Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ: ଦୁଇ ଆହତ, ୨ ବସକୁ ଜବତ କଲା ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ଦୁଇ ଘରୋଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଦୁଇଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଚିଲିକା ରାଣୀ ଓ ଧନିଶ୍ରୀ ନାମକ ଦୁଇଟି ବସ୍ ବାଲୁଗାଁରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ନେଇ ଯାଉଥିଲା। ହେଲେ ୧୬ ନଂ ଜାତୀୟ ରାଜପଥ ଚଂପାଗଡ ବସଷ୍ଟାଣ୍ଡ ନିକଟରେ ଯାତ୍ରୀ ଉଠାଣକୁ କେନ୍ଦ୍ର କରି ଉଭୟ ବସ୍ ର କର୍ମଚାରୀଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ଗଣ୍ଡଗୋଳ ସମୟରେ ଧନିଶ୍ରୀ ବସ୍ ର ଚାଳକ ଏକ ରଡ୍ ଧରିଥିଲେ। ଠିକ ସେହି ସମୟରେ ଧନିଶ୍ରୀ ବସ୍ ରୁ ଜଣେ ଯାତ୍ରୀ ହଠାତ୍ ଓହ୍ଲାଇ ଆସି ଧନିଶ୍ରୀ ବସ୍ ର ଚାଳକ ଧରିଥିବା ରଡ୍ ମାଧ୍ୟମରେ ଚିଲିକା ରାଣୀ ବସ୍ ର ହେଲ୍ପରଙ୍କ  ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ହେଲପରଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। ଏଭଳି ଅମାନୁଷିକ ଘଟଣା ପରେ ବସ୍ ଯାତ୍ରୀମାନେ ଏକାଠି ହୋଇ ଆକ୍ରମଣ କରିଥିବା ବସ୍ ଯାତ୍ରୀଙ୍କୁ ପ୍ରତି ଆକ୍ରମଣ କରିଥିଲେ। ଯାହା ଦ୍ଵାରା ସେ ମଧ୍ୟ ଆହତ ହୋଇଥିଲେ।

ଖଵର ପାଇ ଚାନ୍ଦପୁର ପୋଲିସ୍  ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଅଗ୍ନୀଶମ ବାହିନୀ ସହାୟତାରେ ଚାନ୍ଦପୁର ମେଡିକାଲକୁ ପଠାଇଛି। ଆହତ ହେଲପର ଜଣକ ଘର ଗଂଜାମ ଜିଲା ପ୍ରୟାଗୀ ଅଂଚଳର ସନ୍ତୋଷ କୁମାର ତରାଇ ଏବଂ ଆକ୍ରମଣ କରିଥିବା ଯାତ୍ରୀ ଜଣକ ଖୋରଧା ଜିଲ୍ଲାପାଳ କାର୍ଯ୍ୟାଳୟ ଜମି ବନ୍ଦୋବସ୍ତ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି। ଅଭିଯୋଗ ପରେ  ଚାନ୍ଦପୁର ପୋଲିସ୍ ବସ୍ ୨ ଟି ଜବତ କରି ତଦନ୍ତ ଚଳାଇଛି।