫ୍ଓବି ଏବଂ ଆର୍ସିଏସି ଲାଗୁ କରିପାରନ୍ତି। ନୂଆ ନିଷ୍ପତ୍ତି ପର୍ଯ୍ୟନ୍ତ ଏହି ମୂଲ୍ୟରେ ବାସୁମତୀ ଚାଉଳ ରପ୍ତାନୀ ପିଛିଲା ନିଷ୍ପତ୍ତି ଜାରି ରହିବ। ୨୦୨୩ ଅଗଷ୍ଟ ୨୫ଠାରୁ ସମ୍ପୃକ୍ତ ବାସୁମତୀ ଚାଉଳ ରପ୍ତାନୀକାରୀକୁ ଆରସିଏସି ସାର୍ଟିଫିକେଟ ପାଇବାକୁ ଆବେଦନ କରିବାକୁ ପଡୁ ନ ଥିଲା। ନୂଆ ବ୍ୟବସ୍ଥାରେ ଏଥି ପାଇଁ ଆବେଦନ ଓ ପଞ୍ଜୀକରଣ କରିବାକୁ ହେବ।

ସରକାର ବିଶ୍ୱସ୍ତ କ୍ଷେତ୍ରର ରିପୋର୍ଟ ଆଧାରରେ ଜାଣିବାକୁ ପାଇଛନ୍ତି ଯେ ରପ୍ତାନୀକାରୀ ଚାଉଳର ବର୍ଗୀକରଣେରେ ହେରଫେର କରି ବାସୁମତୀ ନାମରେ ଅଣବାସୁମତୀ ଧଳା ଚାଉଳ ପ୍ରଚୁର ପରିମାଣରେ ବିଦେଶକୁ ରପ୍ତାନୀ କରୁଛନ୍ତି। ଏହା ଫଳରେ ଦେଶରେ ଚାଉଳ ସଙ୍କଟ ସୃଷ୍ଟି ହେଉଛି। ସରକାର ଅଣ ବାସୁମତୀ ଚାଉଳର ରପ୍ତାନୀକୁ ୨୦୨୩ ଜୁଲାଇ ୨୦ରୁ ନିଷିଦ୍ଧ କରିଛନ୍ତି। ଏବେ କେବଳ ବାସୁମତୀ ଚାଉଳକୁ ରପ୍ତାନୀ ଅନୁମତି ଦିଆଯାଇଛି। ଏହାର ଫାଇଦା ନେଇ ରପ୍ତାନୀକାରୀ ଅଣବାସୁମତୀ ଧଳା ଚାଉଳକୁ ବାସୁମତୀ ଚାଉଳର ଏଚ୍ଏସ୍ କୋଡ ଅନୁସାରେ ବିଦେଶକୁ ପଠାଉଛନ୍ତି। ଏବେ କେବଳ ବାସୁମତୀ ଚାଉଳକୁ ‘ଏଚ୍ଏସ୍୍କୋଡ୍’ ଅନୁସାରେ ବିଦେଶକୁ ପଠାଯାଉଛି।

ଏବେ ବଜାରକୁ ନୂଆ ବାସୁମତି ଚାଉଳ ଆସିବା ଆରମ୍ଭ କଲାଣି। ନୂଆ ଫସଲ ଆସିଲେ ଏହାର ବଜାର ମୂଲ୍ୟ ସାଧାରଣତଃ ହ୍ରାସ ପାଇଥାଏ। ତେବେ ରପ୍ତାନୀକାରୀ ବାସୁମତୀ ଚାଉଳର ଉପଲବ୍ତା ଦେଖି ତାହାରା ଏଫ୍ଓବି ଓ ଆରସିଏସି କୋହଳ କରିବାକୁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ସରକାର ଏ ବିଷୟରେ ଚିନ୍ତା କରୁଛନ୍ତି। ଆପେଡା ଦ୍ୱାରା ଯେଉଁ ବାସୁବତୀ ଚାଉଳର ରପ୍ତାନୀ ବ୍ୟବସ୍ଥା କରାଯାଇଛି ତାହାକୁ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଖୁବ୍ ଶୀଘ୍ର ଏ ସମ୍ପର୍କରେ ନୂଆ ରପ୍ତାନୀ ନୀତି ଘୋଷଣା ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ଦେଶରେ ଏବେ ଚାଉଳ ଅଭାବ ଦେଖା ଦେଇଥିବାରୁ ଏହାର ମୂଲ୍ୟ ଓ ଉପଲବ୍ଧତା ଉପରେ ସରକାର ତୀକ୍ଷଣ ନଜର ରଖିଛନ୍ତି। ତେଣୁ ଅଣ ବାସୁମତିଚାଉଳ ରପ୍ତାନୀକୁ ଅନ୍ୟାଦେଶ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅଣ ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ କରି ‘୨୦% ରପ୍ତାନି ଶୁଳ୍କ’ ସହିତ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି।

ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି। ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ଗତ ମାସରେ ୩% ବୃଦ୍ଧି ପାଇଛି।

ଅଣ- ବାସମତୀ ଧଳା ଚାଉଳ ଦର ହ୍ରାସ ସହିତ ଘରୋଇ ବଜାରରେ ଉପଲବ୍ଧତା ପାଇଁ ଏହା ଉପରେ ୨୦% ରପ୍ତାନି ଶୁଳ୍କ ମୂଲ୍ୟ ୦୮.୦୯.୨୦୨୨ ରେ ଲାଗୁ କରାଯାଇଥିଲା। ୨୦% ରପ୍ତାନି ଶୁଳ୍କ ଲାଗୁ ହେବା ପରେ ମଧ୍ୟ ଏହି କିସମର ଚାଉଳ ରପ୍ତାନି ୩୩.୬୬ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୧-୨୨) ରୁ ୪୨.୧୨ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୨-୨୩) କୁ ବୃଦ୍ଧି ପାଇଥିଲା। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର (ଏପ୍ରିଲ୍‌-ଜୁନ୍‌) ରେ, ଏହି ପ୍ରକାରର ଚାଉଳ ରପ୍ତାନି ପ୍ରାୟ ୧୫.୫୪ ଏଲଏମଟି ରହିଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷର (ଏପ୍ରିଲ୍‌-ଜୁନ୍‌) ସମୟରେ କେବଳ ୧୧.୫୫ ଏଲଏମଟି ଥିଲା, ଅର୍ଥାତ୍‍ ଏହା ୩୫% ବୃଦ୍ଧି ପାଇଛି। ରପ୍ତାନିରେ ଏହି ଦ୍ରୁତ ଅଭିବୃଦ୍ଧି ଅର୍ନ୍ତଜାତୀୟ ବଜାରରେ ଦରବୃଦ୍ଧି, ଭୂ-ରାଜନୈତିକ ପରିସ୍ଥିତି, ଏଲ୍ ନିନୋ ପ୍ରଭାବ ଏବଂ ଅନ୍ୟ ଚାଉଳ ଉତ୍ପାଦନକାରୀ ଦେଶରେ ପ୍ରତିକୂଳ ଜଳବାୟୁ ପରିସ୍ଥିତିର କାରଣକୁ ଦାୟୀ କରାଯାଉଛି।

ଅଣ- ବାସମତୀ ଧଳା ଚାଉଳ ଦେଶରୁ ରପ୍ତାନି ହୋଇଥିବା ମୋଟ ଚାଉଳର ପ୍ରାୟ ୨୫% ଅଟେ। ଅଣ- ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଦେଶରେ ଗ୍ରାହକଙ୍କ ପାଇଁ ମୂଲ୍ୟ ହ୍ରାସ କରିବ।

ଅବଶ୍ୟ, ଚାଉଳ ରପ୍ତାନୀର ସିଂହ ଭାଗ ଥିବା ଅଣ ବାସମତି ଚାଉଳ (ଉଷୁନା ଚାଉଳ) ଏବଂ ବାସମତି ଚାଉଳର ରପ୍ତାନି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ନିଶ୍ଚିତ କରିବ ଯେ କୃଷକମାନେ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ଅନୁଯାୟୀ ଲାଭ ପାଇବା ଜାରି ରଖିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଘରୋଇ ବଜାରରେ ଚିନିର ଉପଲବ୍ଧତା ସହ ମୂଲ୍ୟ ସ୍ଥିରତା ସରକାରଙ୍କ ପ୍ରାଥମିକତା

ନୂଆଦିଲ୍ଲୀ: ବଜାରରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧତା ସହ ସୁଲଭ ମୂଲ୍ୟରେ ଖାଉଟିଙ୍କୁ ଯୋଗାଇବା ଉପରେ ସରକାର ପ୍ରାଥମିକତା ଦେବେ। ତା’ ପରେ ଅବଶିଷ୍ଟ ଇଥାନଲ ଉତ୍ପାଦନ ପାଇଁ ଉପଯୋଗ କରିବେ ବୋଲି ଖାଦ୍ୟ ଓ ସାଧାରଣ ବଂଟନ ସଚିବ ସୁଧାଂଶୁ ପାଣ୍ଡେ ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି।

ଘରୋଇ ବ୍ୟବହାର ପାଇଁ ପ୍ରାଥମିକତା ଦେବା ନେଇ ସେ କହିଛନ୍ତି, ଅକ୍ଟୋବର-ନଭେମ୍ବର ପୂଜା ଋତୁରେ ଚିନିର ଚାହିଦା ବୃଦ୍ଧି ପାଉଥିବାରୁ ସରକାର ଏହି ସମୟରେ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଅଙ୍ଗୀକାରବଦ୍ଧ।

ସରକାର ଖୋଲା ବଜାରରେ ଚିନି ଦର ସ୍ଥିର ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଓ ଗତ ବାରମାସରେ ଚିନିର ଦର ନିୟନ୍ତ୍ରଣରେ ରହିଛି। ଭାରତରେ ଚିନିର ପାଇକାରୀ ଦର କ୍ୱିଣ୍ଟାଲ ପିଛା ୩୧୫୦ ରୁ ୩୫୦୦ ଟଙ୍କା ରହୁଥିବାବେଳେ ଖୁଚୁରା ଦର ଦେଶରେ ବିଭିନ୍ନ ଭାଗରେ କେଜି ପିଛା ୩୬ରୁ ୪୪ଟଙ୍କା ପର୍ଯ୍ୟନ୍ତ ରହୁଛି।

ବିଶେଷକରି ବ୍ରାଜିଲରେ ଉତ୍ପାଦନ ହ୍ରାସ ପାଇଥିବାରୁ ବିଶ୍ୱ ବଜାରରେ ଚିନିର ଅଭାବ ଦେଖାଦେଇଛି। ବିଶ୍ୱରେ ଏହି ଚାହିଦା ଅଧିକ ଥିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଘରୋଇ ବଜାର ସ୍ୱାର୍ଥରକ୍ଷା ନିମନ୍ତେ ଡିଜିଏଫଟି ଦେଶରେ ୨୦୨୧-୨୨(ଅକ୍ଟୋବର-ସେପ୍ଟେମ୍ବର) ମଧ୍ୟରେ ଘରୋଇ ଉପଲବ୍ଧତା ଓ ଦରଦାମ ସ୍ଥିର ରଖିବା ନିମନ୍ତେ ଏକ ଆଦେଶଜାରୀ କରିଛନ୍ତି ଓ କେନ୍ଦ୍ର ସରକାର ଜୁନ ପହିଲା, ୨୦୨୨ରୁ ଚିନି ରପ୍ତାନୀକୁ ମଧ୍ୟ ନିୟନ୍ତ୍ରଣ କରିଛନ୍ତି। ସରକାର ଶହେଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଚିନି ରପ୍ତାନୀ ପାଇଁ ଅନୁମତି ଦେବ।

ଚଳିତବର୍ଷ ଦେଶରେ ୩୫୫ଲକ୍ଷ ମେଟ୍ରିକ ଟନ୍ ଚିନି ଉତ୍ପାଦନ ହୋଇଛି। ସେଥିରୁ ୩୫ଲକ୍ଷ ମେଟ୍ରିକ ଟନ୍ ଚିନି ବଦଳରେ ଇଥାନେଲ ଉତ୍ପାଦନ ଦିଗରେ ଖର୍ଚ୍ଚ ହୋଇଛି ଓ ଏହା ବିଶ୍ୱରେ ସର୍ବାଧିକ ବୋଲି ଜଣାପଡିଛି। ବିଶ୍ୱରେ ଭାରତ ଚିନି ରପ୍ତାନୀରେ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ଚିନି ଋତୁ ୨୦୨୧-୨୨ରେ ମୋଟ ୧୦୦ଲକ୍ଷ ମେଟ୍ରିକ ଟନ୍ ଚିନି ରପ୍ତାନୀ ହେବ।

ଚଳିତବର୍ଷ ରପ୍ତାନୀ ନିମନ୍ତେ ୯୦ଲକ୍ଷ ମେଟ୍ରିକ ଟନ୍ ପାଇଁ ଚୁକ୍ତି ହୋଇ ସାରିଥିବାବେଳେ, ୮୨ଉଠାଯାଇଛି ଓ ଅବଶିଷ୍ଟ ଦଶ ଲକ୍ଷ ମେଟ୍ରିକ ଟନ ରପ୍ତାନୀ କରାଯିବାର ସମ୍ଭାବନା ରହିଛି। ମାସକରେ ଦେଶରେ ପ୍ରାୟ ୨୩ଲକ୍ଷ ମେଟ୍ରିକ ଟନ୍ ଚିନି ଆବଶ୍ୟକ ହେଉଥିବାବେଳେ ପ୍ରାୟ ୬୨ଲକ୍ଷ ମେଟ୍ରିକ ଟନ୍ ଘରୋଇ ଚିନି ମହଜୁଦ ରହିଛି। ଦେଶରେ ହାରାହାରି କେଜି ପିଛା ଚିନିର ମୂଲ୍ୟ ୩୭ରୁ ୪୪ଟଙ୍କା ମଧ୍ୟରେ ରହିଛି। ରପ୍ତାନୀ କଟକଣା ସତ୍ୱେ ଦେଶରେ ଚିନି ରପ୍ତାନୀ ସବୁଠାରୁ ଅଧିକ ହେବ। ରପ୍ତାନୀ ୦.୪୭ ଲକ୍ଷ ମେଟ୍ରିକ ଟନରୁ ୨୦୦ଗୁଣ ବୃଦ୍ଧି ପାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦୦ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚିଛି।

ଜୁନ ପହିଲାରୁ ପ୍ରତ୍ୟେକ ମିଲ୍ ଡିଏଫପିଡିକୁ ରପ୍ତାନୀ ପାଇଁ ଆବେଦନ କରିବେ। ରପ୍ତାନୀ ତଦାରଖ ନିମନ୍ତେ ଚିନି ମିଲଗୁଡିକ ଚିଠି ପଠାଇବା ବିବରଣୀ ଅନଲାଇନାରେ ପ୍ରଦାନ କରିବେ। ଏହି ତଥ୍ୟକୁ ଭିତ୍ତି କରି ରପ୍ତାନୀ ପରିମାଣ ଆଦେଶ ପ୍ରଦାନ କରାଯିବ। ୩୧ମେ ୨୦୦୨ ପର୍ଯ୍ୟନ୍ତ ରପ୍ତାନୀ ନିମନ୍ତେ କୌଣସ ଅନୁମତିର ଆବଶ୍ୟକତା ନାହିଁ। ଚିନି ମିଲ୍ ଓ ରପ୍ତାନୀକାରୀଙ୍କ ଠାରୁ ଆବେଦନ ଗ୍ରହଣ କରିବା ପରେ ଡିଓଏଫପିଡି ରପ୍ତାନୀ ଆଦେଶ ଜାରି କରିବେ । ରପ୍ତାନୀ ଅର୍ଡର ବାବଦ ଆବେଦନ ପଦ୍ଧତି ସମ୍ପର୍କରେ ଆଦେଶ ୨୪.୫.୨୦୨୨ରେ ଡିଓଏଫପିଡିର ଚିନି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି। ଚିନି ମିଲଗୁଡିକ ଚିନି ରପ୍ତାନୀ ସଂକ୍ରାନ୍ତ ଇଆରଓ ନିମନ୍ତେ ଆବେଦନ କରିବେ।

ରପ୍ତାନୀକାରୀମାନେ ଦେଶ ବାହାରକୁ ରପ୍ତାନୀ ପାଇଁ ଆବେଦନ କରିବେ। ଜାତୀୟ ସିଙ୍ଗଲ ୱିଣ୍ଡୋ ପଦ୍ଧତି (ଏନଏସଡବ୍ଲୁଏସ୍) ଜରିଆରେ ଉଭୟଙ୍କୁ ଆବେଦନ କରିବାକୁ ପଡିବ।
ଗତ ଚିନି ଋତୁ ତୁଳନାରେ ଦେଶରେ ଏଥର ଚିନି ଉତ୍ପାଦନ ଶତକଡା ୧୭ଭାଗ ଅଧିକ ହେବାର ଅନୁମାନ କରାଯାଉଛି। ଏହାଛଡା ବିଶ୍ୱରେ ଆମ ଦେଶର ଚିନି ବ୍ୟବହାରରେ ସର୍ବୋଚ୍ଚ ସ୍ଥାନର ରହିଛି। ଚଳିତ ଚିନି ଋତୁରେ ଏହା ପ୍ରାୟ ୨୭୮ ଲକ୍ଷ ମେଟ୍ରିକ ଟନ୍ରେ ପହଂଚିବ। ବାର୍ଷିକ ଶତକଡା ୨ରୁ ଚାରିଭାଗ ପର୍ଯ୍ୟନ୍ତ ଭାରତରେ ଚିନି ବ୍ୟବହାର ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି। ତେବେ ଆମ ଦେଶରେ ମୁଣ୍ଡ ପିଛା ଚିନି ବ୍ୟବହାରାପ୍ରାୟ ୨୦ କେଜି ଓ ବିଶ୍ୱର ହାରାହାରି ବ୍ୟବହାର ତୁଳନାରେ କମ୍।

ଦେଶରେ ଉପଲବ୍ଧ ବଳକା ଚିନିର ଯୁକ୍ତିଯୁକ୍ତ ବ୍ୟବହାର ପାଇଁ ୨୦୧୭-୧୮ ମସିହାରୁ ଭାରତ ସରକାର କେତେକ ସମୟୋପଯୋଗୀ ଓ ବହୁମୁଖୀ ପଦକ୍ଷେପ ନେଇଛନ୍ତି। ଏଥି ଯୋଗୁଁ ବ୍ୟବହାହର ମୁତାବକ ଚିନି ଗଚ୍ଛିତ ରହିଛି। ଆବଶ୍ୟକତାଠାରୁ ଅଧିକ ଚିନି ରହିବା ଦ୍ୱାରା ଚିନି ମିଲ୍ ଓ ଆଖୁ ଚାଷୀମାନଙ୍କ ଦେୟ ବକେୟା ରହିବାର ସମ୍ଭାବନା ଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଗତ ଚାରିବର୍ଷ ମଧ୍ୟରେ ସରକାର ବିଭିନ୍ନ ଯୋଜନା ଜରିଆରେ ଆର୍ଥିକ ରିହାତି ସୁରୁଖୁରୁରେ ପ୍ରଦାନ ସହିତ ଚାଷୀମାନଙ୍କ ସମୟୋଚିତ ଅର୍ଥ ପଇଠ ଓ ଚିନି ମିଲ୍ର ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ଥିବା ଲକ୍ଷ୍ୟ କରାଯାଇଛି। ଏହିସବୁ ପଦକ୍ଷେପ ଫଳରେ ଗତ ଚିନି ଋତୁରେ ଶତକଡା ୯୯.୬ ଭାଗରୁ ଅଧିକ ବକେୟା ଆଖୁଚାଷୀଙ୍କ ଦେୟ ପଇଠ କରାଯାଇଥିବାବେଳେ ଚଳିତ ଋତୁରେ ଶତକଡା ୮୪ଭାଗ ଦେୟ ପଇଠ ହୋଇଛି। ଚଳିତ ଋତୁରେ ଚାଲୁ ଚିନି ମିଲ ସଂଖ୍ୟା ମଧ୍ୟ ୫୨୨କୁ ବୃଦ୍ଧି ପାଇଛି।