Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୂବନେଶ୍ୱର: ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ- ୨୦୨୩ ଓଡିଶା ଲଳିତ କଳା ଏକାଡେମୀର ରାଜ୍ୟ ସଂଗ୍ରାହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଅତିଥି ମାନଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି। ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶୀଳ୍ପୀ ମାହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନୀତ ଅତିଥି ରୂପେ ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ର ଶିଳ୍ପୀ ଡ଼ଃ. ପଞ୍ଚାନନ ସାମଲ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ବିଭାଗର ମୁଖ୍ୟ ଡ଼ଃ. ଚକ୍ରଧର ବେହେରା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଦଘାଟନ କରିଥିଲେ।

ଅତିଥି ମାନେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳା ଗୁଡ଼ିକୁ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରି ଥିଲେ। ପ୍ରତ୍ତେକ ଶଳ୍ପୀ ଛାତ୍ର, ଛାତ୍ରୀ ଆଗାମୀ ଦିନରେ ଜଣେ ଜଣେ ପ୍ରତିଷ୍ଠିତ ଚିତ୍ରକର ହୁଅନ୍ତୁ ବୋଲି ଅତିଥି ମାନେ ମତ ପ୍ରକାଶ କରିବା ସହ ଶଳ୍ପୀଙ୍କ ସୃଜନ ଶୀଳ କଳା କୃତି ସମାଜକୁ ଉଦବୁଦ୍ଧ କରିଥାଏ ବୋଲି କହିଥିଲେ।

ପ୍ରଦର୍ଶନୀ ଅବସରରେ ମହାବିଦ୍ୟାଳୟର କୃତି ଛାତ୍ରୀ ସୋଫିଆ ୟାସମିନ୍ ଓ ଛାତ୍ର ସୁବ୍ରତ କୁମାର ମୁଦୁଲିଙ୍କୁ ଅଧୀର କୁମାର ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରରେ ଯାତୀୟ ଲଳିତ କଳା ଏକାଡେମି ପୁରଷ୍କାର ପାଇଁ ମନୋନୀତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନରୋତ୍ତମ ଦାସ ଙ୍କୁ କଳାକ୍ଷେତ୍ର ରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା।

ଏହି ପ୍ରଦର୍ଶନୀରେ ୫୦ଟି ଏକ୍ରେଲିକ ଚିତ୍ର, ୧୫ ଟି ଭାସ୍କର୍ଯ୍ୟ କଳା, ୧୨ଟିଡ୍ରଇଁ, ୮ଟ ିମୁଦ୍ରଣ କଳା, ୧୨ଟି ପାରମ୍ପାରିକ କଳା, ୧୯ଟି ଜଳ ରଂଗ ଚିତ୍ର ଓ ୬ଟି ବ୍ୟବହାରିକ କଳା ପ୍ରଦର୍ଶୀତ ହୋଇ ଅଛି। ପ୍ରାରମ୍ଭରେ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ଓ ସମ୍ପାଦକ ରବିଶଙ୍କର ଦାସ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ମହାବିଦ୍ୟଳ୍ୟର କାର୍ଯ୍ୟକାରୀ ସଭାପତି ଡ଼. ହ୍‌ୃଷିକେଶ ମିଶ୍ର କର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଏହିଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ବହୁ ଚିତ୍ର ଶିଳ୍ପୀ ଓ କଳାନୁରାଗୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ କଳାକୃତି କୁ ବୁଲି ଦେଖିଥିଲେ।

ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଠାରେ ଓଡିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଆର୍ଟ ଗ୍ୟାଲେରୀଠାରେ ଓଡିଶାର ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଆମର କଳା ଓ ସ୍ଥାପତ୍ୟକୁ ନେଇ କିପରି ଶିଳ୍ପୀମାନେ ଭାରତର ପ୍ରମୁଖ ସହର ମାନଙ୍କରେ ପ୍ରଦର୍ଶନୀ କରି ନିଜକୁ ପ୍ରତିଷ୍ଠିତ କରିପାରିବେ ତାହା ପ୍ରକାଶ କରିଥିଲେ। ଏଥି ସହିତ ଓଡିଶା ଲଳିତ କଳା ଏକାଡେମୀର ଏଭଳି ପ୍ରୟାସକୁ ଭୂୟଶୀ ପ୍ରଶଂସା କରିଥିଲେ।

ସମ୍ମାନୀତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦିଲୀପ କୁମାର ରାଉତରାୟ, ଚେନ୍ନାଇର ବିଶିଷ୍ଟ କବି, କଳା ସମୀକ୍ଷକ ଓ ଅନୁବାଦକ ଶ୍ରୀଯୁକ୍ତ ଇନ୍ଧ୍ରନ ରାଜେନ୍ଦ୍ରନ ଓ ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଶିଳ୍ପୀମାନଙ୍କ ଚିତ୍ରକଳାକୁ ଅବଲୋଚନ କରିବା ସହ ସେଥିରେ ଆଦିବାସୀ ଜନଜାତି ସଂସ୍କୃତି, ଫସଲ ଅମଳ, ନାଚ ଗୀତ, ପୂଜା ପାର୍ବଣ ଆଦି ବିଷୟ ବସ୍ତୁ ସବୁ ଖୁବ ମର୍ମସ୍ପଶୀ ହୋଇଛି ବୋଲି ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଂଚାନନ ସାମଲ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଉକ୍ତ ପ୍ରଦର୍ଶନୀ ଦ୍ୱାରା ଶିଳ୍ପୀମାନେ କ୍ୟାନଭାସ ଉପରେ ଓଡିଶାର ଆଦିବାସୀ କଳା ଓ ସଂସ୍କୃତିକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି ବୋଲି କହିଥିଲେ।

ପ୍ରକାଶ ଥାଉକି ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଠାରେ ଗତ ଜୁଲାଇ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ଚିତ୍ରକଳା ଶିବିରରେ ଶିଳ୍ପୀମାନେ ୩ ଦିନ ଧରି ଅଙ୍କନ କରିଥିବା ଚିତ୍ରଗୁଡିକୁ ନେଇ ଆୟୋଜିତ ହୋଇଥିଲା ଏହି ପ୍ରଦର୍ଶନୀ। ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୫ ଜଣ ଆଦିବାସୀ ଶିଳ୍ପୀ ଏଠାକାର ପ୍ରଦର୍ଶନୀ ଗୃହ ଓ ଆର୍ଟ ଗ୍ୟାଲେରୀ ବୁଲି ଦେଖିଥିଲେ। ଏହି ପ୍ରଦର୍ଶନୀ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ।

Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ ସୁଚରିତା ନାଥ ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର:  ନାରୀ ଚିତ୍ରଶିଳ୍ପୀ ସୁଚରିତା ନାଥଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇ ଯାଇଛି। ଏହି ପ୍ରଦର୍ଶନୀକୁ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଉଦଘାଟିନ କରିଛନ୍ତି। ସେ ଏହି ଚିତ୍ର କଳାକୁ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି।

ଏହି ପ୍ରଦର୍ଶନୀରେ ବିଧାୟକ ଡ ମୁକେଶ ମହାଲିଙ୍ଗ ଏବଂ ଓଡିଶା ଲଳିତକଳା ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଯୋଗଦେଇ ଚିତ୍ରକଳାକୁ ବେଶ୍ ପ୍ରଶଂସା କରିଥିଲେ। ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ଓଡିଶା ଲଳିତ କଳା ଏକାଡେମୀର କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚାଲିଥିବା ଏହି ପ୍ରଦର୍ଶନୀ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ବେଙ୍ଗାଲୁରୁଠାରେ ଉଦଘାଟିତ ହେଲା ଓଡ଼ିଶାର ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ଵର/ବେଙ୍ଗାଲୁରୁ: ବେଙ୍ଗାଲୁରୁର କର୍ଣ୍ଣାଟକ ଚିତ୍ରକଳା ପରିଷଦ ଆର୍ଟ ଗ୍ୟାଲେରୀ ଠାରେ ଓଡ଼ିଶାର ପ୍ରସିଦ୍ଧ ଆଦିବାସୀ (ସଉରା) ଚିତ୍ରକଳାର ପ୍ରଦର୍ଶନୀକୁ ଆଜି ଅପରାହ୍ଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର‌୍ୟ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ର ଉଦଘାଟନ କରିଛନ୍ତି।

ପ୍ରଦର୍ଶନୀ ଉଦଘାଟନ ଉତ୍ସବରେ ଯୋଗଦାନ କରି ମନ୍ତ୍ରୀ ଶ୍ରୀ ପାତ୍ର ଆମର କଳା ଓ ସ୍ଥାପତ୍ୟକୁ ନେଇ କିପରି ଶିଳ୍ପୀମାନେ ଭାରତର ପ୍ରମୁଖ ସହରମାନଙ୍କରେ ପ୍ରଦର୍ଶନୀ କରି ନିଜକୁ ପ୍ରତିଷ୍ଠିତ କରିପାରିବେ, ତାହା ପ୍ରକାଶ କରିଥିଲେ। ଏଥି ସହିତ ଓଡ଼ିଶା ଲଳିତ କଳା ଏକାଡ଼େମୀର ଏଭଳି ପ୍ରୟାସକୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ, କର୍ଣ୍ଣାଟକ କନ୍ନଡ ସଂସ୍କୃତି ବିଭାଗର ସଚିବ ଡଃ.ଏନ.ମଞ୍ଜୁଳା, ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ କର୍ଣ୍ଣାଟକ ଲଳିତ କଳା ଏକାଡ଼େମୀର ସଭାପତି ଡି.ମହେନ୍ଦ୍ର ପ୍ରମୁଖ ଶିଳ୍ପୀମାନଙ୍କ ଚିତ୍ରକଳାକୁ ଅବଲୋଚନ କରିବା ସହ ସେଥିରେ ଆଦିବାସୀ ଜନଜାତି ସଂସ୍କୃତି, ଫସଲ ଅମଳ, ନାଚ ଗୀତ, ପୂଜା ପାର୍ବଣ ଆଦି ବିଷୟ ବସ୍ତୁ ସବୁ ଖୁବ୍ ମର୍ମସ୍ପର୍ଶୀ ହୋଇଛି ବୋଲି ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଏକାଡ଼େମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଉକ୍ତ ପ୍ରଦର୍ଶନୀ ଦ୍ଵାରା ଶିଳ୍ପୀମାନେ କାନଭାସ ଉପରେ ଓଡ଼ିଶାର କଳା ଓ ସଂସ୍କୃତିକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି ବୋଲି କହିଥିଲେ। ପ୍ରକାଶ ଥାଉକି, ଗତ ଜୁଲାଇ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଆଦିବାସୀ ଚିତ୍ରକଳା ଶିବିରରେ ୪ ଦିନ ଧରି ଅଙ୍କନ କରିଥିବା ଚିତ୍ରଗୁଡିକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ କରାଯାଇଛି।

ଓଡିଶାରୁ ଆସିଥିବା ୨୫ ଜଣ ଆଦିବାସୀ ଶିଳ୍ପୀ ଏଠାକାର ପ୍ରଦର୍ଶନୀ ଗୃହ ଓ ଆର୍ଟ ମିଉଜିୟମ ଦେଖିବା ସହ ଅନ୍ୟ ସ୍ଥାନମାନଦେଖିଥିଲେ। ଏହି ପ୍ରଦର୍ଶନୀ ଜୁଲାଇ ୩ ତାରିଖ ପର‌୍ୟ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ।