Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ମିଶିବେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ

ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରେ ମିଶିବେ ଚମ୍ପୁଆର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସନାତନ ମହାକୁଡ। ସେ 2014 ମସିହାରେ ଚମ୍ପୁଆରୁ ସ୍ବାଧୀନ ବିଧାୟକ ଥିଲେ। କେବଳ ଚମ୍ପୁଆ ନୁହେଁ ତାଙ୍କର ସାରା କେଉଁଝର ଜିଲ୍ଲାରେ ତାଙ୍କର ରହିଛି ଲୋକ ସମର୍ଥନ। ବିଭିନ୍ନ ସମୟରେ ଲୋକମାନଙ୍କୁ ସାହାର୍ଯ୍ୟ କରିବା ତାଙ୍କର ଏକ ସଉକ ହୋଇ ରହିଛି।

ତେବେ ସେ ବିଜେଡିକୁ କିଛି ବର୍ଷ ଧରି ସାହାର୍ଯ୍ୟ କରିଆସୁଛନ୍ତି। କେଉଁଝରରେ ତାଙ୍କ ଅନୁସାରେ ସାଂସଦ ପ୍ରାର୍ଥୀ ଦେବା ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡିର ପ୍ରଚାରରେ ନିଜକୁ ନିୟୋଜିତ ରଖିଥିଲେ। ହେଲେ ବର୍ତ୍ତମାନ କିଛି ମାସ ଧରି ସେ ବିଜେଡିରେ ସକ୍ରିୟ ନ ଥିଲେ। ସେଥିପାଇଁ ସେ ବିଜେପିରେ ମିଶିବେ ବୋଲି ତାଙ୍କର ସମର୍ଥକମାନେ ପ୍ରଚାର କରିବାରେ ଲାଗିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

Breaking News: ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍

ଭୁବନେଶ୍ବର: ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଜି ଇନକମ ଟାକ୍ସ ରେଡ ଚାଲିଛି। ତାଙ୍କର କେନ୍ଦୁଝର, ଚମ୍ପୁଆ ଏବଂ ଭୁବନେଶ୍ବର ଘରେ ରେଡ ଚାଲିଥିବାର ଜଣାପଡିଛି। ଏହି ରେଡରେ କୋଡିଏ ଜଣ ଲେଖାଏଁ ଅଫିସର ମୁତୟନ ହୋଇଛନ୍ତି। ଘର ବାହାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି।

ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଛି। ଭୁବନେଶ୍ବରର ସହୀଦନଗରରେ ଥିବା ତାଙ୍କ ବାସଭବନରେ ଏହି ଚଢାଉ ଜାରୀ ରହିଛି। ସେହିପରି ତାଙ୍କର ଜଣେ ଅଧିକାରୀଙ୍କ ଘରେ ମଧ୍ୟ ରେଡ ହେଉଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଇସ୍ପାତ କାରଖାନା, ଜିଲ୍ଲାବାସୀଙ୍କ ସ୍ବାଗତ

ଭୁବନେଶ୍ବର, କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାବାସୀ ସ୍ବାଗତ କରିଛନ୍ତି । ଚମ୍ପୁଆର କରା ଖେନ୍ଦ୍ରା ଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇବା ପାଇଁ ଜିଲ୍ଲାର ନାଗରିକ ମାନଙ୍କ ପକ୍ଷରୁ ଏକ ଧନ୍ୟବାଦ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ।

ଧନ୍ୟବାଦର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କେନ୍ଦୁଝରରେ ଖଣି ସମୃଦ୍ଧ ଏକ ଇସ୍ପାତ କାରଖାନା ତାଙ୍କର ବହୁ ଦିନର ଇଚ୍ଛା ଥିଲା । ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ପାଇଁ ବିଧାୟକ ମାନଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବି ଓ ସବୁ ବର୍ଗର ଲୋକମାନେ ତାଙ୍କୁ ଅନୁରୋଧ ଜଣାଇଥିଲେ । ଆଜି ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ସାକାର ରୂପ ନେଇଥବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ପ୍ରକଳ୍ପ ଯେପରି ଶୀଘ୍ର କାର‌୍ୟ୍ୟକ୍ଷମ ହୋଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

କେନ୍ଦୁଝରର ବିକାଶ ପାଇଁ ବିଜୁବାବୁ ସବୁବେଳେ ତତ୍ପର ଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝରରେ ଖୁବ ଶୀଘ୍ର ସରକାରୀ ମେଡିକାଲ କଲେଜ କାର‌୍ୟ୍ୟକ୍ଷମ ହେବାକୁ ଯାଉଛି । କେନ୍ଦୁଝରରେ ଏକ ନୂଆ ନର୍ସିଙ୍ଗ କଲେଜ ଖୋଲାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କେନ୍ଦୁଝରରେ ଆରମ୍ଭ ହୋଇଥିବା ମେଗା ପାଇପ ଜଳ ଯୋଗାଣ ଦ୍ଵାରା ସାରା ଜିଲ୍ଲାର ପ୍ରତି ଘରେ ଘରେ ପାଇପ ଯୋଗେ ଭଲ ପିଇବା ପାଣି ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏଥି ସହିତ ଜିଲ୍ଲାର ରାସ୍ତାଘାଟ ଉନ୍ନତି କାର‌୍ୟ୍ୟକ୍ରମ କୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ। ତେଣୁ ସବୁ ସରକାରୀ ପ୍ରକଳ୍ପ ଯେପରି ଠିକ ସମୟରେ ଶେଷ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପୂର୍ବତ୍ତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ କାଯ୍ୟକ୍ରମରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ , ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ସମେତ ଜିଲ୍ଲାର ବିଧାୟକଗଣ , ପଦ୍ମଶ୍ରୀ ଦୈତାରୀ ନାୟକ , କେନ୍ଦୁଝର ନାଗରିକ ଫୋରୋମ , ବରିଷ୍ଠ ନାଗରିକ ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଇସ୍ପାତ କାରଖାନା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଥିଲେ।