Categories
ଆଞ୍ଚଳିକ ଧର୍ମ ସଂସ୍କୃତି

ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଚିଲିକା: ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅଷ୍ଟପ୍ରହର ନାମ ଯଜ୍ଞ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଅଛି। କରୋନା ଯୋଗୁଁ ଏହି ଯଜ୍ଞ ସାମାନ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଗ୍ରାମ କମିଟି ପକ୍ଷରୁ ଚଳିତ ବର୍ଷ ପୁଣି ଥରେ ଏହାକୁ ବହୁ ଆଡମ୍ବରରେ କରିବା ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ଠାରୁ ଏହି ଉତ୍ସବରେ ସଙ୍କୀର୍ତ୍ତନ ଲାଗି ରାହିଥିବା ବେଳେ ଆଜି ଏହି ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଗ୍ରାମର ଏହି  ଉତ୍ସବ ଦେଖିବା ପାଇଁ ବହୁତ ଭିଡ଼ ଦେଖିବାକୁ ମିଳିଛି। ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

 

ଏହି ଉତ୍ସବକୁ ଦେଖିବା ତଥା ମହାପ୍ରଭୁ ପତିତପାବନଙ୍କ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ରୁଣ୍ଡ ହେବାରେ ଲାଗିଛି। ସେଥିପାଇଁ ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ ଗାଁ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଛି। ଆଜି ପୂର୍ଣ୍ଣାହୁତି ପରେ ନଗରକୀର୍ତ୍ତନ କରାଯିବ। ଏହି ଅବସରରେ ପଡୋଶୀ ଗ୍ରାମର ହଜାର ହଜାର ଅତିଥିଙ୍କ ପାଇଁ ପ୍ରସାଦ ସେବନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।

Categories
ଆଞ୍ଚଳିକ

ଚିଲିକା: ଭାଲେରୀ ଉଚ୍ଚ ବିଦ୍ୟାଳୟରେ ୨୦୦୧ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ଚିଲିକା: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଚାଷଙ୍ଗରା ଗ୍ରାମସ୍ଥିତ ଭାଲେରୀ ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚର ଦଶମ ଶ୍ରେଣୀରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇ ଦଶନ୍ଧି ପରେ ଆନନ୍ଦ ଉଲ୍ଲାସର ସହ ବାଣପୁର ଶାଳିଆ ଡ୍ୟାମ ନିକଟସ୍ଥ ମା’ ତାରିଣୀ ଦେବୀଙ୍କ ପୀଠରେ ଏହି ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।

ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦୀର୍ଘ ଦୁଇ ଦଶନ୍ଧି ପରେ ଆୟୋଜନ ଜରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ୍ୟରେ ନାହିଁ ନଥିବା ଉତ୍ସହ ଦେଖା ଦେଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତେ ସ୍କୁଲ୍ ଦିନର ଅଭୁଲା ଅତୀତର ସ୍ମୁତିକୁ ରୋମାଞ୍ଚନ କରିଥିଲେ।

ଏହି ଅବସରରେ ପିଲା ଦିନର ସ୍ମୁତିକୁ ଉଜ୍ଜୀବିତ ଜରିବା ପାଇଁ କବିତା, ନାଚ, ଗୀତ ଆୟୋଜନ କରାଯାଇଥିଲା। ଏଥିରେ ପୁରାତନ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜକୁ ହଜାଇ ଦେଇଥିଲେ। ଆସନ୍ତା ବର୍ଷ ଠାରୁ ପ୍ରତିବର୍ଷ ଏହିପରି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।