Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଆର୍ଥିକ ବର୍ଷରେ ରେକର୍ଡ ପ୍ରଦର୍ଶନ ହାସଲ କରିବାକୁ ଯୋଜନା କରିଛି ପୂର୍ବତଟ ରେଳପଥ

ଭୁବନେଶ୍ବର: ଅନେକ ଅସୁବିଧା ଏବଂ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ପୂର୍ବତଟ ରେଳପଥ ରାଜସ୍ୱ ଲୋଡିଂ ସହିତ ନୂତନ ଲାଇନ ନିର୍ମାଣ, ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସହିତ ଦୋହରୀକରଣ ପ୍ରକଳ୍ପ ଏବଂ ଟ୍ରାଫିକ୍ ସୁବିଧା କ୍ଷେତ୍ରରେ ନୂତନ ଅଧ୍ୟାୟ ସ୍ଥାପନ କରିବାକୁ ଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କ୍ରମାଗତ ପ୍ରକଳ୍ପ ସମୀକ୍ଷା ଏବଂ ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କ ଉପଦେଶ ଯୋଗୁଁ ଏହା ସମ୍ଭବ ହେବାକୁ ଯାଉଅଛି।

ଚଳିତ ଆର୍ଥିକ ବର୍ଷର ଡିସେମ୍ବର 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ 175.32 ନିୟୁତ ଟନ ମାଲ ପରିବହନ କରିଛି ଯାହା ଗତ ଆର୍ଥିକ ବର୍ଷର 169.39ନିୟୁତ ଟନ ତୁଳନାରେ 5.93 ନିୟୁତ ଟନ ଅଧିକ ଏବଂ ପ୍ରାୟ 3.5% ଅଭିବୃଦ୍ଧି ଆଣି ପାରିଛି। ମାଲ ପରିବହନରୁ ଆୟ ଦୃଷ୍ଟିରୁ, ପୂର୍ବତଟ ରେଳପଥ ଏହି ସମୟ ମଧ୍ୟରେ 14247.88 କୋଟି ଆୟ କରିଛି ଯାହା 13134.98 କୋଟି ତୁଳନାରେ ଗତ ଆର୍ଥିକ ତୁଳନାରେ 8.47% ବୃଦ୍ଧି ପଞ୍ଜିକରଣ କରି 1112.9 କୋଟି ଟଙ୍କା ବୃଦ୍ଧି କରିଛି।

ଯାତ୍ରୀ ପରିବହନ କ୍ଷେତ୍ରରୁ ପୂର୍ବତଟ ରେଳପଥ ଡିସେମ୍ବର 2022 ସୁଦ୍ଧା 53.11 ନିୟୁତ ଯାତ୍ରୀ ପରିବହନ କରିଛି ଯାହା ଗତ ଆର୍ଥିକ ବର୍ଷର 21.37 ମିଲିୟନ ତୁଳନାରେ 148.5% ଅଭିବୃଦ୍ଧି ପଞ୍ଜିକରଣ କରିଛି। ଯାତ୍ରୀମାନଙ୍କଠାରୁ ଆୟ କ୍ଷେତ୍ରରେ ପୂର୍ବତଟ ରେଳପଥ 82.17% ବୃଦ୍ଧି ପଞ୍ଜିକରଣ କରି ଗତ ବର୍ଷର ଆୟ 770.45 କୋଟି ତୁଳନାରେ ଚଳିତ ବର୍ଷ 1403.58 କୋଟି ଆୟ କରିଛି।

ପୂର୍ବ ତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୁରଡା ରୋଡ୍, ୱାଲ୍ଟେୟାର ଏବଂ ସମ୍ବଲପୁର ମଣ୍ଡଳ ମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି।  ଏହି ସଫଳତାକୁ ବାସ୍ତବ ରୂପ ଦେବା ପାଇଁ ନିରନ୍ତର ଭାବେ 24 ଘଣ୍ଟିଆ ପରିଚାଳନା ଏବଂ ତଦାରଖ, ଉତ୍ସର୍ଗୀକୃତ ଏବଂ ଆନ୍ତରିକ କାର୍ଯ୍ୟ ଶକ୍ତି ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ଆପଣାଇବାକୁ ଯାଉଅଛି।

ଉପରୋକ୍ତ ବ୍ୟତୀତ, ପୂର୍ବ ତଟ ରେଳପଥ ଉଲ୍ଲେଖନୀୟ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛି। ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ୍ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ଯଥା ସମ୍ବଲପୁର-ଟିଟିଲାଗଡ ରେଳ ସେକ୍ସନର ଦୋହରୀକରଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବା, ଅନୁଗୁଳ-ତାଲଚର ରୋଡ ବିଭାଗ (12 କିମି), ଅନୁଗୁଳ-ବଳରାମ (14 କିମି) ଲିଙ୍କ ଆନ୍ତଃ କୋଇଲା କରିଡର କନେକ୍ଟିଭିଟି ପ୍ରୋଜେକ୍ଟ, ଶାଳଗାଁ-ରାଜଆଠଗଡ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ, ଶାଳଗାଁ-କପିଳାସ ରୋଡ, ଜଖପୁରା-ନୟାଗଡ଼ ଦୋହରୀକରଣ କାର୍ଯ୍ୟ, କପିଳାସ ରୋଡ ଏବଂ ନର୍ଗୁଣ୍ଡି ମଧ୍ୟରେ ତୃତୀୟ ଲାଇନ, ବୁଢାପଙ୍କ-ଏନଟିପିସି ବ୍ଲକ କ୍ୟାବିନ ମଧ୍ୟରେ ତୃତୀୟ ଲାଇନ ଏବଂ ବୁଢାପଙ୍କ-ତାଲଚର ରୋଡ ମଧ୍ୟରେ ଚତୁର୍ଥ ଲାଇନ, ଟିଟିଲାଗଡ-କେସିଙ୍ଗା ମଧ୍ୟରେ ତୃତୀୟ ଲାଇନ ଏବଂ ସିକିର ଓ ଟିଟିଲାଗଡ଼ ମଧ୍ୟରେ ଦୋହରୀକରଣ ସହିତ ୟାର୍ଡ ନବୀକରଣ, କାକଲୁର-କାୱାରଗାଓଁ-ଡାବପାଲ ମଧ୍ୟରେ 21 କିମି ଦୋହରୀକରଣ, ରୁପ୍ରା ରୋଡ-ନର୍ଲା ରୋଡ-ଲଞ୍ଜିଗଡ ରୋଡ ମଧ୍ୟରେ ତୃତୀୟ ଲାଇନ ସହିତ ବିଦ୍ୟୁତିକରଣ କାର୍ଯ୍ୟ, କୋରାପୁଟ-ରାୟଗଡା ମାର୍ଗର ଡୁମୁରିପୁଟ-ଦାମନଯୋଡି ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି ଏବଂ ଏହି ବର୍ଷରେ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି।

ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ପ୍ରାଥମିକତା ଦେଇ ଏହାକୁ ଶୀଘ୍ର ଶେଷ କରିବା ପାଇଁ ଉଭୟ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପର ବିଛୁପାଲ୍ଲୀ ଓ ଝରତରଭା ମଧ୍ୟରେ 10.65 କିମି କାର୍ଯ୍ୟ ସମ୍ପନ୍ନ ହୋଇଛି। ମାର୍ଚ୍ଚ 2023 ସୁଦ୍ଧା ଖମ୍ବେଶ୍ୱରପାଲ୍ଲୀ-ଝରତରଭା ମଧ୍ୟରେ 11.40 କିଲୋମିଟର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ, ନୁଆଗାଓଁ-ଦଶପାଲା ମଧ୍ୟରେ 15.445 କିମି ରେଳ ଲାଇନ୍କୁ ଫେବୃଆରୀ 2023 ସୁଦ୍ଧା ଖୋର୍ଦ୍ଧା ରୋଡ ପାର୍ଶ୍ୱରୁ ଶେଷ ହେବାର ଯୋଜନା ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ କ୍ୟାପଟିଭ୍ ଓ ବାଣିଜ୍ୟିକ କୋଇଲା ବ୍ଲକର ଉତ୍ପାଦନ 79 ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏବଂ ମନୋନୀତ କର୍ତ୍ତୃପକ୍ଷ 6 ଜୁଲାଇ 2022 ରେ ପ୍ରକଳ୍ପ  ପ୍ରସ୍ତାବକଙ୍କ ଉପସ୍ଥିତିରେ ଆର୍ଥିକ ବର୍ଷ 2022-23 ର ପ୍ରଥମ ତିନିମାସ ମଧ୍ୟରେ କୋଇଲା ବ୍ଲକ୍‌ ଗୁଡ଼ିକର ଉତ୍ପାଦନ ସମୀକ୍ଷା କରିଛନ୍ତି। ପ୍ରଥମ ତିନିମାସ ସମୟରେ ସମୁଦାୟ 27.7 ମିଲିୟନ ଟନ୍ କୋଇଲା ଉତ୍ପାଦନ ହୋଇଛି। ଏହା ଆର୍ଥିକ ବର୍ଷ 2021-22 ର ସମାନ ଅବଧିରେ ଉତ୍ପାଦିତ 15.5 ମିଲିୟନ ଟନ କୋଇଲାରୁ 79 ପ୍ରତିଶତ ଅଧିକ ଅଟେ।

ମନ୍ତ୍ରଣାଳୟ କୋଇଲା ଉତ୍ପାଦନରେ ଏତେ ଅଧିକ ବୃଦ୍ଧି କରିଥିବାରୁ କୋଇଲା ବ୍ଲକ୍ ଆବଣ୍ଟକମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଏହା ସହିତ, ଏହା ଆଶା କରିଛନ୍ତି ଯେ ଆର୍ଥିକ ବର୍ଷ 2022-23 ର ଦ୍ବିତୀୟ ତ୍ରୟମାସରେ କୋଇଲା ବ୍ଲକ୍ ରୁ 32 ମିଲିୟନ ଟନ୍ ଉତ୍ପାଦନର ଲକ୍ଷ ପ୍ରାପ୍ତ କରାଯିବ। ଏହା ବ୍ୟତୀତ ଏହାର ପ୍ରଶଂସା କରାଯିବା ସହିତ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ବାଣିଜ୍ୟିକ ନିଲାମୀ ସଂସ୍କାର ଅନ୍ତର୍ଗତ 2021 ରେ ନିଲାମ କରାଯାଇଥିବା ଦୁଇଟି ଖଣି କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଏଥିରୁ ପ୍ରଥମ ତ୍ରୟମାସରେ 1.57 ନିୟୁତ ଟନ୍ ର ଉତ୍ପାଦନ କରାଯାଇଛି।

ବର୍ତ୍ତମାନ ସମୁଦାୟ 36 କ୍ୟାପଟିଭ୍ ଏବଂ ବାଣିଜ୍ୟିକ ଖଣିରୁ କୋଇଲା ଉତ୍ପାଦନ ହେଉଛି। ସେହିପରି ଆଶା କରାଯାଉଛି ଯେ ଚଳିତ ବର୍ଷ ଅତି କମରେ ଆଉ 12 ଟି ନୂଆ ଖଣିରେ ଉତ୍ପାଦନ ଆରମ୍ଭ ହୋଇଯିବ। ଏହା ଦେଶରେ କୋଇଲାର ଚାହିଦାକୁ ପୂରଣ କରିବାରେ ନିଜର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।

ଏହା ବ୍ୟତୀତ ପ୍ରକଳ୍ପ ପ୍ରସ୍ତାବକ ନିଜର ପ୍ରଚେଷ୍ଟା ଏବଂ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ମଧ୍ୟ ସୂଚନା ପ୍ରଦାନ କଲେ। ସେହିପରି କୋଇଲା ମନ୍ତ୍ରଣାଳୟ ଏହି ବିଷୟର ସମାଧାନରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଆଶ୍ବାସନା ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସର୍ବୋଚ୍ଚ ସ୍କ୍ରାପ୍ ଅପସାରଣ କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ଏହାର ପରିସୀମା ମଧ୍ୟରୁ ସର୍ବାଧିକ ସ୍କ୍ରାପ୍ ନିଷ୍କାସନ କରି ଏଥିରୁ ସର୍ବୋଚ୍ଚ ଆୟ ହାସଲ କରିଛି ଯାହାକି ରେଳବାଇ ବୋର୍ଡ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ ଆୟ ତୁଳନାରେ 42.61% ଅଧିକ ଅଟେ। ପୂର୍ବ ତଟ ରେଳପଥ ଦ୍ୱାରା ସ୍କ୍ରାପ୍ ମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ସମସ୍ତ ପ୍ରୟାସ କରି ଏକ ରେକର୍ଡ ସୃଷ୍ଟି କରିଛି ଯାହାକି ପୂର୍ବତଟ ରେଳପଥ ଇତିହାସରେ ସର୍ବୋଚ୍ଚ ସ୍କ୍ରାପ୍ ବିକ୍ରୟ ଅଟେ। ପ୍ରମୁଖ ସାମଗ୍ରୀ ପରିଚାଳନା ପ୍ରବନ୍ଧକ ପି. ବି. ନିନାୱେ ସ୍କ୍ରାପ୍ ଅପସାରଣ ପ୍ରଣାଳୀରେ (ଡିସପୋଜାଲ୍ ସିଷ୍ଟମରେ) ଜଡିତ ସମସ୍ତ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଏବଂ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ଆର୍ଥିକ ବର୍ଷ ଶେଷ ହେବାର ଦୁଇ ଦିନ ପୂର୍ବରୁ, ପୂର୍ବ ତଟ ରେଳପଥ ସ୍କ୍ରାପ୍ ଅପସାରଣରୁ 313.74 କୋଟିରୁ ଅଧିକ ରାଜସ୍ୱ ହାସଲ କରିଛି ଯାହାକି ରେଳବାଇ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା 220 କୋଟି ଟଙ୍କା ଧାର୍ଯ୍ୟ ଲକ୍ଷ୍ୟଠାରୁ 93.74 କୋଟି ଟଙ୍କା ଅଧିକ।  ଗତ ଆର୍ଥିକ ବର୍ଷରେ ତୁଳନାରେ ପୂର୍ବତଟ ରେଳପଥ ଏହି ବାବଦରେ 14.72% ଅଧିକ ରାଜସ୍ୱ ଅର୍ଜନ କରିଛି। ଗତ ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ସ୍କ୍ରାପ୍ ଅପସାରଣରୁ 273.49 କୋଟି ଟଙ୍କା ରୋଜଗାର କରିଥିଲା।

ଚଳିତ ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ 188 ଟି ଇ-ନିଲାମ କରିଛି ଯେଉଁଥିରେ ୱାଲଟିୟର, ଖୋର୍ଦ୍ଧା ରୋଡ, ସମ୍ବଲପୁରର ରେଳ ମଣ୍ଡଳ ସହିତ ମଞ୍ଚେଶ୍ୱର ସଵାରୀ ଡବା ମରାମତି କାରଖାନା ଏବଂ ରେଲୱେ ହୁଇଲ ଫ୍ୟାକଟୋରି (ରେଳ ଚକ କାରଖାନା RWF) କୁ ପୁନଃ ବ୍ୟବହାର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ରୂପାନ୍ତର ପାଇଁ ପଠାଉଛି।

ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ହେତୁ ଏହି ଉଲ୍ଲେଖନୀୟ ରାଜସ୍ୱ ସୃଷ୍ଟି ହୋଇପାରିଛି।  ଚଳିତ ଅବଧି ମଧ୍ୟରେ, ଯଥା 1 ଏପ୍ରିଲ 2021 ରୁ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ; ୱାଲଟିୟର ରେଳ ମଣ୍ଡଳ ରୁ 112.27 କୋଟି ଟଙ୍କା, ଖୋର୍ଦ୍ଧା ରୋଡ ମଣ୍ଡଳ ରୁ 95.64 କୋଟି, ସମ୍ବଲପୁର ମଣ୍ଡଳ ରୁ 39.47 କୋଟି, ମଞ୍ଚେଶ୍ୱର ସ୍ଥିତ ରେଳବାଇ ଷ୍ଟୋର ଡିପୋରୁ 31.59 କୋଟି ଏବଂ ଅନ୍ୟାନ୍ୟ ସ୍ଥାନରୁ 34.77 କୋଟି ଟଙ୍କା ଆୟ ହୋଇ ପାରିଛି।

କଳକବଜା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ସହ ଜଡିତ ଶିଳ୍ପ ସଂସ୍ଥା ମାନଙ୍କରୁ ସ୍କ୍ରାପ୍ ର ଉତ୍ପତି ହୋଇଥାଏ। ଏହି ଉପକରଣ ଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ତଥା ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ କରିଦିଆ ଯାଇଥାଏ। ସ୍କ୍ରାପ୍ କୁ ଯଥାସମୟରେ ଅପସାରଣ କରିଦେବା ଉଚିତ, ଯଦ୍ୱାରା ଏଗୁଡ଼ିକୁ ରିସାଇକ୍ଳିଙ୍ଗ୍ କରାଯାଇ ଅନ୍ୟ କୌଣସି ବ୍ୟବହାରଯୋଗ୍ୟ ବସ୍ତୁରେ ରୂପାନ୍ତରଣ କରା ଯାଇପାରିବ। ଏହାଦ୍ୱାରା ମଧ୍ୟ ପରିବେଶ ନିର୍ମଳ ଓ ସ୍ୟାସ୍ଥ୍ୟକର ହେବା ସମ୍ଭବ ହୋଇଥାଏ।

ପୂର୍ବ ତଟ ରେଳବାଇ ସଠିକ ସମୟରେ ସ୍କ୍ରାପ୍ ନିଷ୍କାସନ ପାଇଁ ସକ୍ରିୟ ପଦକ୍ଷେପ ନେଇଛି।  ସ୍କ୍ରାପ୍ ନିଷ୍କାସନର କାର୍ଯ୍ୟକଳାପ ଇ-ନିଲାମ ମାଧ୍ୟମରେ କରାଯାଉଛି ଯାହାକି ପୂର୍ବତଟ ରେଳପଥରେ ସମ୍ପୂର୍ଣ୍ଣ ଭାବେ ଅନ-ଲାଇନ ଅଟେ। ପୂର୍ବ ତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଏହାର ଉତ୍ସର୍ଗୀକୃତ IREPS (ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ) ପୋର୍ଟାଲ ମାଧ୍ୟମରେ 2013 ମସିହା ଠାରୁ ଇ-ନିଲାମ କରିଆସୁଅଛି, ଯାହାକି ସ୍କ୍ରାପ୍ ସାମଗ୍ରୀର ଅପସାରଣ ପାଇଁ ଏକ ସ୍ୱଚ୍ଛ ପ୍ରକ୍ରିୟା ଏବଂ ଏହା ସମସ୍ତ ନିଲାମଧାରୀ ମାନଙ୍କୁ ଏକ ସ୍ୱଚ୍ଛ ସୁଯୋଗ ଦେଇଥାଏ। ଏହି ପଦ୍ଧତି ମଧ୍ୟ ମାନବ ହସ୍ତକ୍ଷେପରୁ ମୁକ୍ତ ହୋଇଥିବା ଯୋଗୁଁ ପରିଚାଳନାରେ ସ୍ୱଚ୍ଛତା ଆଣିଥାଏ। ପୂର୍ବତଟ ରେଳପଥରେ ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ ପ୍ରଣାଳୀ ପୋର୍ଟାଲରେ 4000 ରୁ ଅଧିକ ନିଲାମଧାରୀ ପଞ୍ଜୀକୃତ ହୋଇସାରିଛନ୍ତି।

ଇ-ନିଲାମ ପ୍ରକ୍ରିୟାରେ, ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ ପ୍ଲାଟଫର୍ମରେ ଅବ୍ୟବହୃତ ଓ ନିଷ୍କାସିତ ସାମଗ୍ରୀ ଗୁଡିକ ଅନଲାଇନରେ ପ୍ରକାଶିତ ହୋଇଥାଏ ଏବଂ ନିଲାମଧାରୀ ମାନଙ୍କୁ ଅନଲାଇନରେ ସେମାନଙ୍କର ପ୍ରକ୍ରିୟାକରଣ କରିବାକୁ ଅନୁମତି ଦିଆଯାଏ। ପୂର୍ବରୁ ସ୍ଥିର ହୋଇଥିବା ରିଜର୍ଭ ମୂଲ୍ୟଠାରୁ ଯଦି ସର୍ବାଧିକ ବିଡ୍ ପ୍ରାପ୍ତ ହୋଇଛି, ତେବେ ବିଡ୍ ସିଷ୍ଟମ୍ ଦ୍ୱାରା ଗ୍ରହଣ କରାଯାଏ ଏବଂ ଅଂଶଗ୍ରହଣକାରୀଙ୍କୁ ଲଟ୍ ବିକ୍ରୟ ଘୋଷିତ କରାଯାଇଥାଏ। କୌଣସି ମାନବିକ ହସ୍ତକ୍ଷେପ ବିନା ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ଅଟେ।