Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ ରାୟଗଡା ଲୋକ ମହୋତ୍ସବ ଚଇତି ସ୍ଥଗିତ

ଭୁବନେଶ୍ଵର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ପରେ ରାୟଗଡ଼ ଜିଲ୍ଲା ମହୋତ୍ସବ ଚଇତି ୨୦୨୪ ଚଳିତ ୨୭/୧୨/୨୦୨୪ ତାରିଖ ଠାରୁ ୩୦/୧୨/୨୦୨୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଶୋକ ବାର୍ତ୍ତା ସଂଖ୍ୟା ୩/୨/୨୪ ତା-୨୬/୧୨/୨୦୨୪ ରିଖ ଅନୁଯାୟୀ ରାୟଗଡ଼ ଜିଲ୍ଲା ମହୋତ୍ସବ ଚଇତି ସ୍ଥଗିତ ରଖାଯାଇଛି।

ତେବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ରାୟଗଡ଼ ନିଷ୍ପତ୍ତି ପ୍ରକାରେ ଆସନ୍ତା ୦୨/୦୧/୨୦୨୫ ରିଖ ଠାରୁ ୦୪/୦୧/୨୦୨୫ ପର୍ଯ୍ୟନ୍ତ ଚଇତିର ସମସ୍ତ ପ୍ରକାର ସଭାସମିତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସବିଶେଷ କାର୍ଯ୍ୟକ୍ରମ ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଗଣମାଧ୍ୟକୁ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାୟଗଡା ଜିଲ୍ଲାର ଚଇତି- ୨୦୨୪ ର ଶୁଭାରମ୍ଭ

ରାୟଗଡା: ରାୟଗଡା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି- ୨୦୨୪ର ଶୁଭାରମ୍ଭ ହୋଇଛି। ଆଦିବାସୀ ସଂସ୍କୃତିର ପ୍ରତୀକ ଭାବେ ପରିଚିତ ପଦ୍ମପୁର ବ୍ଲକ ଅନ୍ତର୍ଗତ ମରିଚଗୁଡା ଗ୍ରାମ ସ୍ଥିତ ପବିତ୍ର ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ କରାଯାଇଛି।

ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଯୋଗ ଦେଇଥିବା ବେଳେ ରାୟଗଡା ବିଧାୟକ, ବିଷମକଟକ ବିଧାୟକ, ଗୁଣୁପୁର ବିଧାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ଜିଲ୍ଲାର ସମସ୍ତ ସମିତି ଅଧକ୍ଷ ଯୋଗ ଦେଇଛନ୍ତି।

ଅକ୍ଷର ବ୍ରହ୍ମ ମନ୍ଦିରରୁ ଏକ କଳସ ଶୋଭାଯାତ୍ରା ବାହାରିଥିବା ବେଳେ ସେଥିରେ ହଜାର ହଜାର ଆଦିବାସୀ ପାରମ୍ପରିକ ବାଦ୍ୟ ସହ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସହ ଜିଲ୍ଲାରେ ବ୍ଲକ ସ୍ଥରୀୟ ଚଇତିର ଶୁଭାରମ୍ଭ ହୋଇଛି ଓ ଆସନ୍ତା 26 ତାରିଖରେ ଜିସିଡ଼ି ପଡିଆରେ ଜିଲ୍ଲା ସ୍ଥରୀୟ ଚଇତି ଅନୁଷ୍ଠିତ ହେବ।