Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ପବିତ୍ର ମାଘ ସପ୍ତମୀ ଉପଲକ୍ଷେ କୋଣାର୍କ ଚନ୍ଦ୍ରଭାଗାରେ ଭକ୍ତଙ୍କ ଭିଡ

କୋଣାର୍କ: ଆଜି ହେଉଛି ମାଘ ସପ୍ତମୀ। ଏହିଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ଦିନ କୋଣାର୍କ ଚନ୍ଦ୍ରଭାଗା କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ଆସି ସେଠାରେ ଭିଡ କରିଥିଲେ। ଆଜି ସୂର୍ଯ୍ୟ ଉଇଁବା ପରେ ସେମାନେ ସ୍ନାନ କରି ବୁଡି ପକାଇଛନ୍ତି।

ପୁରାଣ କାଳରୁ ବିଶ୍ବାସ ରହିଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥିଲେ। ଏହାପରେ ସେ ଶାପମୁକ୍ତ ହୋଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହିଦିନଠାରୁ ଶ୍ରଦ୍ଧାଳୁମାନେ ଏହି ମାଘ ସପ୍ତମୀରେ ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥାନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

କରୋନା କଟକଣା: ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ପାଇଁ ମିଳିବନି ଅନୁମତି

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଏବେ ବି ବିପଦ ଟଳିନାହିଁ। ତେଣୁ ପୁରୀରେ ଏବେ ବି କଟକଣାକୁ କଡାକଡି କରାଯାଉଛି। ଆଜି ସ୍ଥାନୀୟ ପ୍ରଶାସନର ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଫେବୃୟାରି ୭ ତାରିଖରେ ମାଘ ସପ୍ତମୀ ଏବଂ ଚନ୍ଦ୍ରଭାଗା ବୁଡ ପକାଇବା ପାଇଁ ଆଲୋଚନା ହୋଇଛି।

କରୋନା କଟକଣା ଭିତରେ ମାଘ ସପ୍ତମୀ ଏବଂ ଚନ୍ଦ୍ରଭାଗା ବୁଡ ନୀତି ହେବ। ଏଥିରେ ଶ୍ରଦ୍ଧାଳୁଙ୍କୁ ବୁଡ ପକାଇବା ପାଇଁ ବାରଣ କରାଯାଇଛି। କଟକଣା ଭିତରେ ଐଶାନ୍ୟେଶ୍ଵର, ଦକ୍ଷିଣେଶ୍ଵର, ତ୍ରିବେଣୀଶ୍ଵରଙ୍କ ମହାସ୍ନାନ ଅନୁଷ୍ଠିତ ହେବ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତମାନଙ୍କୁ ବୁଡ ପାଇଁ ଅନୁମତି ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

କୋଣାର୍କରେ ଜାରି ହେଲା ୧୪୪ ଧାରା, ଏଣିକି ଏହିସବୁ ଅଞ୍ଚଳରେ ବୁଲିପାରିବେ ନାହିଁ ପର୍ଯ୍ୟଟକ

ଗୋପ: କୋଣାର୍କରେ ୧୪୪ ଧାରା ଜାରି କରାଯାଇଛି। ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ୧୪୪ ଧାରା ଜାରି କରାଯାଇଛି। ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ଏବଂ ରାମଚଣ୍ଡୀ ପିଠାରେ ୧୪୪ ଧରା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦେଖି ସେଠାରେ କଟକଣା ଲାଗୁ କରାଯାଇଛି। ଏହିସବୁ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଅନୁମତି ନାହିଁ। ଏନେଇ ଗୋପ ତହସିଲଦାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଶାଖାପାଟଣାରୁ ଡଙ୍ଗାରେ ଚନ୍ଦ୍ରଭାଗା ପହଞ୍ଚିଲେ 16 ମତ୍ସ୍ୟଜୀବୀ

କୋଣାର୍କ : ଡଙ୍ଗା ଯୋଗେ ଚନ୍ଦ୍ରାଭାଗାରେ ପହଞ୍ଚିଛନ୍ତି 16 ମତ୍ସ୍ୟଜୀବୀ। ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ନିକଟ ଟୁନିରୁ ଡଙ୍ଗାରେ ଏହି ମତ୍ସ୍ୟଜୀବୀମାନେ ଫେରିଛନ୍ତି। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ପୁରୀ ପେଣ୍ଠକଟାର 5 ଜଣ ଓ ଚନ୍ଦ୍ରଭାଗା ନୋଳିଆ ସାହିର 11 ଜଣ ରହିଛନ୍ତି ବୋଲି ଜଣାପଡିଛି। ଏହି ମତ୍ସଜୀବୀମାନେ ଡଙ୍ଗା କିଣି ବିଶାଖପାଟଣାରୁ ରବିବାର ବାହାରିଥିଲେ ଆଜି ଭୋର ସମୟରେ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି। ଲକଡାଉନ୍‌ ଯୋଗୁଁ ଦୀର୍ଘ ଦିନ ଧରି ଫସି ରହିଥିଲେ 16 ମତ୍ସ୍ୟଜୀବୀ। ତେବେ ସମସ୍ତ ମତ୍ସଜୀବୀଙ୍କୁ କୋଣାର୍କ ମେଡିକାଲ ପରିସରରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟରକୁ ପଠାଯାଇଛି। ସମସ୍ତ 16 ମତ୍ସଜୀବୀଙ୍କ ସ୍ବାବ୍‌ ପରୀକ୍ଷା କରାଯିବ ବୋଲି କହିଛନ୍ତି ତହସିଲଦାର।