Categories
ଆଜିର ଖବର ରାଜ୍ୟ ଖବର

କେନାଲରୁ ଚାଷ ଜମିକୁ ନିୟମିତ ପାଣି: ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଲେ ବିଜେପି ନେତା

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ହେଉଛି ଅଣ ଜଳସେଚିତ ଅଂଚଳ। ଯା’ ଫଳରେ ଚାଷୀମାନେ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଛନ୍ତି। ବର୍ଷ ବର୍ଷ ଧରି କେନାଲ କାମ ମଧ୍ୟ ହୋଇ ପାରୁ ନ ଥିବାରୁ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ସାହେବି ଗ୍ରାମ ରହିଛି। ନାକଟିଦେଉଳ ବ୍ଲକ ସାହେବୀ ଗ୍ରାମରେ କେନାଲରେ ପାଣି ନ ଆସୁଥିବାରୁଏହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ସାହେବି ଗ୍ରାମରେ ଥିବା କେନାଲ ପାଖକୁ ଯାଇ ଥିଲେ। ଭବିଷ୍ୟତରେ କିପରି ଜଳ ସେଚନ ହୋଇ ପାରିବ ଗ୍ରାମବାସୀଙ୍କ ସହ ଆଲୋଚନା କରି ପ୍ରତିଶୃତି ଦେଇଥିଲେ। ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ସାହୁଙ୍କ ସମେତ ବିଜେପିର ପଂଚାୟତ ପ୍ରତିନିଧି ମାନେ ଯୋଗଦେଇଥିଲେ।