Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଆପଣ ଯଦି ଏହା କରନ୍ତି ତେବେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ।

ସେହିପରି ଗୁଣବତୀ ସ୍ତ୍ରୀର ବ୍ୟବହାର ଘରର ଶୋଭା ବୃଦ୍ଧି କରିଥାଏ। କାରଣ ତାଙ୍କ ସହିତ ମିଳାମିଶା କଲେ ତାଙ୍କର ଉଚିତ ବ୍ୟବହାର ସାଇପଡିଶାଙ୍କ ଦ୍ବାରା ପ୍ରଶଂସିତ ହୋଇଥାଏ। ସେଥିପାଇଁ ଯେଉଁ ସ୍ତ୍ରୀର ଗୁଣ ଭଲ ସେ ସବୁବେଳେ ପ୍ରିୟଭାଜନ ହୋଇଥାଏ।

Categories
ଆଜିର ଖବର ଧର୍ମ

ଆପଣଙ୍କ ପିଲାମାନଙ୍କ ପ୍ରତି ଆପଣଙ୍କର କି କର୍ତ୍ତବ୍ୟ ରହିଛି, ଜାଣନ୍ତୁ କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତିରେ ରହିଛି କେଉଁ କାମ କେତେ ଜଣ କରିବା ଉଚିତ, ପଢିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ କାମ କେତେ ଲୋକଙ୍କୁ ନେଇ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ ଏକାକୀ କରନ୍ତୁ। ଆପଣ ଯଦି ବିଦ୍ୟା ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଜଣ ମିଶି କରନ୍ତୁ।କାରଣ କାହାର ଅବୁଝା ରହିଲେ ଅନ୍ୟକୁ ପଚାରି ପାରିବ।

ହେଲେ ଯଦି ଆପଣ ସଂଗୀତ ସାଧାନ କରିବାକୁ ଚାହୁଁଛନ୍ତି ତେବେ ତିନିଜଣ ଭଲ। କାରଣ ଜଣେ ଗାୟକ, ଜଣେ ବାୟକ ଆଉ ଜଣେ ପାଳିଆର ଆବଶ୍ୟକତା ଥାଏ। ସେହିପରି ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହୃୁଁଛନ୍ତି ତେବେ ଚାରି ଜଣିଆ ହୋଇ ଯାଆନ୍ତୁ। କିନ୍ତୁ କୃଷି କର୍ମରେ ପାଞ୍ଚଜଣଙ୍କର ଆବଶ୍ୟକତା ରହିଛି। ହେଲେ ଯୁଦ୍ଧ ପାଇଁ ଅସଂଖ୍ୟ ଲୋକଙ୍କର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Categories
ଆଜିର ଖବର ଧର୍ମ

ଯଦି ଚାଣକ୍ୟଙ୍କ ମାତ୍ର ପାଞ୍ଚୋଟି କଥା ପାଳନ କରିବେ, ତେବେ ସାରା ଜୀବନ ଖୁସିର ରହିବେ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

1-ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

2-ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

3-ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

4-ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

5-ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର

ଚାଣକ୍ୟ ନୀତି: କିଛି ବଡ କାମ କରିବା ପୂର୍ବରୁ କେତୋଟି କଥାକୁ ଧ୍ୟାନ ଦିଅନ୍ତୁ, ମିଳବ ସଫଳତା

ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ ହେବେ କି ନାହିଁ ତାହା କେହି କହିପାରିବେ ନାହିଁ। ସେଥିପାଇଁ ଚାଲାକ ବ୍ୟକ୍ତି କେବେ ବି ନିଜର କାମ ସଫଳ ବା ସଂପୂର୍ଣ୍ଣ ନ ହେବା ପୂର୍ବରୁ କାହାକୁ କହେ ନାହିଁ।

Categories
ଆଜିର ଖବର ଧର୍ମ ବ୍ୟବସାୟ

ଆପଣ ଘର କରିବାକୁ ଯାଉଛନ୍ତି କି ? ସାବଧାନ, ତା ପୂର୍ବରୁ ଆଚାର୍ଯ୍ୟ ଚାଣକ୍ୟଙ୍କ କଥାକୁ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।

ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ ଅଛନ୍ତି ସେହି ସ୍ଥାନରୁ ମଧ୍ୟ ଦୂରରେ ରୁହନ୍ତୁ। କାରଣ ସେସବୁ ପରିବେଶରେ ଆପଣ କିମ୍ବା ଆପଣଙ୍କ ପିଲାମାନେ କେବେ ବି ଭଲ ଶିକ୍ଷା ହାସଲ କରିପାରିବେ ନାହିଁ। ବଂର କୁଶିକ୍ଷା ମିଳିବାର ସମ୍ଭାବନା ବେଶୀ ଥାଏ।

Categories
ଆଜିର ଖବର

ଚାଣକ୍ୟ ନୀତି: ଆପଣଙ୍କର ପ୍ରକୃତ ବନ୍ଧୁଙ୍କୁ ଚିହ୍ନିବା ପାଇଁ ଚାଣକ୍ୟଙ୍କ ଛଅଟି ସୁତ୍ର ଜାଣନ୍ତୁ

ନୂଆଦିଲ୍ଲୀ, ଆପଣଙ୍କ ଜୀବନରେ ପ୍ରକୃତ ବନ୍ଧୁର ବହୁ ଆବଶ୍ୟକତା ରହିଛି। ହେଲେ ପ୍ରକୃତ ବନ୍ଧୁ କିଏ, ସେମାନେ କିପରି ହେବା ଉଚିତ୍ ? ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବିସ୍ତୁତ କଥା ବର୍ଣ୍ଣନା କରିଛନ୍ତି। ଚାଣକ୍ୟଙ୍କ ମତରେ ଛଅଟି କ୍ଷେତ୍ରରେ ଯେଉଁମାନେ ଆପଣଙ୍କ ପାଖରେ ଛିଡା ହେବେ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ।

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଅସୁସ୍ଥତା ସମୟରେ, ଦୁଃଖ ଦୁର୍ଦ୍ଦିନ ସମୟରେ, ଖାଦ୍ୟାଭବ ସମୟରେ, ଶତ୍ରୁଙ୍କ ଦ୍ବାରା ବିପଦରେ ପଡିଥିବା ସମୟରେ, ସରକାରୀ କ୍ଷେତ୍ରରେ ଏବଂ ମଶାଣୀ ଭୂମିରେ ଯେ ରହିବ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ।

ଆପଣଙ୍କର ପ୍ରକୃତ ବନ୍ଧୁ ଆପଣଙ୍କର କିମ୍ବା ପରିବାରର କାହାର ଦେହ ଖରାପ ହେଲେ ସେମାନେ ସମସ୍ତ ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି। ଦୁଃଖ ସମୟରେ ଦୂରେଇ ନ ଯାଇ ପାଖେ ପାଖେ ରହି ମନୋବଳକୁ ବଢାଇବା ବ୍ୟକ୍ତି ପ୍ରକୃତ ବନ୍ଧୁ। ସେହିପରି ସରକାରୀ କାମ ଅର୍ଥାତ ମାଲିମକଦ୍ଦମା, ପୋଲିସ ଆଦି କାର୍ଯ୍ୟରେ ଯେ ସାହାର୍ଯ୍ୟ କରେ ସେ ପ୍ରକୃତ ବନ୍ଧୁ।

ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ ଯିଏ କି ଦୁଃଖ ଦୁର୍ଦ୍ଦିନ ସହିତ ମଶାଣୀ ଭୂମିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ। ଯଦି ପରିବାରର କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ତେବେ ପ୍ରକୃତ ବନ୍ଧୁ ଆପଣଙ୍କ ପାଖେପାଖେ ରହି ଆପଣଙ୍କୁ ସାନ୍ତନ୍ବା ଦେବେ।

Categories
ଆଜିର ଖବର ଧର୍ମ

ଆପଣ ସବୁବେଳେ ପାଖରେ ଟଙ୍କା ରଖିବାକୁ ଚାହୁଁଛନ୍ତି, ତେବେ ଜାଣନ୍ତୁ ଚାଣକ୍ୟଙ୍କ ଏହି 5ଟି କଥା

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି । ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି।

କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ  ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି।

1-ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି । ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍ ।

2-ଜଣେ ବ୍ୟକ୍ତି ଯଦି ଅଧିକ ଖାଦ୍ୟ ଖାଏ ତେବେ ସେ ସବୁବେଳେ ଟଙ୍କା ପାଇଁ ଚିନ୍ତିତ ହୁଏ। ଚାଣକ୍ୟ କହିଛନ୍ତି ଯେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଜଣେ ମଣିଷ ଆବଶ୍ୟକ ଭିତରେ ଖାଇବା ଉଚିତ୍।

3-ଚାଣକ୍ୟ ନୀତି ଅନୁଯାୟୀ, ବ୍ୟକ୍ତିର ପୋଷାକ ଅପରିଷ୍କାର ହେଲେ ମାତା ଲକ୍ଷ୍ମୀ ଅନୁଗ୍ରହ ପ୍ରଦର୍ଶନ କରନ୍ତି ନାହିଁ । ଚାଣକ୍ୟ କହିଛନ୍ତି ଯେ ଯଦି ଗରିବ ଲୋକ ସଫା ରହେ ତେବେ ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ ହୁଅନ୍ତି।

4-ଚାଣକ୍ୟ କହିଛନ୍ତି ଯେ ଶୋଇବା ପାଇଁ ରାତି ସମୟ ଉପଯୁକ୍ତ ବୋଲି ବିବେଚନା କରାଯାଏ । ଚାଣକ୍ୟଙ୍କ ଅନୁଯାୟୀ, ଦିନ ଶେଷ ହେବା ପରେ ଅର୍ଥାତ୍ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇଥିବା ବ୍ୟକ୍ତିଙ୍କ ସହିତ କେବେ ବି ଟଙ୍କା ରହେ ନାହିଁ। ଏହିପରି ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ସମର୍ଥନ ପାଆନ୍ତି ନାହିଁ ।

5-ଅର୍ଥନୀତିରେ ଚାଣକ୍ୟ ମଧ୍ୟ କହିଛନ୍ତି ଦାନ୍ତ ଅପରିଷ୍କାର ରଖୁଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ କେବେ ବି ଅନାନ୍ତି ନାହିଁ। ଫଳରେ ସେମାନଙ୍କ ପାଖରେ ମଧ୍ୟ ଟଙ୍କା ରହେ ନାହିଁ।

Categories
ଆଜିର ଖବର ଧର୍ମ ବ୍ୟବସାୟ

ଯଦି ଆଚାର୍ଯ୍ୟ ଚାଣକ୍ୟଙ୍କ ପାଞ୍ଚୋଟି ନୀତିଙ୍କୁ ମାନିବେ, ତେବେ ହୋଇପାରିବେ ଧନବାନ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ । ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି । କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି

  1. ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ | ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ | ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ କରିବା ରାସ୍ତାରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍।
  2. ଅନ୍ୟାୟର ପଥ ଗ୍ରହଣ କରନ୍ତୁ ନାହିଁ – ଚାଣକ୍ୟ କହିଛନ୍ତି ଯେ ଜୀବନରେ ଟଙ୍କା ଏବଂ ସଫଳତା ପାଇବା ପାଇଁ, ଅଧର୍ମର ରାସ୍ତା ବାଛନ୍ତୁ ନାହିଁ । ଭୁଲ୍ ରାସ୍ତାରେ, ବ୍ୟକ୍ତିଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିବ । ଧନ ପାଇବା ପାଇଁ ଜଣେ କେବେବି ଶତ୍ରୁ ସହିତ ହାତ ମିଳାଇବା ଉଚିତ୍ ନୁହେଁ ।
  3. ଅର୍ଥର ସଠିକ୍ ବ୍ୟବହାର- ଚାଣକ୍ୟ ନୀତି ଅନୁଯାୟୀ, କେବଳ ଟଙ୍କା ରୋଜଗାର କରିବା ଆବଶ୍ୟକ ନୁହେଁ ବରଂ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ମଧ୍ୟ ଆବଶ୍ୟକତା। ଯଦି ଟଙ୍କା ସଠିକ୍ ଭାବରେ ବ୍ୟବହୃତ ହୁଏ ନାହିଁ ତେବେ ଏହା ଜଳ ପରି ପ୍ରବାହିତ ହୋଇଯିବ । ତେଣୁ ଟଙ୍କା ସର୍ବଦା ସଠିକ୍ ଭାବରେ ବ୍ୟବହାର କରାଯିବା ଉଚିତ୍ ।
  4. ଖର୍ଚ୍ଚ ଉପରେ ନିୟନ୍ତ୍ରଣ- ଯଦି ଆପଣ ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବେ ନାହଁ, ତେବେ ଅଧିକ ଟଙ୍କା ରୋଜଗାର କରି ମଧ୍ୟ ଧନୀ ହୋଇପାରିବ ନାହିଁ । ଚାଣକ୍ୟ କହିଛନ୍ତି ଯେ ଏକ ପାତ୍ରରେ ଦୀର୍ଘ ସମୟ ଧରି ଜଳ ସଂରକ୍ଷଣ କଲେ ଏହା ନଷ୍ଟ ହୋଇଯାଏ । ସେହିଭଳି, ବ୍ୟୟ ଉପରେ ନିୟନ୍ତ୍ରଣ ଅଭାବରୁ ଜଣେ ବ୍ୟକ୍ତି ନଷ୍ଟ ହୁଏ ।
  5. ଅତ୍ୟଧିକ ଦାନ – ଶାସ୍ତ୍ରରେ, ଦାନ ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ନିଜ ବିଷୟରେ ଚିନ୍ତା ନକରି ଦାନ କରିବା କଷ୍ଟଦାୟକ । ଚାଣକ୍ୟ କହିଛନ୍ତି ଯେ ଆପଣ ଯାହା ରୋଜଗାର କରୁଛନ୍ତି ତାହା ଅନୁଯାୟୀ ସଞ୍ଚୟ କରନ୍ତୁ ଏବଂ ଅନୁପାତରେ ଲୋକଙ୍କୁ ସାହାଯ୍ୟ କରନ୍ତୁ ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଜୀବନରେ କିପରି ହାସଲ କରିବେ ସଫଳତା, ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ 3ଟି ନୀତି

ନୂଆଦିଲ୍ଲୀ, ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର 17 ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯେପରିକି ଚାଣକ୍ୟ ନୀତି।

1-ଔଷଧ କିମ୍ବା ଔଷଧ ବିଷୟରେ- ଚାଣକ୍ୟ ନୀତି ଅନୁଯାୟୀ, ସେମାନଙ୍କର ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ । ଆପଣ କେଉଁ ଅସୁସ୍ଥତା ଏବଂ କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ।ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

2-ଘରର ତ୍ରୁଟି – ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ କାହା ଆଗରେ ପ୍ରକାଶ କରାଯିବା ଉଚିତ୍ ନୁହେଁ। ଆପଣ ଯେତେ ବିରକ୍ତ ହୁଅନ୍ତୁ ନା କାହିଁକି, ଆପଣ ନିଜ ଘରର ତ୍ରୁଟି କାହାକୁ କେବେ ବି ପ୍ରକାଶ କରିବା ଉଚିତ୍ ନୁହେଁ। ଶତ୍ରୁମାନେ ଅନ୍ୟର ଘରର ତ୍ରୁଟି ବିଷୟରେ ଜାଣିଲେ ଏହାର ଫାଇଦା ଉଠାଇ ପାରିନ୍ତି।

3-ପରିବାରର ଖରାପ ଚିନ୍ତା – ପରିବାର ସଦସ୍ୟଙ୍କ ପ୍ରତି କଦାପି ମନ୍ଦ କାର୍ଯ୍ୟ ବା ଖରାପ ଚିନ୍ତା କରିବା ଉଚିତ୍ ନୁହେଁ। ଯଦି କୈଣସି ସଦସ୍ୟଙ୍କ ମଧ୍ୟରେ କୈଣସି ଅଭାବ ଥାଏ, ତେବେ ସେ ସଂପର୍କରେ ମଧ୍ୟ କାହାକୁ କହିବା ଉଚିତ୍ ନୁହେଁ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ସୁଖ ଭୋଗ କରିବାକୁ ହେଲେ ପାଞ୍ଚୋଟି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

1-ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

2-ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

3-ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

4-ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

5-ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟ ଏ ସମାଜରେ ପାଞ୍ଚ ଜଣଙ୍କୁ ପିତା ପଦବାଚ୍ୟ ବୋଲି କହିଛନ୍ତି, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ 1-ଜନ୍ନଦାତା ପିତା, 2-ପୁରୋହିତ 3-ବିଦ୍ୟାଦାତା, 4-ଅନ୍ନଦାତା, 5- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି । ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଧର୍ମ

ଆପଣ ପୃଥିବୀରେ ଥିଲେ ମଧ୍ୟ ସ୍ବର୍ଗ ପରି ସୁଖ ଲାଭ କରି ପାରିବେ, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ବର୍ଗ ସୁଖ ଲାଭ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ପୃଥିବୀରେ ବାସ କରୁଥିବା ଲୋକେ ସ୍ବର୍ଗ ସୁଖ ମଧ୍ୟ ପାଇଥାନ୍ତି। ତେବେ ସମସ୍ତେ ନୁହଁନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଭାଗ୍ୟଶାଳୀ ଗୋଷ୍ଠୀରେ ଆସୁଛନ୍ତି। ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ।

ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ।

ସେହିପରି ସଂପତ୍ତି ପ୍ରତି ଯଦି ଲୋଭ ରହିଲା ତେବେ ଆପଣଙ୍କର ସୁଖ ଚାଲିଗଲା ବୋଲି ଭାବି ନିଅନ୍ତୁ। କାରଣ ସଂପତ୍ତି ଲୋଭ ହିଁ ଦୁଃଖର ଅନ୍ୟତମ କାରଣ। ସେଥିପାଇଁ ଭଗବାନ ଯେତିକି ସଂପତ୍ତି ଦେଇଛନ୍ତି ବା ଦେଉଛନ୍ତି ତାହାକୁ ନେଇ ସନ୍ତୁଷ୍ଠ ରୁହନ୍ତୁ। ଅସତ୍ ଉପାୟରେ ସଂପତ୍ତି ଅର୍ଜନ କଲେ ପରିମାଣ ବଢିପାରେ ହେଲେ ସୁଖ ରହିବ ନାହିଁ।

Categories
ଆଜିର ଖବର ଧର୍ମ ବ୍ୟବସାୟ

ଚାଣକ୍ୟ ନୀତି: ଭୁଲରେ ସୁଧା ଏହି ଲୋକମାନଙ୍କୁ କେବେବି ବିଶ୍ବାସକୁ ନିଅନ୍ତୁ ନାହିଁ

ନୂଆଦିଲ୍ଲୀ, ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର

ଚାଣକ୍ୟ ନୀତି, ତିନି ପ୍ରକାରର ଲୋକ ସ୍ବର୍ଗ ସୁଖ ଲାଭ କରିପାରନ୍ତି, ସବୁବେଳେ ଖୁସିରେ ରହନ୍ତି, କିଏ ସେମାନେ ?

ନୂଆଦିଲ୍ଲୀ,  ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ।

ସେହିପରି ସଂପତ୍ତି ପ୍ରତି ଯଦି ଲୋଭ ରହିଲା ତେବେ ଆପଣଙ୍କର ସୁଖ ଚାଲିଗଲା ବୋଲି ଭାବି ନିଅନ୍ତୁ। କାରଣ ସଂପତ୍ତି ଲୋଭ ହିଁ ଦୁଃଖର ଅନ୍ୟତମ କାରଣ। ସେଥିପାଇଁ ଭଗବାନ ଯେତିକି ସଂପତ୍ତି ଦେଇଛନ୍ତି ବା ଦେଉଛନ୍ତି ତାହାକୁ ନେଇ ସନ୍ତୁଷ୍ଠ ରୁହନ୍ତୁ। ଅସତ୍ ଉପାୟରେ ସଂପତ୍ତି ଅର୍ଜନ କଲେ ପରିମାଣ ବଢିପାରେ ହେଲେ ସୁଖ ରହିବ ନାହିଁ।

Categories
ଆଜିର ଖବର ଧର୍ମ

ଚାଣକ୍ୟନୀତି: କିଛି ଗୁରୁତ୍ବପୂର୍ଣ୍ଣ କାମ କରୁଛନ୍ତି କି ? ତେବେ କେମିତି କରିବେ ସେ ନେଇ ଚାଣକ୍ୟଙ୍କ କଥା ମାନନ୍ତୁ

ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ ହେବେ କି ନାହିଁ ତାହା କେହି କହିପାରିବେ ନାହିଁ। ସେଥିପାଇଁ ଚାଲାକ ବ୍ୟକ୍ତି କେବେ ବି ନିଜର କାମ ସଫଳ ବା ସଂପୂର୍ଣ୍ଣ ନ ହେବା ପୂର୍ବରୁ କାହାକୁ କହେ ନାହିଁ।

Categories
ଆଜିର ଖବର ଧର୍ମ ବ୍ୟବସାୟ

ଚାଣକ୍ୟନୀତି, ଅନ୍ୟ ଉପରେ ନିର୍ଭର କରି ରହିଲେ ଜୀବନରେ କେବେ ବି ସଫଳତା ହାସଲ କରିପାରିବେ ନାହିଁ

ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଚାଣକ୍ୟ ନୀତି: ଜୀବନରେ ସଫଳତା ପାଇବାକୁ ହେଲେ କଣ କରିବା ଉଚିତ

ନୂଆଦିଲ୍ଲୀ,  ଜୀବନରେ କିପରି ମଣିଷ ସଫଳତା ହାସଲ କରିପାରିବ ତାହାର ସୁତ୍ର ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ହିସାବରେ ଆପଣ ପ୍ରତିଦିନ ଶାସ୍ତ୍ରର ଗୋଟିଏ ଶ୍ଲୋକ ପାଠ କରନ୍ତୁ। ନ ପଢିପାରିଲେ ଅର୍ଦ୍ଧ ଶ୍ଲୋକ କିମ୍ବା ଅନ୍ତତଃ ପକ୍ଷେ ଗୋଟିଏ ପଦ ପଢନ୍ତୁ। ଯେଉଁମାନେ ଆଦୌ ଶାସ୍ତ୍ର ପାଠ କରୁ ନ ଥିବେ ସେମାନଙ୍କୁ ହୁଏତ ଅଡୁଆ ହୋଇପାରେ। ହେଲେ ପ୍ରତିଦିନ ପଢିବାର ଅଭ୍ୟାସ ଜାରୀ ରଖନ୍ତୁ। ଏହା ଦ୍ବାରା ଆପଣଙ୍କର ଅଗୋଚରରେ ଜୀବନରେ ନିଶ୍ଚିତ ସଫଳତା ମିଳିବ।

ସମସ୍ତେ ଭାବନ୍ତି ଗୀତା ପାଠ କରିବା ଦ୍ବାରା ଧର୍ମ ଅର୍ଜ୍ଜନ ହୁଏ। ହେଲେ ଜାଣି ରଖିବା ଉଚିତ ଯେ, କେବଳ ଗୀତାରୁ ଧର୍ମ ନୁହେଁ ଜୀବନର କର୍ମ ମଧ୍ୟ ସେଥିରୁ ମିଳିଥାଏ। ଧର୍ମ ଶାସ୍ତ୍ର କେବଳ ଧର୍ମ ଅର୍ଜନ ପାଇଁ ବୋଲି ଭାବିବା ଉଚିତ ନୁହେଁ। ଅଳସୁଆ କିମ୍ବା ମଉଜ କରି ସମୟ କାଟିବା ଅପେକ୍ଷା ଶାସ୍ତ୍ର ପାଠ କରିବା ପ୍ରତ୍ୟେକ ମଣିଷର ଅନ୍ୟତମ କର୍ତ୍ତବ୍ୟ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ପିଲାମାନଙ୍କ ପାଇଁ ଚାଣକ୍ୟ ନୀତିରେ ଯାହା ରହିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

Categories
ଆଜିର ଖବର ଧର୍ମ

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି ବୋଲି ବିଶ୍ବାସ କରନ୍ତୁ ନାହିଁ, ଆଚାର୍ଯ୍ୟ ଚାଣକ୍ୟ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ।

ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଆପଣଙ୍କ ଜୀବନରେ ଏହି ବ୍ୟକ୍ତିମାନଙ୍କୁ କେବେ ବି ବିଶ୍ବାସ କରନ୍ତୁ ନାହିଁ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।