Categories
ଆଜିର ଖବର ରାଜ୍ୟ ଖବର

ନଭେମ୍ବର ୨୭ ରେ ‘ସୁଚିତ୍ରା’ ବାର୍ଷିକୋତ୍ସବ: ଚନ୍ଦ୍ରଶେଖର ହୋତାଙ୍କୁ ପ୍ରବନ୍ଧ ଓ ମାନିନୀ ମିଶ୍ରଙ୍କୁ କବିତା ସମ୍ମାନ

ରେଢାଖୋଲ: ରେଢାଖୋଲ ଗ୍ରାମାଂଚଳରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ଧର୍ମୀ ଫିଚର ପତ୍ରିକା ‘ସୁଚିତ୍ରା’ ର ବାର୍ଷିକ ଉତ୍ସବ ନଭେମ୍ବର ୨୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପତ୍ରିକାର ଉପଦେଷ୍ଟା ଡଃ ଦୀପେନ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପତ୍ରିକାର ମୁଖ୍ୟ ସଂପାଦକ ସଂଗ୍ରାମ କେଶରୀ ପୃଷ୍ଟି, ସଂପାଦକ କନ୍ଦର୍ପ ବେହେରା, ସଂପାଦନା ମୁଖ୍ୟ ସନ୍ତୋଷ କୁମାର ରଥ, ସହ ସଂପାଦିକା ଆର୍‌.ପୁଷ୍ପାଞଳି, ଗୀତାରାଣୀ ସାହୁ ପ୍ରମୁଖ ଯୋଗଦେଇ ଉତ୍ସବ ସଂପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ ସୁଚିତ୍ରା ର ସ୍ୱନକ୍ଷତ୍ର ସଂଖ୍ୟା ଉନ୍ମୋଚନ ସହିତ ବିଭିନ୍ନ ବିଭାଗର ପ୍ରତିଭା ମାନଙ୍କୁ ‘ସୁଚିତ୍ରା ସମ୍ମାନ’ ପ୍ରଦାନ ସଂପର୍କରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ପାଇଁ ବିଶିଷ୍ଟ ପ୍ରାବନ୍ଧିକ ଚନ୍ଦ୍ର ଶେଖର ହୋତାଙ୍କୁ ‘ସୁଚିତ୍ରା ପ୍ରବନ୍ଧ ସମ୍ମାନ’, ରାଜୀବ ଗୋପାଳ ସ୍ୱାଇଁଙ୍କୁ ‘ସୁଚିତ୍ରା ଗଳ୍ପ ସମ୍ମାନ’, ମାନିନୀ ମିଶ୍ରଙ୍କୁ ‘ସୁଚିତ୍ରା କବିତା ସମ୍ମାନ’, ନୃସିଂହ ଚରଣ ବିଶ୍ୱାଳଙ୍କୁ ‘ସୁଚିତ୍ରା ଶିଶୁ ସାହିତ୍ୟ ସମ୍ମାନ’, ଚିତ୍ରଶିଳ୍ପୀ ସୁଧିର କୁମାର ସ୍ୱାଇଁଙ୍କୁ ‘ସୁଚିତ୍ରା କଳା ସମ୍ମାନ’, ସ୍ନିଗଧା ନାୟକଙ୍କୁ ‘ସୁଚିତ୍ରା ନବପ୍ରତିଭା ସମ୍ମାନ’ ଓ ସ୍ୱର୍ଗତ କବି ପିତାମ୍ବର ବିଶ୍ୱାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ କବି କାଳିଆ ସାହୁଙ୍କୁ ‘ପିତାମ୍ବର ବିଶ୍ୱାଳ ସ୍ମୃତି ସମ୍ମାନ’ରେ ସମ୍ମାନୀତ କରିବା ପାଇଁ ସ୍ଥିର କରାଗଲା। ଶେଷରେ ଶରତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।