Categories
ଆଞ୍ଚଳିକ

ବାଲୁଗାଁ: ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ତିନି ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଏବଂ ରଘୁନାଥପୁର ଗ୍ରାମରେ ଅବକାରି ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି।  ଖବର ମୁତାବକ ଉକ୍ତ ଦୁଇ ଗ୍ରାମରେ ଖୁଲମଖୁଲା ମଦ ବିକ୍ରି ହେଉଥିବାର ଅଭିଯୋଗ ପାଇ ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଆଜି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।  ଚଢ଼ାଉ ବେଳେ ସମୁଦାୟ ୨୪୩ ଲିଟର ଦେଶୀ ମଦ ଏବଂ ୧୪.୩ ଲିଟର ବିଅର ଜବତ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସେମାନଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର ୫୦, ୫୧ ଓ ୫୨/୨୨-୨୩ ରେ ତିନି ଗୋଟି ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଶ୍ରୀମତୀ ଦଳାଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବନ୍ଧ କାର୍ଯ୍ୟ ତଦାରଖ କଲେ ଜଳ ସଂପଦ ମନ୍ତ୍ରୀ, କାମ ଶିଘ୍ର ସାରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ  ଆଇ.ଏନ୍‌.ଏସ୍ ଚିଲିକା ଏବଂ ଚନ୍ଦ୍ରାପୁଟଠାରୁ କୁମାଣ୍ଡଳ ପର୍ଯ୍ୟନ୍ତ ବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ସମୁଦ୍ରତଟ କ୍ଷୟ ନିରୋଧୀ ଲୁଣି ଘେରା ବନ୍ଧ ନିର୍ମାଣ କାର୍ଯ୍ୟ ସେଠାରେ ଚାଲିଛି।

ନାବାର୍ଡ ସହାୟତାରେ କରାଯାଉଥିବା ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଅବଶିଷ୍ଟ କାର୍ଯ୍ୟକୁ ଶୀର୍ଘ ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ତଥା ଅଧିକ୍ଷଣ ଯନ୍ତ୍ରୀ, ସେଣ୍ଟ୍ରାଲ ଜଳସେଚନ ସର୍କଲ ଉପସ୍ଥିତ ଥିଲେ।