Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତିନି ଚିତ୍ତା ବାଘ ଛାଲ ଜବତ କଲା ଏସଟିଏଫ: ଶିକାରୀ ଗିରଫ

ଭୁବନେଶ୍ଵର: ଗତକାଲି ଅପରାହ୍ନରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ରାୟଗଡା-କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ଶିକାରୀ ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ଟିକିରି ଥାନା ନାକଟିଗୁଡ଼ା ଅଞ୍ଚଳର ଡମ୍ବୁରୁଧର ମାଝୀ। ତାଙ୍କ ନିକଟରୁ ତିନି ଗୋଟି ଚିତ୍ତା ବାଘ ଛାଲ ଜବତ କରିଛି ଏସଟିଏଫ।

ଅଭିଯୁକ୍ତଜଣଙ୍କ ବେଆଇନ ବାଘ ଛାଲ କାରବାର କରୁଥିବାର ଖବର ପାଇ ଏସଟିଏଫ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ କେସ ନମ୍ବର ୧୨/୨୩ ରେ ମାମଲା ରୁଜୁ କରି ଅଭିଯୁକଙ୍କୁ କୋର୍ଟଚାଲାଣ କରିଛି।

ଅପରପକ୍ଷେ ଜବତ ବାଘ ଛାଲକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।