Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ପବିତ୍ର ମାଘ ସପ୍ତମୀ ଉପଲକ୍ଷେ କୋଣାର୍କ ଚନ୍ଦ୍ରଭାଗାରେ ଭକ୍ତଙ୍କ ଭିଡ

କୋଣାର୍କ: ଆଜି ହେଉଛି ମାଘ ସପ୍ତମୀ। ଏହିଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ଦିନ କୋଣାର୍କ ଚନ୍ଦ୍ରଭାଗା କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ଆସି ସେଠାରେ ଭିଡ କରିଥିଲେ। ଆଜି ସୂର୍ଯ୍ୟ ଉଇଁବା ପରେ ସେମାନେ ସ୍ନାନ କରି ବୁଡି ପକାଇଛନ୍ତି।

ପୁରାଣ କାଳରୁ ବିଶ୍ବାସ ରହିଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥିଲେ। ଏହାପରେ ସେ ଶାପମୁକ୍ତ ହୋଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହିଦିନଠାରୁ ଶ୍ରଦ୍ଧାଳୁମାନେ ଏହି ମାଘ ସପ୍ତମୀରେ ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥାନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁକା କଳାରେ ଜି-୨୦ ଲୋଗୋ ଏବଂ ଥିମ୍ କୁ ପ୍ରଦର୍ଶିତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ଵର/ପୁରୀ: ଆଜି ଠାରୁ ଭାରତ ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଜି୨୦ ଲୋଗୋକୁ ନେଇ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଏବଂ ତାଙ୍କର ଛାତ୍ରଛାତ୍ରୀମାନେ ଦୁଇଦିନ ଲାଗି ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଚନ୍ଦ୍ରଭାଗାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଏହି ବାଲୁକା ଜି୨୦ ଲୋଗୋ ସ୍ଥାନିତ ହୋଇଛି। ଜି-୨୦ ଲୋଗୋ ଅନୁରୂପ ତାଙ୍କର ବାଲୁକା କଳାରେ ବସୁଧୈବ କୁଟୁମ୍ବକମ୍‌ ବା ସମଗ୍ର ବିଶ୍ବ ଏକ ପରିବାରର ବାର୍ତ୍ତା ପ୍ରତିଫଳିତ ହୋଇଛି।

ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ଦେଶର ୫୦ରୁ ଅଧିକ ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଭାରତର ଅଧ୍ୟକ୍ଷତା କାଳରେ ‘ବସୁଧୈବ କୁଟୁମ୍ବକମ’ ବା ସାରା ବିଶ୍ବ ଏକ ପରିବାର ବାର୍ତ୍ତା ପ୍ରଚାର କରାଯିବ। ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ବାର୍ତ୍ତା ନେଇ ଭାରତ ଜି୨୦ ରାଷ୍ଟ୍ର ଗୋଷ୍ଠୀକୁ ନେତୃତ୍ବ ପ୍ରଦାନ କରିବ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତର ଲୋଗୋ ଏବଂ ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଦେଶର ପ୍ରାଚୀନ ଜ୍ଞାନ ଓ ମୂଲ୍ୟବୋଧକୁ ପ୍ରତିନିଧିତ୍ବ କରୁଛି। ଆମ ଦେଶରେ ପୁରାତନ କାଳରୁ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚଳିତ ହୋଇ ଆସିଛି। ସାରା ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବା ଲାଗି ଏହି ଜ୍ଞାନ ଆମକୁ ଶିକ୍ଷା ଦେଇଥାଏ। ଭାରତ ପାଖରେ ଥିବା ଏହି ମହାନ ଜ୍ଞାନକୁ ଏବେ ଜି୨୦ ମଞ୍ଚ ଜରିଆରେ ସମଗ୍ର ବିଶ୍ବରେ ବାଣ୍ଟିବାର ସମୟ ଆସିଛି।

ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଡିସେମ୍ବର ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ପ୍ରଦର୍ଶିତ ହେଉଛି। ଚଳିତ ବର୍ଷ ଏଥିରେ ବହୁ ବିଦେଶୀ କଳାକାରମାନେ ଅଂଶଗ୍ରହଣ କରୁଛନ୍ତି। ମନ୍ଦିର ସହର କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ୫ଦିନରୁ ଅଧିକ ସମୟ ଧରି ଆୟୋଜିତ ହେବାକୁ ଥିବା ବାଲୁକା କଳା ମହୋତ୍ସବରେ ୫ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଚନ୍ଦ୍ରଭାଗା ବେଳାଭୂମିରେ ୧୪୪ ଧାରା ଜାରି କଲା ପୁରୀ ପ୍ରଶାସନ

ପୁରୀ: ଆସନ୍ତା ୧୯ ରେ ହେବାକୁ ଥିବା ମାଘ ସପ୍ତମୀକୁ ଲକ୍ଷ୍ୟ କରି ପୁରୀର ଚନ୍ଦ୍ରଭାଗାରେ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ୧୮ ତାରିଖ ଦିନ ୧୧ ଟାରୁ ୧୯ ତାରିଖ ଦିନ ୧ ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ସାଧାରଣ ଲୋକଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ଲାଗି ବାରଣ କରାଯାଇଛି। କେବଳ ତିନି ଠାକୁରଙ୍କ ଶିଭାଯାତ୍ରା ଏବଂ ମହାସ୍ନାନ ଜାରି ରହିବ। ପୁରୀ ଉପଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି।