Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡି ଚାରି ମୃତ

ଢେଙ୍କାନାଳ : ପୋଖରୀରେ ବୁଡି ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ତିନିଜଣ ନାବାଳକ, ଜଣେ ନାବାଳିକା ରହିଛନ୍ତି। ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ଗୋବିନ୍ଦପୁର ବାରବାଙ୍କ ସାହିରେ ଥିବା ପୋଖରୀରେ ବୁଡିଯାଇଛନ୍ତି ଚାରିଜଣ। ମୃତକଙ୍କ ମଧ୍ୟରେ ମୃତକ ଚାରି ଜଣ ସମ୍ପର୍କୀୟ ଭାଇଭଉଣୀ ହୋଇଥିବାର ସୂଚନା ରହିଛି। ଗାଧେଇବା ବେଳେ ଗୋଡ ଖସିଯିବାରୁ ବୁଡି ଯାଇଥିବାର ସୂଚନା ରହିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।