ନୂଆଦିଲ୍ଲୀ: ଆଜି ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଆଜି ଦିଲ୍ଲୀର ରାଜପଥ ସହିତ ଦିଲ୍ଲୀ ସୀମା ଉପରେ ସମସ୍ତଙ୍କ ନଜର ରହିଛି। ଗଣତନ୍ତ୍ର ଦିବସରେ କୃଷି ଆନ୍ଦୋଳନରତ କୃଷକମାନେ ଦିଲ୍ଲୀରେ ହିଂସାତ୍ମକ ଆନ୍ଦୋଳନ ଆଡକୁ ଗତି କରୁଥିବା ଦେଖାଯାଇଛି। ଦିଲ୍ଲୀ ପୋଲିସ ସର୍ତ୍ତମୂଳକ ଭାବେ କୃଷକମାନନୁ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦେଇଥିଲା। କିନ୍ତୁ ପୋଲିସର ସର୍ତ୍ତକୁ ଅଣଦେଖା କରି ଦିଲ୍ଲୀ ଭିତରେ ପ୍ରବେଶ କରିଛନ୍ତି। ସୀମାରେ ଥିବା ବ୍ୟାରିକେଡ଼କୁ ଭାଙ୍ଗି ଚାଷୀ ଲାଲ କିଲା ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖାଯାଇଛି। ଏହାସହିତ ଆଇଟିଓ ରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି।
