Categories
ଆଞ୍ଚଳିକ

ଚକ୍ଷୁ ଚିକିତ୍ସା ଓ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିର

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଗତକାଲି ନେତାଜୀ ସୁବାଷ ବୋଷ ଜୟନ୍ତୀ ଉପଲକ୍ଷେ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ଓ ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟ, ଭୁବନେଶ୍ବରଙ୍କ ପକ୍ଷରୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ଚିଲିକା ବ୍ଳକ ଅନ୍ତର୍ଗତ ହାଟବରଡିହ ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ଗୃହରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ସ୍ଥାନୀୟ ଅଂଚଳର ୧୫୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେଥି ମଧ୍ଯରୁ ୧୭ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଭୂବନେଶ୍ବର ନିଆଯାଇଅଛି। ସମସ୍ତଙ୍କୁ ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା।

ଉକ୍ତ ଶିବିରକୁ କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୁନୀଲ କୁମାର ପାତ୍ର, ଆସନ୍ତା ବର୍ଷ ପାଇଁ ମନୋନୀତ ସଭାପତି ନନ୍ଦକିଶୋର ମିଶ୍ର, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ସୁରେଶଚନ୍ଦ୍ର ବେହେରା, ସରୋଜିନୀ ଦାଶ, ଓମପ୍ରକାଶ ଅଗ୍ରୱାଲ, ପ୍ରବୀଣ କୁମାର ଜେନାଙ୍କ ସମେତ ସଭ୍ୟ ଗଗନ ବିହାରୀ ବେହେରା, ସଚ୍ଚିଦାନନ୍ଦ ସେଠୀ, ପ୍ରଶନ୍ନ କୁମାର ସାମନ୍ତରାୟ ପ୍ରମୂଖ ଶିବିର ପରିଚାଳନା କରିଥିଲେ। କ୍ଳବର ପୂର୍ବତ୍ତନ ସଭାପତି ତଥା ଚକ୍ଷୁ ଚିକିତ୍ସା ସହାୟକ ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ସେଣ୍ଟ ଜାଭିଅରସ୍ ହାଇସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଓ ରକ୍ତଦାନ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସେଣ୍ଟ ଜାଭିଅରସ ହାଇସ୍କୁଲ ଏବଂ ରେଡ଼ ସ୍ୱସ୍ତିକ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ରକ୍ତଦାନ ଶିବିର ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଓ ଏହାର ଆଖପାଖ ଅଞ୍ଚଳର ୧୫୦ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେହିପରି ଭାବେ ରକ୍ତଦାନ ଶିବିରରୁ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଯୋଗଦେଇଥିଲେ। ଆପୋଲୋ ହସ୍ପିଟାଲର ଚକ୍ଷୁ ବିଭାଗର ମୁଖ୍ୟ ଡ଼ଃ. ଦୀପ୍ତି ଙ୍କ ନେତୃତ୍ୱରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଦେବାଶିଷ ମିଶ୍ର ଏବଂ ଦେବାଶିଷ ପାଣିଗ୍ରାହୀ ଜନସାଧାରଣଙ୍କ ଚକ୍ଷୁ ଜନିତ ସମସ୍ୟାର ସମାଧାନ କରିଥିଲେ। ସେଣ୍ଟ ଜାଭିଅରସ ହାଇସ୍କୁଲର ଅଧ୍ୟକ୍ଷ ଡଃ. ଶକ୍ତି ପ୍ରସାଦ ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ହୋତା, ମହେଶ ଆଚାରୀ, ବିଶ୍ୱଜିତ ଶତପଥୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିଥିଲେ। ଏହି ଶିବିରରେ ବାଣପୁର ଏନଏସିର ପୂର୍ବତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ଯୁବ ସମାଜସେବୀ ପୃଥ୍ବୀରାଜ ଭୋଳ ପ୍ରମୁଖ ରକ୍ତଦାନ କରିଥିଲେ। ପରିଶେଷରେ ସତ୍ୟ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।