Categories
ଜାତୀୟ ଖବର ବିଶେଷ ଖବର

ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଅବତରଣ ସ୍ଥଳ ନାମ ଦେଲେ ‘ଶିବ ଶକ୍ତି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଆଜି ସକାଳେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏକ ଭାବପ୍ରବଣ ହୋଇ ତାଙ୍କ ଭାଷଣରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଚନ୍ଦ୍ର ଉପରେ ଅଛି ଏବଂ ଚନ୍ଦ୍ର ଉପରେ ବିକ୍ରମଙ୍କ ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବ ଶକ୍ତି’ ପଏଣ୍ଟ ନାମରେ ନାମିତ କରାଗଲା ବୋଲି ସେ ଘୋଷଣା କରିଥିଲେ।

ସେ କହିଥିଲେ ଯେ, ଏହି ସଫଳତା ଆଗାମୀ ପିଢୀକୁ ପ୍ରେରଣା ଯୋଗାଇବ। ଆମେ ମାନବିକତାର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏକ ଟୁଇଟ୍ କରି ସେ କହିଛନ୍ତି ଯେ ଚନ୍ଦ୍ରାୟନ -୩ ର ସଫଳତା ସହ ଇସ୍ରୋର ବୈଜ୍ଞାନିକମାନେ ଭାରତକୁ ଗର୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ଦେଶର ସଫଳତା ପଛରେ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତତା ଏବଂ ଉତ୍ସାହ ପ୍ରକୃତରେ ଏକ ପ୍ରେରଣାର ଶକ୍ତି ଅଟେ।

ଆଜି ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ସିଧା ବିଦେଶରୁ ବେଙ୍ଗାଲୁରୁ ହାଲ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ସେ ଜୟ ଜୱାନ, ଜୟ କିସାନ ଏବଂ ଜୟ ବିଜ୍ଞାନ କହି ବାହାରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ସେ ସେମାନଙ୍କୁ କହିଥିଲେ ଯେ ଇସ୍ରୋରର ବୈଜ୍ଞାନିକମାନଙ୍କୁ ଭେଟିବା ଏବଂ ଅଭିବାଦନ ଦେବାକୁ ମୁଁ ନିଜକୁ ରୋକିପାରିଲି ନାହିଁ। ତେଣୁ ସେ ତାଙ୍କର ବିଦେଶ ଗସ୍ତ ପରେ ସିଧା ବେଙ୍ଗାଲୁରୁକୁ ଆସିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ବିଶ୍ୱରେ ଥିବା ଭାରତୀୟ ଏବଂ ଯେଉଁମାନେ ବିଜ୍ଞାନ, ଭବିଷ୍ୟତ ଏବଂ ମାନବିକତା ଉପରେ ବିଶ୍ବାସ କରନ୍ତି, ସେମାନେ ଇସ୍ରୋର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ସଫଳ ହୋଇଛନ୍ତି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ସଫଳ ହୋଇଥିବାରୁ ସେ ବେଙ୍ଗାଲୁରୁର ନାଗରିକଙ୍କ ସମେତ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚନ୍ଦ୍ରଯାନ-3 ର ସଫଳତା ନେଇ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ସଂଧ୍ୟାରେ ଚନ୍ଦ୍ରଯାନ-3 ନିରାପଦ ଭାବେ ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି। ଫଳରେ ସାରା ଭାରତରେ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଛି। ସେହିପରି ସାରା ବିଶ୍ବ ମଧ୍ୟ ଭାରତର ଏହି ସଫଳତାକୁ ନେଇ ବେଶ ଖୁସି ପ୍ରକଟ କରିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋର ବୈଜ୍ଞାନିକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଆଜି ଭାରତ ପାଇଁ ଓକ ଐତିହାସକର ଦିନ। ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣମେରୁକୁ ସ୍ପର୍ଶ କରିପାରିଛି। ଏହି ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ଦିନ, ବିଶ୍ବର ମାନବ ଜାତି ପାଇଁ ଏକ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ବୈଜ୍ଞାନିକଙ୍କୁ ଅଭନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚନ୍ଦ୍ରଯାନ-3 ର ଅବତରଣ କୁ ସିଧା ଦେଖିବାକୁ ଚାହୁଁଛନ୍ତି କି ? ତେବେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଚନ୍ଦ୍ରପୃଷ୍ଟରେ ଅବତରଣ କରିବ ଚନ୍ଦ୍ରଯାନ3। ସେଥିପାଇଁ ଇସ୍ରୋର ବୈଜ୍ଞାନିକମାନେ ଫୁଲ ଦମରେ ଲାଗିଯାଇଛି। ଏହାର ସଫଳ ଅବତରଣ ପାଇଁ ବିଭିନ୍ନ ସ୍ଥାନରେ ପୂଜାପାଠ କରାଯାଉଛି। ସମସ୍ତେ ବର୍ତ୍ତମାନ ଅନେଇ ବସିଛନ୍ତି ଚନ୍ଦ୍ରପୃଷ୍ଟରେ ବର୍ତ୍ତମାନ କଣ ଘଟିବ। କାରଣ ଚନ୍ଦ୍ରଯାନ-2 ବିଫଳ ହେବା ବେଳେ ଏଥର ବୈଜ୍ଞାନିକମାନେ ବେଶ ସାବଧାନତାର ସହ କାର୍ଯ୍ୟ କରୁଛନ୍ତି।

ତେବେ ଏହି ଚନ୍ଦ୍ରପୃଷ୍ଟର ଅବତରଣକୁ ଯଦି ଆପଣ ସିଧା ପ୍ରସାରଣ ଦେଖିବାକୁ ଚାହାଁନ୍ତି ତେବେ ନିମ୍ନରେ ଥିବା ଲିଙ୍କକୁ କ୍ଲିକ କରନ୍ତୁ।

• ISRO Website https://isro.gov.in

• YouTube https://youtube.com/watch?v=DLA_64yz8Ss

• Facebook https://facebook.com/ISRO

• DD National TV

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚନ୍ଦ୍ରଯାନ3 ଅଭିଯାନ ନେଇ ବାଲୁକା କଳା କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ବିଶ୍ବ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ନୂଆ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରଯାନ3 ସଫଳତାର ସହ ଉତକ୍ଷେପଣ କରିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସଫଳତା ନେଇ କରିଛନ୍ତି ବାଲୁକା କଳା।

ପୁରୀ ବେଳେ ଭୂମିରେ ସେ ଏହି କଳା କରିଛନ୍ତି। ସୁଦର୍ଶନ ଏଥିରେ ପାଞ୍ଚ ହଜାର ଷ୍ଟିଲ ବୋତଲ ବ୍ୟବହାର କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି। ଏଥିରେ ସୁଦର୍ଶନ ବିଜୟୀ ଭବ ବୋଲି ଉଲ୍ଲେଖ କରିଛନ୍ତି।